ସୋମାଲି ଦସ୍ୟୁ ରାଣୀର ଅକୁହା କାହାଣୀ- ୨ୟ ଭାଗ (ଗପ ସଂଖ୍ୟା -୮ )


“ଜଳଦସ୍ୟୁଙ୍କ ଲୁଣ୍ଠନ ଦୋଛକିରେ ! ମହାମୁକାବିଲାରେ ମୁହାଁମୁହିଁ“

ଈଶ୍ୱରଙ୍କ ନିଆରା ରଚନା! ଦସ୍ୟୁରାଣୀ ସୋଫିଆ ୫ଫୁଟ ୧୧ ଇଞ୍ଚ ଉଚ୍ଚତା କଳା ମଚମଚ ତା’ଶରୀରର ! ଭୟଙ୍କର ଝାମ୍ପୁରୀ ମୁଣ୍ଡି ମସ୍ତକରେ କଳା ରଙ୍ଗର ପଟି ଉକୁଟି ମାରୁଥିଲା ରାକ୍ଷସୀ ମୁଖା, ଚମଡା ବେଲଟ, ଦେଶୀ ବନ୍ଧୁକ, ଧାରୁଆ ଛୁରୀ ,ଚାବୁକ ରଣସଜ୍ଜାରେ ଝଟକୁଥିଲା।

ଆଦେଶ ପରେ କଠୋର ଆଦେଶ ଜାରି କରୁଥିଲା। ଅମାନୁଷିକ ପଦକ୍ଷେପ ପାଇଁ ତିଳେ କୁଣ୍ଠାବୋଧ ତାର ନଥୁଲା । ଆଖିରେ ଅଗ୍ନିହୁଳା ଜଳୁଥିଲା। ରଣଚଣ୍ଡୀ ରୂପରେ ଭୀତ ଖେଳି ଯାଉଥିଲା । ପୁରୁଷ ସହଯୋଗୀ ମଦ୍ୟ ପାନରେ ମସଗୁଲ। ଲୋଭର ମାତ୍ରା ଇଜିପ୍ଟ ପିରାମିଡ ଚୂଳଠାରୁ ବଳିଗଲା। ବିଦ୍ରୁପ, ତାଚ୍ଛଲ୍ୟ ପ୍ରଦର୍ଶନ କରୁଥିଲେ। ଅସହ୍ୟ   ଯନ୍ତ୍ରଣା ଦେବାକୁ ଲାଗିଲ।

ଆକ୍ରମଣ ଭୟଙ୍କର ବିଶୃଙ୍ଖଳିତ ଥିଲା । ପୋତଯାତ୍ରୀ ଉଚ୍ଛନ ହେଲେ। ସୈନ୍ୟ ସାମନ୍ତ ଆଶଙ୍କାରେ ଚିତ୍କାର କଲେ। ସେ’ଠୁ ଖସି ଯିବାର କୌଣସି ପନ୍ଥା ଭଗବାନ ଯେମିତି ବନ୍ଦବାନ୍ଦ କରିଥିଲେ। ଇଷ୍ଟ ଦେବୀଙ୍କୁ ସ୍ମରଣ କରୁଥିଲେ। ଡ଼କାୟତ ଗୋଟିଏ ପରେ ଗୋଟିଏ ଡେକ୍ ଆଡକୁ ପ୍ରବେଶ କଲେ। ମୁକୁଳା ଲୋହିତ ସାଗର ଢେଉରେ ସାର୍କ ଲାଞ୍ଜ ପିଟୁଥାଏ।

ଜାହାଜ ବିରୁଦ୍ଧରେ ମାନବ ଜୁଆର ଅତି କଠୋର ଥିଲା। କେବଳ ପୁରୁଷମାନଙ୍କୁ ଭୟଭୀତ କରୁଥିଲେ। ନାବିକ ଟାଣି ହୋଇଥିବାରୁ ଅଧିକା ରକ୍ତସ୍ରାବ ହେଲା।  ସିପାହୀ ଆପେ ଆପେ ସମର୍ପଣ କଲେ। ଡ଼କାୟତମାନେ ଆନନ୍ଦିତ ହୋଇ ଜାହାଜ ଅକ୍ତିଆର କରିନେଲେ। ଆଶା ତାଙ୍କ ବିଜୟରେ ଏକ ସନ୍ତୋଷ ଅନୁଭବ କଲେ।  ବନ୍ଦୀ ନାବିକ ଜାହାଜ କର୍ମଚାରୀଙ୍କୁ ଜଗିବା  ଦାୟିତ୍ୱ ସୋଫିଆଙ୍କ କରାୟତ୍ତରେ ରହିଲା । ଅନ୍ତରେ ଆଶା ଏବଂ ନିରାଶା ଗତିରେ ରାଣୀ ଓ ରାଜାଙ୍କୁ ବନ୍ଦୀ କଲେ।


ରାଜା ରାଣୀ ଅସ୍ୱାଭାବିକ ଦୃଶ୍ୟରେ ପଶ୍ଚାତାପ କଲେ। ତାଙ୍କ ଆଖି ଆଗରେ ସୈନିକଙ୍କ ଦୁରବସ୍ଥା  ସହ୍ୟ କରିପାରୁ ନଥିଲେ। ରାଣୀଙ୍କ ଇଙ୍ଗିତରେ ରାଜା ଚିନ୍ତା କଲେ ଶୀଘ୍ର ବଞ୍ଚାଇବା ପାଇଁ ଆଗଭର ହେଲେ। ସେମାନଙ୍କ ଦାବି ଜାଣିବାକୁ ପ୍ରୟାସ କଲେ। ସିପାହୀମାନେ ବଞ୍ଚିବାକୁ ଚେଷ୍ଟା କରୁଥିଲେ। କର୍ମଚାରୀଙ୍କୁ ଆତଙ୍କିତ କରିଥିଲା। ଏକତ୍ର କାର୍ଯ୍ୟ କରି, ସେମାନେ ବିଶ୍ୱାସଘାତକ ତରଙ୍ଗରେ ମଙ୍ଗ ବଦଳାଇ ମଦୁରାଇ -୧୪୯୮ ଜାହାଜକୁ ଅକ୍ତିଆରରେ ସଫଳ ହେଲେ। ଭୀତ ସଂଶୟ ହେଲା। ମନ୍ତ୍ରୀ ନିବେଦନ କଲେ। ସବୁ ବୃଥାରେ ଯାଇଥିଲା।

ରାଜାରାଣୀ ଗୁହାରି ଜଣାଇଲେ। ସୁନା ହୀରା ହାର ଓ କାନ ଫୁଲ ଉପରେ ସୋଫିଆର ନଜର ପଡିଲା। ତା’ର ଲୋଭ ବଢିଥିଲା। ମନ୍ତ୍ରୀ ଚାହୁଁ ଥିଲେ ସୁରକ୍ଷା । ଯାତ୍ରାର ହସ ଖୁସି କ୍ଷଣିକେ ଚୁରମାର ହୋଇଗଲା! ଅନେକ ସିପାହୀ ରକ୍ତାକ୍ତ ରାଣୀଙ୍କ ଗଚ୍ଛିତ ବସ୍ତ୍ର ନଅଣ୍ଟ ପଡିଲା। ରକ୍ତ ଭିଜା ଶାଢ଼ୀ ଦେଖି ସେ ଚକିତ ହେଲେ ! ଜୀବନ ଖଣ୍ଡା ମୁନରେ ଝୁଲୁଥାଏ । ଗଳାରୁ ସମସ୍ତ ମୂଲ୍ୟବାନ ହାର ସୋଫିଆର ପାଦତଳେ ଅର୍ପଣ କଲେ। ସେତକରେ ସୋଫିଆର ଭୋକ ମେଣ୍ଟି ନଥିଲା।  ନିରୋଳା ସ୍ଥାନ! ସ୍ଥାନୀୟ ଜୀବନ ବୃକ୍ଷ ନାମରେ କହୁଥିଲେ। ତାମିଲି ରାଜା ଡ଼କାୟତି ପୃଷ୍ଠ ଭୂମିକୁ ଫେରିଥିଲେ। ଉଚ୍ଚଉଚ୍ଚ ପ୍ରସ୍ତର ଝଙ୍କୁରିତ ବାଓବ୍ବ ବୃକ୍ଷ ଶାଖାରୁ ସୋଫିଆ ଆଦେଶ ଦେଇଥିଲେ। ଜୀବନ ବୃକ୍ଷ କୂଳରେ ନ୍ୟାୟ ଓ ଅନ୍ୟାୟର ଏକ ମାତ୍ର ମୁକସାକ୍ଷୀ।

ଦସ୍ୟୁରାଣୀ ସୋଫିଆ ଅକୁହା କାହାଣୀ ବଖାଣିଲେ। କାହାଣୀ ସାଧାରଣ କାହାଣୀ ନଥିଲା ! କାହାଣୀ କୌଳିକ ବୃତ୍ତି ଓ ପେଟ ଚାଖଣ୍ଡ ପାଇଁ ବଂଚିତ କରିଥିଲା। ପ୍ରତିବାଦ ସ୍ୱର ଏତେଯେ ଭୟଙ୍କର ରୂପ ନେବ ବିଶ୍ୱବାସୀଙ୍କୁ ଦିନେ ଚକିତ କରିଥିଲା।  ୟୁରୋପୀୟ ମତ୍ସ୍ୟ ବ୍ୟବସାୟୀଙ୍କ ଅମାନୁଷିକ ହସ୍ତକ୍ଷେପ। ଅସଂଖ୍ୟ ସୋମାଲୀଙ୍କ ଉପାସର କାରଣ ମୁଠାଏ ଅନ୍ନ ସପନ! “ସୋମାଲୀ ଉପକୂଳରେ ମତ୍ସ୍ୟଅମଳ ,ଯେତେବେଳେ ୟୁରୋପୀୟଙ୍କର ଆଧିପତ୍ୟ” ବିସ୍ତାର ଘଟିଲା।

ନୌଜୀବିକ, ମତ୍ସ୍ୟଚାଷ ଅଭାବ ହୋଇଗଲା। ସାମାଜିକ ଅର୍ଥନୈତିକ ଜୀବନରେ ସଙ୍କଟ ଘନେଇଲା। ଯୁବଯୁବା ହତାଶ! ଭୋକିଲା ପେଟରେ ଚତୃପାର୍ଶ୍ୱରେ ହାଃହାଃକାର। ବଂଚିବା ପାଇଁ ଲଢେଇ ଜାରି ରହିଲା । ଲୋହିତ ସାଗର ଏକ ମାତ୍ର ରୋଜଗାର ପନ୍ଥା ଯାହା ୟୁରୋପୀୟମାନେ ବଂଚିତ କଲେ। ଧନ ଉପାର୍ଜନ ପାଇଁ ସହଜ ଉପାୟ ଶେଷରେ ଅବଲମ୍ବନ କଲେ। ଲୋକଲୋଚନରେ ଜଳଦସ୍ୟୁ । ଡକାୟତ! ଲୁଟେରା ନାମରେ ଅଭିହିତ । କ୍ଷୁଧା,ଏକ ନିରନ୍ତର ସାଥୀ ଏବଂ ସହଜ ଧନର ଆକର୍ଷଣ କାନରେ ଫୁସ ଫୁସ  କଲା। ସାମାଜିକ ଗତିପଥରୁ ନିବୃତ୍ତ ଘଟଣା ପାଇଁ ଦାୟୀ । ହେ ରାଜନ ! ଆମେ ସମ୍ପୂର୍ଣ୍ଣ ସରଳ ମଣିଷ। 


ତାମିଲ ଦୟାବନ୍ତ ରାଜାଙ୍କ ଆଖିରେ ଝରଝର ଲୁହ ବୋହି ପଡ଼ିଲା। ସୋଫିଆ -୧୫୧ , ପୁରାତନ କାଠ ଡ଼ଙ୍ଗା! ସାଧାରଣ ମତ୍ସ୍ୟଜୀବୀ ଥିଲେ। ସୋଫିଆ ଡ଼କାୟତ ନଥିଲେ। ତାଙ୍କ ପରିବାର ସୋମାଲିର ସମୃଦ୍ଧ ଉପକୂଳରୁ ପ୍ରଚୁର ମାଛ ଅମଳ କରୁଥିଲେ। ବର୍ଷ ବର୍ଷଧରି ବିଦେଶୀ ଟ୍ରଲର ଦ୍ୱାରା ସମୁଦ୍ର ମାଛ ଅମଳ କଲେ। ତାଙ୍କ ସ୍ୱାମୀ, ପିଲାଙ୍କୁ ଖାଦ୍ୟ ପାଇଁ ଦସ୍ୟୁରାଣୀ ସୋଫିଆ ମୁଣ୍ଡରେ ଛାପ । ରାଜନ ସୋଫିଆ ଠାରୁ ଆମୂଳ ଚୂଳ ବୁଝିଲେ । ଏଇଟି ରାଜାଙ୍କର ନୁଆଁ ଘଟଣା, ସେ ବିସ୍ମିତ ହେଲେ ! ଦୁଃଖର ପର୍ବତ ଯେମିତି ସୋଫିଆର ମୁଣ୍ଡରେ ଚାପି ଦେଇଥିଲା।

ବଂଚିବା ପାଇଁ ନୁଆଁ ରୋଜଗାର । ଲୁଣ୍ଠନ , ଡ଼କାୟତି ତାକୁ ଶେଷରେ ଦସ୍ୟୁ ସଦସ୍ୟ କହୁଥିଲେ" ସୋଫିଆ ଦସ୍ୟୁରାଣୀ "କାଠ ଡ଼ଙ୍ଗା-୧୫୧ ",ଦଳର ମୁଖିଆ " ସାମୁଦ୍ରିକ ଘାସର ଦୟାଠୁ ସୋମାଲୀଙ୍କ ହୃଦୟ କେତେ ଯେ ବିପରୀତ କୃପଣ ପ୍ରକୃତି! ମହାରାଣୀ ଭାଙ୍ଗି ପଡ଼ିଲେ। ସୋଫିଆର ପେଟର ଭୋକ କେତେଯେ ଭୟଙ୍କର ଲୋହିତ ସାଗରହିଁ ମୁକସାକ୍ଷୀ! ଅସଂଖ୍ୟ ପ୍ଳାଙ୍କଟନ ,ସାମୁଦ୍ରିକ ଜୀବ ଭୟଙ୍କର ଦୃଶ୍ୟକୁ ଅତି ନିକଟରୁ ପରଖି ନେଉଥିଲେ । ମଦୁରାଇ ରାଜାଙ୍କ ମନରେ ଦୟା ଜନ୍ମିଲା।

ରାଜା ଦୁଇଟି ପ୍ରସ୍ତାବ ରଖିଲେ । ଗୋଟିଏ ଅସ୍ଥାୟୀ ଅନ୍ୟଟି ସ୍ଥାୟୀ। ସୋଫିଆ ଆଗ୍ରହ ପ୍ରକାଶ କଲା।  ସାଥି ଡ଼କାୟତ ଶୁଣିବାକୁ ଲାଗିଲେ। ଅସ୍ଥାୟୀ ପ୍ରସ୍ତାବଟି ମହାରାଣୀ ନିର୍ଭୟରେ କହିଲେ। ଯାହା ଆମ ନିକଟରେ ଦୁର୍ଲ୍ଲଭ ହୀରା ,ସ୍ବର୍ଣ୍ଣ ,ରୁପା,ହାର ଓ କାନଫୁଲ ଗଛିତ ତାକୁ ଅର୍ପଣ କରିବୁ । ଯାହା ତୁମର କିଛିଦିନ ଭୋକ ଦୂର ହୋଇଯିବ! ଖାଦ୍ୟ ଜାହାଜରେ ଗଚ୍ଛିତ ତାକୁ ନେଇ ଆହାର କରିନିଏ। ଅନେକ ପୁରୁଷ ଦସ୍ୟୁ ମୁଣ୍ଡ ହଲେଇବାକୁ ଲାଗିଲେ ।

କିନ୍ତୁ ଦସ୍ୟୁରାଣୀ ଦ୍ୱତୀୟ ପ୍ରସ୍ତାବ ଜାଣିବାକୁ ପୁଣି ପ୍ରଶ୍ନ କଲେ। ରାଜା ଉତ୍ତର ସଂକ୍ଷେପରେ କହିଲେ ,ଆଜିର ଦସ୍ୟୁ ଦଳର ସଦସ୍ୟ ଓ ତାଙ୍କ ସମ୍ପର୍କୀୟ ଯେଉଁମାନେ ତୁମ ରୋଜଗାରରେ ବଂଚିବେ ସମୂହ ମୋ ରାଜ୍ୟକୁ ଯାତ୍ରା କରିବେ। ଜନ୍ମ ଜନ୍ମ ସାତଜନ୍ମ ପାଇଁ ଜୀବନ ଜୀବିକା ଥଇଥାନ କରିବା ପାଇଁ ମୁଁ ପ୍ରତିଜ୍ଞା ବଦ୍ଧ। ନିସ୍ତବ୍ଧ କିଛି ସମୟ। ଏକା ଥରକେ ମୁଣ୍ଡ ହଲେଇବାରେ ଲାଗିଲେ। ଅନ୍ତରେ ସୋଫିଆ ମୁଖରେ ହସ ଫୁଟିଲା।

ଆଉ ଫେରିବେ ନାହିଁ । ଅକସ୍ମାତ ଭୟର ରୁପ ବଦଳି ଯାଇଥିଲା। ଦସ୍ୟୁରାଣୀ ସୋଫିଆ ମଦୁରାଇ -୧୪୯୮ ଜାହାଜର ନାବିକ ହାତରେ ବାହୁଡ଼ାଣୀ ଯାତ୍ରା ପୁନଃ ପ୍ରାରମ୍ଭ ହେଲା। ଆଗ ଧାଡ଼ିରେ ସୋଫିଆର କାଠଡ଼ଙ୍ଗା -୧୫୧ ସାମୁଦ୍ରିକ ପଥ ପ୍ରଦର୍ଶକ ହେଲା। ପ୍ରତିଜ୍ଞା ମୁତାବକ ମହାମନ୍ତ୍ରୀ ଦୀର୍ଘ ଖସଡ଼ା ପ୍ରସ୍ତୁତ କଲେ। ଏକାଧିକ ଦସ୍ୟୁ ଡ଼ଙ୍ଗା ଅଗ୍ର  ଭାଗରୁ ଅପସରି ଯାଉଥିଲେ।

କେବଳ ଚାତକ ପରି ଅନାଉଥିଲେ! ଉଭୟ ରାଜା ରାଣୀ ଲୋହିତ ସାଗର ଜଳରେ ସାର୍କ ଏବଂ ଡଲଫିନ୍, ସମୁଦ୍ରବାଘ, କଇଁଛ, ଡଗନ୍, ଟ୍ୟୁନିକଟା, ବ୍ରାଇଜୋଆ ସନ୍ତରଣର ଉପଭୋଗ କଲେ। ମଝିରେ ସୋଫିଆ ସାମୁଦ୍ରିକ ଜୀବର ପରିଚୟ ଦେଉଥିଲା। ପରେ ଭାରତୀୟ ମହାସାଗର ଜଳର କଙ୍କଡା, ମଲ୍ଲିକ, ଷ୍ଟାରଫିସ୍ ଏବଂ ଉଜ୍ଜ୍ୱଳ ରଙ୍ଗର ରିଫ୍ ମାଛ ,ଇଣ୍ଡୋ-ପାସିଫିକ୍ ହମ୍ପବ୍ୟାକ୍ ଡଲଫିନ୍ ସାମୁଦ୍ରିକ ପ୍ରାଣୀ ମନଭରି ଉପଭୋଗ କଲେ ।

କନ୍ୟାକୁମାରୀ ଆଲୁଅ ଦରିଆ ପାରିକୁ ସହାୟତା କରୁଥିଲା। ରାତ୍ରରେ କ୍ଷୁଦ୍ର ସାମୁଦ୍ରିକ ଜୀବଗୁଡ଼ିକ ଆଲୋକିତ ହୋଇ ସମୁଦ୍ରକୁ ଏକ ଐଶ୍ଵରିକ ଆଲୋକ ରୂପରେ ଝଲସି ଉଠୁଥିଲା। ଏକ ଚମତ୍କାର ଦୃଶ୍ୟ ସ୍ପର୍ଶ କରୁଥିଲା। ସମୁଦ୍ର ବକ୍ଷରେ ବଡବଡ ସାର୍କ ଯେତିକି ଉପଭୋଗ୍ୟ ସେତିକି ବିପଦ ପୂର୍ଣ୍ଣ ରହିଥିଲା। ଜାହାଜ ଉପରି ଅଂଶରେ ତାର ଲାଞ୍ଜକୁ ପିଟୁଥିଲା। ଜଳଯାତ୍ରା କାଳରେ ଆକାଶ ଓ ମହାସାଗର ଭେଳିକି ଭେଳି ରଙ୍ଗ ବଦଳୁଥିଲା।

ଖବର ଦେଶରୁ ଦେଶକୁ ବ୍ୟାପିବାରେ ଲାଗିଲା।  ମୂଳ ସମସ୍ୟା ସମାଧାନ ପାଇଁ ଆଗଭର ଯେମିତି କେହି ନଥିଲେ।  ଜାହାଜ ରାମେଶ୍ୱରଂ ଧନୁଷକୁଡ଼ି ଉପକୂଳରେ ସ୍ପର୍ଶ କରିଥିଲା।ପୂର୍ବରୁ ତାମିଲ ଯୋଦ୍ଧା ସିପାହୀ ଓ ମହିଳା ହୁଳ ହୁଳିରେ ସ୍ୱାଗତ କରିଥିଲେ। ଗଜ ଅଶ୍ୱ ମଧ୍ୟ ଅଂଶଗ୍ରହଣ କରିଥିଲେ।ବନ୍ଦନାରେ ସୋମାଲୀ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ରହଣି ପାଇଁ ସୁବ୍ୟବସ୍ଥା କରାଯାଇଥିଲା।



ସେ ଦିନ " ଧନୁଷକୁଡ଼ି ସାମୁଦ୍ରିକ ମତ୍ସ୍ୟ ଅମଳ ତାଲିମ ପ୍ରତିଷ୍ଠାନ ",ନାମକ ଅନୁଷ୍ଠାନ ସ୍ଥାପିତ ହେଲା । ସୋଫିଆ ତାର ମୁଖିଆ ଭାବରେ ମହାମନ୍ତ୍ରୀ ଘୋଷଣା କରଥିଲେ। ଦେଖୁ ଦେଖୁ ଦିନକୁ ଦିନ ଅନେକ ତାମିଲ ପୁରୁଷ ନାବିକ ତାଲିମ ପାଇଲେ। କେତକ ଭୟାଳୁ କାଠଡ଼ଙ୍ଗା ତିଆରିରେ ଲାଗିପଡ଼ିଲେ। ସ୍ଥାନୀୟ ମହିଳା ମାଛଜାଲ ବୁଣାରେ ମନୋନିବେଶ କରିଥିଲେ। ଖାଦ୍ୟର ଅଭାବ ରହିଲା ନା ? କାମଧନ୍ଦା ନ’ପାଇବାର ଆଶଙ୍କା  ରହିଥିଲା? ରାଜାଙ୍କୁ ଭୁୟସୀ ପ୍ରସଂଶା କରିଥିଲେ। ଜୟ ଜୟକାର ଗାନ କରିଥିଲେ। ସୋମାଲୀର ଦସ୍ୟୁରାଣୀ ସୋଫିଆ ଦକ୍ଷିଣ ଭାରତର ପ୍ରଶିକ୍ଷିକା ଭୂମିକାରେ ଜୀବନ ମୋଡ଼ ବଦଳିଥିଲା।  ସହଜ ଅର୍ଥର ଆକର୍ଷଣ ମନୁଷ୍ୟର ମୂଲ୍ୟ ଦ୍ୱାରା ହ୍ରାସ ପାଇଲା।



ସାମୁଦ୍ରିକ ପଥ ବଙ୍ଗୋପ ସାଗର ,ସିଂହଳ ,ଭାରତ ମହାସାଗର ,ମାଳଡ଼େଭିସ ଜଳ ସୀମା ପର୍ଯ୍ୟନ୍ତ ପ୍ରଚୁର ମାର୍ଲିନ୍, ବାରାକୁଡା, ସ୍କିପଜକ୍ ଟୁନା, ହଳଦିଆ ଟୁନା, ମାଛ ଅମଳ କରିବାରେ ବ୍ୟସ୍ତ ରହିଲେ। ରାଜାରାଣୀ ଦେଶ ଭ୍ରମଣରେ ତାଲିମ ଅନୁଷ୍ଠାନର ଭଲମନ୍ଦ ବିଚାର କରୁଥିଲେ। ସୋମାଲୀ ସମୂହ ସ୍ଥିତିକୁ ପରଖି ଥିଲେ। 

ଭବିଷ୍ୟତରେ ଏକ ଦୁର୍ବଳ ଆଶା ରହିଲା। “ହିଂସା ମୁକ୍ତ ଜୀବନ”, ପାଇଁ ଏକ ଆଶା। ଆଡେନ୍ ଗଲ୍ଫର ସମୁଦ୍ରରେ ଜନ୍ମ ହୋଇଥିବା ଏକ ସୋଫିଆର ନୁଆଁ ପରିଚୟ। ନୁଆଁ ଠିକଣା ଧନୁଷକୁଡ଼ି ରାମେଶ୍ୱରମ ମାର୍ଫତ ଧନୁଷକୁଡ଼ି ସାମୁଦ୍ରିକ ମତ୍ସ୍ୟ ଅମଳ ତାଲିମ ପ୍ରତିଷ୍ଠାନ ତାମିଲ ନାଦ ମଦୁରାଇଦକ୍ଷିଣ ଭାରତ।

ସୋମାଲି ଦସ୍ୟୁ ରାଣୀର ଅକୁହା କାହାଣୀ- ୨ୟ ଭାଗ (ଗପ ସଂଖ୍ୟା - )
(ରଚୟିତା-ଦିଲିପ କୁମାର ନାୟକ)

Comments

Post a Comment