କ୍ଲୋନ ଚାଇଲ୍ଡ-୨୫୪୭ (ଗପ ସଂଖ୍ୟା-୫)

 



ବିଶ୍ୱବିଦ୍ୟାଳୟ କ୍ୟାମ୍ପସରୁ ଯୁବ ଯୁବା ଗବେଷକ ମହାରାଜା ଛତ୍ରପତି ଶିବାଜୀ ପାର୍କ ପାଚେରୀ ପର୍ଯ୍ୟନ୍ତ ଯାତ୍ରା ସୀମିତ ଥିଲା। ରହଣି ସଂଖ୍ୟା ନଗଣ୍ୟ! ସପ୍ତାହରେ ଥରେ ଦି-ଥର ଏମିଲି ଓ ଫର୍ଗୁସନ ଭ୍ରମଣରେ ବାହାରି ପଡୁଥିଲେ। ପ୍ରଗତି ପୁସ୍ତକ ଭଣ୍ଡାରରେ ଆଖି ବୁଲାନ୍ତି। ପରିଶେଷରେ କାଥେ କଫି ହାଉସରେ ଦୁଇ କପ କଫିର ସ୍ୱାଦ ନିଅନ୍ତି। ପୁନେ ଏମିଲୀ ଓ ଫର୍ଗୁସନଙ୍କ ଗବେଷଣା କାଳର କାହାଣୀରେ ଯୋଡି ରହିଥିଲା।




ଦୁହେଁ ଗବେଷଣାରତ ଭବିଷ୍ୟତ ସମାଜ ପ୍ରକଳ୍ପ ଶୀର୍ଷକ ରହିଥାଏ। କଲ୍ଲୋନ ଚାଇଲ୍ଡ -୨୫୪୭ ରେ , କ୍ଲୋନ ଶିଶୁ ମାନବ ସମାଜରେ ଦେଖିବାକୁ ମିଳିବ! କ୍ଲୋନ ଶିଶୁର କିଡନୀ,ହାର୍ଟ ,ଲିଭର ଅଙ୍ଗ ପ୍ରତ୍ୟଙ୍ଗ ସହଜରେ ପ୍ରତିରୋପଣ କରାଯାଇପାରିବ! ଏକାଧିକ ଚକ୍ଷୁ ସଂଯୋଗ ହେବ! ପଣ୍ୟବସ୍ତୁ ରୂପେ ସୁଲଭ ଦରରେ ଉପଲବ୍ଧ? ଭିନ୍ନ ଦିଗକୁ ନେଇ ଗବେଷଣାରେ ପଥ ଆଲୋକିତ କଲେ । ଏକଦା ପରମ କମ୍ପ୍ୟୁଟର-ୱାଇ-ଟୁକେ' କୁ ନେଇ ସଫଳତା ପାଇଥିଲେ।
ଅତ୍ୟାଧୁନିକ ଫ୍ୟାଶନ୍ ଲାଇନ୍ ପରି କଷ୍ଟୋମାଇଜଡ୍ ସଂସ୍ଥାଗୁଡ଼ିକୁ ମାନବ ବାୟୋ ପ୍ରିଣ୍ଟିଙ୍ଗ୍କୁ ସିଦ୍ଧ କଲେ। ସେଲ ଫୋନ ରିଂଗ ଟୋନ ବଦଳିଲା। ଆମୁଳ ଚୁଳ ବଦଳିବାକୁ ଆଗ୍ରହ ପ୍ରକାଶ କଲେ। ସମ୍ପର୍କ, କିଣା ବିକାରେ ସୀମିତ ରହିଲା।

ଜନ୍ମ ଏକ ପ୍ରାକୃତିକ ଘଟଣା ନହୋଇ ଏକ ମନୋନୀତ ,ଅତିରିକ୍ତ ରୂପେ ମୁକ୍ତ ରହିଲା। ରନ୍ଧା ଶାଳାରେ ଖାଦ୍ୟ ପ୍ରସ୍ତୁତି ଓ କାରିଗର ଅବା ପରିବାର ସଦସ୍ୟଙ୍କ ଉପରେ ନିର୍ଭର ନ’କରି ସ୍ୱାବଲମ୍ବୀ ରହିବାକୁ ଲାଗିଲା। ଆର୍ଥିକ ପରିଚାଳନା ଠୁଁ ପ୍ରେମ ଆବେଦନ ଓ ସମ୍ପର୍କ ପର୍ଯ୍ୟନ୍ତ ବ୍ୟାପ୍ତ।

ବୈଷୟିକଜ୍ଞାନ ଓ କୌଶଳ ସାଧାରଣରେ ଉପଯୋଗୀ ହେବ! ବଜାରରେ ମାନବ ଗ୍ରାହକ ପଦବାଚ୍ୟ! ପ୍ରେମ ଏକ ପ୍ରକ୍ରିୟା ତାର ଲକ୍ଷ୍ୟ ସ୍ଥିର ପାଇଁ ସେ ସମ୍ପର୍କ ଗଢ଼ିବ! ବାର୍ତ୍ତାଳାପ ସାଙ୍କେତିକ କୌଶଳର ଉପଯୋଗ ପ୍ରତି ଆକର୍ଷଣ ବଢିବ। ସୂଚନା ପ୍ରଯୁକ୍ତି ବିଜ୍ଞାନ ଉପଯୋଗ ପାଇଁ ଅଧିକ ଆଗ୍ରହ ପ୍ରକଶ କରିବେ।

ଆଳାପ ପାଇଁ ଉପଯୁକ୍ତ ମାର୍ଗ ଦର୍ଶିକା ସାଜିବ। ବିଦ୍ୟାଳୟରେ ପିଲେ ଜଳଖିଆ,ଭୋଜନରେ କଣ ଖାଦ୍ୟ ନେବେ। ପୋଷାକ,ପୁସ୍ତକ,ସୂଚନା ପ୍ରଯୁକ୍ତି ବିଜ୍ଞାନର ଗୋଲାମୀରେ ଶ୍ରେଣୀକକ୍ଷରେ ଖସଡ଼ା ? କୁତ୍ରିମ ଜ୍ଞାନର ବୃଦ୍ଧି ସଂଯୋଗ କରିଦିଆ ଯିବ! ସୁପର ଜ୍ଞାନର ବୃଦ୍ଧିଘଟିବ। ସମ୍ପର୍କ ଅତୀତର ଏକ ବିଷୟବସ୍ତୁ ରହିଥିଲା! ଡିଜିଟାଲ କାରେନ୍ସ,ଫାଷ୍ଟଫୂଡ଼। ମହାକାଶ ଭ୍ରମଣ ପାଇଁ ଶରୀର ଓଜନ ଶୂନକୁ କମେଇ ଦିଆଯିବ! ମନଇଛା ସେ ଆକାଶରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଅକ୍ଳେଶରେ ବୁଲିପାରିବ। ମହାକାଶ ଯାନ,ପୁଷ୍ପକ ବିମାନ,ଉଡ଼ାଜାହାଜର ଆବଶ୍ୟକତା ଆଉ ପଡିବ ନାହିଁ। ସଫ୍ଟ ଉଡ଼ନ୍ତା ପୋଷାକ ବହୁଳ ବ୍ୟବହାର ଦେଖିବାକୁ ମିଳିବ !

କୌଶଳକୁ ପୁଞ୍ଜିକରି ସନ୍ଧାନରେ ତଥ୍ୟ ଗୁଡିକୁ ସଂଗ୍ରହ କରିବାକୁ ଲାଗିଲେ। ବାଳକ ବାଳିକା,ଯୁବଯୁବା,ବୃଦ୍ଧ ବୃଦ୍ଧାଙ୍କୁ ପ୍ରଶ୍ନ ଉତ୍ତର ପ୍ରକ୍ରିୟାରେ ପ୍ରକଳ୍ପକୁ ଆଗକୁ ଆଗକୁ ବଢିଲେ ଦୁହେଁ ଗବେଷକ ବନ୍ଧୁ। କେତେ ବେଳେ କମ୍ପ୍ୟୁଟର  ଲ୍ୟାବରେ ଅବା ସମାଜର ଗଳି କନ୍ଦିରେ ଭ୍ରମଣ କରୁଥିଲେ। ସେମାନଙ୍କର ଆଗ୍ରହ ନାପସନ୍ଦକୁ ଠଉରାଇଲେ ! ପାଦ ଚିହ୍ନର ଭିନ୍ନତା ଦେଖିପାରିଲେ! ପରମ୍ପରା, ଆଧୁନିକତା ଶୈଳୀ ପ୍ରତି ସମାଜ ଏକ ମୁହାଁ ମୁହୂର୍ତ୍ତକୁ ଠାବ କରିଥିଲେ।

ଡିଜିଟାଲ ଯୁଗର କାହାଣୀ ଗୁଡିକ ରୋମାଞ୍ଚକର ଯେତିକି ରହିଥିଲା ପ୍ରାକୃତିକ ଓ ଆଧ୍ୟାତ୍ମିକ ଜଗତରୁ ସମପରିମାଣ ଦୂରେଇ ଯାଉଥିଲେ। ସମାଜ ମଣ୍ଡଳର ସମ୍ପର୍କରେ ପ୍ରଶ୍ନ ଜାତ ହେଲା? ଗୋଟିଏ ମଣିଷ ବିଶୃଙ୍ଖଳିତ, ଅପ୍ରତ୍ୟାଶିତ କାହିଁକି ମନବଳାଏ? ଏକ ସ୍ଥାୟୀ ସମାଜରେ ନିୟମିତ ଉପାୟକୁ ଆପଣେଇ ଶୀର୍ଷ ସ୍ଥାନରେ ପହଞ୍ଚିପାରିବ! ବସ୍ତୁବାଦ ପ୍ରତି ପ୍ରୀତି ଦିନକୁ ଦିନ ବୃଦ୍ଧି ପାଇଲା। ବ୍ୟକ୍ତି ଶରୀରକୁ ଅତ୍ୟାଧୁନିକ ବେରଂଗ ଟାଟୁରେ ସଜେଇଲେ।
ଅଙ୍ଗ ପ୍ରତ୍ୟଙ୍ଗକୁ ସର୍ଜରୀରେ ଆକର୍ଷିତ କରାଇପାରିଲେ। ମନମୁତାବକ ରଙ୍ଗ ବଦଳାଇଲେ। ଡ଼ିଜିଟାଲ ବଜାର ପ୍ରତି ଲୋଭ ବଢ଼ିଲା।

ମନକୁ ସୁସ୍ଥ ସ୍ୱପ୍ନର ଅନୁଭୂତି ଓ ବନ୍ଧୁତା ଅନୁସନ୍ଧାନରେ ସୂଚନାକୁ ଭରଷା କରିଲେ। କେଉଁ ମାନବ ଓ କେଉଁ ପ୍ରକାରର ମାନବୀଙ୍କୁ ସ୍ନେହ କରିବ? କ୍ରୀଡ଼ାବିତ ଚତୁର ବ୍ୟକ୍ତିତ୍ୱର ସାଥି ସନ୍ଧାନରେ ମନକଲେ। ସହାନୁଭୂତି ଏକ ଆଦର୍ଶ। ସେବା ପ୍ରେମ ଦୟା ତ୍ୟାଗ ସପନ! ମାନବୀୟ ଗୁଣ ହ୍ରାସ ଘଟିଲା! ପଶୁପରି ଆଚରଣ କରିବାକୁ ଲାଗିଲେ। ଆଗ୍ରହ ବିସ୍ତୃତ ଡ଼ିଜିଟାଲ ବଜାରରେ ପୁରାତନକୁ ନାପସନ୍ଦ କଲେ।



ଏକ ଅଭାବନୀୟ ପରିସ୍ଥିତି ଦେଖାଗଲା! ସୂଚନା ପ୍ରଯୁକ୍ତି କୌଶଳ ଜ୍ଞାନରେ ତ୍ରୁଟି ଉପୁଜିଲା? ଜୀବାଣୁ ପ୍ରବେଶକରି ତଥ୍ୟକୁ ବିଗାଡି ଦେଲା। କାର୍ଯ୍ୟକାରିତାରେ ବିଷମ ସଙ୍କଟ ଦେଖାଗଲା। ଝଡ ସହ ବଜ୍ରପାତ ବିଜୁଳି ମାଡ଼ରେ ସରବରାହ ଠପ! ଗତିଶୀଳ କୌଶଳ ଗୁଡିକ ଏକାଠି ରୁଗୁଣ ହୋଇଥିଲେ।

ବିଜ୍ଞାନୀ ମୁଣ୍ଡରେ ଚଡ଼କ ପଡିଲା। ଅକଳ ଗୁଡ଼ୁମ। ହାତ ଉପରକୁ ଟେକି ଦେଲେ। ହେ ଭଗବାନ! ଜପିବାକୁ ଲାଗିଲେ। ସଙ୍କଟ ସମାଜରେ ମୁଣ୍ଡ ଟେକିଲା। ସଂଚାଳକ ମାନେ ହାତ ଟେକି ବସିଲେ। ନୂତନ ଶରୀର ଗଠନରେ ବିଷମ ସମସ୍ୟା ଉପୁଜିଲା। ପ୍ରଣାଳୀ ଗୁଡିକ ଭ୍ରଷ୍ଟ ହୋଇଗଲା।

କୁତ୍ରିମ ପ୍ରଜନନ ସମାଜରେ ଆତଙ୍କ ଖେଳିଗଲା। ଏକ ମୁକ ସମାଜ ପ୍ରକଟ ହେଲା। ମଣିଷ ଆକୃତି କିନ୍ତୁ ଭାବ ଭଙ୍ଗୀରେ ସମ୍ପୂର୍ଣ୍ଣ ଭିନ୍ନ ! ଜନ ଅସହାୟ ମଣିଲେ! ଜୀବନ ମୂଲ୍ୟହୀନ ହୋଇଗଲା। ପିଢ଼ି ପରେ ପିଢ଼ି ଗତାନୁଗତିକ ସମାଜରେ ଚଳଚ୍ଚିତ୍ରପରି ବଦଳୁଥାଏ। ପ୍ରଥମ ଥର ପାଇଁ, ସେମାନେ ପରସ୍ପର ସହିତ ଯୋଗା ଯୋଗ କରିବାକୁ ବାଧ୍ୟ ହୋଇଥିଲେ।

ଅନୁପଯୁକ୍ତ ସଂସ୍କରଣ! ଅଘଟଣ! ଏ ବିଶୃଙ୍ଖଳିତ ଏବଂ ଗ୍ରହଣୀୟତାରେ ପ୍ରଶ୍ନ ଉଙ୍କିମାରିଲା। ତା’ପରେ, ଅପ୍ରତ୍ୟାଶିତ କିଛି ଘଟିଗଲା! ଏମିଲି ଓ ଫର୍ଗୁସନ କାହାଣୀ, ଦୁହେଁ ହସିବାକୁ ଲାଗିଲେ। ତ୍ରୁଟି ଏବଂ ଭୟ ମଧ୍ୟରେ ଏକ ସେତୁର ଭୟ ବାଣ୍ଟିଲେ । ଧୀରେ ଧୀରେ ପରୀକ୍ଷାମୂଳକ ଭାବରେ ଗଠନ ହେବାକୁ ଲାଗିଲା। ନୂତନତା’ର ଅନୁକରଣକୁ ପଛରେ ଛାଡ଼ିଥିଲେ।



ପ୍ରାକୃତିକ ସ୍ୱଭାବର ଅଭିଜ୍ଞତା ଉପରେ ନିର୍ମିତ। ପୁରାତନ ପ୍ରକ୍ରିୟାକୁ ଦୋହରାଇଥିଲେ। ବରଂ ମାନବ ସଂଯୋଗର ଅଶୁଭ ଉଷ୍ମତାକୁ ପାସୋରି ଦେଇଥିଲେ। ପ୍ରଥମେ ବିପର୍ଯ୍ୟୟ ଚାରିପଟେ ଦେଖାଗଲା। ଏକ ଅନୁକ୍ରମଣିକା ହୋଇଗଲା। ମାନବିକତାକୁ ପୁନଃ ଆବିଷ୍କାର କରିବାକୁ ବାଧ୍ୟକଲା। ବସ୍ତୁବାଦୀ ପ୍ରତି ନୁହେଁ,ବରଂ ମଣିଷ ଦୁର୍ବଳ। ଅପ୍ରତ୍ୟାଶିତ ସୌନ୍ଦର୍ଯ୍ୟତାରେ କ୍ରୋମଯୁଗ ହ୍ରାସ ପାଇଲା।

ଅସମ୍ପୂର୍ଣ୍ଣତା ପାଇଁ ଏକ ନୂତନ ପ୍ରଶଂସା ଦ୍ୱାରା ତାହା ସଂପୂର୍ଣ୍ଣ ହେଲା। ଏକ କଠୋର ଶିକ୍ଷା ଥିଲା। କିଛି ମିଠା ଖଟାରେ ପାଦେ ବଢିଥିଲେ। ଆବଶ୍ୟକୀୟ ଶିକ୍ଷା। ପରିବର୍ତ୍ତିତ ସମାଜରେ ପୁରାତନ ଓ ନୂତନତା ମଧ୍ୟରେ ଭାରସାମ୍ୟ ଅତି ଜରୁରୀ । ମାନବିକତାକୁ ମନେ ପକାଇଲା। ପ୍ରକୃତ ସଂଯୋଗ କୁତ୍ରିମ ଦୋଛକିରେ! ନିର୍ମାଣ ଏକ ଥରରେ ଏକ ଅପ୍ରାକୃତିକ ପଦକ୍ଷେପ।

କ୍ଲୋନ ଚାଇଲ୍ଡ-୨୫୪୭ (ଗପ ସଂଖ୍ୟା-୫)

(ରଚୟିତା-ଦିଲିପ କୁମାର ନାୟକ)

Comments

Post a Comment