ପାମ୍ବନ ବ୍ରିଜ: ସମୁଦ୍ରକୂଳେ ପରିଜନ, Pamban Bridge: A family Coastal Gatway







୩୦ ଜୁନ ୨୦୨୪ ରେ ଭିଲୁଣ୍ଡି ତୀର୍ଥମରୁ ପାମ୍ବନ ବ୍ରିଜ ଭ୍ରମଣ ଯାତ୍ରା ସୂତ୍ରପାତ ହୋଇଥିଲା । ସକାଳ ସମୟ ୮ ଘଣ୍ଟ ଜାତୀୟ ରାଜପଥ -୮୭ ରେ ଗଡୁଥାଏ । ଯୁବ ତାମିଲ ଚାଳକ ହାତରେ ହ୍ୟାଣ୍ଡଲ ରହିଥିଲା। ପାମ୍ବନ ପୋଲ ଇତିବୃତ୍ତି ପଢିଥିଲୁ। ନିଜ ଆଖିରେ ଦେଖିବା ପାଇଁ ମନରେ ଉଚ୍ଚାଟ ବଢୁଥାଏ । କିଲୋମିଟର ଦୂର ରହିଥାଏ।

👉ଦି -ଟି ମଙ୍ଗ ସମିଶ୍ରଣରେ ପୋଲଟିଏ ନିର୍ମିତ। ମଣ୍ଡପମ ଭୂଖଣ୍ଡ ଅନ୍ୟ ପାର୍ଶରେ ରାମେଶ୍ୱର ଦ୍ବୀପ ମୃତ୍ତିକାର ଦାନ ଅତୁଳନୀୟ। ପୂର୍ବରୁ ରାମେଶ୍ୱର ଦ୍ୱୀପର ଏକ ମାତ୍ର ଭରସା ଜଳପଥ । ତା’ଠୁ ବଳିପଡିଲେ ଡ଼ଙ୍ଗା ଆହୁଲା ,କାତବାଡ଼ି,"ହେୟା ରେ ହେୟା ",। ଦ୍ୱୀପର ସେ ମଙ୍ଗରେ ରାମସେତୁ ଲଙ୍କାକୁ ପଥ ଦର୍ଶାଉଥିଲା । ତ୍ରେତୟା ଯୁଗରୁ ରାମାୟଣରେ ବର୍ଣ୍ଣିତ ଗାଥା ହିନ୍ଦୁଙ୍କ ଗଭୀର ବିଶ୍ୱାସ ଏବେବି ଜୀବନ୍ତ ରହିଛି ।

👉ପାମ୍ବନ ନାମକ ଏକ ପଲ୍ଲୀ ରାମେଶ୍ୱର ନଗର ପଶ୍ଚିମରେ ବସତି । ଜଣାଯାଏ ତା’ରି ନାମାନୁସାରେ ରାମେଶ୍ଵରକୁ ପାମ୍ବନ ଦ୍ୱୀପ ଲୋକପ୍ରିୟ । (Pamban –Tamil:pa-mben) (romanised :pamban )ପାମ୍ବନ ତାମିଲ ; ପା -ଏମବେନ ବର୍ଣ୍ଣମାଳାର ଉପଯୋଗରେ ପାମ୍ବନ ଶବ୍ଦଟିର ଆଦୃତ ।

👉୧୮୭୦ ମସିହାର ସିଂହଳ (ଶ୍ରୀଲଙ୍କା ) ବାଣିଜ୍ୟ କାରବାର ପାଇଁ ବ୍ରିଟିଶଙ୍କ ଏକ ପରିକଳ୍ପନା । ୧୯୧୪ ରେ ସାକାର ହୋଇଥିଲା । ଜର୍ମାନ ଯନ୍ତ୍ରୀ ସଚେର୍ଜ଼ଏର (Scherzer) ଗଢ଼ଣ ଶୈଳୀ ଓ ନିର୍ମାଣର ବିନ୍ଧାଣି ହୋଇଥିଲେ। ବ୍ରିଟିଶ କାଳର ନିର୍ମିତ ପୋଲଟିର ନାମ ପାମ୍ବନ ନାମକରଣ ହୋଇଥିଲା ।

👉ଅପ୍ରମିତ ତୀର୍ଥଯାତ୍ରୀ ୧୯୧୪ ମସିହାରୁ ପାମ୍ବନ ରେଳ ପୋଲ ୨୦୨୨ ପର୍ଯ୍ୟନ୍ତ ଉତ୍ସର୍ଗୀକୃତ । ଏଇଟି ଜିଅନ୍ତା ପୋଲ। ବିଶ୍ୱାସ ନହେଲେବି ସତ ! ଚାହିଁଲେ ତା କଳେବର ବଦଳାଏ ଅବଶ୍ୟ ୪୫ ମିନଟ ସମୟ ଲୋଡିଥାଏ । ତା ଗୁମର ଲମ୍ବିଥିଲା ଦରିଆ ପାରି ଯନ୍ତ୍ରିଙ୍କ ପର୍ଯ୍ୟନ୍ତ। କେବେ ସଂକୁଚିତ ହୁଏ ଅନ୍ୟ ପୋତକୁ ବାଟ ଛାଡିଦିଏ । ଭାସମାନ ଅନେକ ଜାହାଜ ତା ବୁକୁ ଚିରି ଦିଏ ।

👉୬ହଜାର ୭୭୬ ଫୁଟ ଦୈର୍ଘ୍ୟ ଓ ୩ ମିଟର ଉଚ୍ଚତା ରହିଥିଲା। ୧୦୦ ଗୋଟି ସ୍ପନସ ବ୍ୟବହାର ହୋଇଥିଲା । ତା ବକ୍ଷରେ ଚିରି ହୋଇ ଲୁହାର ପୋଲଟିଏ ଲମ୍ବିଥିଲା । ୨.୦୬୫ କିଲୋମିଟର ପର୍ଯ୍ୟନ୍ତ । ଅଗଷ୍ଟ ୧୯୧୧ ମସିହାରେ ମୂଳଦୁଆ ପଡ଼ିଲା ।

👉ଜନ ସେବାରେ ୨୪ ଫେବୁଆରୀ ୧୯୧୪ରେ ଉତ୍ସର୍ଗ । ଭାରତର ପ୍ରଥମ ଚଳନ୍ତି ପୋଲ ! ଲଣ୍ଡନ ଟାୱାର ବ୍ରିଜ ,ଆମେରିକାର ଆର୍ଥର କିଲ ଭର୍ଟିକଲ ଲିଫ୍ଟ ବ୍ରିଜ ପରେ ପାମ୍ବନ ପୋଲ ଜଗତ ବିଖ୍ୟାତ ।

👉ପ୍ରକୃତିର ତାଣ୍ଡବ ପ୍ରଳୟରେ ୧୯୬୪ ମସିହାରୁ ଲଗାତର ବନ୍ୟା ବାତ୍ୟା ସୁନାମିରେ ପୋଲ ଉପରେ କ୍ଷତି ପହଂଚାଇଥିଲା। ୧୯୮୮ ରେ (The Annai Indira Gandhi Road bridge) ଅନ୍ନଇ ଇନ୍ଦିରା ଗାନ୍ଧୀ ପାମ୍ବନ ସଡ଼କ ପୋଲଟିଏ ନୁଆଁ ଗମନା ଗମନର ଆଶା ପୁରଣ କରିଥିଲା ।

୨୩ ଡ଼ିସେମ୍ବର ୨୦୨୨ ପାମ୍ବନ ବ୍ରିଜ ରୁଗୁଣ ହୋଇ ପଡ଼ିଲା । ୧୦୮ ବର୍ଷର ପାମ୍ବନ ପୋଲ ସେବାରୁ ନିବୃତ ରହିଗଲା।

👉ସୁଲୁ ସୁଲିଆ ପବନରେ ମେଞ୍ଚାଏ ପକ୍ଷୀ ସାଗର କୁଳ ମୁହାଁ। ପୋଲ ଆଦ୍ୟରେ ଅଟକି ଘେରାଟିଏ ଆଖି ବୁଲାଇଲୁ। ସୂର୍ଯ୍ୟ ଆଲୋକରେ ନୀଳ ତରଙ୍ଗ ଝଲସି ଉଠୁଥିଲା। ତା ହୃଦୟ ମୁକୁଳା ! ମୋତି ମାଣିକ୍ୟ ,ପ୍ଳାଙ୍କଟନ ରାଜି ଆଲଜେ ଦେଖିଲୁ। ଆହାଃ କି ସୁନ୍ଦର ଅଭୁଲା ଦୃଶ୍ୟ ! ମୌନି ତରଙ୍ଗ ର ଆଳସ୍ୟତା ଭାଙ୍ଗିନଥିଲା । ପାହାନ୍ତା ଗ୍ରୀଷ୍ମର ପ୍ରହରଟିଏ ପାର କରିସାରିଥିଲା । ଦ୍ୱତୀୟ ପ୍ରହରୀର ପ୍ରଥମ ଘଂଟାଏ ଟିକିନିଖି ପାମ୍ବନ ମଧ୍ୟ ଭାଗକୁ ଅଟୋ ଗଡ଼ିଲା। ଅରଖ ନୁଆଁ ପାମ୍ବନ ପୋଲ ନିର୍ମାଣ ଶେଷ ପର୍ଯ୍ୟାୟରେ ନୁଆଁ ପୁରୁଣା ପୋଲ ଦୈର୍ଘ୍ୟ ସମତୁଲ ରହିଥିଲା ।

👉ଉଚ୍ଚାରେ ୩ ଗୁଣ ଅଧିକା ମାନେ ସମୁଦ୍ର ଜଳପତନ ଠାରୁ ୪୧ ଫୁଟ ଉଚ୍ଚାରେ ଦେଖିଲୁ । ଚଳନ୍ତି ପୋଲଟିଏ ଖୋଲା ମେଲା ପାଇଁ ୫ ମିନଟ ସମୟରେ ୭୨ ଫୁଟ ଖୋଳିହୁଏ । ଅକ୍ଳେଶରେ ଅନ୍ୟ ଜାହାଜ ପାଇଁ ଜଳପଥ ଖୋଳିଦିଏ। ୨ ଟି ରେଳ ଟ୍ରାକ ରହିଥିଲା । ବୋଧେ ୨୦୨୫ ମସିହାରେ ଜନ ସେବାରେ ଉତ୍ସର୍ଗ ହେବ ! ଆମେ ପାମ୍ବନ ସଡକ ପୋଲରେ ଆଶ୍ରୟ ନେଉଥିଲୁ । ଗୃହରକ୍ଷୀ ବାହିନୀ ପଇଁତରା ମାରୁଥିଲେ। ପାମ୍ବନ ପ୍ରାନ୍ତକୁ ବଢ଼ିଲୁ ।

👉ନୀଳ ନୀଳ ନିରୋଳା ଆକାଶ ତଳେ ମଉନି ଲାଜେଇ ହସିଦିଏ। ଆଳସ୍ୟତାରେ ତା ତରଙ୍ଗ ନରମି ଯାଇଥିଲା। ଉଦାରତାର ମହକ ମୁକୁଳା କରିଥିଲା। ଅପ୍ରମିତ ବାଟୋଇ ! ଦରିଆପାରି ପର୍ଯ୍ୟଟକ ,ପ୍ରକୃତି ପ୍ରେମୀ ଧର୍ମ ବର୍ଣ୍ଣ ନିର୍ବିଶେଷରେ ତା ବାହୁରେ ନିରୀକ୍ଷା କରୁଥିଲେ। ବିସ୍ତୀର୍ଣ୍ଣ ଜଳ ରାଶି ,ସାର୍କ ,ଡଲ୍ଫିନି ,ମାଛର ଲୁଚକାଳି ସନ୍ତରଣରେ। ମୋତି ମାଣିକ୍ୟ ଅଗଭୀର ଜଳ ରତ୍ନ ଭଣ୍ଡାର । ତାଲା ମୁକୁଳା ରହିଥିଲା ।

👉ମର୍ତ୍ତ୍ୟର ଏଇଟି ଅମରାବତୀର ଭ୍ରମ ସୃଷ୍ଟି କରିଥିଲା । ମିନତୀ ପ୍ରଣତି ମୁଖ ମଣ୍ଡଳରେ ଜସ୍ମିନ ଫୁଟୁଥିଲା । ଅଧା ଜୁନ ମାସ ଦକ୍ଷିଣ ଭାରତର ଗୋପୁରମ ,ବେଢା ପରିକ୍ରମା ମଣ୍ଡପମ ,ତୀର୍ଥମ ଅପାର ସୁଯୋଗ ପାଇଲୁ। ସଡ଼କ ମାର୍ଗରୁ ଜଳପଥ ପର୍ଯ୍ୟନ୍ତ ଲମ୍ବିଥିଲା । ଅଟୋରୁ ରେଳ ଗାଡ଼ିର ସୁଖଦ ଭ୍ରମଣ ଯାତ୍ରାର ସ୍ୱାଦ ପାଇଲୁ । ଶୃଙ୍ଖଳିତ ଧାଡ଼ି ଦର୍ଶନ। ଟିକଟ ଘର ଶୁଳ୍କ ଭେଳିକି ଭେଳି ମନେପଡୁଥିଲା । ଯେମିତି ରାଇଜର ପରିବେଶରୁ ଦୂରେଇବା ପାଇଁ ମନଊଣା !



👉ପାମ୍ବନ ଦ୍ବୀପରୁ ମଣ୍ତପମ ରେଳ ଷ୍ଟେସନ ଅଭିମୁଖେ ଆମ ଯାତ୍ରା ବଢିଥିଲା। ତାରିଖ -୩୦ -୦୬-୨୦୨୪,ରାମେଶ୍ୱର ଭୁବନେଶ୍ୱର ଦ୍ରୁତଗାମୀ -୨୦୮୯୫( ମଣ୍ଡପମ -ଭୁବନେଶ୍ୱର ) ପିଏନଆର-୪୩୬୫୦୫୦୯୦୩ ,ଦ୍ୱତୀୟ ଶ୍ରେଣୀ ଶୀତତାପ ବଗି ,ଏ୧ / ସଂଖ୍ୟା ୩୦ ,୩୧,୯ ,୧୧ ନିମ୍ନ ଆସନ ।

👉ପ୍ଲାଟଫର୍ମ-୨, ଛାଡ଼ିବା ସମୟ ୦୯.୧୫,ଦୂରତା ୧୮୭୪ କିଲୋମିଟର (ଦି ଦିନ ଓ ଗୋଟିଏ ରାତ୍ର ) । ମୂଲ୍ୟ ୧୧୩୮୧ ଭାରତୀୟ ମୁଦ୍ରା (ଆଇଆରଟିସି ) ଜରିଆରେ ୬ ଅପ୍ରେଲ ୨୦୨୪ ଆଗତୁରା ଟିକଟ ବୁକିଙ୍ଗ ଓ ଅର୍ଥ ପୈଠ ହୋଇଥିଲା । ପରିଚୟ ପତ୍ର ଯାତ୍ରା କାଳରେ ଅନିବାର୍ଯ୍ୟ। ଅଧିକ ଜାଣିବା ପାଇଁ ୧୩୯ ଡାଏଲ କରନ୍ତୁ। ସନ୍ଦେହ ଦୂର ପାଇଁ ପରାମର୍ଶ ଥିଲା ।

👉ଦୂର ୩.୫ କିଲୋମିଟର । ସଡକ କତିରେ କୁରୁସଦାଈ ନୌକା କେନ୍ଦ୍ର ,ସି ପାର୍କକୁ ପଛରେ ପକାଇଥିଲା । ସକାଳ ୮.୩୦ ସମୟରେ ମଣ୍ଡପମ ରେଳ ଷ୍ଟେସନ। ତିଖ ପାହାଚରେ ଚଢ଼ିଲୁ । ଯୁବ ଚାଳକ ସହଯୋଗ ହାତ ବଢ଼େଇଥିଲେ । ପ୍ରଣତି ବ୍ୟାଗ ବ୍ୟାଗେଜ ଗଣତି ମଣତିରେ ବ୍ୟସ୍ତ ରହିଲେ ।

👉ନିଦ୍ଧାରିତ ସମୟ ସକାଳ ୦୯.୧୫ ଘଂଟିକାରେ ୨ ନମ୍ବର ପ୍ଲାଟ ଫର୍ମରୁ ଛାଡିବାର ରହିଥିଲା। ମିଳିମିଶି ସେ ପଟକୁ ପାରିକରିଥିଲୁ । ସାମାନ୍ୟ ଯନ୍ତ୍ରଣା ଭାର ବୃଦ୍ଧି ଘଟିଥିଲା । କେଉଁ ସମୟରୁ ରେଳ ଗାଡିଟି ଯେମିତି ଆମ ଅପେକ୍ଷାରେ ଅଟକିଥିଲା । ବଗି ସଂଖ୍ୟା ଏ -୧ ରେ ସାଇତିନେଲୁ । ଦୀର୍ଘନିଃଶ୍ୱାସ ଟି ଛାଡ଼ିଲୁ ।


👉ରେଳ ଲାଞ୍ଜରେ ଲୋକ ପାଇଲଟ ସବୁଜ ପତାକା ୩ ଥର ଏପଟେ ସେପଟେ ଇସାରା ଦେଲେ। ସାଇରନ ୩ ଥର ପ୍ରକମ୍ପିତ ହେଲା । ଲମ୍ବା ରେଳ ଯାତ୍ରା ମଣ୍ଡପମ ରୁ ମନ୍ଦିର ମାଳିନୀ ନଗରୀ ଭୁବନେଶ୍ୱର। ଛୁକୁ ଛୁକୁ ଶବଦର ପୁନରାବୃତ୍ତି ଘଟିଲା । ଲୁତୁ ଲୁତିଆ ତକିଆ,ଶୁଭ୍ର ତଉଲିଆ ,କଳା ରଙ୍ଗର କମ୍ବଳ ଆସନ ନେଉ ନେଉ ରେଳ କର୍ମଚାରୀ ସେବା ପ୍ରଦାନ କରିଥିଲେ। ବଗି ପଡ଼ିଶା  ପେନ୍ତ୍ରୀକାର ସଞ୍ଚାଳିତ ହେଉଥିଲା । ରନ୍ଧା ଖାଦ୍ୟର ମହକ ବେଳେ ବେଳେ ଚହଲି ଆସୁଥାଏ। ଗରମା ଗରମ ପ୍ରଥମ କଫିର ସ୍ୱାଦ ନେଲୁ ।

👉ନିଦ କେତେ ବେଳେ ଲାଗିଥିଲା ଜାଣି ପାରିନଥିଲି। ନିଦ ଜମା ଭାଙ୍ଗି ନଥିଲା । ପ୍ରଦୀପ ଭାଇ କେଟ୍ରିଙ୍ଗି ସେବକଙ୍କୁ ଆମିଷ ଥାଳି ଆଦେଶ ଦେଇ ସାରିଥିଲେ । ଅଲଗା ଦହି,ଜଳ ବୋତଲ ଅର୍ଡ଼ର ଦେଇଥିଲେ। ପ୍ରାୟ ୩ ଓଳି ରେଳ ଯାତ୍ରା ସୁଖଦ ପୂର୍ଣ୍ଣ ରହିଥିଲା ପାମ୍ବନ ଦ୍ଵୀପରେ ଆମ ତୀର୍ଥ ଭ୍ରମଣ ଅବିସ୍ମରଣୀୟ ।

ପହିଲି ଜୁଲାଇ ୨୦୨୪ ରେ ୩୩ ଘଣ୍ଟାର ଦୀର୍ଘ ଯାତ୍ରା ସନ୍ଧ୍ୟା ୬. ୧୦ ଭୁବନେଶ୍ୱରରେ ନରମି ଯାଇଥିଲା। ଘର ବାହୁଡ଼ାଣୀ ହେବ। ଓଡ଼ିଶା ମା ମାଟିର ଡାକ ଘନ ଘନ ଶୁଭୁଥିଲା।

ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes, ୧. ରାମନାଥ ପୁରମ ଜିଲ୍ଲା ,ଉଇକି ପିଡ଼ିଆ ଫାଇଲ ବ୍ୟବହାର।



Comments

Post a Comment