ହାଃ ହାଃ ହାଃ! ଧ୍ୱନି ଶୁଭୁ-ନଥିଲା! ମଙ୍ଗଳା, ଗୌରୀ ପର୍ବତ ଉହାଡ଼ରୁ ହୁକେହୁଆ ,ହୁକେହୋ ବୋବାଳି ଶୁଭୁଥିଲା। ଦଳ ଦଳ ତୀର୍ଥ ଯାତ୍ରୀ କିଏ’ତ ବୁଦ୍ଧଗୟା। ବିଷ୍ଣୁ ପାଦ (ଗୟାସୁର ଦମନ) ମନ୍ଦିର, ଗୟାପିଣ୍ଡ ଦାନପାଇଁ ଫଲୁଗୁ ନଦୀ ଘାଟ ,ତା’ଠୁ ବଳିଗଲେ ଗୋଲେଇ ଛକର ଘୋଘା! ଅପାସୋରା ଦୃଶ୍ୟ!ଯାତ୍ରା ଜଗତ ନାଟକର ସଂଳାପ ନଥିଲା! ଗୟା ଅସୁର’ର ଅସଲି ପଦ ତ୍ରେତୟା ଯୁଗର କାହାଣୀ ଜଡିତ ! ତୀର୍ଥ ପଥ ପ୍ରାନ୍ତର ଇସାରା ଦେଉଥିଲା।
👉ବିହାର ରାଜ୍ୟ ରାଜଧାନୀ ପାଟଣା ଠାରୁ ୧୧୬ କିଲୋମିଟର ଦୂର। ସଡକ ରେଳ ,ତାରାପଥର ଅପୂର୍ବ ସଂଯୋଗ ଐତିହାସିକ ପର୍ଯ୍ୟଟନ ସ୍ଥଳ। ତୀର୍ଥକ୍ଷେତ୍ର ପାଇଁ ଅପାର ପ୍ରାଚୁର୍ଯ୍ୟ। ପୂର୍ବ ପାର୍ଶ୍ୱରେ ଫଲଗୁ ନଦୀ। ମନ୍ଦିର ଧାଡି ଧାଡି ,ସୀତା କୁଣ୍ଡ ତୀର୍ଥ କ୍ଷେତ୍ର ବିଜେ। ପ୍ରତିଟି ହିନ୍ଦୁଙ୍କ ହୃଦୟରେ ସିନ୍ଧୁ! ତତୋଧିକ ଗୟାସୁର ଦମନରେବିଷାଦଗ୍ରସ୍ତ।
👉କିମ୍ବଦନ୍ତୀ ଯୋଡି ରହିଛି। ଏକଦା ଗୟାସୁର ସ୍ଵକୁକର୍ମ ପାଇଁ ଅନୁତପ୍ତ। ଭଗବାନ ବିଷ୍ଣୁଙ୍କ କୃପାରେ ଧାର୍ମିକ ଶରୀର ବହନ କରି ପ୍ରସ୍ତର ଏକାଧିକ ପର୍ବତ ମଙ୍ଗଳ ,ଗୌରୀ ,ରାମ ଶିଳା,ଶ୍ରୀଙ୍ଗା ଅଦ୍ୟାବଧି ଗୟା ଭୌଗଳିକ ଗଣ୍ଡିରେ ଦୃଶ୍ୟମାନ। ଯାହା ପଦ୍ମ ପୁରାଣ ଓ ବାୟୁ ପୁରାଣରେ ବର୍ଣ୍ଣିତ।
👉ଗୟାର ଶାସନ ଡୋରି ଏକଦା ଶିଶୁନାଗ ରାଜବଂଶ, କିକାଟା ରାଜ୍ୟ ୩୨୧ -୧୮୭ ମୌର୍ଯ୍ୟଙ୍କ କବଳିତ ରହିଥିଲା। ଖ୍ରୀପୂ ୫୧୯ ରେ ରାଜା ବିମ୍ବିସାର, ନନ୍ଦ ରାଜବଂଶ ଖ୍ରୀପୂ ୩୪୫ -୩୨୧, ସମ୍ରାଟ ଅଶୋକା ଖ୍ରୀପୂ ୨୭୨ –୨୩୨ ରାଜତ୍ୱର ସୂଚନା ସ୍ପଷ୍ଟ ଭାବରେ ବିଦିତ। ଗୟା ପୁରୀ ନାମରେ ପରିଚିତ। ଐତିହ୍ୟକୁ ନେଇ ମହାଭାରତ ପୁରାଣରେ ଉଲ୍ଲେଖିତ। ଏବର ଗୟା ୨ହଜାର ୪ ଶହ ବର୍ଷର ଇତିହାସ ସହ ଜଡିତ।
👉ଗୟା ଯିବୁ ଗୟା ଯିବୁ କହି କହି କେତେ ବର୍ଷରୁ ଜପାମାଳି କରୁଥିଲୁ। ବିଶ୍ୱମହାମାରି କଟକଣା କୋହଳ ପରେ ପାଦ କାଢ଼ିଲୁ। ପାହାନ୍ତାରୁ ସସ୍ତ୍ରୀକ ଉଷୁମ ଜଳରେ ଗାଧୁଆ ପାଧୁଆ ସାରିଲୁ। ନମସ୍ତେ ହୋଟେଲ ଲିଫ୍ଟରେ ତଳମହଲାରେ ପାଦ ଦେଲୁ। ୬ ଅପ୍ରେଲ ୨୦୨୩ ରେ ସତ୍ୟତା ପଥରେ ଅଟୋ ଛୁଟିଲା। ମୋ ସାଥିରେ ମିନତୀ ପାଦ ପକାଉଥିଲେ। ଗୋଲ ବଗିଚା ଚୌକ,ଗୌତମ ବୁଦ୍ଧ ସଡ଼କ, ଗଳି ଗଳି ୫ କିଲୋମିଟର ଦୂର। ମା ସର୍ବମଙ୍ଗଳା ଗୌରୀ ପର୍ବତ ମୁହାଁ ଅଟୋ ଛୁଟିଥିଲା। ସୁଧୀର ବିହାରୀ ଚାଳକ ସ୍ଥାନୀୟ ସଡ଼କରେ ପାରଙ୍ଗମତା ଢେର ରହିଥାଏ ।
👉ପର୍ବତ ପର୍ବତ , ପାହାଚ ପାହାଚ ,୨୦୧ ଗଣତିରେ ଉର୍ଦ୍ଧ୍ୱକୁ ଗଢା ହୋଇଥିଲା। ଶିଖରରେ ଗୌରୀ ମନ୍ଦିର ଦେଖିଲୁ। ଗୁମ୍ଫା ସଦୃଶ୍ୟ ! ନିର୍ଜୀବ ଶିଳା ଶିଖରରେ,ଗାଥା ଲମ୍ବିଥିଲା। ତ୍ରେତୟାଯୁଗ ଦକ୍ଷ ପ୍ରଜାପତି, ସତୀ, ଶଙ୍କରଙ୍କ ଗାଥା । ଏଠି ସତୀଙ୍କ ସ୍ତନ ପୂଜିତ। ଅନେକ ଶ୍ରଦ୍ଧାଳୁଙ୍କ ସହ ଚୂଳରେ ଦେଖା ହେଲା। ଶକ୍ତି ପୀଠ ୨ଟି ପଦ କର୍ଣ୍ଣରେ ପଡୁ ପଡୁ ଧାର୍ମିକ ଭାବନାରେ ଯୋଡ଼ି ହେଲୁ। ୧୮ ମହାଶକ୍ତି ପୀଠ ମଧ୍ୟରୁ ଅନ୍ୟତମ। ବାୟୁ ପୁରାଣ,ପଦ୍ମ ପୁରାଣରେ ଲିପିବଦ୍ଧ। ଏବର ମନ୍ଦିରଟି ତ୍ରୟୋଦଶ ଶତାଦ୍ଦୀର।,ବାବା ଦାଣ୍ଡି ସ୍ୱାମୀଙ୍କ( Maadho Giri Ji Maharaj) ଦ୍ୱାରା ସମ୍ପର୍ଣ୍ଣ ହୋଇଥିଲା।
ଚାରି ପାଖରେ ୯ ଗୋଟି ଦେବା ଦେବୀଙ୍କ ଦର୍ଶନ। ପାର୍ଶ୍ୱରେ ମାତା କାଳୀ, ଦୁର୍ଗା ଦେବୀ, ଶ୍ରୀ ଗଣେଶ , ଶ୍ରୀ ହନୁମାନ ମୂର୍ତ୍ତି ଦର୍ଶନ କଲୁ । ପାଣ୍ଡବ ପୁତ୍ର ଭୀମଙ୍କ ପ୍ରତିକୃତି ଦେଖିଲୁ। ଗର୍ଭ ଗୃହରେ ଅହରହ ଅଖଣ୍ଡ ଦ୍ବୀପ ଜଳୁଥିଲା। ପିପ୍ପଳ ବୃକ୍ଷକୁ ଶ୍ରଦ୍ଧାଳୁ ଜଳ ଆଞ୍ଜୁଳା ଆଞ୍ଜୁଳା ଅର୍ପଣ କରୁଥିଲେ।
👉ମିନତୀ ଘେରା ମାରୁଥାଏ । ଚୂଳରୁ ଗୟା ସହର ମନୋରମ ଦୃଶ୍ୟ ଆକର୍ଷିତ କରିଥିଲା। ସୁନ୍ଦର ଶିଳ୍ପ କଳାର ନିଦର୍ଶନ । ପାର୍ଶ୍ୱ ଦେବା ଦେବୀଙ୍କ ମୂର୍ତ୍ତିର କାରୁକାର୍ଯ୍ୟ ଅଭିଭୂତ ହେଲୁ। କିଛି ସମୟ ପର୍ଯ୍ୟନ୍ତ ମିନତୀ ମହାଶୂନ୍ୟକୁ ଚାହିଁ ରହିଲେ। ଅଧିକାଂଶ ରମଣୀ ଶକ୍ତି ପୀଠରେ ଗୁହାରି ପଡୁଥିଲେ । ବୋଧେ ପରିବାରର ମଙ୍ଗଳ କାମନା ପାଇଁ ଆଶିଷ ଲୋଡୁଥିଲେ।
👉ତତଲା ପ୍ରସ୍ତର ଗ୍ରୀଷ୍ମ ଆକାଶରେ ପ୍ରଖର କିରଣ ଭକ୍ତ ଭଗବାନଙ୍କ ଏକ ପରୀକ୍ଷାର ଭ୍ରମସୃଷ୍ଟି କରୁଥିଲା। ଆଶିଷ ନେଇ ପର୍ବତ ପାଦ ଦେଶରେ ଦ୍ଵିତୀୟ ମନ୍ଦିର ଦର୍ଶନ ପାଇଁ ସଳଖ ମାର୍ଗରେ ସୁଧୀର ତା’ଅଟୋକୁ ଦୌଡ଼ାଇଲା। ଗୟା ଧାମରେ ଗୋଟିଏ ମନ୍ଦିର ଦର୍ଶନ ପରେ ଅନ୍ୟଟିଏ ଯୋଡି ହେଉଥିଲା। ଭୋକ ନା ଉପାସ ! ସବୁ ଈଶ୍ୱରଙ୍କ ଯେମିତି ଏକ ଆଲୋକର ପ୍ରେରଣା ପଥରେ ଅଜାଡି ହୋଇଥିଲା ! କେବଳ ପୁଣ୍ୟହିଁ ପୁଣ୍ୟ ଗୟା ମାଟିର ଆକର୍ଷଣ। ଜୀବନ୍ତ ଓ ପିତୃ ପୁରୁଷଙ୍କ ଦୋ -ଛକିରେ ଏକ ପୁଣ୍ୟ ଧାମ। ପାପ ପଖାଳିବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳେ ସସ୍ତ୍ରୀକ ଅଂଶ ନେଇଥିଲୁ।
👉ଧାଡିରେ ମାଳ ମାଳ ଅଟୋ, ଟ୍ରାଫିକ ବେଫିକର! ତୀର୍ଥ ଯାତ୍ରୀଙ୍କୁ ଦେଖିଲୁ ,ଲକ୍ଷ୍ୟ ଦର୍ଶନ ବିଷ୍ଣୁ ପାଦ ମନ୍ଦିର -୮୨୩୦୦୧,ଜୋତା ଛତା,ସେଲ ଫୋନ,ମନ୍ଦିର ଷ୍ଟଲରେ ଜମା ଦେଲୁ। ଦୀପାଳି,ସଳିତା ,ଘିଅର ଅପାର ଷ୍ଟଲ,ଧୂପର ମହକ ବେଢ଼ାରୁ ଉର୍ଦ୍ଧ୍ୱମୁଖୀ ନିୟତିର ନିୟମକୁ ମୁଣ୍ଡ ପାତିଥିଲା। ଭକ୍ତି ଭାବନାରେ ମୁଖରିତ ଜୁଡୁବୁଡୁ ଦେଶ ଅନୁକୋଣରୁ ଯାତ୍ରୀ ଛାଣି ହୋଇ ମନ୍ଦିର ପାଦ ଦେଶରେ।
👉ମୁକୁଳା ଆକାଶ ତଳେ ଗୟା ଧାର୍ମିକ ସ୍ଥଳରେ ଅଧିଆ ପଡ଼ିଲୁ। ମିନତୀ ଧ୍ୟାନ ମୁଦ୍ରାରେ ମଗ୍ନ। ଖୁସି ମହଣ ମହଣ ଅନୁଭବ କଲୁ । ଏଇଟି ଦୁହିଁଙ୍କ ପ୍ରଥମ ଭ୍ରମଣ ଗୟା ତୀର୍ଥ ଯାତ୍ରା ରହିଥିଲା । ଗୟା ଦି- ପଦ ହିନ୍ଦୁଙ୍କ ଅତୁଟ ବିଶ୍ୱାସ ଏବେବି ଜାଗ୍ରତ । ଶ୍ରଦ୍ଧାଳୁଙ୍କ ବହଳ ବେଢାରେ ପାହାମୁଣ୍ଡି ପଡୁଥିଲେ। ମୁଖ ମଣ୍ଡଳରେ କେଇ ପଦ ଶୁଭୁନଥିଲା । ଘଣ୍ଟି ଘଣ୍ଟ ତୂରୀ ଶବଦରେ ଉଛୁଳି ପଡୁଥିଲା। ଦୁହେଁ ବେଢାରେ ୩ଥର ପ୍ରଦକ୍ଷିଣ କଲୁ। ଗୟା ପଣ୍ଡାଙ୍କ ଦର୍ଶନ ପାଇଲୁ। ସସ୍ତ୍ରୀକ ଧନ୍ୟ ମନେକଲୁ।
ଏବର ବିଷ୍ଣୁ ମନ୍ଦିରଟି ୧୭୮୭ ମସିହାରେ ଦେବୀ ଅହଲ୍ୟା ହଲେକରଙ୍କ ଦ୍ୱାରା ସ୍ଥାପିତ। ୧ ହଜାର ଗ୍ରାନାଇଟି ଗ୍ରେ ରଙ୍ଗର ପ୍ରସ୍ତର କାରୁକାର୍ଯ୍ୟ ଉକୁଟି ମାରୁଥିଲା। ମନ୍ଦିର ଉଚ୍ଚା ୩୦ ମିଟର ୮ ଥାକିଆ ଚୂଳ ଦେଖିଲୁ। ୫୧ କିଲୋଗ୍ରାମ ସ୍ଵର୍ଣ୍ଣରେ ଚୂଳ ଖଚିତ । ଗର୍ଭ ଗୃହରେ ୯ଟି ଚିହ୍ନ ଦେଖି ହେଉଥିଲା । ଶଙ୍ଖ ଚକ୍ର ,ଗଦା ,ଅନ୍ୟତମ। ବିଷ୍ନୁଙ୍କ ପାଦ ଚିହ୍ନ ୪୦ ସେଣ୍ଟି ମିଟର ଧର୍ମଶିଳା ନାମରେ ପ୍ରସିଦ୍ଧ। ଦୁହିଁଙ୍କ ପ୍ରଥମ ମନ୍ଦିର ଦର୍ଶନ। ଶିଖର କଳାକୃତି ,ଅବିସ୍ମରଣୀୟ ଦୃଶ୍ୟ ଅବର୍ଣ୍ଣନୀୟ। ଅନ୍ତରେ ଭାସ୍କର୍ଯ୍ୟ ଓ ସ୍ଥାପତ୍ୟକୁ ଭଲ ପାଇ ବସିଲୁ।
👉କିମ୍ବଦନ୍ତୀ କୁହେ ,ଏକଦା ଗୟାସୁର ଦୃଷ୍ଟ ଶାସନରେ ତ୍ରାହି ତ୍ରାହି ଡାକ ପକାଇଲେ। ଭଗବାନ ବିଷ୍ଣୁ ଗୟାସୁର ଛାତିରେ ଦଳି ଦେଲେ। ସେ ପାଦ ବିଷ୍ଣୁ ପାଦ ମନ୍ଦିର ନାମରେ ଆରାଧନା କରିବାକୁ ଲାଗିଲେ। ତ୍ରେତୟାରୁ କଳି ଯୁଗରେ ପୂଜା ଅର୍ଚ୍ଚନା କ୍ରମେ ପ୍ରଚଳିତ । ଆମେ ଚକିତ ହେଲୁ। କିପରି ସମ୍ଭବ ! ନିଜ ଆଖିରେ ପାଦ ଚିହ୍ନ ଦର୍ଶନ କଲୁ। ଜନମାନସରେ ସ୍ଥଳଟି ସମୃଦ୍ଧି ଶାନ୍ତିର ପ୍ରତୀକ ଭାବରେ ଖ୍ୟାତ।
👉ଗୟାସୁର ଆହାର ପାଇଁ ଭଗବାନ ବିଷ୍ଣୁ ନିବେଦନ କଲେ, ତଥାସ୍ତୁ ଏକ ନିର୍ଭର ଯୋଗ୍ୟ ଭରଷା ପ୍ରଦାନ କଲେ। କେହିନା କେହି ଶ୍ରଦ୍ଧାଳୁ ଖାଦ୍ୟ ତାଙ୍କୁ ପ୍ରଦାନ କରିବେ। ଯେଉଁ ମାନେ ଦାନ କରିବେ ସେମାନଙ୍କ ଆତ୍ମା ସ୍ୱର୍ଗ ଲୋକରେ ପହଂଚିବ। ଯେଉଁ ଦିନ ଖାଦ୍ୟର ଅଭାବ ଉପୁଜିବ? ସେ ଧରା ବକ୍ଷକୁ ପୁଣି ବାହୁଡ଼ିବେ। ଅଦ୍ୟାବଧି ଗୟାସୁରଙ୍କ ପୂଜା ପରମ୍ପରା ଭୋଗ ଦାନ ପ୍ରଚଳିତ।
କଥା ଅନୁସାରେ ଆମେ’ତ ଭୋଗ କଲୁ। ଆଜି ଗୟାସୁର ଧରାପୃଷ୍ଠକୁ ବାହୁଡିବେନି । ଯଦି କାଲିକି ଆସିବେ! କଣ ହେବ ! ମିନତୀ ହେତୁ ପକାଇଲେ ଫଲଗୁ ନଦୀ ! ଫଲଗୁ ନଦୀ ! ଗୟାପିଣ୍ଡ ଦାନ ! ଦୁହେଁ ପାଦ ଚଲାରେ ଫଲଗୁ ନଈ କୂଳକୁ ବଢ଼ିଲୁ।
ବିଷ୍ଣୁ ପାଦ ମନ୍ଦିର :ଏକ ଆଧ୍ୟାତ୍ମିକ ଯାତ୍ରା ( Gaya Vishnu Pad Temple : A Spiritual Journey)
(ରଚୟିତା-ଦିଲିପ କୁମାର ନାୟକ)

.jpeg)


❤️
ReplyDeleteThank you
DeleteBahut sundar lekha
ReplyDelete"Appreciate that !"
DeleteMemories of Visting this serene place got refreshed. When we visited there we were lucky to watch how the priest took the foot impression of Lord Vishnu on a white cotton cloth using sandlewood paste for a devotee.. beautiful to watch.
ReplyDelete"Much appreciated,"
Delete