ଅନ୍ନ ମନ (କବିତା -୨ )

 


ଅକ୍ଷାଂଶ ଦ୍ରାଘିମାରେ ରେଖାଙ୍କିତ
ବିଶ୍ୱ ମାନଚିତ୍ର ସପ୍ତ ମହାଦେଶେ
ଦେଶର ମର୍ମ ସଭିଏଁ ଏଠି ସମାନ
ଜନଗଣ ବାସ ଧର୍ମ ବର୍ଣ୍ଣ ଜାତିରେ।

ଆହାର ବ୍ୟଂଜନ ମନୋନୀତ ସ୍ୱାଦ
ପ୍ରଶ୍ୱାସ ପ୍ରକ୍ରିୟା ରକ୍ତ ଧମନୀରେ
ଅନ୍ନମନ ଛିଟାର ସଅଳ ମାପକାଠି
ଖାଦ୍ୟ ବନ୍ଧନରେ ଖାଦକର ଛାପ।

ପାହାନ୍ତାରୁ ରାତ୍ର ସମୟ ନିର୍ଘଣ୍ଟରେ
କାର୍ଯ୍ୟକାରୀତାର ଛାପ ରୂପାନ୍ତରିତ
ପ୍ରତିଫଳିତ ସର୍ବେ ଜୀବନ ଦଶାରେ
ତୁମେ ଆମେ ସର୍ବେ ମହିମଣ୍ଡଳରେ।
🙏🙏🙏
(ରଚୟିତା-ଦିଲିପ କୁମାର ନାୟକ)











       

Comments