ବିଶ୍ୱ ଐତିହ୍ୟ ପର୍ଯ୍ୟଟନ ସ୍ଥଳକୁ ଟିଖିନିଖି ବୁଝି ଦେଖିବା ଚେଷ୍ଟା ରହିଥିଲା । ମୃଗ ଉଦ୍ୟାନରେ ଘୁରି ବୁଲିଲୁ, ସ୍ତୁପ ଦେଖିଲୁ ,ଉତ୍ସାହ ବଢ଼ିଲା, ଥାଇ -ମନ୍ଦିର ଚୂଳ ଆକର୍ଷଣ ବିନ୍ଦୁ ପାଲଟିଲା। ଦଳଦଳ ଶ୍ରଦ୍ଧାଳୁ ରୁଣ୍ଡ ହେଉଥିଲେ। ଗ୍ରୀଷ୍ମ ଯେମିତି ହାର ମାନିଥିଲା !
୭ ଅପ୍ରେଲ ୨୦୨୩ରେ ଓଳିଏ ଭ୍ରମଣ ପାଇଁ ସସ୍ତ୍ରୀକ ଯୋଜନା କଲୁ। ବୋଧଗୟାରୁ ସାରନାଥ ଧାର୍ମିକ ଶିକ୍ଷା ଯାତ୍ରାର ଏକାଧିକ ନିଦର୍ଶନ ଉକୁଟି ମାରୁଥିଲା।
ଚୌଖଣ୍ଡି ସ୍ତୁପ ପ୍ରସ୍ତର ଇଟା ମିଶା ସ୍ତୁପ ଇସାରା ଦେଉଥିଲା "ବନ୍ଧନ ଦୁଃଖର କାରଣ "।
👉ଚୌଖଣ୍ଡି ସ୍ତୁପ : ଚଉଖଣ୍ଡି ନାମଟି ଚୌବାହୁରୁ ଉଦ୍ଧୃତ । ୧୫୮୮ ମସିହାରେ ରାଜା ତୋଡ଼ାର ମଲ୍ଲଙ୍କ ସୁପୁତ୍ର ଗୋବର୍ଦ୍ଧନ ମଲ୍ଲ ପୁନଃ ସ୍ତୁପର ନବକଳେବର ପାଇଁ ଆଗ୍ରହ ପ୍ରକାଶ କରିଥିଲେ। ଏଇଟି ଗୌତମ ବୁଦ୍ଧଙ୍କ ପ୍ରଥମ ଶିକ୍ଷାଦାନର ଏନ୍ତୁଡ଼ି ଶାଳ।
👉ତ୍ରିପିଟକ : ତା’ପରବର୍ତ୍ତୀ କାଳରେ କାସପା (କସପା ବୁଦ୍ଧ ) ମୈତ୍ରୀୟ ବୁଦ୍ଧ ନାମରେ ବୌଦ୍ଧ ଧର୍ମର ପ୍ରସାର ରେ ମନ ନିବେଶ କରିଥିଲେ।
ଯାହା ବିନୟ ପିଟ୍ଟକ (vinaya Pittaka)ଗ୍ରନ୍ଥରେ ପ୍ରାର୍ଥନା ବିଧି। ସୂତ୍ରପିଟ୍ଟକରେ(Sutta Pittaka) ନୀତିବାଣୀ ,ଅଭିଧାମ ପିଟ୍ଟକ (Abhidham Pitaka)ବର୍ଣ୍ଣିତ ।
👉ଏକଦା ବୁଦ୍ଧଙ୍କ ବାଣୀରେ "ବନ୍ଧନ ଦୁଃଖର କାରଣ " ମଣିଷ ଶରୀରର ୬ଷ୍ଠ ଇନ୍ଦ୍ରିୟ ବନ୍ଧନରେ ମୋହ ହୋଇ ଚକ୍ଷୁତାର ଦୃଶ୍ୟ ,କର୍ଣ୍ଣରେ ଶ୍ରବଣ ,ନାସାରେ ଆଗ୍ରହଣ ,ଜିହ୍ୱାରେ ସ୍ୱାଦ ,ଚର୍ମ ସ୍ପର୍ଶ ତାରେ,ମନର ଭାବ ଦର୍ଶନରେ ମଣିଷର ଦୁଃଖର କାରଣ। ସ୍ତୁପ ଖୋଦିତ ଲିପିରୁ ଅନୁମେୟ ହେଉଥିଲା। ଆଧ୍ୟାତ୍ମିକ ସାଂସ୍କୃତିକ ଐତିହାସିକ ପରିଦର୍ଶନୀୟ ସ୍ଥଳ ଭାବରେ ସ୍ୱୀକୃତ।
👉ଥାଇ ମନ୍ଦିର: Thai Temple (Wat Thai Sarnath): ଥାଇ ସମ୍ପ୍ରଦାୟର ପରିଦର୍ଶକଙ୍କ ଆର୍ଥିକ ସମିତି ଦ୍ୱାରା. ୧୯୩୩ ମସିହାରେ ଥାଇ ମନ୍ଦିର ନିର୍ମିତ। ଆକର୍ଷିତ ଉଦ୍ୟାନ ସବୁଜିମାରେ ସୁସଜ୍ଜିତ କୃତ୍ରିମ ଝରଣା ଶୋଭା ପାଉଥିଲା । ସ୍ଥାପତ୍ୟ କଳା କୌଶଳରେ ଆମେ ଚକିତ ହେଲୁ। ଫଟୋଟିଏ ନେବାକୁ ଭାରିପସନ୍ଦ କଲୁ। ପ୍ରବେଶ ପଥରେ ବୌଦ୍ଧ ଭିକ୍ଷୁଙ୍କ ଦ୍ୱାରା ସଞ୍ଚାଳିତ ।
ଲାଫିଙ୍ଗ ବୁଦ୍ଧା ପ୍ରତିମା: ନିକଟରେ ଯୁବଯୁବା ଶିଶୁଙ୍କ ଭିଡ଼ ଜମିଥିଲା। ବୁଦ୍ଧଙ୍କ ଶିକ୍ଷାଦାନର ଏକ ପରିବେଶ ପର୍ଯ୍ୟଟକଙ୍କ ମୂଳ ଆକର୍ଷଣ ଦେଖିବାକୁ ପାଇଲୁ ।
👉ବୃହତ ବୁଦ୍ଧଙ୍କ ପ୍ରତିମାର: ଉଚ୍ଚତା ୮୦ ଫୁଟ । ଗଢନା ପାଇଁ ୧୨ ବର୍ଷ କଲା ସମୟ ଲାଗିଥିଲା । ଚହଲା ଜଳରେ ଅପ୍ରମିତ ମୋତି ମାଣିକ୍ୟ ପଦ୍ମପତ୍ରର ଶଯ୍ୟାରେ ଝଲସି ଉଠୁଥିଲେ । ଥାଇ କଳାକୃତି ଶୈଳୀ ନିପୁଣତାର ଅପୂର୍ବ ସମାହାର ଚିତାକର୍ଷକ ରହିଥିଲା। ଏକାଧିକ ବୌଦ୍ଧ ଭିକ୍ଷୁଙ୍କ ମନ୍ତ୍ର ଉଚ୍ଚାରଣ କ୍ଷୀଣ ଶବଦରେ ଶୁଭୁଥିଲା। ଜାତି ବର୍ଣ୍ଣ ନିର୍ବିଶେଷରେ ହସ ହସ ବଦନରେ ବୁଦ୍ଧ ଦର୍ଶନ ଦେଉଥିଲେ। ସ୍ଥାପତ୍ୟର ସୁରକ୍ଷା ପାଇଁ ଥାଇଲାଣ୍ଡ ସରକାରଙ୍କ ପ୍ରଶାସନ ସେବାରତ ଏବେବି ଉତ୍ସର୍ଗିକୃତ। ଭରତିଆ ଗାଇଡଙ୍କ ବକ୍ତବ୍ୟରେ ଆଶ୍ଚର୍ଯ୍ୟ ପ୍ରକଟ କଲୁ। ସେତେବେଳକୁ ସାରନାଥ ସୂର୍ଯ୍ୟଦେହରୁ ଝରିପଡ଼େ ବୈଦୁର୍ଯ୍ୟର ରଶ୍ମି।
👉ଶ୍ରୀମନ୍ତ ବରତିଆଙ୍କ ପରାମର୍ଶରେ ଦୁହେଁ ମଧ୍ୟାହ୍ନ ଭୋଜନ ପାଇଁ ସଜବାଜ ହେଲୁ । ଉଦ୍ୟାନ ବିପରୀତ ପାର୍ଶ୍ୱରେ ବଜାର ଏକାଧିକ ହୋଟେଲ ସାରନାଥ ଚୌକରେ ଉକୁଟି ମାରୁଥିଲା। ଆମେ ଦୁହେଁ ବୈଶାଳୀ ରେସ୍ତୋରାଁ ଏସ -୧୪/୪୮ -ମନୋନୀତ କଲୁ। ସାଦା ଥାଳି ଭାରି ପସନ୍ଦ ସୁଖାଦ୍ୟ ରହିଥିଲା । ଶେଷରେ ଦହି ଲସି ମଟକାର ସ୍ୱାଦ ନେଲୁ। ଖଟା କମ ମିଠା ଅଧିକ ରହିଥିଲା । ସେହି ଅଧଘଣ୍ଟାଏ ସମୟ ଏବେବି ସାରନାଥର ସୁଆଦିଆ ଲସି ସ୍ମରଣରେ।
👉ମଉଳାଗନ୍ଧ କୃତ୍ତିବିହାର (Mulagandha Kuti Vihar)ବିଶ୍ୱାସ କରାଯାଏ ବର୍ଷା ଋତୁରେ, ଗୌତମ ବୁଦ୍ଧା ଧର୍ମଶିକ୍ଷା ଦାନ ପାଇଁ ମଉଳାଗନ୍ଧ କୃତ୍ତିବିହାରରେ ଶିବିର ଆୟୋଜିତ କରୁଥିଲେ। ୧୯୩୧ ମସିହାରେ ମହୋବଧି ସମିତି ସାରନାଥର ମଉଳାଗନ୍ଧ କୃତ୍ତିବିହାର ପଂଜିକୃତ ହୋଇଥିଲା।
👉ପ୍ରାରମ୍ଭରେ ଅନଗ୍ରିକ ଧର୍ମପାଳ ସଂଚାଳନ କରୁଥିଲେ। ବୁଦ୍ଧ ଦେବଙ୍କ ବାଲ୍ୟ ଜୀବନ,ଦିବ୍ୟଜ୍ଞାନ ପ୍ରାପ୍ତି ,ବୌଦ୍ଧ ଧର୍ମର ମାର୍ଗ ,ପ୍ରଚାର ପରାଶର ବହୁ ଗୁରୁତ୍ୱ ଘଟଣାବଳୀ ଗୁଡିକ ରଙ୍ଗୀନ ଛବିରେ ଅଙ୍କିତ ହୋଇଥିଲା।
ଖ୍ୟାତାନମା ଜାପାନୀ ଶିଳ୍ପୀ କୋଶେତ୍ସୁ ନସୁ ବୁଦ୍ଧଙ୍କ ଜୀବନାବଳୀ ଅତି ସୁନ୍ଦର ଭାବରେ ଜୀବନ୍ତ ଛବିରେ ଦୃଶ୍ୟ ଅଙ୍କନ କରି ସ୍ମରଣୀୟ। ଦୁହେଁ ବୁଲାବୁଲି କଲୁ। ଧର୍ମ ବାଣୀର ସମକ୍ୟ ଧାରଣା ପାଇଲୁ ।
👉କୁଟୀର ଶିଳ୍ପ : ସାରନାଥ ତନ୍ତୁବାୟ ସମିତି ଦ୍ୱାରା ସଂପ୍ରସାରିତ ଶାଢ଼ୀ , ମଠାବସ୍ତ୍ର , ପାଇଜାମା କୁର୍ତ୍ତା ,ଓଢଣୀ ସ୍ଥଳ ଭିତରେ ପ୍ରବେଶ କଲୁ। ଏକ ତନ୍ତବୁଣା ଯନ୍ତ୍ର ଆଖିରେ ଦେଖିଲୁ। ସ୍ଥାନୀୟ କାରିଗର କପାରୁ ସୂତା, ସୂତାରୁ ଶାଢ଼ୀବୁଣୁ ଥିଲେ। ବେରଂଗ ଡ଼ିଜାଇନ ଦେଖିବାକୁ ପାଇଲୁ। ମନଲାଖି ରହିଗଲା ମଠା କାଂଟିଆ ସାର୍ଟ ୧୫୦୦ ଟଙ୍କାରେ ମୂଳ ଚାଲ ହେଲା । ମିନତୀ ଅନେକ କପଡା ମନୋନୀତ କରିଥିଲେ। ତାପରେ ମିନତୀ ସହ ପ୍ରାଚୀନ ସାରନାଥ ସହର ଜନବହୁଳ ଇଲାକା ଟିକେ ବୁଲାବୁଲିକଲୁ ।
ବିଦେଶ ମାଟିରେ ଜନ୍ମିଥିଲେ କିନ୍ତୁ ସାରନାଥ ମାଟିକୁ ଭଲପାଇ ବସିଲେ। ଥାଇ-ମନ୍ଦିର ପ୍ରତିଷ୍ଠା ପାଇଁ ପ୍ରଶଂସାର ପାତ୍ର।
ଥାଇଲାଣ୍ଡ,ଜାପାନୀ କଳାକୌଶଳ ଉପଯୋଗ .ଖୁବ ଆକର୍ଷିତ କରିଥିଲା। ବିଶ୍ୱ ଐତିହାସିକ ସ୍ଥଳ ସାରନାଥ ସ୍ଥାପତ୍ୟ କୀର୍ତ୍ତି ଅବିସ୍ମରଣୀୟ। ଗାଇଡଙ୍କ ପଛେ ପଛେ ସସ୍ତ୍ରୀକ ତିବ୍ବତ ତ୍ମନ୍ଦିର, ଜାପାନୀଯ ମନ୍ଦିର ଓ ସଂଗ୍ରହାଳୟ ବୁଲିବାକୁ ଶେଷରେ ଯୋଜନା କଲୁ।
ବିଶ୍ୱ ଐତିହାସିକ ସ୍ଥଳ ସାରନାଥ :ଏକ ଅନୁଭୂତି
(World Heritage Site Saranath: An Experience)
(ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes, ୧.ଉଇକି ପିଡ଼ିଆ ଚୌଖଣ୍ଡି ସ୍ତୁପ ଫାଇଲ ବ୍ୟବହାର।
୨ ଉଇକି ପିଡ଼ିଆ ସାରନାଥ ଫାଇଲ ବ୍ୟବହାର।





Kete sundar
ReplyDelete"Glad you enjoyed !"
DeleteVery nice
ReplyDelete