୧୧ ମାର୍ଚ୍ଚ ୨୦୧୮ ରେ ଆସିକା କଳିଙ୍ଗ ରୋଡ଼ରୁ ସୁନାବେଢା ଉପରଓଳି ବସଯାତ୍ରା। ଶ୍ରୀକାନ୍ତ ଓ ରମାକାନ୍ତ ଯୁବବନ୍ଧୁ ରାଜ୍ୟ ସଡ଼କ ପରିବହନର ଯାତ୍ରୀ। ସେନା ନିବୃତ ବିଶ୍ୱାଳ ବାବୁ ଷ୍ଟିଅରିଙ୍ଗ ସିଟରେ। କଚିରେ ବହଳିଆ ରୁପା ରିଂଗ ଚିକି ଚିକି ମାରୁଥିଲା । ମାଟିଆ ପୋଷାକ ସାମ୍ନା ଦୁଇ ବୋତାମ ମୁକୁଳା। ଘଞ୍ଚ କଳାକେଶ ଡଉଲ ଚେହେରା ଆକର୍ଷିତ କରୁଥିଲା।
ଇଞ୍ଜିନ ଗର୍ଜନ କରି ଉଠିଲା। ୭୫ ପ୍ରତିଶତ ଯାତ୍ରୀ ସ୍ଥାନ ଅକ୍ତିଆର କରିଥିଲେ। ଭିଆଇପିଙ୍କ ସଂରକ୍ଷିତ ଆସନ ଫାଙ୍କା ! ପଟ୍ଟନାୟକ କଣ୍ଡକ୍ଟର ତା’କର୍ଣ୍ଣ ଉପରି ଅଂଶରେ ଡଟପେନ ଖୁଞ୍ଚିଥିଲା। ଗୌଡ଼ ହେଲ୍ପର ଗଳାରେ କଳାରଙ୍ଗ ମାଳି! କାନ୍ଧରେ ଖୋର୍ଦ୍ଧା ବୁଣା ଗାମୁଛା ଝଟକୁଥିଲା ।
ଫିରି ଫିରି ଦୁଇଥର ବିଗୁଲ ଫୁଙ୍କି ଥିଲା। "କାଲଠାର କାଲ ମା ଜାଣେ ",ଚାଳକ ବିଗୁଲକୁ ହିଁ ଜାଣୁଥିଲା।
ଅଧଘଣ୍ଟା ପରେ ହିଞ୍ଜିଳିକାଟୁ ଆଇସିବିଟିରେ ନରମି ଯାଇଥିଲା । ପାନପତ୍ର ଟୋକେଇ ବୋଝେଇ ସାରୁ ଶିକିରୀ ଓ ବାଇଶିପଲ କୃଷକଙ୍କ ପୁରୁଣା ବଣିଜ ଦେଖିବାକୁ ପାଇଲେ । ବ୍ରହ୍ମପୁର ୨୨ କିଲୋମିଟର ଦୂର। ସହଯୋଗୀ ଡ୍ରାଇଭର ସଦାନନ୍ଦ ବିଶ୍ରାମ ଆସନରେ ଗଡ଼ପଡ ହେଉଥିଲେ। ଶୀତତାପ ସହ ଓଡ଼ିଆ ଗୀତକୁ ଯାତ୍ରା ଖୁସିକୁ ଦ୍ବିଗୁଣିତ କରୁଥିଲା। ଦୀର୍ଘ ବିରତି ରାତ୍ର ଭୋଜନ ହାଇୱେ ଢ଼ାବା ମନରେ ନାଚୁଥାଏ।
ସନ୍ଧ୍ୟା ୫ଟା ସୌନ୍ଦର୍ଯ୍ୟ ନଗର ଆକାଶରେ ରବି ନଇଁ ଆସିଥିଲେ। ୭ କିଲୋମିଟର ଦୂର ଜିଲ୍ଲା ବାଣିଜ୍ୟ କେନ୍ଦ୍ର। ରେଶମୀ ସହର ବ୍ରହ୍ମପୁର ଆଇସିବିଟି’ରେ ଅବିଳମ୍ବେ ପହଞ୍ଚିଥିଲା। ଟାଟା କମ୍ପାନୀର ପରିବହନ ପଛକୁ ପଛ ଲମ୍ବିଗଲା । ବସର ୪୭, ୪୮ ଓ ୪୯ ଆସନ ମୁକୁଲା ପଡିଲା । ଦିଗପହଣ୍ଡି ମାତ୍ର ୩୦ କିଲୋମିଟର ଦୂର। ପ୍ରଶସ୍ତି ମାର୍ଗରେ ବିଶ୍ୱାଳ ବାବୁ ଦ୍ରୁତ ଗତିରେ ଦୌଡ଼ାଇଲେ। ମାଆ କାଲୁଆ ଚୌକ ଅତିକ୍ରମ କରି ସନ୍ଧ୍ୟା ୬.୩୦ ଟାରେ ଥମିଗଲା ।
ଜଳଖିଆ ବିରତି ୧୫ମିନଟ ! ଗୌଡ଼ ହେଲ୍ପର ଘୋଷଣା କରିଥିଲେ। କଡ଼ରେ ଦିଗପହଣ୍ଡି ହାଇୱେ ଢ଼ାବା। ମାଲିକାଣୀ ଦ୍ୱାର ସନ୍ନିକଟରେ, ଉଚ୍ଚ କାଷ୍ଠନିର୍ମିତ ସିଂହାସନ! ପୃଥଳାକାୟ ହେମା ମାଲିକାଣୀ ଗେଡି ରହିଥିଲେ। ଘଂଚକଳା ରଙ୍ଗର ବେଣୀ ପାରିଥିଲେ। ବ୍ରହ୍ମପୁରୀ ପାଟ ପରିଧାନ କରି ଢ଼ାବାକୁ ଆକର୍ଷିତ କରୁଥିଲେ। କର୍ମଚାରୀଙ୍କୁ ଉଚ୍ଚ ଶବ୍ଦରେ ଆଦେଶ ଦେଉଥିଲେ।
ବନ୍ଧୁ ଦୁହେଁ ଚକିତ ହେଲେ । ଏକ ଅଭିନବ ଉପାୟକୁ ମାଲିକାଣୀ ଆଦରି ନେଇଥିଲା। ପ୍ରବେଶ କାଳରେ ଅଗ୍ରିମ ଅର୍ଥ ସଂଗ୍ରହକରି ପ୍ରତି ବଦଳରେ ଏକ ଟୋକେନ ବଣ୍ଟନ କରୁଥିଲେ । ଖାଉଟି ଯେମିତି ଠକାମିରେ ପଡିବେ ନାହିଁ। ହେମା ସଜାଗ ଥିଲେ। ଶ୍ରୀକାନ୍ତ ଓ ରମାକାନ୍ତ ମାଲିକାଣୀଙ୍କ ବୁଦ୍ଧିକୁ ସଲାମ କରିଥିଲେ।
ଢାବାର ଏକ କୋଣରେ ଆମ୍ମା ସଫେଇ କାର୍ଯ୍ୟରେ ବ୍ୟସ୍ତ । ଧଡ଼ଧଡ଼ ,ଖଡ଼,ଖଡ଼,ଶବ୍ଦରେ ଫାଟିଉଠୁଥିଲା! କାଷ୍ଠ ନିର୍ମିତ ଆୟତାକାର ବେଞ୍ଚ ସହ ଚେୟାର ସାଜସଜ୍ଜାରେ । ଉପର ପଙ୍ଖା ରୀତିମତ ଗ୍ରାହକଙ୍କୁ ଫୁର୍ତ୍ତି ଦେଉଥାଏ। ଚାରି କୋଣିଆ କୋଠରୀ । ବିଜୁଳିବତୀ ରାତ୍ର ନହେଉଣୁ ଆଲୁଅ ପଡୁଥିଲା। କେଇ କଣ ଜଳଖିଆ ସ୍ଵାଦରେ ମସଗୁଲ। ବରିଷ୍ଠ ନାଗରିକ ଚାହା ଫୁଙ୍କି ଫୁଙ୍କି ପିଉଥିଲେ।
ଗୋଲେଇ ଥାଳି ଉପରେ ସବୁଜ କାହାଳୀ ପତ୍ରଟିଏ ଆକର୍ଷିତ କରୁଥିଲା ! ବ୍ୟଞ୍ଜନରେ ଢ଼ାବା ମହକୁଥିଲା। ଉପମା ତରକାରୀ ,ଟମାଟୋ ଝୋଳ ହାପୁରୁଥିଲେ। ଦିଗପହଣ୍ଡି ଢାବାର ଛେନାପୋଡ଼ ପାଇଁ ପ୍ରସିଦ୍ଧ ! କିଏ କେମିତି ପ୍ୟାକେଟ ସାଇତାକୁ ଶ୍ରୀକାନ୍ତର ନଜର ପଡ଼ିଲା! ହେମା ଢାବାର ସ୍ଵାଦରେ ଦ୍ୱିଗୁଣା ଖୁସି।
ପୂର୍ବ ଯାତ୍ରୀବାହୀ ଧାଡ଼ିରୁ ଅପସରି ଥିଲେ। ଇଂଜିନ ଗର୍ଜନ କରି ଉଠିଲା । ଗୌଡ଼ ହେଲ୍ପର ଘୋଷଣା ଛାନିଆ କରିଦେଇଥିଲା ! "ଆଜ୍ଞା ଗାଡ଼ି ଛାଡ଼ିବ ! ଶୀଘ୍ର ଆସନ୍ତୁ !ଶୀଘ୍ର ଆସନ୍ତୁ ! ଦୁଇ ଦୁଇଥର ଡାକ ପକାଇଲା । ସେ ଏକ ଲୁହା ଖଣ୍ଡରେ ଛଅ ଚକକୁ ସାମାନ୍ୟ ଆଘାତ ଦେଇ ଯାଞ୍ଚ କରିନେଲା।
ତପ୍ତପାଣି ଘାଟୀ ! ଗର୍ଜନକରି ଘାଟୀ ଚଢିଲା। ଉଷ୍ଣପ୍ରସ୍ରବଣ, ଗରମ ଜଳର ହାଉ ନିର୍ଗତ ହେଉଥିଲା। ଧୂଆଁଳିଆ ମେଘ ଖଣ୍ଡପରି ଆକାଶକୁ ଚୁମୁଥିଲା ! ସିଂସିଂ ଶବଦ ଝରକାରେ ଧସିପଶି ଆସୁଥାଏ।ମିଞ୍ଜିମିଞ୍ଜି ତାରାଗଣ ଓହ୍ଲେଇ ଆସିଥିଲେ।
ଗଜ,ବ୍ୟଘ୍ର ,ମୟୂର ,ରଡ଼ି ଶୁଭୁନଥିଲା। ତନଖି ଫାଟକରେ ଲଣ୍ଠନ ଝୁଲୁଥାଏ । ହାବଲ ଦାର ବସ ସାରା ତନଖି କରି ନେଉଥିଲେ । ଦୁର୍ଦ୍ଦାନ୍ତ ଡାକୁ, ଜଙ୍ଗଲୀ ଜାତ ପଦାର୍ଥ ଚୋରା ଚାଲାଣ ବୃଦ୍ଧି ଘଟିଥିଲା। ଦୁହେଁ ବନ୍ଧୁଙ୍କୁ ନିଦ ହୋଇ ଯାଇଥିଲା ପଛଭାଗ ଯାତ୍ରୀ ଚିନ୍ତାରେ ପଡ଼ିଲେ କେତେ ବେଳେ ଢ଼ାବା ସ୍ଥାନରେ ପହଞ୍ଚିବ! ଲାଳ ଗଡେଇ ଟେକି ବସିଥାନ୍ତି। ହାଇୱେ ଢ଼ାବା ରାତ୍ର ଭୋଜନ ଦୁହେଁଙ୍କ ଭାଳେଣି ପଡ଼ିଲା!
ଜହ୍ନମାମୁଁ ମାସରେ ୧୫ ଦିନ ଆଲୁଅ ଦେବେ। ଚନ୍ଦ୍ରାଲୋକ ନିଶିରେ ଦିନରାତ୍ରର ଫରକ ଜଣା ପଡୁନଥିଲା!.କାକ ଭ୍ରମରେ
ରାବୁଥିଲେ। ରାତ୍ରବତ୍ସ ଯାତ୍ରାର ଅନୁଭବ ନିଆରା ଶ୍ରୀକାନ୍ତ ବଖାଣୁ ଥିଲେ ।
ସୁନାବେଢା କର୍ମଚାରୀ ଗମ୍ଭୀର ଶବ୍ଦରେ କଣ୍ଡକ୍ଟର ଠାରୁ ଜାଣିବାକୁ ଚେଷ୍ଟା କରୁଥିଲେ। ପଟନାୟକ କଣ୍ଡକ୍ଟର ନିରବ ରହିଲେ। ଦୁଇଥର ଚାହିଁଲେ ,ଆପଣ ରେଗୁଲାର ଯାତ୍ରୀ ! ଜାଣନ୍ତି "ରାତ୍ର ଭୋଜନ ହାଇୱେ ଢ଼ାବା ଅଡବା " ଏକ ମାତ୍ର ଅନ୍ନ ଭଣ୍ଡାର ! ସ୍ମିତ ହସଟିଏ ଦେଇ ସେ ଆସନକୁ ବାହୁଡ଼ିଥିଲେ। ଏକାଧିକ ଯାତ୍ରୀ ବୁଝି ପାଇଲେ।
ବିଶ୍ୱାଳ ବାବୁ ବସକୁ ଦୌଡ଼ାଉଥିଲେ । ହେଲ୍ପର ଗୌଡ଼ ଦ୍ୱାର ପାର୍ଶ୍ୱକୁ ଚାହିଁ ରହିଲେ । ଯେମିତି ବସର ବେଗ ଓ ଯାତ୍ରୀଙ୍କ ଭୋକ ପ୍ରତିଦ୍ବନ୍ଦିତାରେ! ନିରୀହ କଣ୍ଡକ୍ଟର ଦୋଛକିରେ ବଳିପଡୁଥିଲା! ପରିବହନର ସର୍ବମୟ କର୍ତ୍ତା ଭୂମିକାରେ ନେଇ ଥୋଇ ଆଣିପାରୁଥିଲେ। ବରିଷ୍ଠ ରଘୁନାଥ ବାବୁ ଶ୍ରୀକାନ୍ତକୁ କହୁଥିଲେ ମୁଁ ଜଣେ ମଧୁମୟ ରୋଗୀ ଡ଼ିନର କେଉଁଠି? ଆଜ୍ଞା ବ୍ୟସ୍ତ ହୁଅନ୍ତୁ ନାହିଁ ! ଅଳ୍ପ ସମୟରେ ଆମେ ପହଂଚି ଯିବା ! ତା’ବ୍ୟାଗରୁ ଫିଫ୍ଟି ଫିଫ୍ଟି ଛୋଟ ପ୍ୟାକେଟ ବଢ଼ାଇ ଦେଇଥିଲେ। ମଉସା ଗ୍ରହଣ କରିଲେ। ଯାତ୍ରୀ ସମୂହ ହାଇୱେ ଢ଼ାବା ବାଟକୁ ଚାହିଁ ବସିଲେ।
ଶ୍ରୀକାନ୍ତଙ୍କ ଆତିଥ୍ୟରେ ରଘୁନାଥ ବାବୁ ଖୁସି ବ୍ୟକ୍ତ କଲେ। କଣ୍ଡକ୍ଟର କର୍ଣ୍ଣରେ ରଘୁ ମଉସାଙ୍କ ଭୋକ ବିଚଳିତ କରିଥିଲା। ବିଶ୍ୱାଳ ବାବୁଙ୍କ ଠାରୁ ଜାଣିଲେ ୧୫ ମିନଟ ପରେ ହାଇୱେ ଢ଼ାବା ଅଡବା ! ଯାତ୍ରୀଙ୍କ ପେଟଫୁଲା ଯେମିତି ଭାଙ୍ଗିଯିବ !
ସଡକ ପଥରେ ଆକସ୍ମିକ ଦୁର୍ଘଟଣା ! ଯୁବ ବନ୍ଧୁ ଶ୍ରୀକାନ୍ତ ଓ ରମାକାନ୍ତ ଉଦ୍ଧାର ପାଇଁ ହାତ ଲମ୍ବାଇଥିଲେ। ତାଙ୍କ ପୂର୍ବ ଯାତ୍ରା ଭ୍ୟାନରେ ଛଟପଟ ହେଉଥିଲେ। କିଏ ଜାଣିଥିଲା ? ଭୋକ ଉଭାନ ହୋଇଗଲା ! ଭାଗ୍ୟକୁ ଏକ ଆମ୍ବୁଲାଏନ୍ସ ନିକଟ ରାୟଗଡା ସହର ଅଭିମୁଖେ ଗତିକରିଥିଲା। ଡ୍ରାଇଭର ବାବୁ ପୁନଃ ସଂଚାଳନ କରିବାକୁ ଲାଗିଲେ ।
ଅଡବା ଢ଼ାବା! ଅଡବା ଢ଼ାବା! ଅଡବା ଢ଼ାବା! ୩୦ ମିନଟ ବିରତି ପାଇଁ ହେଲ୍ପର ଘୋଷଣା କରିଥିଲେ। ବସ ଓ ଟ୍ରକ ସମାଗମର ଏକ ପ୍ରମୁଖ ମିଳନ। ରକ୍ଷକ ପଇଁତରା ମାରୁଥିଲେ। ତା’ହାତରେ ହାଲୁକା ଦଣ୍ଡ ଦେଖିବାକୁ ମିଳିଲା। ବାହାନ ଗୁଡିକୁ ସେ ସଜେଇବାରେ ଇସାରା ଦେଉଥାଏ।
ଆଲୋକରେ ଝଲସି ଉଠୁଥିଲା। ମୃଦୁ ସଂଗୀତରେ ଢାବା ଝୁମି ଉଠୁଥାଏ। ମେଳାର ଭ୍ରମ ସୃଷ୍ଟି କରୁଥିଲା! ଡ଼ିନର ଏକ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିଲା ।
ବୃହତ ଜଳ କୁଣ୍ଡ! କେହି କେହି ପ୍ଲାଷ୍ଟିକ ଡବାରେ ଜଳ ବ୍ୟବହାରର ଦୃଶ୍ୟ ବେଶ ହୃଦୟସ୍ପର୍ଶୀ ! ମୁକୁଳା ପର୍ବତ ଉପତ୍ୟକା ମୁକ୍ତ ଶୀତୁଆ ପବନ ବହୁଥାଏ। ଯାତ୍ରୀଙ୍କ ଖୁସିର ଝଲକ। ହାଇୱେ ଢ଼ାବା କଳ୍ପନା ନଥିଲା! ଏକ ଟାଟା ଟିଣ ଛାତ ତଳେ ପ୍ଲାଷ୍ଟିକ ଚେୟାର ଏବଂ ଟେବୁଲ ଗୁଡିକ ବିଛା ଯାଇଥିଲା। ଉଷ୍ମ ଆଲୋକ ପକାଉଥିବା ବେରଂଗ ବତୀ ଝୁଲୁଥାଏ। ବାମ ପାର୍ଶ୍ୱରେ ଢାବା ମାଲିକ ପୁଅ ଆସନ। ଆନା କହିଲେ ନାମ ବୁଝି ହେଉଥିଲା ! ତେଲୁଗୁ ସମ୍ପ୍ରଦାୟର ଓ଼ଡିଆ କଥା ସାମାନ୍ୟ ବଙ୍କା ଉଚ୍ଚାରଣ କରୁଥିଲେ ।
ଶ୍ୟାମଳ ରଙ୍ଗ ୫ଫୂଟ ୧୧ ଇଞ୍ଚ ଉଚ୍ଚ ଗଳାରେ ମୋଟା ସ୍ବର୍ଣ୍ଣ ଚେଁନ ଲମ୍ବି ଥାଏ। କଚିରେ ବ୍ରେସଲେଟ!
ମୁଣ୍ଡାଦର ତାଲିକା କାଉଣ୍ଟରରେ ଝୁଲୁଥିଲା। ଦୀର୍ଘ ତାଲିକା ଓ ବ୍ୟଞ୍ଜନ ଉପରୁ ତଳକୁ ପଢିବା ପାଇଁ ପ୍ରାୟ ୧୦ ମିନଟ ସମୟ ଲାଗିବ। ଖଡ଼ିରେ ସଂଶୋଧନ କରାଯାଇଥିଲା। ମାଛ ଥାଳି ,ଚିକେନ ଥାଳି ,ମଟନ ଥାଳି ,ଚିଙ୍ଗୁଡ଼ି ଥାଳି ,ଚିଲି ଚିକେନ ଥାଳି ,ସାଦା ଥାଳି .୫୦ ଟଙ୍କାରୁ ୩୦୦ ଟଙ୍କାରେ ଦର ଧାର୍ଯ୍ୟ। ତନ୍ଦୁର ଭାଟିର ରୁଟି ସାଙ୍ଗକୁ ତତଲା କରେଇର ତଡକା ଝୁଙ୍କ ଢ଼ାବାରେ ମହକୁ ଥିଲା ।
ଆମିଷ ନିରାମିଷ ଉଭୟ ଖାଦ୍ୟ ଉପଲବ୍ଧ ଥିଲା। ଅନ୍ନ ,ସେକା ରୁଟି ,ପରଟା,ତନ୍ଦୁର, ଆଳୁ ମୋଟର, ସାଦା ତଡକା, ଦହି ବାଇଗଣ ,ପନିର ମସଲା ,ଛତୁ ପରସୁ ଥିଲେ। ଏକାରଙ୍ଗ ପୋଷାକ ଢାବା’ର ଛାପ ଝଟକୁଥିଲା। ରୁଚି ଅନୁଯାୟୀ କୁପନ ଅପେକ୍ଷାରେ ରହୁଥିଲେ। ବନ୍ଧୁ ଦୁହେଁ ଟେବୁଲରେ ଆସ୍ଥାନ ଜମେଇଲେ। ନିଜକୁ ଆନା ଢ଼ାବା ମାଲିକ ପରିଚିତ ଦେଇ ଟେବୁଲକୁ ଆସି ଦେଖିଲେ।
ଦଉଡ଼ିଆ ଖଟ ସାଜସଜ୍ଜା ଶ୍ରୀକାନ୍ତର ମନକୁ ସ୍ପର୍ଶ କରିଥିଲା! ଖଣ୍ଡେ ଖଣ୍ଡେ କାଷ୍ଠ ଆଚ୍ଛାଦିତ ଢାବାର କୋଣ ଆସନ ଦେଖା ଯାଇଥିଲା। ହାଇୱେ ଢ଼ାବା ,ଅଡବାରେ ଡ଼ିନର ଶ୍ରୀକାନ୍ତ ଓ ରମାକାନ୍ତ ଏକ ବିରଳ ସୁଯୋଗ ପାଇଥିଲେ ।
ଦୀନବନ୍ଧୁ ମଉସା କହୁଥିଲେ, ଆମ କାଳରେ ପତ୍ରଦନା'ହିଁ ପୂଜା ପୁନେଇଁ ଓ ଭୋଜି ଭାତରେ ପ୍ରଚଳିତ ଥିଲା। ଗୋଲ ପାତ୍ରରେ ଅଧା ଡଜନ ଦନାରେ ମଟନ ହଳଦିଆ ନାଲି ମସଲା ଯୁକ୍ତ ପରସି ଦେଉଥିଲେ।
ଗ୍ରାହକଙ୍କ ମୁଖ ସେପଟକୁ ଢଳି ରହିଥିଲା। ସବୁଜପତ୍ର ଦନାରେ ମଟନ ସ୍ୱାଦ ହାଇୱେ ଢ଼ାବା ଗ୍ରହକାଙ୍କ ପ୍ରଥମ ପସନ୍ଦ ରହିଥିଲା। ଝୋଳ ଦୋହଡ଼ା ପରସି ଦେଉଥିଲେ। ଢାବାରେ ଟ୍ରକ ଓ ବସ ଲମ୍ବା ଧାଡ଼ିରେ! ଏକ ବିସ୍ମୟ ଦୃଶ୍ୟ ଲୋକଲୋଚନକୁ ଆସିଥିଲା!
ଆଜ୍ଞା! ଓଡ଼ିଶାର ଲୋକପ୍ରିୟ ଢାବା ରହିଛି। ରୟାଲ ,ପଂଜାବୀ ,ରାଜପଥ ,ଶୁଖାସିଂ,ଚୁମୁକି ,ଚିଲିକା ଓ ହାଇୱେ ଢ଼ାବା ଅଡବା ଆଦି ଯାତ୍ରୀଙ୍କ ଭାରି ପସନ୍ଦ ରହିଛି। ନାମ ଉଚ୍ଚାରଣରେ ପାଟିରୁ ଲାଳ ଗଡିବ? ତଥାପି ଆମେ ଟ୍ରକ ନିକଟରେ ନିଜସ୍ୱ ରୋଷେଇରେ ଖୁସି।
ରମାକାନ୍ତ ମନଦେଇ ସବୁ ଶୁଣୁଥିଲା। ଟ୍ରକ ରାସ୍ତାର କାହାଣୀ ସେ ବାଣ୍ଟିଥିଲେ। ସେମାନଙ୍କର କାମନା ହୃଦୟସ୍ପର୍ଶୀ। ଶ୍ରୀକାନ୍ତ ଓ ରମାକାନ୍ତ ଟ୍ରକ ଚାଳକଙ୍କ ଠାରୁ ଶିଖିଥିବା ବିଭିନ୍ନ ଖାଦ୍ୟ ଜାଣିବାକୁ ପାଇଲେ। ତାରା ମାନେ ଆକାଶକୁ ଆଙ୍କିଥିଲେ। ଭୋଜନ ନୁହେଁ। ଓଡ଼ିଶାର ଏକ ସଡକ ଯାତ୍ରାର ଅଭୁଲା ଖାଦ୍ୟର ଯାଦୁ ଏବଂ କାହାଣୀ! ବସ ହର୍ଣ୍ଣ ସଙ୍କେତକୁ ଟ୍ରକ ଚାଳକ ଅନୁଭବ କଲା। ଶ୍ରୀକାନ୍ତ ଏବଂ ତାଙ୍କର ନୂତନ ରାଜପଥ ବିସ୍ତାର କଲା, କିନ୍ତୁ "ବସଯାତ୍ରା ସାଧାରଣ ନଥିଲା, ହାଇୱେ ଢାବାର ସ୍ୱାଦ ଓ ପରିବେଶ ସହ ଏକ ଅଭୁଲା ମୁହୂର୍ତ୍ତ ଯୋଡି ହୋଇଗଲା ।,"ଏଇତ ଡିନର! ହାଇୱେ ଢ଼ାବା ଖାଦ୍ୟର ବାସ୍ନା ଯୋଡି ହୋଇଥିଲା !
ଅର୍ଦ୍ଧରାତ୍ର ରାୟଗଡା ଆଇଏସବିଟିରେ ମୁନିପାନ ଦୋକାନରେ ଅସମ୍ଭାଳ ଭିଡ! ଚାହା’ପିଆ ଆସର! ବିଶ୍ୱାଳ ଚାଳକ ବିଶ୍ରାମ ନେଲେ। ଯୁବ ଡ୍ରାଇଭର ସଦାନନ୍ଦ ଅବଶିଷ୍ଟ ଯାତ୍ରା ବଢାଇଲେ।
ଶୀତୁଆ ରାତିର ପ୍ରକୋପ ବଢିଥାଏ । ଦେଓମାଳୀ ଉପତ୍ୟକା ସଡ଼କରେ ଗଡୁଥାଏ । କୋରାପୁଟ ସହର ଭୌଗଳିକ ସୀମାକୁ ସ୍ପର୍ଶ କରିଥିଲା। ପାହାନ୍ତିଆ ପ୍ରହରୀରେ ସଜାଗ ଯବାନ ରହିଥିଲେ । ଅଧାଅଧି ଯାତ୍ରୀ ସହରରେ ନିଜ ନିଜର ଜିନିଷ ବୋହି ନେଉଥିଲେ । କାଁଭାଁ ସମ୍ପର୍କୀୟ ସ୍ୱାଗତ ପାଇଁ ଅପେକ୍ଷା ମୁଦ୍ରାରେ ବସ ଦ୍ୱାରା ନିକଟରେ ଜମାଥିଲେ। କୋରାପୁଟିଆ କଫିର ସ୍ଵାଦରେ ଅପ୍ରମିତ ଗରାଖ ! ରମାକାନ୍ତ ସବୁ ଦେଖୁ ଥିଲେ ।
ପାପୁଲିରେ ସ୍ୱାଗତ କରୁଥିଲେ! ସମ୍ପର୍କର ଭାବନା କେତେଯେ ଗଭୀର ଅନୁମାନ । ରାତ୍ର ପାହି ପାହି ଉଜ୍ୱଳ ହେଉଥିଲା ଯାତ୍ରୀ କମି କମି ସେତିକି ଆସୁଥିଲା । ସୁନାବେଢା ଆଇଏସବିଟି ମାତ୍ର ୧୮ କିଲୋମିଟର ଦୂର ରହିଥାଏ । ସକାଳୁଆ ଉଦିତ ସୂର୍ଯ୍ୟର ଆଲୋକ ଛିଟା ପଡୁଥାଏ । ଜନଜାତି ତାଙ୍କ ପାରମ୍ପରିକ ପୋଷାକରେ କର୍ମକ୍ଷେତ୍ର ମୁହାଁ।
ପ୍ରତିଟି ସ୍ୱାଦର ଅଙ୍ଗୀକାରବଦ୍ଧ। “ହାଇୱେ ଢ଼ାବା”, ଅନନ୍ୟ!ମାନବିକତାର ସମ୍ପୃକ୍ତି ଯୁବବନ୍ଧୁଙ୍କ ସ୍ମରଣୀୟ। ସେ “ଏକ ସ୍ୱାଦର ଶିକ୍ଷା ଓ ଏକ ସୁନ୍ଦର ସପନ”,।
ହାଇୱେ ଢ଼ାବା (ଗଳ୍ପ ସଂଖ୍ୟା -୬)
(ରଚୟିତା-ଦିଲିପ କୁମାର ନାୟକ)




Nice one 🤌
ReplyDeleteThanks for your comment
DeleteLets enjoys the Deomali hill views
ReplyDelete