ତିନି ରାତ୍ର ଦି -ଦିନ ରାମନାଥ ଧାମରେ ଦର୍ଶନ ପାଇଲୁ । କେଇ ଘଣ୍ଟାର ଅତିଥି ! ଦୁଇ ଯୁବ ହୋଟେଲ ପରିଚାଳକଙ୍କୁ ଧନ୍ୟବାଦ ଦେଇ ଚେକ ଆଉଟ କାଉଣ୍ଟର ମେଜ ନିକଟତର ହେଲୁ। ବହଳ କାଗଜରେ ମୁଦ୍ରିତ ହୋଟେଲର ଠିକଣା କେଇ ଖଣ୍ଡ ହାତକୁ ବଢ଼େଇ ଥିଲେ। ସ୍ମିତହସ ମନେପଡେ଼। ଆମ ଭ୍ରମଣ ସଫଳ ପାଇଁ ଦୁହେଁଙ୍କ ଉଦ୍ୟମ ପ୍ରଶଂସନୀୟ।
କଥା ଦେଇ ଟେମ୍ପଲ ଟାୱାରରୁ ପ୍ରାତଃ ୭ ଟାରେ ଅଟୋ ଛୁଟିଲା। ଅଭିଜ୍ଞ ଯୁବ ଚାଳକ ଷ୍ଟିଅରିଙ୍ଗ ଆସନରେ। ୧୮ କିଲୋମିଟର ଦୂର ୩ଟି ରହଣି ହାତରେ ୨ ଘଣ୍ଟ ସମୟ ଥାଏ।
କାଞ୍ଚିରେ କାଞ୍ଚିରେ ପ୍ରୀତ ମେରୀ କାଞ୍ଚି ,ହରେ କୃଷ୍ଣ ହରେ ରାମ ହିନ୍ଦୀ ସିନେମାର ଗୀତ ଶୁଭିଲା। ଆମ ସଡକ ଯାତ୍ରା ସାଗର ବୁକୁରେ ଚିରି ଚିରି ହୋଇ ଯାଉଥିଲା। ପଛର ସାଉଁଟା ଦୃଶ୍ୟ ସାଇତା । ଜୀବନ୍ତ ଦୃଶ୍ୟ ନିକଟ ପ୍ରିୟଜନ। ସୁଖଦ ପୂର୍ଣ୍ଣ ରହିଥିଲା । ଅକସ୍ମାତ ଅଟୋ ନରମି ଗଲା। ପରିଚିତ ନୀଳ ସାଗର ଖଣ୍ଡେ ଦୂର ପର୍ଯ୍ୟନ୍ତ ପୋଲଟିଏ ଦେଖିଲୁ। କେଇ ଜନ! ଜଳ ସିଞ୍ଚନ ଦୃଶ୍ୟ । ପହିଲି ଦିନରେ ୨୨ କୁଣ୍ଡୀୟ ତୀର୍ଥରେ ବୁଡ଼ ପାରିଥିଲୁ ।
୬୪ ଟି ତୀର୍ଥ ମଧ୍ୟରୁ ଗୋଟିଏ ରହିଯାଇଥିଲା। ଦର୍ଶନ ପାଇଁ କେଇ ମିନଟ ଥାଏ । ମିନତୀ ପ୍ରଣତି ଭଗ୍ନୀ ଦ୍ବୟ ପାଦ ପକେଇଲେ । ତାମିଲ ଚାଳକ ଭଙ୍ଗା ଗଢା ହିନ୍ଦୀ ଇଂରାଜୀରେ କହିଲେ। ସୀତା ମା ଊଂହଁସେ ପାଣି ପିତିଥି । ସୁଇଟ ୱାଟର ,ସୁଇଟ ୱାଟର,ଗୋ ଏଣ୍ଡ ଟେଷ୍ଟ ଇଟ। ଓଃ! ଧନ୍ୟବାଦ ଉଚ୍ଚାରଣ କରି ଅନୁଜ ପ୍ରଦୀପ ସହ ପୋଲ ଉପରେ ଦହଡ଼ି ଦହଡ଼ି ଚାଲିଲୁ।
ମିନତୀ ପ୍ରଣତି ଦୁହେଁ ଜଳର ସ୍ୱାଦ ନେଇ, ଚିଲେଇଲେ,ମଧୁର ଜଳ ! ମଧୁର ଜଳ! ମଧୁର ଜଳ! ବିଶ୍ୱାସ ନହେଲେବି ଦୁହେଁ ଜଳର ସ୍ୱାଦ ନେଲୁ। ସତ ଘଟଣା ! ସ୍ୱାଦ ମଧୁର । ମଧୁରେଣ ସମାପୟତେ । ଭ୍ରମଣ ଶେଷ ପାହାଚରେ ମଧୁର ଜଳ ସୁଯୋଗ ମାତା ସୀତା ଯୋଗାଡ଼ କରି ସାଇତି ରଖିଥିଲେ। ନିଜକୁ ଭାଗ୍ୟବାନ ମନେକଲୁ । ମାତା ଜଳ ପାନ କରିଥିଲେ । ମିନତୀ ପ୍ରଣତି ଭାଗ୍ୟକୁ ଜୁଟିଲା। ଆମେ ପଛରେ ପଡ଼ିନଥିଲୁ !
ଆଞ୍ଜୁଳାଏ ଜଳ ପିଇଲୁ । ଲବଣାକ୍ତ ସାଗର ଘେରରେ କିପରି ସମ୍ଭବ! ଏକ କିମ୍ବଦନ୍ତୀ ଛୁପିଥିଲା । ତ୍ରେତୟା ଯୁଗର ରାମାୟଣ ରେ ବର୍ଣ୍ଣିତ। ଲଙ୍କା ବିଜୟର ଟୀକା ପିନ୍ଧି ମର୍ଯ୍ୟାଦା ପୁରୁଷ ଶ୍ରୀ ରାମ ତାଙ୍କ ପ୍ରାଣ ପ୍ରୀୟା ପତ୍ନୀ ସୀତା ମାଆଙ୍କୁ ଉଦ୍ଧାର କରି ପାମ୍ବନ ଦ୍ଵୀପରେ ପହଂଚିଥିଲେ । ସାଥିରେ ଅନୁଜ ଲକ୍ଷ୍ମଣ କୁମାର ,ପରମ ଭକ୍ତ ବୀର ହନୁମାନ ,ସୁଗ୍ରୀବ ବାନର ସେନା ସମେତ ସାଗର କୂଳରେ ଘେରି ରହିଥିଲେ।
ବ୍ରହ୍ମହତ୍ୟା ଦୋଷରୁ ମୁକ୍ତି ପାଇଁ ସେ ଶଙ୍କରଙ୍କ ଶରଣାପନ୍ନ ହୋଇଥିଲେ। ଶିବଲିଙ୍ଗ ସ୍ଥାପନା କରି ରୀତି ନୀତିରେ ମନ ଦେଇଥିଲେ । ଅକସ୍ମାତ ସୀତା ମାଆଙ୍କୁ ତୃଷ୍ଣା ! ଜଳ ଜଳ କେବଳ ସାଗର ଜଳ ! ଭଗବାନ ଶ୍ରୀ ରାମ ତାଙ୍କ ନିଜ ଧନୁର ବାଣ ନିକ୍ଷେପ କଲେ। ସାଗର ମଧ୍ୟରେ ଏ କୂପ ଆକୃତିର ଖନନ ଆପଣା ଛାଏଁ ତାରି ଗର୍ଭରୁ ଏକ ଝରଣା ପ୍ରବାହିତ ହେଲା । ଜଳକୁ ସୀତା ମା ତୃଷ୍ଣା ନିବାରଣ କରିଥିଲେ। ବାନର ସେନା ଜଳ ପିଇଥିଲେ। ଜଳ ମଧୁର ହୋଇଥିଲା ।
ଭିଲୁଣ୍ଡି ତୀର୍ଥମ (Villondi Teerthm) ନାମରେ ପ୍ରସିଦ୍ଧ। ଅଦ୍ୟାବଧି ଶ୍ରଦ୍ଧାଳୁଙ୍କ ଅତୁଟ ବିଶ୍ୱାସ । କେହି ଜଳ ସିଞ୍ଚନ କରନ୍ତି ଅବା ବୁଡ଼ ପାରନ୍ତି ,ସ୍ୱାଦ ନେଇଥାନ୍ତି। ଅନେକ ଶ୍ରଦ୍ଧାଳୁ କୂପ ନିକଟରେ ବୋତଲରେ ଜଳକୁ ସାଇତି ନେଉଥିଲେ। ଭକ୍ତିଭାବ ଉକୁଟି ମାରୁଥିଲା । ବାହୁଡ଼ାଣୀ ଯାତ୍ରା ମନ୍ଥର ଗତିରେ ଅଟୋ ଗଡ଼ିଲା। କତିରେ ଶଙ୍କରଙ୍କ ଦ୍ୱାରରେ ପାହାଁମୁଣ୍ଡି ପଡ଼ିଲୁ। ମୁକୁଳା ନୀଳ ସାଗର ଇସାରା ଦେଉଥିଲା ଘଡ଼ିଏ ଅଟକିବା ପାଇଁ। ମନ ବି ହେଉଥିଲା । ସମୟର ଗତି ପଥରେ ଆମ ପାରିବାରିକ ଯାତ୍ରା ସାଗରକୁ ଗୁପ୍ତ ଇସାରାଟିଏ ଦେଇ ବାହୁଡ଼ିଲୁ। କଥା ଦେଲୁ ,ପୁଣି ଆସିବୁ ! ସାଗର କନ୍ୟାର ସମ୍ପର୍କ ପ୍ରାକୃତିକ ରହିଥିଲା। ଜନ୍ମ ଜନ୍ମାନ୍ତରରୁ ତ୍ରେତୟାରୁ ଅଦ୍ୟାବଧି। ସତ୍ୟ ଯୁଗ କେତେଦୂର ? ଆଲୋଚନାରେ ମଜ୍ଜିଗଲୁ। ସତ ଜନ କହିଲେ ସତ୍ୟଯୁଗ ଫେରିବକି ?
ଚିଟ ଚାଟରେ ଅଟୋ ଛୁଟିଲା। ୨ ଟି ଦର୍ଶନୀୟ ରହଣି ସ୍ଥଳକୁ ଅଟୋ ସଡ଼କରେ ଛୁଟିଲା। ଥାଙ୍ଗଚି ମାଦାମ ସଡ଼କରେ ଅଟକି ଗଲୁ,ଉତ୍ତର ଓ ଦକ୍ଷିଣ ପାର୍ଶ୍ୱରେ ମୁକୁଳା ବେଳାଭୂମି। ୧୨ ମାସିଆ ମାଛ ବେଉସା। ଗ୍ରାମର ଉତ୍ତର ଓ ଦକ୍ଷିଣ ସାଗର କୂଳରେ ମର୍ଲିନ,ସୱାସରଟିଲ ସେରଗାଁତ,ପଞ୍ଚଦାଗ,ବ୍ରାଉନ,ଚକଲେଟ,ଏଲୋଉଫିନ,ଏଲୋ ଲାଞ୍ଜ,ଗୋଲଡ଼ ଫୁସିଲ୍ଳେର ମାଛ ନାମକ ଅନେକ ମଛୱାରୀଙ୍କ ଜାଲରେ ସହଜରେ ଧରା ଦେଉଥିଲେ। ମୋଟା ବେପାରୀଙ୍କ ତାଲିକାରେ ନାମ ପଂଜିକୃତ ଦେଖି ଚକିତ ହୋଇଥିଲୁ । ଅନୁଜ ପ୍ରଦୀପ ଭାଇ ମାଛକୁ ସ୍ପର୍ଶ କରିବାକୁ ପସନ୍ଦ କରୁଥିଲେ।
ପ୍ରକୃତି ନାମରେ ଘଡ଼ିଏ ଅଟକିଲୁ। ଆହୁଲା ,କାତବାଡ଼ି ,ତା ମାଲିକକୁ ଅପେକ୍ଷା କରିଥିଲା। ଶୁଖୁଆ ମାଛର ଏନ୍ତୁଡ଼ି ଶାଳକୁ ୪ ଯୋଡ଼ା ଆଖି ଘେରାଟିଏ ବୁଲି ଆସିଥିଲା। ପ୍ରାଚୀନ କାଷ୍ଠ ନିର୍ମିତ ଡ଼ଙ୍ଗା ଗୁଡିକ ଧାଡି ଧାଡିରେ ଅପେକ୍ଷାରତ ମୁଦ୍ରାରେ ଦେଖିଲୁ। ତାଳ ଦ୍ରୁମ ବାହୁଙ୍ଗାରେ ଆଚ୍ଛାଦିତ ଏକାଧିକ ମୁକ୍ତ ଟୁଙ୍ଗି ଦେଖିଲୁ।
ସମୁଦ୍ର କୂଳିଆ ପବନରେ ଫର ଫର ଶବଦରେ ଛାତ ଥରି ଉଠୁଥାଏ। ନାରିକେଳ ଉଦ୍ୟାନ ମାଳ ମାଳ ଉକୁଟି ମାରୁଥିଲା। ୧୦୦ ଏକରରେ ଜସ୍ମିନ ଫୁଲର ଖେତ ଦେଖି ଚକିତ ହେଲୁ। ଏକ ଅଭୁଲା ପଲ୍ଲୀ ଗ୍ରାମ । କପେ କପେ ତାମିଲ ରାଇଜର ଗାଉଁଲି ଚା’ର ସ୍ୱାଦନେଲୁ। ପ୍ରଶଂସାର ସୁଅ ଯେମିତି ଛୁଟିଥିଲା। ପାମ୍ବନ ବ୍ରିଜ ମାତ୍ର ୨ କିଲୋମିଟର ଦୂର!
ପାଦଟୀକା//Foot Notes, ୧.ଉଇକି ପିଡ଼ିଆ ଫାଇଲ ବ୍ୟବହାର।
୨ .tamilnadu tourism.tn.gov.in/destinations/Villondi.theertham


Nice from this blog we have come to know that the significance and fact about villondi theeratham..
ReplyDeleteThanking you
DeleteWow
ReplyDelete" Your support means the World ! Thank You",
Delete"Thank you so much for reading and for your kind words", I 'thrilled you enjoyed the post ",
ReplyDelete