ପବିତ୍ର ଫଲଗୁର ପୁନରୁଦ୍ଧାର :ଏକ ପାରିବାରିକ ଯାତ୍ରାର ଅନୁଭୂତି “Reviving the Sacred Falgu : A Family’s Journey of Experiences”.
ଦେବଘାଟ ଗୟା ଓଡ଼ିଶା ଭବନରେ ପିଣ୍ଡ ଦାନ ପାଇଁ କଥା ଦେଲୁ। ତିଖ ପାହାଚ ନୀଳରଙ୍ଗ କାନ୍ଥରେ ବୋଳି ହୋଇଥିଲା। ମିନତୀ ବାହୁଡ଼ି ବାହଡ଼ି ଅନାଉ ଥିଲେ । ପାହାଚ ପରେ ପାହାଚ ସମତଳ ଚଟାଣ। ଫଲଗୁ ନଦୀ। କିଏ କହୁଥିଲେ ନିରଞ୍ଜନା ଅବା କିଏ ସଂସ୍କୃତରେ ଲିଲାଜନ ନଦୀ କହୁଥିଲେ। ଓଡ଼ିଆ ଶ୍ରଦ୍ଧାଳୁଙ୍କ ପ୍ରିୟ ଭାଲୁକି ନଦୀ। ଗୋଟିଏ ନଦୀ ନାମ ଅନେକ!
ଏକଦା ବିହାର ଝାଡଖଣ୍ଡ ଦ୍ଵୟରାଜ୍ୟ ପର୍ବତ ମାଳରୁ ଦି-ଟି ଝରଣା ନିରଞ୍ଜନା ଓ ମୋହନ ମିଳନରେ ଫଲଗୁ ୨୩ ମିଟର ବ୍ୟସାର୍ଦ୍ଧ .୩ କିଲୋମିଟର ବୁଦ୍ଧଗୟା ଦକ୍ଷିଣ ଦିଗରେ ପ୍ରବାହିତ.। ଉତ୍ତର ପୂର୍ବ ଦିଗକୁ ଗୟା ନଗର ମୁହାଁ ଆବୁଡ଼ା ଖାବୁଡ଼ା ପ୍ରସ୍ତର ଶଯ୍ୟା। ବିଷ୍ଣୁ ପାଦ ମନ୍ଦିର ପାର୍ଶ୍ୱରେ ତା'ଶଯ୍ୟାକୁ ୮୨୦ ମିଟରକୁ ବୃଦ୍ଧି ଘଟିଲା। ବିହାର ରାଇଜରେ ୧୩୫ କିଲୋମିଟର ଅତିକ୍ରମ କରି ପୂନୁପୂନୁ ନଦୀରେ ସମର୍ପଣ କଲା।.ପୂନୁପୂନୁ ମାତା ଗଙ୍ଗାରେ ନିଜକୁ ସମର୍ପଣ କଲା।
👉ପଥୁରିଆ ତା’ଶଯ୍ୟା ଶୁଖିଲା ବର୍ଷା ଦିନରେ ଉପରେ ଜଳ ଦେଖିବାକୁ ମିଳିଥାଏ। ଅନ୍ୟ ଦିନରେ ଜଳ ନିମ୍ନଗାମୀ ସୀତାଙ୍କ ଅଭିଶାପର ପରିଣାମ ଆଖିରେ ଦେଖିଲୁ। ନଦୀ ନୁହଁ ଏକ ପ୍ରବାହ ମାନ ଜୀବନ। ଧର୍ମ ,ପ୍ରଥା ,ପରମ୍ପରା ହିନ୍ଦୁ ବୌଦ୍ଧ ,ଜୈନଙ୍କ ପବିତ୍ର ସ୍ଥଳ ମୋକ୍ଷ ପ୍ରାପ୍ତର ମାର୍ଗ। ଭୂତତ୍ତ୍ୱ ପଣ୍ଡିତଙ୍କ ମତରେ ଜଳ ଶଯ୍ୟା ନିମ୍ନଗାମୀ ସହ ପଥୁରିଆ ଢାଲୁ ଅଂଚଳ। ଗୟାରେ ଜଳକ୍ଲିଷ୍ଟର ଅନ୍ୟ ଏକ କାରଣ।

👉ଫଲଗୁର ଗୁମର କିମ୍ବଦନ୍ତୀ ଲମ୍ବିଥିଲା ତ୍ରେତୟା ଯୁଗକୁ। ଏକଦା ଦଶରଥଙ୍କୁ ପିଣ୍ଡଦାନ ନିମନ୍ତେ ରଘୁକୁଳ ନନ୍ଦନ ଭଗବାନ ଶ୍ରୀରାମ ମାତା ସୀତା ଅନୁଜ ଲକ୍ଷ୍ମଣ କୁମାର ଗୟା ଫଲଗୁ କୂଳରେ ଶିବିର ପକାଇଲେ। ପିତୃଶ୍ରାଦ୍ଧ ପାଇଁ ସ୍ନାନ ,ଚାଉଳ,ରାଶି ପୂଜାଦି ସାମଗ୍ରୀ ଯୋଗାଡ କରୁ କରୁ ବିଳମ୍ବତ ହେଲା।
👉ଆକାଶରୁ ଅଭୟ ବାଣୀ ସୀତାମାଙ୍କୁ ଶୁଭିଲା ପିଣ୍ଡଦାନ କର ପିଣ୍ଡ ଦାନ କର। ସୀତାମା ଉପରକୁ ଚାହିଁ ବସିଲେ ସ୍ୱୟଂ ଦଶରଥ ଶଶୁର ! ମୋ ପୁତ୍ର ଗଲେ କୁଆଡେ ସୀତା ,କହୁ କହୁ ସେ ପିଣ୍ଡ ମାଗିଲେ। ସୀତା କଣ କିପରି ଅର୍ପଣ କରିବେ? ଶେଷରେ ଫଲଗୁ ନଦୀର ବାଲୁକା ଆଞ୍ଜୁଳାଏ ଅର୍ପଣ କଲେ । ଦଶରଥ ଖୁସି ମନରେ ସ୍ୱର୍ଗକୁ ଗମନ କଲେ।
👉କିଛି ସମୟ ପରେ ଭାତୃଦ୍ବୟ ମହାଆଡମ୍ବରରେ ପୁନଃ ଶ୍ରାଦ୍ଧ ଆହ୍ୱାନ କଲେ। ବହୁ ବିଳମ୍ବ ଘଟିଲା। ଦଶରଥ ପିଣ୍ଡଦାନ ଗ୍ରହଣ ପାଇଁ ଆସିନଥିଲେ। ଶ୍ରୀରାମ ଆଶ୍ଚର୍ଯ୍ୟ ପ୍ରକଟ କଲେ! ପ୍ରାଣପ୍ରିୟଃ ପତ୍ନୀଙ୍କୁ ପ୍ରଶ୍ନ କଲେ ? ସୀତା ମାତା ସତ୍ୟ ବୃତ୍ତାନ୍ତ ଗୋଟି ଗୋଟି କରି ଉପସ୍ଥାପନା କଲେ।
👉ପଞ୍ଚସାକ୍ଷୀ : ( ୧ ) ପ୍ରଥମ ଆର୍ଯ୍ୟାବର୍ତ୍ତ (୨ ) ଦ୍ଵିତୀୟ ଫଲଗୁ ନଦୀ (୩ ) ତୃତୀୟ ଗୋମାତା ( ୪ ) ଚତୁର୍ଥ ତୁଳସୀ ବୃକ୍ଷ (୫ ) ପଞ୍ଚମ ଗୟା ବ୍ରାହ୍ମଣ ସମ୍ଲେନରେ ୫ଟି ସାକ୍ଷୀ ରହି ଥିଲେ।
👉ପ୍ରଥମ ଆର୍ଯ୍ୟାବର୍ତ୍ତ : ପ୍ରଭୁ ଜଣ ଜଣକୁ ବୁଝିଲେ ଆର୍ଯ୍ୟବତ୍ତ ସୀତାମାଙ୍କ କଥାକୁ ଭଗବାନଙ୍କୁ ସତ ଓଗାଳିଲେ ।
👉କ୍ରମାନୁସାରେ ବୁଝିନେଲେ ଜଣକ ପରେ ଅନ୍ୟ ୪ ଜଣ ମିଛ ଓଗାଳିଲେ। ଭଗବାନ ବିସ୍ମିତ ହେଲେ। ଶ୍ରୀ ରାମ ସୀତାଙ୍କ କଥାରେ ତାଳ ମେଳ ରହିନଥିଲା ! ସୀତାଙ୍କ କ୍ରୋଧ ବଢ଼ିଲା। ସତୀ ପଣକଲେ ,ମିଛ ଓଗାଳିଥିବାଙ୍କୁ ଦଣ୍ଡ ସ୍ୱରୂପ ଅଭିଶାପ ଦେଲେ । କେବଳ ଆର୍ଯ୍ୟବର୍ତ୍ତ ବଟ ବୃକ୍ଷକୁ ଆଶୀର୍ବାଦ ପ୍ରଧାନ କଲେ ।
ଭିନ୍ନ ଭିନ୍ନ ଅଭିଶାପ ! ତ୍ରେତୟା ଯୁଗର ସ୍ପର୍ଶ କାତର ଧାର୍ମିକ କାହାଣୀ ହିନ୍ଦୁ,ବୌଦ୍ଧ ,ଜୈନ ଶ୍ରଦ୍ଧାଳୁଙ୍କ ଅତୁଟ ବିଶ୍ୱାସ ଦେଖିଲୁ। କିଏ କଣ ପାଇଲେ ? ତାର ପ୍ରାସଙ୍ଗିକତା କଣ ରହିଛି ? ଦୁହେଁ ଫଲଗୁ କୂଳରେ ସନ୍ଧାନ କଲୁ।
👉ଦେବଘାଟ ମୁଖିଆ ଗୟା ମାହାତ୍ମ୍ୟ ସୀତାଙ୍କ ଅଭିଶାପ ଓ ଆଶୀର୍ବାଦ ବୃତ୍ତାନ୍ତ ବଖାଣିଲେ। (୧) ବଟବୃକ୍ଷଙ୍କୁ ଅମରବର ଆଶୀର୍ବାଦ ପ୍ରଦାନ କଲେ। ତା ସାଙ୍ଗକୁ ସାଙ୍ଗକୁ ସଦା ସର୍ବଦା ଶ୍ରଦ୍ଧାଳୁଙ୍କ ଦ୍ୱାରା ପୂଜା ପାଉଥିବେ। ସତ କହିଥିବାରୁ ମାତା ସୀତା ପୁରସ୍କାର ରୂପରେ ବରଦାନ ପ୍ରଦାନ କଲେ । ଅଯୋଧ୍ୟା ଦେଶରେ ବାର୍ତ୍ତାଟି ପ୍ରଘଟ ହେଲା।
👉(୨) ତାପରେ ଫଲଗୁ ନଦୀର ପାଳି ,ମାତା ଜଳଭରା ନଦୀ ନିମ୍ନଗାମୀ ଶୁଷ୍କ ଅଭିଶାପ ପ୍ରଦାନ କଲେ। ବର୍ଷା ଋତୁ ବ୍ୟତିରେକ ବର୍ଷର ଅନ୍ୟ ଦିନରେ ଶୁଖିଲା ପଡିବ! ଆମ ମନରେ ପ୍ରଶ୍ନ ଉଙ୍କିମାରିଲା ! କିପରି ଏହା ସମ୍ଭବ? ଆଖିରେ ଦେଖିଲୁ । ତୋ ଜଳ ନିମ୍ନଗାମୀ ହେବ,ବର୍ଷା ଦିନ ବ୍ୟତୀତ ଶଯ୍ୟା ବାଲୁକା ଶୁଷ୍କ ରହିବ। ସତରେ ସ୍ରୋତ ନଥିଲା ! ଜଳ ନଥିଲା! ନୌକା ଦେଖିବାକୁ ବିରଳ ! ସେଥିପାଇଁ ତଦୁହିଁଙ୍କ ଭ୍ରମଣ ସ୍ଵଚକ୍ଷୁରେ ଦେଖିଲୁ ଫଲଗୁ ନଦୀ ଶୁଖିଲା। ସୀତାଙ୍କ ଅଭିଶାପ କେତେ ଭୟଙ୍କର ଅବିଶ୍ୱାସ ହେଲବି ସତ। ସତ ଘଟଣା। ଏଥିପାଇଁତ ଶ୍ରଦ୍ଧାଳୁ ଫଲଗୁ ନଦୀ କୂଳକୁ ଶୁଖିଲା ବାଲିରେ ଗୟା ପିଣ୍ଡ ଦାନ କରି ପିତୃ ପୁରୁଷଙ୍କ ଆତ୍ମାର ଶାନ୍ତି କାମନା କରନ୍ତି।
👉(୩) ତୃତୀୟରେ ତୁଳସୀ ବୃକ୍ଷ ପାଳି , ସତୀ ସୀତାଙ୍କ ଅଭିଶାପରେ ତୁଳସୀ ବୃକ୍ଷ ଅଂଚଳରୁ ଉଭାନ୍ନ ହୋଇଗଲେ। ଗୟା ଆଖପାଖ ଇଲାକାରେ ତୁଳସୀ ବୃକ୍ଷ ଦେଖିବାକୁ ମିଳି ନଥିଲା! ତୁଳସୀ ବୃକ୍ଷ ଗୟା ଅଂଚଳରେ କିଏ ଦେଖିବେ ନା ପୂଜା କରିବେ। ସତରେ ଗୟା ଭୌଗଳିକ ଗଣ୍ଡିରେ ତୁଳସୀ ବୃକ୍ଷ ଦେଖିବାକୁ ପାଇଲୁ ନାହିଁ ।
👉(୪) ଗୋମାତା ଓ ଗୟା ବ୍ରାହ୍ମଣଙ୍କ ପାଳି ,ସୀତା ମାତା କଣ କଣ ଅଭିଶାପ ଦେଲେ। କିଛି ମୁହୂର୍ତ୍ତ ଅଟକି ମୁଖିଆ ସୀତାଙ୍କ ଅଭିଶାପ ବଖାଣିଲେ। ଗୋମାତାଙ୍କୁ ସାମ୍ନା ଭାଗରେ ପୂଜା ପଦ୍ଧତି ବଦଳରେ ପଛ ପାର୍ଶ୍ୱରେ ପୂଜିତ ପାଇଁ ସଂକଳ୍ପ କଲେ। ଆମେ ଦୁହେଁ ମୁରୁକି ମୁରୁକି ହସିଦେଲୁ ! ସେ ଗମ୍ଭୀର ସ୍ୱରରେ ତାଗିଦ କଲେ। (୫) ତା’ପରେ ତାଙ୍କ ନିଜ କଥା ଗୟା ବ୍ରାହ୍ମଣ କଣ ଅଭିଶାପ ପାଇଲେ । ସେ ଲୋତକ ଭରା ପୂର୍ଣ୍ଣ ଆଖିରେ କହିଲେ, ସୀତାମା ,ସର୍ଦା ସର୍ବଦା ଅତୃପ୍ତ ବ୍ରାହ୍ମଣ ରୂପେ ଜୀବନ ଯାପନ ପାଇଁ ଅଭିଶାପ ପ୍ରଦାନ କଲେ।
ଏଠି ସ୍ୱର୍ଗକୁ ନିଶୁଣି ପଡିଛି। ଆକସ୍ମିକ ଦୁର୍ଘଟଣାରେ ମୃତ୍ୟୁ ହୁଏ, ଉତ୍ସର୍ଗୀକୃତ କାର୍ଯ୍ୟ ବିନା ମୃତ୍ୟୁ ବରଣ କରେ ଅବା ଜଙ୍ଗଲୀ ପଶୁ ଜନ୍ତୁ ଦ୍ୱାରା ମୃତ୍ୟୁ ହୁଏ। ନର୍କରୁ ମୁକ୍ତି ପାଇଁ ଗୟା ପିଣ୍ଡ ଦାନ ଏକ ମାତ୍ର ମାର୍ଗ। ହିନ୍ଦୁ ଶ୍ରଦ୍ଧାଳୁ ନିଜ ପିତୃପୁରୁଷଙ୍କୁ ଶ୍ରଦ୍ଧାଞ୍ଜଳି, ଶ୍ରାଦ୍ଧ ରୀତିନୀତିରେ ସ୍ୱର୍ଗପ୍ରାପ୍ତି ଅତୁଟ ବିଶ୍ୱାସ ଏବେବି ଦେଖିବାକୁ ମିଳେ।
👉ଆଶ୍ଵିନ ମାସ ପିତୃପକ୍ଷରେ ଗୟା ଫଲଗୁ କୂଳରେ ମେଳା ପରମ୍ପରା ପ୍ରଚଳିତ। ହିନ୍ଦୁ ଶ୍ରଦ୍ଧାଳୁ ସମେତ ବୌଦ୍ଧ ଓ ଜୈନ ଶ୍ରଦ୍ଧାଳୁ ଗୟା ଧାମକୁ ଛୁଟି ଆସନ୍ତି। ଗୟା ମାହାତ୍ମ୍ୟ ,ବାୟୁ ଓ ପଦ୍ମ ପୁରାଣରେ ଲିପିବଦ୍ଧ। ପିଣ୍ଡଦାନ ପ୍ରଥା ଯୁଗ ଯୁଗରୁ ପ୍ରଚଳିତ। ଯାହା ଦଶରଥ ଶ୍ରୀରାମ ସୀତା ଓ ଲକ୍ଷ୍ମଣ କୁମାରଙ୍କ ପିଣ୍ଡଦାନ ତ୍ରେତୟା ଯୁଗର କିମ୍ବଦନ୍ତୀ ଆମେ ଦୁହେଁ ଅନୁଭୂତି ପାଇଲୁ।
👉ଅତୃପ୍ତ ଆତ୍ମାର ଶୁଦ୍ଧି ପାଇଁ ପିତୃପୁରୁଷଙ୍କ ଆତ୍ମାକୁ ମୁକ୍ତିପ୍ରାପ୍ତହୁଏ। ପିତୃଲୋକ ସ୍ଵଶରୀରରେ ଆତ୍ମୀୟଙ୍କ ଠାରୁ ପିଣ୍ଡଗ୍ରହଣ କରନ୍ତି। ୧୧ ଗୋଟିଏ ଘାଟ ଉଛୁଳି ପଡୁଥିଲା। ତ୍ରେତୟା ଯୁଗର ଗୁମର ଅଯୋଧ୍ୟାର ଶ୍ରୀ ରାମଙ୍କ ପିଣ୍ଡଦାନ ଗାଥା ଶୁଣିଲୁ ଆଖିରେ ଦେଖିଲୁ। ପୁଞ୍ଜାପୁଞ୍ଜା ଶ୍ରଦ୍ଧାଳୁ ପିଣ୍ଡ ଦାନ କର୍ମରେ ଲିପ୍ତ ରହିଥିଲେ। ପୁରୋହିତ ଗଣ ମନ୍ତ୍ର ପାଠରେ ମୁଖରିତ। ଅବାଧରେ ଷଣ୍ଢ ବିଚରଣ କରୁଥିଲେ। ପିଣ୍ଡଦାନ ପାଇଁ ଅସଂଖ୍ୟା ମଣ୍ଡପ ନିର୍ମିତ ରହିଥିଲା। ବିହାର ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଅର୍ପଣ କଲୁ।
👉ସସ୍ତ୍ରୀକ ପିଣ୍ଡଦାନ ପାଇଁ ଆଗ୍ରହରେ ମଣ୍ଡପରେ ଆସନ ନେଲୁ। ମିନତୀ ବାଲୁକା ରାଶିରୁ କେଇ ଆଞ୍ଜୁଳାଏ ଅଣ୍ଟିରେ ବୋହି ଆଣିଲେ। ସମୟ ନିର୍ଘଣ୍ଟରେ ଗୟା ମାହାତ୍ମ୍ୟକୁ ଗୁରୁତ୍ୱ ଦେଲୁ। ଶ୍ରାଦ୍ଧ କର୍ମକାଣ୍ଡ ନିର୍ଘଣ୍ଟରେ ପିଣ୍ଡଦାନ କଲୁ। ପିତୃ ଲୋକଙ୍କୁ ଦେଖି ନଥିଲୁ । ପିଣ୍ଡ ମାଗି ନଥିଲେ ! ବୋଧେ ସ୍ୱର୍ଗପ୍ରାପ୍ତି ପୂର୍ବରୁ ଘଟିଛି। ଅନେକ ଶ୍ରଦ୍ଧାଳୁ ମୁଣ୍ଡନ ମଣ୍ଡପରେ ରୁଣ୍ଡ ହୋଇଥିଲେ। ସେବର ଗୟା ଏବର ଗୟା ଫରକ ବୁଝିଗଲୁ। ଉପର ପାର୍ଶ୍ୱରେ ସସ୍ତ୍ରୀକ ସୀତା କୁଣ୍ଡରେ ବୁଡ଼ ପାରିଲୁ।
ଫଲଗୁ ଆଧ୍ୟାତ୍ମିକ ମାନବ ସମାଜ ପାଇଁ ଗୁରୁତ୍ୱ ବହନ କରେ। ପିଣ୍ଡଦାନ ଏକ ଆସ୍ଥା ଓ ବିଶ୍ୱାସର ଜୀବନ୍ତ ପ୍ରତୀକ। ଅଭିଶାପରୁ ଆଶୀର୍ବାଦ ,ମିଥ୍ୟାରୁ ସତ୍ୟ ପଥକୁ ପରିବର୍ତ୍ତନ ପାଇଁ ଏକ ଆଲୋକର ବର୍ତ୍ତିକା।
👉ଉପାସିଆ ସକାଳଟାରେ ଅସହ୍ୟ ଯନ୍ତ୍ରଣାର ଶିକାର ହେଲୁ। କତିରେ ଟିଣ ଛପର ଘରଟି,ବିହାରୀ ବାବୁଙ୍କ ଜଳିଖିଆ ହୋଟେଲରେ ଗ୍ରାହକଙ୍କ ଭିଡ଼। ତା ଟକରମକର ତେଲ କରେଇରେ ପୁରୀ ଛଣା ଚାଲିଥାଏ। ସେବକ,ପାଣି ପିଢା ଚର୍ଚ୍ଚାରେ ଲାଗିପଡ଼ିଲେ। ମନମୁତାବକ ଚଣା ପୁରୀ ତରକାରୀ।
👉ଓଡ଼ିଶା ନାମ କହୁ କହୁ, ଜୟ ଜଗନ୍ନାଥ ଉଚ୍ଚାରଣ ,ପ୍ରତି ଉତ୍ତର ଜଗନ୍ନାଥ କହି ବିହାରୀ ଓଡ଼ିଆ ଭାଇ ଭାଇର ସମ୍ପର୍କ ସ୍ଥାପନ ହୋଇଗଲା। ମନଭରି ଗରମା ଗରମ ଜଲିଖିଆ ତା’ସହ ଜଲେବିର ସମ୍ଭାର ରହିଥାଏ। ସର ସର ଚିନିପାଗ ବହୁଥାଏ। ଆଃ କି ମିଠା !,ତା’ପରେ ବିହାରୀଙ୍କ ସ୍ଥାନୀୟ ଲିଟି ଚୋଖା ସ୍ୱାଦନେଲୁ। ଗୟାର ଆରିସା , ତିଲକୁଟ ସ୍ୱଳ୍ପ ପ୍ୟାକ କଲୁ।
👉ରବର ଡ୍ୟାମ କତିରେ ନମସ୍ତେ ହୋଟେଲ୍କୁ ବାହୁଡ଼ିଥିଲୁ। ଦିନବେଳା ଭୋଜନ ସାକାହାରୀ ରହିଥିଲା। ରେଳ ବିଭାଗ ତରଫରୁ ଆଧୁନୀକରଣରେ ନିର୍ମାଣ କର୍ମଚାରୀ ଗଣଙ୍କ କର୍ମ ତପ୍ତରତା ଦେଖିଲୁ। ନମସ୍ତେ ହୋଟେଲର ୩ ଓଳିଆ ଅତିଥି ବାହୁଡାଣିର ରହଣି ସ୍ଥଳରେ ବିଶ୍ରାମ ନେଲୁ।
👉ଉପର ଓଳାରେ ବନାରସ ରେଳ ଯାତ୍ରା ରହିଥାଏ। ସଜବାଜ ହେଲୁ। ମାଟି କପ ଚାହାର ଲୋଭ ଛାଡ଼ି ନଥିଲା ! ଶେଷ ମାଟି କପ ଚାହାର ସ୍ୱାଦ ନେଇ ଗୟା ରେଳ ଜଙ୍କ୍ସନ ମୁହାଁ ହେଲୁ। ଫାଟକରେ ଇଲୋଟ୍ରୋନିକ ବୋର୍ଡରେ ଝଲମଲ ମହୋବଧି ଦ୍ରୁତଗାମୀ -୧୨୩୯୭,ପି ଏଫ ସଂଖ୍ୟା- ୩ କିଛ ସମୟରେ ପହଞ୍ଚିବ, ୩ୟଶ୍ରେଣୀ ଶୀତତାପ ସଂରକ୍ଷିତ ଆସନ ସଂଖ୍ୟା -୫୭ ,୬୩ ବି -୧ - ବଗିକୁ ଚାହିଁ ରହିଲୁ। ଅକ୍ଳେଶରେ ସ୍ଥାନ ନେଲୁ। ସାଇରନ ବାଜି ଉଠିଲା । ରେଳ ଅବିରାମ ଗତିରେ ଛୁଟିଲା।
👉ସମୟ ୧୫.୨୬ ସାସାରାମ ରେଳ ଷ୍ଟେସନରେ କଡ଼କ ଚାହାର ସ୍ୱାଦ ନେଲୁ। ୨ ୦୪ କିଲୋମିଟର ଦୂର ରହିଥାଏ । ବାବୁଆ ରୋଡ ୫୨ କିଲୋମିଟର ଅତିକ୍ରମ ପରେ ଦୀନଦୟାଲ ଉପାଧ୍ୟାୟ ରେଳ ଜଙ୍କ୍ସନ ପୁରୁଣା ମୋଗଲସରାଈ ପରିଚିତ ଥିଲା। ସେଠୁ ୨୫୦ ଟଙ୍କା ଅଟୋ ଭଡାରେ ଲଙ୍କା ଚୌକରେ ପହଞ୍ଚି ଗଲୁ।
👉ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ପ୍ରତିକୃତି ଉକୁଟି ମାରୁଥିଲା। ୭୫ ଟଙ୍କା ଅଟୋ ଭଡାରେ ଆଇଆଇଟି ଅତିଥି ଭବନ ,ବନାରସ ହିନ୍ଦୁ ବିଶ୍ୱ ବିଦ୍ୟାଳୟର ଗୋଧୂଳି ମୁହୂର୍ତ୍ତଟିରେ ପାଦ ଥାପିଲୁ।
ପୂନେଇଁ ତିଥି ସକାଳୁ ଭ୍ରମଣ ଯେତିକି ଆଧ୍ୟାତ୍ମିକ ରହିଥିଲା, ଉପର ଓଳି ରେଳ ଯାତ୍ରା ଓ ଗୋଧୂଳିର ବନାରସ ବିଶ୍ୱବିଦ୍ୟାଳୟ କ୍ୟାମ୍ପସଟି ସେତିକି ଅବିସ୍ମରଣୀୟ।
(ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes, ୧.ଉଇକି ପିଡ଼ିଆ ଫାଇଲ ବ୍ୟବହାର।୨. ବାୟୁ ପୁରାଣ,ପଦ୍ମ ପୁରାଣ,ଗୟା ମାହାତ୍ମ୍ୟ, Bihar Tourism, Blisful Bihar.







Nice article
ReplyDelete"Thank you for the kind words ".
DeleteWell written ❤️
ReplyDeleteSo beautifully written that readers from all age groups will enjoy the article.. informative as well as vocabulary developing.
ReplyDelete"Thank you so much for reading !"
Delete