ଆରାବଳୀ ନିଘଞ୍ଚ ସବୁଜ ବଳୟରେ ଶୋଭା ପାଉଥିଲା। ସୂର୍ଯ୍ୟଙ୍କ ଲୋହିତ କିରଣ ଜଙ୍ଗଲକୁ ସ୍ପର୍ଶ କରୁଥାଏ। ବଟବୃକ୍ଷ ତା’ର ଅଭେଦ୍ୟ ସୁରକ୍ଷିତ ମୂଳଚେରକୁ ନେଇ ସେ ବସା ବାନ୍ଧିଲା! କିଏ ଜାଣିଥିଲା ଶ୍ୱେତରଙ୍ଗର କାଷ୍ଠରେ ନାଲିଆ ଓହଳ ମାଟିକୁ ଚୁମ୍ବନ କରିବ! ତା'ଶିଢ଼ି ମୁକ୍ତରଖି ତା’ବଡ଼ପଣକୁ ପ୍ରଦର୍ଶିତ କରୁଥିଲା। ନେପୁର ମୂଷା ରାଗିଣୀ କୋରଡ଼ର ଅସଲି ମାଲିକାଣୀ। ଅକୁହା ବେଦନା ଦାଣ୍ଡରେ ପଡ଼ି ହାଟରେ ଗଡ଼ିଲା!
ତା’ପାର୍ଶ୍ୱ କଳା ପର୍ବତ ଗୁହାରେ ଜାମ୍ବବାନ ଦମ୍ପତି ଏଲୋରା,ଲୁଜା ଜୀବନ ଯାପନ କରୁଥିଲେ। ଦିନରେ ଶୟନ ଆକାଶରୁ ସୂର୍ଯ୍ୟ ଅପସରି ଗଲେ ଗୁହାରୁ ରାଣୀ ପୋଖରୀ ମୁହାଁ। ପେଟପୁରା ଜଳ ନେଉଥିଲେ। ଉଇହୁଙ୍କା ବିଳାରୁ ଖୁସି ଖୁସିରେ ଆହାର କରିନେଉଥିଲେ। ପାଚିଲା ପଣସ ,ଆମ୍ବ ଦୁହେଁଙ୍କ ପ୍ରିୟଖାଦ୍ୟ ରାତିସାରା ବୁଲାବୁଲି କରି ପାହାନ୍ତିଆ ପ୍ରହରୀକି ଗୁହାକୁ ବାହୁଡ଼ିଥିଲେ। ଆରାବଳୀର ମହାମନ୍ତ୍ରୀ ଦିନସାରା ଖୁସି ମନରେ ବାସ କରିବାକୁ ଲାଗିଲେ। ମନମୁଗ୍ଧକର ସୌନ୍ଦର୍ଯ୍ୟ ବେଢାରେ ଶତପ୍ରତିଶତ ନିରାପଦ ମଣୁଥିଲେ।
ନୀଳଗିରି ବୃକ୍ଷ ଆଚ୍ଛାଦିତ ତାରି ପାର୍ଶ୍ୱକୁ କାହିଁ ବାଉଁଶ କଣି ବୁଦାବୁଦା ବେରଙ୍ଗ ପକ୍ଷୀ ଆଶ୍ରୟ କରୁଥିଲେ। କାଳେ ଶିକାରୀ ଯାଦୁକର ଜୀବନ ନେବ? କଲରା ପତରିଆ ବ୍ୟଘ୍ର କାଞ୍ଚନ ଜଙ୍ଗଲର ରାଜା। ମିରିଗ ନାଟ ଦେଖିବାକୁ ମିଳୁଥିଲା। ଶିଖରରୁ ଜଳ ଝରି ଆସୁଥାଏ। ଗୁଳୁଗୁଳିଆ ଗ୍ରୀଷ୍ମରେ ରାଣୀ ପୋଖରୀକୁ ଭରସା କରୁଥିଲେ। ତା’ନିକଟରେ ହାତୀ ଗହିରା ପୋଖରୀ ଶୋଷକୁ ମିଳିମିଶି ମେଣ୍ଟାଉଥିଲେ।
ପ୍ରାଚୀନ ମାଉଁଟଆବୁ ସହର ଜନ୍ମ ପୂର୍ବରୁ ତା’ସବୁଜ ଭରା ସହର ! ଓଁ ଶାନ୍ତିର ଆଶ୍ରମ ଏବେବି ତାରି ଚତୁପାର୍ଶ୍ୱରେ ଶ୍ରଦ୍ଧାଳୁଙ୍କ ବହଳ ସୀମାରେ ଉଷ୍ମତା ଦେଉଥାଏ। ଦେଶର ଫୌଜୀଦଳ ସୀମାରେ ପଇଁତରା ମାରୁଥିଲେ। ଲକ୍ଷ୍ମଣ ରେଖା ପଶୁ ଓ ମଣିଷଙ୍କ ଚୁକ୍ତି ରହିଥିଲା। କିଏ କାହାର ଶତ୍ରୁତା ନକରି ମିତ୍ରତା ସ୍ଥାପନ କରିବେ। ସର୍ବଦା ପତ୍ର ଫଳ ଫୁଲକୁ ଆଦରି ନେଉଥିଲେ। ଶହଶହ ପୁରୁଷ ମହିଳା ରାତି ପାହିଲେ ହେହେ ଇସଃ ଇସଃ ଶବ୍ଦରେ ତା’ସବୁଜ ରାଇଜରେ।
ତସ୍କରଙ୍କ ଅତ୍ୟାଚାର ବୃଦ୍ଧି ଘଟୁଥାଇ। ବାରୂଦ ନିଆଁରେ ତା ଶରୀରକୁ ଖଣ୍ଡ ବିଖଣ୍ଡିତ କରୁଥିଲେ। ଭୟଭୀତ ରାଜା, ମନ୍ତ୍ରୀ କଟୁଆଳ!
ଜୀବନ ବିକଳରେ ପ୍ରତିରୋଧ ପାଇଁ ନିୟମିତ ଯୋଜନାକୁ ପସନ୍ଦ କଲେ। ଯାଦୁକରୀ ଶିକାରୀର ଷଡ଼ଯନ୍ତ୍ରକୁ କିପରି ପଣ୍ଡ କରିବେ ? ଖସଡ଼ା ତିଆରି କରିବାକୁ ଲାଗିଲେ। ପ୍ରଜାଙ୍କ ଅଭାବରେ କେବେ କେମିତି ସ୍ୱାର୍ଥବାଦୀ ଯାଦୁକରୀ ଶିକାରୀ ରେଖାକୁ ଅତିକ୍ରମ କରୁଥିଲା। ଜଙ୍ଗଲବାସୀ କାଞ୍ଚନ ରାଜାଙ୍କୁ ଗୁହାରୀ କଲେ ।
ରବିବାର କିଟିକିଟି ଅନ୍ଧାର ରାତ୍ର। ବୈଠକରେ ମନ୍ତ୍ରୀ ଜାମ୍ବବାନ ବ୍ୟାଘ୍ର କାଞ୍ଚନଙ୍କ ଡାହାଣ ପାର୍ଶ୍ୱରେ ସ୍ଥାନ ନେଇଥିଲେ। ଅନ୍ୟ ସଦସ୍ୟ ଉପସ୍ଥିତ ରହିଥିଲେ। ପକ୍ଷୀ ରାଇଜର ସମୂହ ପୂର୍ବରୁ ଆମନ୍ତ୍ରଣ ହୋଇଥିଲେ। ବୈଠକ ବାଉଁଶ ବୁଦା ମୂଳେ ଆୟୋଜିତ ହେବ। ମନ୍ତ୍ରୀ ଓ ରାଜା ଅନୁରୋଧକୁ ସ୍ୱୀକାର କଲେ। ମୁକ୍ତ ସଂସଦ ଅନୁଷ୍ଠିତ ହେଲା। ଉଚ୍ଚା ଉଚ୍ଚା ଡାଳରେ ବସି ଉତ୍ତର ଦେବାରେ ହେଲା କରୁନଥିଲେ ! ଜଣ ଜଣ କରି ସମସ୍ୟା ଗୁଡିକ ଉପସ୍ଥାପନା କରୁଥିଲେ। ସମସ୍ୟା ମୁଖ୍ୟତଃ ସୁରକ୍ଷା ଉପରେ ପର୍ଯ୍ୟବେସିତ ହୋଇଥିଲା ।
ଆଦେଶ ଦେଉଥିବା ସମୟରେ କାଞ୍ଚନ ମୁଣ୍ଡକୁ ହଲାଉଥିଲେ । ମଝିରେ ମଝିରେ କ୍ରୋଧରେ ଗର୍ଜନ କରୁଥିଲେ! ଆରାବଳୀ ଉପତ୍ୟକା ପ୍ରକମ୍ପିତହେଲା। ଛୁପିଥିବା ଯାଦୁକର ଶିକାରୀର ପିଳେହି ପାଣି! ତା’ନିଜ ସୁରକ୍ଷା ପାଇଁ ଭାଳେଣିପଡ଼ିଲା। ଜଙ୍ଗଲରେ ଅନ୍ଧାର ଘୋଟି ଆସୁଥାଏ । ହାତୀବନ୍ଧ ହିଡରେ ବାଣୁଆ ସିଂ ମଞ୍ଚା ବାନ୍ଧି ଫାସ ପକାଇଥିଲା? ସେ ଜାଣିନଥିଲା ଜଙ୍ଗଲ ବାସୀଙ୍କ ରାତ୍ରର ସଭା! ଅନେକ ପଶୁପକ୍ଷୀଙ୍କ ଡାକକୁ ନକଲ କରୁଥିଲା।
ଚିଂଚାଁ ଶବଦ,କୁକୁକୁ ,କରେଁକେ କରେଁକେ ,ହ୍ରୁଉ ହ୍ରୁଉ ,କୁଇନକୁଚି କୁଇନକୁଚି ,ହୁଁହୁଁ ଫୁରୁଫୁରୁ,ହରର ,ବିଇଁବଇଁ , ହୂଟି ହୂଟି ହେଙ୍କାହୁଁ ହେଙ୍କାହୁଁ,ହାଉଁ ହାଉଁ ଗର୍ଜନ,ଗ୍ରୋଲା ଗ୍ରୋଲା। ଜଣେ ବି ଜଳ ନିକଟକୁ ମାଡ଼ୁନଥିଲେ। ସେରାତିରେ ଜଙ୍ଗଲ ସହର ବାସୀ ରାଣୀ ପୋଖରୀରୁ ଶୋଷ ମାରିଥିଲେ। ଯାଦୁକର ମହକରୁ ଶୁଙ୍ଘା ମାରିଥିଲେ। ପଶୁ ହେଲେବି ଚତୁର କୌଶଳ ଜ୍ଞାନ ତାଙ୍କରି ନିକଟରେ ଭରପୁର ରହିଥିଲ।।
ଗଲା ଭୂକଂପରେ ମୃତ ଘଟିନଥିଲା। ବହୁ ସମୟ ପୂର୍ବରୁ ନେପୁର ମୂଷା ଅଂଚଳ ଛାଡିଥିଲା। ଅନୁସରଣ କରି ଅନ୍ୟ ମାନେ ଗୁହା ଛାଡିଥିଲେ! ସହରୀ ବାସିନ୍ଦା ହେଉ କିମ୍ବା ଯାଦୁକର ହେଉ ଆମ ବାସ ପରିସର ମାଡ଼ିଲେ ଏକ ସ୍ୱରରେ ଯିଏ ଯାହାର ଶୈଳୀରେ ତିନି ତିନି ଥର ଡ଼ାକ ପକେଇବେ। ଉପତ୍ୟକା ସାରା ଯେମିତି ଭୁକମ୍ପନ ସୃଷ୍ଟି ହେବ। ଶତ୍ରୁ ହୋଇ ଥିଲେବି ସେ ବାହୁଡ଼ିବ। ଆମେ ସବୁ ଏକାଠି ହୋଇ ପ୍ରତିରୋଧ କଲେ ଶିକାରୀ ଯୁଝିବା କଷ୍ଟ କର ହେବ !
ସମୂହ ଜଙ୍ଗଲ ବାସୀ ଜହ୍ନମାମୁଁଙ୍କୁ ଗୁହାରି କରିଥିଲେ। ମାସକରେ ୧୫ ଦିନ ରାତ୍ରରେ ଆଲୁଅ ଟିକେ ଜଙ୍ଗଲ ସାରା ବିଞ୍ଚିଦେବେ । ପକ୍ଷୀମାନେ ଭାରି ଖୁସି। ଡ଼ାକ ଛାଡୁଥିଲେ। ଜାମ୍ବବାନ ମନ୍ତ୍ରୀ ରାଜା କାଞ୍ଚନ ସୁଖରେ ଜୀବନ ଯାପନ ପୁନଃ ଆରମ୍ଭ କରିବାକୁ ଲାଗିଲେ । ବସନ୍ତ ଆଗମନରେ ପ୍ରକୃତିର ଭଣ୍ଡାର ଉଛୁଳି ପଡ଼ିଲା । ଅନୁଗ୍ରହ ଏବଂ ପ୍ରକୃତି ସହିତ ସଂଯୋଗ ରାଣୀ ବେଲିଙ୍କ ଦୟାଳୁ ନିୟମ ଅନୁଯାୟୀ ବୃଦ୍ଧି ପାଇଲେ। ଉତ୍ତରରେ ପର୍ବତର ଶିଖରରେ ଦୁର୍ଦ୍ଦଷ ଭୋକିଲା ଯାଦୁଗର ଷଡଯନ୍ତ୍ର କରିଥିଲା। ଶକ୍ତିଶାଳୀ ଯାଦୁ ଅବିକଳ ରାଣୀ ବେଲିଙ୍କ ପ୍ରତିକୃତିକୁ ଦିନରେ ତା'କୋରଡ ତଳେ ଥୋଇ ଦେଇଥିଲେ। ସୂର୍ଯ୍ୟକିରଣ ଛୁପି ଯାଉଥିଲା। ସନ୍ଧ୍ୟାନଇଁ ଆସିଲା। କିଏ ଜାଣିଥିଲା ମିଥ୍ୟା ବିଶ୍ୱାସ ଭ୍ରମ ଦିନେ କାଳ ହେବ !
ବାଣୁଆ ସିଂ ଦିନେ ସାଥି ସେନା ବାହିନୀକୁ ନେଇ ବଡ ଷଡଯନ୍ତ୍ର କରିଥିଲା। ଘାଟି ଜଙ୍ଗଲର ଶାନ୍ତିକୁ ଭଙ୍ଗକରି ଆରାବଳୀ ସୀମା ଅତିକ୍ରମ କଲା। ରାଣୀ ବେଲି ସର୍ବଦା ଜ୍ଞାନୀ, ଜାଣିଥିଲେ ବର୍ବର ଶକ୍ତି ଯଥେଷ୍ଟ ହେବ ନାହିଁ। ସେମାନେ ବିଶାଳ ମଶା ମାନଙ୍କ ଦ୍ୱାରା ପେଟ୍ରୋଲିଂ କରୁଥିବା ବିଶ୍ୱାସ ଘାତକ ଜଳାଶୟକୁ ସାହସ କଲେ। ଲୁଚି ରହିଥିବା ପଥକୁ ଜଗି ରହିଥିବା ଚତୁର ଡ଼ିମିରି ଗୁମ୍ଫା ଦେଇ ଯାତାୟାତ କଲେ । ଏହି ସମୟରେ, ଅନ୍ଧକାର ଯାଦୁରେ ଉତ୍ସାହିତ ହୋଇ ନିରନ୍ତର ଗୋଡ଼ାଇଲା। ନିଜର ଛାୟା ଯାଦୁକୁ ପ୍ରାଣୀମାନଙ୍କୁ ନିୟନ୍ତ୍ରଣ କରିବା ଓ ଜଙ୍ଗଲ ବାସୀଙ୍କ ମଧ୍ୟରେ ମତଭେଦ ବୁଣିବା ପାଇଁ ବ୍ୟବହାର କରିଥିଲେ। ପଳାୟନରେ ବାଧା ସୃଷ୍ଟି କରିବା ପାଇଁ ଆକ୍ରମଣ କରିଥିଲେ। ଭ୍ରମାତ୍ମକ ଯାଦୁକୁ ବ୍ୟବହାର କରି ଏକ ବିଭ୍ରାଟ ସୃଷ୍ଟି କରିଥିଲା। ବାରହା ମାଳମାଳ ଜନ ବସତିର ଅମଳ ଉପରେ ବର୍ଷ ସାରା ନଜର ରଖୁଥିଲେ। ରାତ୍ରରେ ଦଳଗତ ଭାବେ ଦାଖଲକରି ନେଉଥିଲେ।
କୃଷ୍ଣସାର ମୃଗ ଗୋଠ ଦର୍ଶନ ପାଇଁ ସ୍ଥାନୀୟଙ୍କ ଭିଡ଼ ଜମୁଥିଲା । କାଳେ ସେମାନଙ୍କ ବଂଶଜ ପ୍ରଭୁ ଶ୍ରୀରାମଙ୍କ ଭକ୍ତ ରହିଥିଲେ। ତାର ସୁରକ୍ଷାରେ ସ୍ୱତନ୍ତ୍ର ରହୁଥିଲା। ଗୁଲୁ ଗୁଲିଆ ନେପୁର ମୂଷାର ବାହ୍ୟ ଆକର୍ଷଣ ପାଇଁ ଏଠି ସବୁ ଶିକାରୀ! ମଣିଷ ପଶୁଙ୍କ ସମ୍ପର୍କ ଯୁଗ ଯୁଗରୁ ରହିଥିଲା। ପାଳନ ପାଇଁ ରାଜାଙ୍କ ପୂର୍ଣ୍ଣ ଆଦେଶ ଆସିଲା। କଥାକୁ ମାନିଲେ। ଶାନ୍ତିରେ ଉଭୟ ରହିବାକୁ ଲାଗିଲେ।
ରହସ୍ୟମୟ ଆଶ୍ରୟସ୍ଥଳୀରେ ଏକ ସ୍ନାନ କରିଥିଲେ। ପ୍ରାଚୀନ ବୃକ୍ଷରାଜିର ଏକ କୋମଳ ସବୁଜ ଆଲୋକ ବିଞ୍ଚି ହୋଇଥିଲା। ଉଜ୍ଜ୍ୱଳ ସୂର୍ଯ୍ୟଙ୍କ କିରଣ। ଅଦୃଶ୍ୟ ଶକ୍ତି ସହ ଲଢେଇ ! ଏପରିକି ତାଙ୍କର ଛୋଟ ସ୍ଥିତି, ସାହସର ଚମତ୍କାରୀ ଦ୍ୱନ୍ଦରେ ପକାଇଲା । ଯେତେ ବେଳେ ସମସ୍ତ ଆଶା ହଜିଗଲା ପ୍ରାଚୀନ ବୃକ୍ଷରାଜି ଜୀବନ୍ତ ହେଲା। ଶାଖା ସେମାନଙ୍କର ପତ୍ର ଆଲୋକରେ ହସି ଉଠିଲା। ଯାଦୁକରୀ ଷଡ଼ଯନ୍ତ୍ର ପଣ୍ଡ ହେଲା ସାହସର ମିଳିତ ଶକ୍ତି ଅନ୍ୟାୟକୁ ପରାସ୍ତ କଲା।
ଶାନ୍ତି ପୁନଃ ସ୍ଥାପିତ ସହିତ ନେପୁର ମୂଷା ରାଗିଣୀ ତା’ର ସୁରକ୍ଷା ଫେରି ପାଇଥିଲା। କିଟିକିଟି ଘଞ୍ଚ ଅନ୍ଧାର ଆରାବଳୀ ପର୍ବତର ନିମ୍ନ ଗାଲିଚାକୁ ଜହ୍ନ ସନ୍ଧାନ କରୁଥିଲା ? ତା’ପାଇଁ ଅପେକ୍ଷାରେ ପଶୁ ରାଜା କାଞ୍ଚନ,ମନ୍ତ୍ରୀ ଜାମ୍ବବାନ ଏଲୋରା ତା'ସଙ୍ଗିନୀ ଲୁଜା। ଯାଦୁକରୀ ମଣିଷ ଶିକାରୀର ଫାଶ ପଦାରେ ପଡ଼ିଗଲା
ବ୍ୟାଘ୍ର କାଞ୍ଚନ ବିଜୟ ଉତ୍ସବ ପାଳନ କରିଥିଲା। ଆରାବଳୀ ସହିତ ସେମାନଙ୍କର ସଂଯୋଗ ପୂର୍ବ ଅପେକ୍ଷା ଶକ୍ତିଶାଳୀ।ସୂର୍ଯ୍ୟ ଚନ୍ଦ୍ର ତାରା ଗଣଙ୍କୁ ନେଇଥିଲେ। ଆଶାର ଏକ ଆଲୋକ ଏକ ସ୍ମାରକ।
ସାହସ ଏବଂ ସୁଖ ସମୃଦ୍ଧିର ହାତ ଦୁରକୁ ବହୁ ଦୁରକୁ ଲମ୍ବିଗଲା।
ଆରାବଳୀ ଏକ କଳ୍ପନା (ଗଳ୍ପ ସଂଖ୍ୟା -୨ )
(ରଚୟିତା-ଦିଲିପ କୁମାର ନାୟକ)




Beautiful message 👏👏👏
ReplyDeleteThanks very much
DeleteEkata hi bala
ReplyDeleteRightly you have cathched the theme of the post
Delete