ବଗିଚାର ଫୁଲଟିଏ (ଗଳ୍ପ ସଂଖ୍ୟା - ୪)

 




ରେଶମ ସହର ଉପକଣ୍ଠ ଉଦ୍ୟାନରେ ଫୁଲ ଫୁଟିଥାଏ। ପୂର୍ବ କୋଣ ଝଙ୍କାଳିଆ ବୃକ୍ଷ ଶୋଭାପାଉଥିଲା। ଜିନିଆ, ଡ଼ାଲିଆ, ଲିଲି,ଗୋଲାପ ,ହାଇଡ୍ରେଞ୍ଜିଆ ଡାଫୋଡିଲ୍,ମଧୁମାଳତୀ ଜୀବନ୍ତ ଫୁଲ ଶଯ୍ୟାରେ ଢେଉ ଭାଙ୍ଗୁଥାଏ। ସକାଳୁ ସଞ୍ଜ ଫୁରୁସତ ପାଏନି ! ଟୋକାଠୁଁ ଢ଼ୋକରା ଯାଏଁ ତା'ଗ୍ରାହକ!

ରୁପସୀ ସକାଳେ ନ'ଖେଳି ପାର୍କକୁ ବୁଲିଯାଏ। ପ୍ରତୀଟି ଫୁଲ ତା’ର ସମ୍ପର୍କ। ରୁପସୀ ସାମାନ୍ୟ ପରିଦର୍ଶକ ନଥିଲା! ସେ ସ୍କର୍ଟ ପରିଧାନ କରିଥିଲା। ଛୋଟ କେଶ,ଦେଖିବାକୁ ଭାରି ସରଳ! “ହାତ ପାଖର ଉଦ୍ୟାନ” ପଦଚାରୀ ଝିଅଟି ପନିଟେଲରେ ଆକର୍ଷିତ କରୁଥିଲେ।

ଉଦ୍ୟାନ ଦର୍ଶନର ଏକ ପେଣ୍ଠ! ସେ ପକ୍ଷୀଙ୍କୁ ଉଡାଇବା ପରି ବ୍ୟବହାର କରୁନଥିଲା ? ବରିଷ୍ଠ ଦଳ ଦଳ ମନ୍ଥର ଗତିରେ ପଦଚାରଣ କରୁଥିଲେ । ନେହେରୁ ପାର୍କ ହିଲ ପାଟଣା ଗଛ ମୂଳେ ଘଣ୍ଟା ଘଣ୍ଟା ଧରି ବସୁଥିଲା। ପବନ ଦଲକାଏରେ ପତ୍ରର ଖଡ଼ଖଡ଼ ଶବଦରେ ଫୁସ୍ଫୁସ୍ କହୁଥିଲା ! ମୁକସାକ୍ଷୀ ରୁପସୀ!

ମଧୁର ତାନରେ ତା'ଉପତ୍ୟକାକୁ ସତେଜ କରୁଥିଲା। ନାନାବାୟା ଗୀତର କାହାଣୀ କହୁଥିଲା । ରୂପସୀଙ୍କ ବିଶ୍ୱାସନୀୟତା ତାଙ୍କ ସ୍ୱପ୍ନ ଭୟ ଏବଂ ଗୁପ୍ତଇଚ୍ଛା ବଖାଣୁଥିବା କାଳର ଏକାହିଁ ଉଦ୍ୟାନର ଶ୍ରୋତା। ତାର ଗୋପନୀୟ ସଂଯୋଗ ରହିଲା।

ଯୁବଯୁବା ଗୋଲେଇ ରାସ୍ତାରେ କ୍ଷିପ୍ର ପଦ ଚାରଣ କରୁଥିଲେ । ସେନା ବାହିନୀ ପରୀକ୍ଷା ଏକ ପ୍ରସ୍ତୁତିର ଭ୍ରମ ସୃଷ୍ଟି କରୁଥିଲା। ଅଧିକାଂଶ ଚିପା ପ୍ୟାଣ୍ଟ ଦୌଡ ଜୋତାରେ ସଜେଇ ହୋଇଥିଲେ। ପର୍ବତ ଆରୋହୀ ପରି ଜୋତା ବ୍ୟବହାର କରିଥିଲେ। ସଭିଏଁ ତା’ପ୍ରିୟ ଗ୍ରାହକ! ଛାଇ ତଳେ ବଳିଗଲେ ଫୁଲର ସୁଗନ୍ଧ ନିଶ୍ଚିତ ।

ଦୈନିକ ଚିନ୍ତା ଓ କଳ୍ପନାରୁ ମୁକ୍ତ ହୋଇ ପାରୁଥିଲେ। ଫୁଲ,ବୃକ୍ଷ ମୂଳେ ଆସନ ଏକ ନୂତନ ଶାନ୍ତିର ଅନୁଭବ। ସୁନ୍ଦର ଦୃଶ୍ୟ ତାଙ୍କ ମନକୁ ମୋହିଥିଲା। ନିରାବତା ଏବଂ ଗଛ ଛାୟା ବରିଷ୍ଠଙ୍କ ଜୀବନରେ ଆଶା ଓ ଶକ୍ତି ଫେରି ପାଉଥିଲା

ଛୋଟ ପିଲେ ପାର୍କରେ ଖେଳିବାରେ ମଜା ନେଉଥିଲେ। ନୂଆ ଜୀବନ ଓ ଏକ ସୁସ୍ଥ ପରିବେଶର ଏକ ସ୍ଥାନ। ଆପଣା ଦୁଃଖ, ଚିନ୍ତା ଓ ଅନୁଭବ ଆଶାର ଏକ ପରିବେଶରେ ପରିଗଣିତ ହେଲା। ଆନନ୍ଦ ପାଇଁ ଖେଳ କ୍ଷେତ୍ର,ଜଳ କୁଣ୍ଡ ଓ ଫାଉଣ୍ଟେନ ଏକ ମାତ୍ର ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଲା।

ଏକ ଶାନ୍ତ, ସୁନ୍ଦର ବଗିଚା। ରୁପସୀ ଜୀବନର ଅଂଶ। ପାହାନ୍ତାରେ “ଜୁସବା'କୁ”,ଆଉଁସି ଦିଏ। ଆଞ୍ଜୁଳାଏ ଜଳଦିଏ । ଭିନ୍ନ ଫୁଲକୁ ସମ୍ମାନ ଦିଏ। ୨୦୧୯ ଫନୀରେ ଜୁସବାର ବାହୁ ତୃଣ ଗାଲିଚାରେ ଲେଉଟି ପଡ଼ିଲା। ରୂପସୀ ହୃଦୟରେ ଗଭୀର ଆଘାତ ଲାଗିଲା। ତା'ଅର୍ଦ୍ଧ ଜୀବନ କିପରି ଫେରି ପାଇବ? ୨୪ ଘଣ୍ଟା ରୁପସୀ ପାଠ ବଦଳେ ବଗିଚାର ଜୁସୁବା ଚିନ୍ତାରେ ଡୁବି ରହିଲା ।




ପ୍ରେମ ଓ ଯତ୍ନର ଏକ ସଂଘର୍ଷ। ଯତ୍ନ ତା'ମନରେ ଶକ୍ତି ସଂଚାର କରିଥିଲା । ଫୁଲ ଫୁଟିଲା! ପୁଣିଥରେ ରୁପସୀ ସ୍ୱାଭାବିକ ଶିକ୍ଷା ଗ୍ରହଣ କଲା। ସୁନ୍ଦର ସମ୍ପର୍କ ଯୋଡ଼ିବାରେ ସେ ସଫଳ ବିନ୍ଧାଣୀ। ଜୀବନ ବଢ଼ିବାକୁ ଲାଗିଲା।

ନାଲି ପ୍ରଜାପତି ଅତିଥିଙ୍କ ଚକା ଭଉଁରୀ ମନମୁଗ୍ଧକର। ସ୍ରଷ୍ଠାର ସୃଷ୍ଟିରେ ଫୁଲ ଏକ ମିଠା ଓ ସହଜ ସମ୍ବନ୍ଧ। କାହାରିକୁ ଅଛପା ନଥିଲା ? ସକାଳୁଆ ଆଲୁଅରେ, “ଜୁସବା “ହସୁଥିଲା। ନରମ ପାଖୁଡା ଫୁଲକୁ ଚୁମିବାରେ ଲାଗିଲେ।

ସୁଗନ୍ଧ ଏବଂ ମାଧୁର୍ଯ୍ୟ ପ୍ରଜାପତିକୁ ଦେଇ ନିଜର ପ୍ରୀତି କେତେ ମିଠା ସୂଚିତ କରୁଥିଲା। ଚିରନ୍ତନ ପ୍ରେମରେ ନିଜକୁ ହଜେଇ ଦେଇଥିଲା। ପ୍ରଜାପତିଟି କେତେ ଯେ ସ୍ୱାର୍ଥପର? ଜୁସବା ଠୋ ଠୋ ହସରେ ଉତ୍ତର ଦେଇଥିଲା। ସେ ଏକ ପ୍ରମୁଖ ସ୍ରୋତ ଉଦ୍ୟାନ ସୃଷ୍ଟିର ବାହକ! ଫୁଲ ଢେଉ ତାର ତ୍ୟାଗର ପ୍ରତୀକ! ଫୁଲ ପ୍ରଜାପତିର ସମ୍ପର୍କ ଚିରନ୍ତନ ଓ ନୈସର୍ଗିକ ! ଜୀବନର ଆଶ୍ରୟ ଏବଂ ମନୋରଞ୍ଜନ। ଦୈନିକ ଆନନ୍ଦ ଓ ପ୍ରଜନନର ଜୀବନ ପ୍ରେମମୟ ଥିଲା। ସୁନ୍ଦର ମାତ୍ରାକୁ ବଢ଼ାଇଥିଲା।

ପୁଷ୍ପଗୁଚ୍ଛ ତାର କଳ୍ପନା ! ଛୋଟ ପୁଷ୍ପ ଡେମ୍ଫବଡ ଏକ ଶାନ୍ତ ନମୁନା ସଂଗ୍ରହଥିଲା। ସୂର୍ଯ୍ୟମୁଖୀ,ଖୁସିର ଚେହେରା ସହ ସୂକ୍ଷ୍ମ ଡେଜି ଝୁଲୁଥିଲା। ବିଦ୍ୟାଳୟ ପଢ଼ାରେ ବାଳକ ଓ ବାଳିକା ! ତାଠୁ ବଳିଗଲେ ତା’ବ୍ୟାଗ ଭାରି ଓଜନିଆ ?

ଆଜି'ତ ରବିବାର! ରୁପସୀ ପାର୍କରେ ପହଞ୍ଚିଲା। ଚିନ୍ତାରେ ତା'ଆଖି ମେଘୁଆ ହୋଇଗଲା। ତା’ର ଉଜ୍ଜ୍ୱଳ ଆତ୍ମା ଉପରେ ଏକ ଛାଇ! ତା'ପ୍ରିୟ ଲକି ବିରାଡ଼ି ନିଖୋଜ ପ୍ରତିଦିନ ସକାଳେ ଲକି ଆଶ୍ରୟ ନିଏ। ସିମେଣ୍ଟ ବେଞ୍ଚରେ ସ୍ଥାନ ନଥିଲା ? ତା’ପସନ୍ଦ ଓଦା ମୃତ୍ତିକାର ଗଛର ଛାଇ ଆଲୁଅରେ। ପ୍ରକୃତି କୋଳରେ ଅପେକ୍ଷାରେ ରହୁଥାଏ ତା’ବାଲ୍ୟ ବାନ୍ଧବୀ ରୁପସୀ। କିଛି ପଦ ତାର କଅଁଳିଆ ସ୍ପର୍ଶରେ ସେ ଆନନ୍ଦ କେତେଯେ ପାଉଥିଲା କେବଳ ଲକି ହିଁ ଉତ୍ତର ଦେଇପାରିବ ?

ଏକ ଦୁଖଃଦର ଦିନ ? ନିତିଦିନିଆ ପାର୍କରେ ଦିନର ଅଗ୍ରଣୀ ଭୂମିକା ରହୁଥିଲା। ତା'ଅନୁପସ୍ଥିତିରେ ଯନ୍ତ୍ରଣା ଅନୁଭବ କଲା। ଥମ ଥମ ରୁପସୀର ସ୍ୱର! ସର୍ବାଙ୍ଗ ଥରିଉଠିଲା। କାହା ନିକଟରେ ତା'ଖବର ନଥିଲା? ସନ୍ଦେହ ଘେରରେ। ଏପଟ ସେପଟକୁ ଚାହୁଁଥିଲା ।

ଉଦ୍ୟାନର ଫୁଲ ସମୂହ ତା'ଲକି ନିଖୋଜ ପାଇଁ ଚିନ୍ତିତ ! ଗଭୀର ଯନ୍ତ୍ରଣାରେ ହାଇଡ୍ରେଞ୍ଜିଆ ,ଡାଫୋଡିଲ୍ ପାଖୁଡାକୁ ଆଉଁସି ଭଗ୍ନ ମନରେ ରୁପସୀ ବାହୁଡ଼ିଥିଲା। ଲେଉଟାଣି ପଥ ଦି'ପାର୍ଶ୍ୱକୁ ନଜର ପକାଇଲା। କାଳେ ସେ ଲକିକୁ ପାଇଯିବ? ମୁଣ୍ଡ ନୁଆଁଇ ସେ ତା’ପଢା କକ୍ଷକୁ ପ୍ରବେଶ କଲା।

ସକାଳେ ତା’ପଢା ବେଞ୍ଚରେ ଆଦର କମି ଆସିଥିଲା ! ଶିକ୍ଷୟତ୍ରୀଙ୍କ ପ୍ରଶ୍ନ ଉତ୍ତର ନଦେଇ ବହୁବାର ଅପମାନିତ ହେବାକୁ ପଡିଲା ! " ଲକି ମୂଳବିନ୍ଦୁ ", କେତେ ଆଦର କରୁଥିଲା? ତା’ସନ୍ଧାନରେ ମନ ଅସ୍ଥିର ଅକସ୍ମାତ ମଧୁମାଳତୀ ସାହିତ୍ଵିକ ହୃଦୟରେ ଏକ ଉଜ୍ଜ୍ୱଳ କୌଶଳ ସୃଷ୍ଟିକଲା!

ଦୁହେଁଙ୍କୁ ପାର୍କ ଫେରାଇବା ଆଶାକରି ଦୂରରେ ବଣୁଆ ଫୁଲର ଏକ ସୁଗନ୍ଧ ନମୁନା ଛାଡିବାକୁ ନିଷ୍ପତ୍ତି ନେଲେ। ଜିନିଆ, ଡ଼ାଲିଆ ,ଲିଲି,ଗୋଲାପ ଏକ କୋଣରେ ଫୁସଫାସ ମନ୍ତ୍ରଣା କରିଥିଲେ ! ଅନ୍ୟଙ୍କୁ ସୂଚିତ କଲେ। ମିଳିତ ପୁଷ୍ପଗୁଚ୍ଛ ଶୃଙ୍ଖଳାକୁ ବିଛାଇ ରୂପସୀଙ୍କ ଘରକୁ ଏକ ସୁଗନ୍ଧିତ ପବନ ସ୍ରୋତକୁ ଅନୁରୋଧ କଲେ।



ରୁପସୀ ବାଲକୋନୀରେ ସୁଗନ୍ଧକୁ ଅନୁଭବ କଲା। ତା ମନରେ ସଂଚାର ଘଟିଲା। ତା’ପରଦିନ ସକାଳେ, ନେହେରୁ ପାର୍କ ହିଲ ପାଟଣାରେ ପହଞ୍ଚିଲା। ଆଶଙ୍କା ଥିଲା! ଗଛ ମୂଳେ ବସା ବାନ୍ଧୁଥିବା ଲକି! ମଧୁମାଳତୀ ମୂଳ ଚାରିପାଖେ କୁଞ୍ଚିତ ମୁଦ୍ରାରେ ରୁପସୀ ହାବୁଡ଼ରେ! ତା ପ୍ରିୟ ଲକିକୁ ଦେଖି ଭାରି ଆନନ୍ଦିତ ହେଲା!

ନିଖୋଜ କାରଣ ବୁଝିନେଲା। ରୁପସୀ ଓ ଲକିକୁ ଆଲିଙ୍ଗନ କଲା। ଆଖିରେ ଖୁସି ଉଠିଲା। ସେ ଦିନଠାରୁ, ପୁଷ୍ପ କେବଳ ପୁଷ୍ପଗୁଚ୍ଛ ନୁହେଁ; ପ୍ରାକୃତିକ ସୁନ୍ଦରତା ବିବିଧ ବୃକ୍ଷ ଓ ଫୁଲ ପରିବେଶକୁ ସୁଗନ୍ଧିତ କରୁଥିଲା। ଅତି ସୁନ୍ଦର ମନୁଷ୍ୟର ଭାବନାକୁ ଯୋଗକଲା। ଆନନ୍ଦ, ସ୍ନେହ, ପ୍ରେମ, ପ୍ରଶଂସା, ସହାନୁଭୂତିର ସୂତ୍ରପାତ ଘଟିଲା। ରୁପସୀ ଓ ଲକି ଘନିଷ୍ଠ ବନ୍ଧନର ପ୍ରତୀକ ରହିଲେ।
ବଗିଚାର ଫୁଲଟିଏ ବଗିଚାର ଏକ ପ୍ରମାଣ। ଏକ ସ୍ମାରକ ପତ୍ର ସୂକ୍ଷ୍ମ ଜୁସୁବା ଫୁଲଟି ସବୁଠୁ ବଡ଼ ଆଶା ରଖିପାରେ।

( ବଗିଚାର ଫୁଲଟିଏ (ଗଳ୍ପ ସଂଖ୍ୟା - ୪)

(ରଚୟିତା-ଦିଲିପ କୁମାର ନାୟକ)

Comments

Post a Comment