ଡମୁଣୀ : ରେଳ ଟ୍ରାକର ନିର୍ଦ୍ଦୋଷ କଏଦୀ Damauni :The Innocent Prisoner of the Rail Track

 


ରାତ୍ର ଏଠି ସ୍ପର୍ଶ କରେନି ୨୪ ଘଣ୍ଟା ଦିନ ତ କେବଳ ଦିନ ! ରେଳ ଷ୍ଟେସନ କଡ଼! ଭାରି ଶବଦ! "ଝୁମ୍ପୁରୀ ପଟି ", ତା’ମା ସରାଗ’ରେ ଡାକୁଥିଲା ଡମୁଣୀ। ସେ ଦିନଠୁ ଡାକ ନାମ ଥୟ । ତା’ବାସ ୪ ଗୋଟି ବାଉଁଶ ଖୁଣ୍ଟି ୨ଟି ଟିଣ ଖଣ୍ଡେ ପାଲକୁ ବୁଝାଏ। ରେଳ ଗମନା ଗମନରେ ଦୋହଲୁଥାଏ। ଭ୍ରମରେ ଏକ ଭୂକମ୍ପ !
ସୁତାଖିଅରେ ଜୀବନ ! ସମାଜରୁ ଅତଡ଼ା’ରେ ଖସି ଯାଇଥିବା ଗୋଟିଏ ଗୋଟିଏ ଜୀବନ! ଝୁମ୍ପୁରୀ ପଟି ଏକ ସଭ୍ୟତା ଗଢି ତୋଳିଛି ! ଜାତି ,ଧର୍ମ ,ପ୍ରଥା ,ପରମ୍ପରା ଏକାକାର। କାହାଣୀ ଭିନ୍ନ ଭିନ୍ନ ! ବେସାହାରା! ସପନକୁ ରାତ୍ର ନଅଣ୍ଟ ?

👉ବଡ଼ ବଡ଼ ସପନ ଧସିପଶି କାହିଁକି ଆସିଲା ? ସେ ଦଇବକୁ ପ୍ରଶ୍ନ କଲା ? ପାଠ ପଢିବ ଆଦର୍ଶ ନାରୀ ଜୀବନ କାଟିବ ! ଡମୁଣୀକୁ ୧୮ ବୟସ ଛୁଇଁ ଥିଲା। ହଳେ ଚୁଡିଦାର ପଂଜାବୀ ଧୁଆ ସୂଖାକରି ଦିନ କଟିଯାଉଥାଏ। ତା’ଗୋଡ଼ରେ ପୁରୁଣା ଜୋତା ଯୋଗାଡ କରିସାରିଥିଲା। ତା'ହାତରେ ବିରାଟ ଝୁଲା ଝୁଲୁଥାଏ! ରେଳ ଚାଲିଗଲା ପରେ, ସେ ସର୍ବଦା ଉନ୍ମକ୍ତ ଜଳ କଳରୁ ପେଟେ ପେଟେ ପିଇ ନେଉଥାଏ। ଶେଷ ପ୍ଲାଟଫର୍ମ ବେଞ୍ଚରେ ପ୍ରତିଦିନ ଡମୁଣୀ ଥକ୍କା ମାରୁଥାଏ ।


👉ସଞ୍ଜ ନଇଁଥିଲା। ତାରାଟିଏ ତା’ଜୀବନ ଆକାଶରେ ଝଟକି ଓହ୍ଲାଇ ଆସିଲା। ଦେଖା ହେଲା ,ଜୀବନରେ ନୁଆଁ ସମ୍ପର୍କ ବଢିଲା। ଶଙ୍ଖ ବାଜିଥିଲା ନା’ ହୁଳହୁଳି ? ବିବାହ ବେଦି ନା ମନ୍ତ୍ର ? ସଂତୋଷୀ ମନ୍ଦିର ବେଢାରେ ଫୁଲ ମାଳ ଦି'ଟା,ମାଆଙ୍କ ମଥାର ସିନ୍ଦୁର ସାକ୍ଷୀରଖି , ଥାଳିଏ ଭୋଗରେ ପ୍ରୀତିଭୋଜନ ଢେର ! ଦୁହେଁ  ଏକାକାର , ଜୀବନସାଥି। 

👉ନିୟମିତ ରେଳ ଗାଡ଼ି ଗୋଟିଏ ପରେ ଗୋଟିଏ ହର୍ଣ୍ଣ ଦେଇ ଗଡୁଥାଏ। ଝୁମ୍ପୁରୀ ପଟି ଦୁହିଁଙ୍କର  ଭରସା।  ଅସୁମାରୀ ଘଟଣା  । ଅସନା ପାହାଡ଼ରେ ପଦ୍ମ ଫୁଲଟିଏ ଜନ୍ମ ନେଇଥିଲା। ଝାମ୍ପୁରୀ ମାଆ ନାମ ଦେଇଥିଲା। କ୍ରମେ ଡମୁଣୀ ଦୁଇ ଦୁଇଟା ପିଲାର’ମାଆ। ଦିନ କେତୋଟି ବିତିଯାଏ। କଅଁଳା ପୁଅ ସୂର୍ଯ୍ୟ କ୍ଷୀରପିଆ ଛାଡ଼ିନଥାଏ। ଷ୍ଟେସନ୍ରୁ ସ୍ୱାମୀ ତାର ଫେରିନଥିଲା! କେଉଁଠି ଅଛି ତା’ପାଖରେ ଖୋଜ ଖବର ନଥିଲା ? ତା’ସଂସାର ୬ ବର୍ଷରେ ସୀମିତ ରହିଲା। ବାପା ପଦ ଡାକରୁ ଦୁହେଁ ଶିଶୁ ବଂଚିତ ରହିଲେ।  ସେ ଦୁଃଖରେ ଭାଙ୍ଗିପଡ଼ିଲା। ଆଖିର ଲୁହକୁ ତା'ପଣତ କାନିରେ ଛୁପାଇଥିଲା ।


👉ଯାତ୍ରୀ ଫୋପାଡ଼ିଥିବା ପଲିଥିନି ସଂଗ୍ରହ ତା'ସକାଳ ସଞ୍ଜର ବେଉଷା । ଦୁଇ ପଇସା ରୋଜଗାରରୁ ଡମୁଣୀର ଦୁଇଓଳି ଚୁଲି ଜଳେ। ନିକଟ ମଜଦୂରୀ ବିଦ୍ୟାଳୟରେ ତା’ଦୁଇ ସନ୍ତାନ ଅ ଆ ପାଠ ପଢିବାକୁ ଲାଗିଲେ। ସେ ନିଜେ ଗର୍ବ ଅନୁଭବ କଲା। ଝୁମ୍ପୁରୀ ପଟି ପିଲାଙ୍କ ଠାରୁ ଭିନ୍ନ ! ଶିକ୍ଷକ ଓ ଗୁରୁମା ଦୁହେଁଙ୍କ ପ୍ରତି ସମବେଦନା ରହିଥାଏ । ତା’ଜୀବନରେ ଯେଉଁ ଆଶା ପୂରଣ ହୋଇନଥିଲା। ତା’ଦୁଇ ସନ୍ତାନ କିପରି ପୂରଣ କରିବେ ସେ ଭାବୁଥିଲା! ସେ ଦୁଇଓଳି କଠିନ ପରିଶ୍ରମ କଲା। ଖାଦ୍ୟ ଅଭାବୀର ଅନ୍ତ ଘଟିଲା। ଷ୍ଟେସନ କଡ଼ରେ ସଞ୍ଚାଳିତ ଡ଼ାକ ବିଭାଗରେ ସଂଚୟ କ୍ରମେ ଧୀରେ ଧୀରେ ଖାତା ପଂଜିକୃତ କଲା। ପରୁହାଁ ପୁତ୍ରୀ ଶିକ୍ଷାରେ ପାରଦର୍ଶିତା ଦେଖିବାକୁ ମିଳିଲା। ସହରୀ ଝୁମ୍ପୁରୀ ପଟିରୁ ଆବାସ ଯୋଜନାରେ ଘର ତାଲିକାରେ ଡ଼ମ୍ବୁଣୀର ନାମ ପଂଜିକୃତ ହେଲା। ନୁଆଁ ଜୀବନ କେମିତି କଟିବ ସେ ଖୁସିରେ ପିଲାଙ୍କ ସହ କେଇ ମାସ କଟେଇଥିଲା ।


👉ସତକୁ ସତ ଜାନୁଆରୀ ୨୬ ତାରିଖରେ ସେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗୃହକୁ ପ୍ରବେଶ କଲା । ପିଲେ ପାଠ ପଢିଲେ ,କିନ୍ତୁ ପୁରୁଣା ବୃତ୍ତିରୁ ଡ଼ମ୍ବୁଣୀ ନିବୃତ ହୋଇନଥିଲା। ଝୁମ୍ପୁରୀ ପଟି ପଲିଥିନ ସଂଗ୍ରହର ଆଶ୍ରୟ ସ୍ଥଳୀକୁ ପରିବର୍ତ୍ତନ କଲା। ତା’କନ୍ୟାର ବିବାହ ବୟସ ଆସିଯାଇଥିଲା। ସେ ଚିନ୍ତିତ ଥିଲା। ଦେଖୁ ଦେଖୁ ସେ କିରାଣୀ ପଦବୀରେ ଭର୍ତ୍ତିହେଲା। ଜୀବନରେ ଯେମିତି ଯାଦୁଗର ଚାତୁରୀ ପରି ସଫଳତା ସିଢ଼ିରେ ବଢିବାକୁ ଲାଗିଲା ! ସୁରୁଖୁରୁରେ ସଂସାର ଦିନ କେତୋଟି ଚାଲିଲା ଦୁହେଁ ପୁତ୍ର ଓ କନ୍ୟାଙ୍କ ହସଫୁଟିଲା।

ଏକା ଦପ୍ତରରେ ଝାମ୍ପୁରୀ ଓ କାର୍ତ୍ତିକ ମଧ୍ୟରେ ଘନିଷ୍ଠତା ବଢିବାକୁ ଲାଗିଲା। କ୍ରମେ ଉଭୟ ପରିବାରଙ୍କ ଆଲୋଚନାର ମୁଖ୍ୟ ବିଷୟ ହେଲା। ବିଳମ୍ବ ନକରି ବିବାହ ପାଇଁ ମନସ୍ଥ କରିନେଲେ। ସହର ଉପକଣ୍ଠରେ ବିବାହବନ୍ଧନରେ ଆବଦ୍ଧ ହେଲେ।

👉ଡମୁଣୀ ଯେତିକି ଖୁସି ଥିଲା ତା’ଠୁ ଅଧିକ ଦୁଃଖି। ତା ଅଗୋଚରରେ ଛୁପିଥିଲା। ଏକ ରହସ୍ୟ ! ଜ୍ୱାଇଁପୁଅର ଏକ ସର୍ତ୍ତ! ନିତିଦିନିଆ ପଲିଥିନ ସଂଗ୍ରହ ପାଇଁ କଟକଣା ! ତା’ମୁଣ୍ଡରେ ଚଡ଼କ ଯେମିତି ପଡ଼ିଲା! ମାସିକ ଘର ବ୍ୟୟବରାଦ ପାଇଁ ତା’ଚାକିରିଆ କନ୍ୟା ଭରଣା କରିବ? ସହଜରେ ତା’ମନ ମାନି ନଥିଲା ? ଡମୁଣୀ ଜୀବନରେ ପଥ ସେତେଟା ସହଜ ନଥିଲା। ସେ ବିକଳ୍ପ ପନ୍ଥା ପାଇଁ ବିଚାର କଲା! ମନରୁ ପୂର୍ବ ରୋଜଗାର ମୋହ ଛାଡ଼ିନଥିଲା । ସାନ ପୁଅ ମହାବିଦ୍ୟାଳୟରେ ଯୁକ୍ତ ତିନି ଛାତ୍ର !


👉ଦୁହେଁ ମାଆ ପୁଅ ପନ୍ଥା ସନ୍ଧାନରେ ଅଭିନବ ଉପାୟକୁ ଆଦରିଥିଲେ । ଡମୁଣୀ ଏକ ଚାହା ଷ୍ଟଲ ପାଇଁ ଅନୁମତି ଲୋଡ଼ିଲା। ଭାଗ୍ୟକୁ ନିଜ ପାଠୁଆ ପୁଅ ସୂର୍ଯ୍ୟ ନାମରେ ରେଳ ବିଭାଗରୁ ଅନୁମତି ମିଳିଲା। ପୂର୍ବରୁ ଡମୁଣୀ ଅତି ପରିଚିତା । ଯିଏ ଅସନା ପଲିଥିନକୁ ଆପଣେଇଥିଲା। ଉଭୟେ ଚାହା ଦୋକାନକୁ ଧୀରେ ସମ୍ଭାଳିଲେ। ଝିଅ ଜ୍ୱାଇଁ ଉଭୟେ ଖୁସି ତାଙ୍କ ଦେୟରୁ ବଂଚିତ। ଦୁହେଁ ସହଯୋଗ କରୁଥିଲେ।

👉ବ୍ରହ୍ମପୁରରେ ଶିଶୁ ତସ୍କର ସହର ଗଳି କନ୍ଦିରେ ଛାନ ଭିନ ଚାଲିଥାଏ।  ଷ୍ଟେସନ ପିଲା ଚୋରି ଘଟଣା ଲୋକ ଲୋଚନକୁ ଆସିଥାଏ। ଡମୁଣୀ ଦିନେ ନିଖୋଜ ପିଲାକୁ ପ୍ଲାଟଫର୍ମରୁ ଉଦ୍ଧାର କରିଥିଲା। ସେ ପୋଲିସରେ ଜମା ଦେବାକୁ ଗଲା ବେଳେ ପୋଲିସିର ନଜର ଧର ପଗଡରେ ଡମୁଣୀ ଅଭିଯୁକ୍ତ ହେଲା। ସେ ଯେତେ ଗୁହାରି ଜଣାଇଥିଲା। ସେ ନିର୍ଦ୍ଦୋଷ !


👉ଏକ ଅପରାଧିକ ମାମଲାରେ ଡମୁଣୀ ଜଡ଼ିତ ହେଲା। ସାକ୍ଷୀ ପ୍ରମାଣରେ ସେ ଦୋଷୀ। ପରିସ୍ଥିତିରେ ସେ ପିଲା ଚୋରଣୀ ପରିଚୟ ମିଳିଲା। ଅଦାଲତ ଦ୍ୱାରା ଦୋଷୀ ଭାବେ ୩ ବର୍ଷ ଜେଲଦଣ୍ଡ ଘୋଷିତ ହେଲା।

👉ସେ ମହିଳା କାରାଗାରରେ ରହିବାକୁ ଲାଗିଲା। ବନ୍ଦୀ ଜୀବନ ପୂର୍ବ ଚଳଣିରେ ଫରକ ଦେଖିଲା । ଜେଲ ଉଚ୍ଚାଉଚ୍ଚା କାନ୍ଥ ସୁରକ୍ଷା କର୍ମଚାରୀ ଘେରି ରହିଥିଲେ। କୌଣସି ଗୋଆଲିୟର ଉପତ୍ୟକାର ସେ ମହିଳା ଡାକୁ ! ତା’ସ୍ୱାଧୀନତା ଅଧିକାର ଆପଣା  ଛାଏଁ ଉଭେଇଯାଇଥିଲା ।

👉ସେ କାରାଗାର ସେଲର ଦୁର୍ଦାନ୍ତ ମହିଳା ଦସ୍ୟୁ। ୩ ମହିଳା ବନ୍ଦୀ ଜୀବନ ପୂର୍ବରୁ ବିତେଉଥିଲେ। କାହାଣୀ ଅଲଗା ଅଲଗା।କମଳା ମଦ୍ୟପୀ ସ୍ୱାମୀଙ୍କୁ ହତ୍ୟା ଦୋଷାରୋପରେ ବନ୍ଦି । ସେହିପରି ସବିତା କଏଦୀ ତା’ଶାଶୁଙ୍କୁ ନିର୍ଯ୍ୟାତନା ଯୋଗୁଁ କାରାଗାର ଭୋଗୁଛି। ପିଙ୍କି ଯୁବା ପଡ଼ୋଶୀ ପ୍ରତି ଅଭଦ୍ର ଆଚରଣ ଯୋଗୁଁ ୩ ମାସ ହେଲା ଜେଲ ଦଣ୍ଡ ଭୋଗଛି।

👉ମହିଳା କାରାଗାର ଅବଶ୍ୟ ପ୍ରକୋଷ୍ଠ ସଂଖ୍ୟା ନ୍ୟୁନ ରହିଥିଲା। ଅନେକ ସେଲ ଗୁଡିକ ଫାଙ୍କ ଦେଖିବାକୁ ମିଳିଥିଲା। ପୋଲିସ ପଇଁତରା ମାରୁଥିଲେ। ଗୁଳି ଗୁଳାରେ ସଜ୍ଜିତ ହୋଇଥିଲେ। ସେ ବିନା ଦୋଷରେ ଜେଲ ଦଣ୍ଡ ଭୋଗୁଥିଲେ। ଭଗବାନଙ୍କୁ ସ୍ମରଣ କରୁଥିଲା। ତା’ପିଲାଙ୍କୁ ଚଳଣିକୁ କାରାଗାର ଠୁ ବହୁ ଦୂରରେ ରହୁଥିଲେ । ସେ ଭାବିନଥିଲା! ତା ଜୀବନରେ ଚଡ଼କ ପଡିବ!

👉ଅର୍ଦ୍ଧରାତ୍ର ପର୍ଯ୍ୟନ୍ତ ଅନ୍ୟ କଏଦୀ ମାନେ ଶବ୍ଦ କରୁଥିଲେ। ରାତ୍ରରେ  ତା’ପିଲାଙ୍କୁ ଝୁରୁଥିଲା। ଜେଲ ନିୟମ ଅନୁଯାୟୀ ଅନୁପାଳନ କରିବାକୁ ଲାଗିଲା। ଯାହା ଡମୁଣୀ ପାଇଁ ଅସମ୍ଭବ ଓ ଅନ୍ୟାୟ ଲାଗୁଥିଲା। କିନ୍ତୁ ସତ୍ୟ ଏହା ନଥିଲା। ଜେଲରେ ରହିବା ସମୟରେ, ଡମୁଣୀ ଏକ ଭିନ୍ନ ଜୀବନ  ଶିଖିଲା। ? କଏଦୀ ଖାନରେ ଆବଶ୍ୟକ ସୁବିଧା ପାଇବାକୁ ଲାଗିଲା ।

👉ସେ ଅନ୍ୟାନ୍ୟ ବନ୍ଦୀମାନଙ୍କ ସହିତ ନିଜ ଅଭିଜ୍ଞତା ଓ ଜୀବନ ଦେଖିଲେ। ତା’ପିଲା ଦିନର ପୁସ୍ତକ ପଢିବା ପାଇଁ ଆଗ୍ରହ ରହିଥିଲା ବହୁ ସମୟ ପୁସ୍ତକ ପଢିବାକୁ ଲାଗିଲା। କଏଦୀ ପାଠାଗାର ସୁବିଧା ପାଇଥିଲେ। ତା ମନରୁ କଷ୍ଟ ଦୂରେଇ ଯାଇଥିଲା। ଆତ୍ମ ନିର୍ଭରତା ଓ କଏଦୀ ଖାନାର ପରିମଳ ପ୍ରତି ସଚେତନଥିଲା। ବିଶ୍ରାମ ସମୟରେ ସାଥି କଏଦୀଙ୍କୁ ଗାନ୍ଧୀ ଓ ଗୋପବନ୍ଧୁଙ୍କ ଆତ୍ମା କାହାଣୀ ଶୁଣାଉଥିଲା ।


👉 ଶାନ୍ତି ପାଇଲା। ଦିନେ ମନରେ ଭାବିଲା ତା ସତ କାହାଣୀ ସହର ସାମ୍ବାଦିକଙ୍କୁ କିପରି ଜଣାଇବ ? ଜଣାଶୁଣା ସାମ୍ବାଦିକ ଋଷିକେଶ ରିପୋର୍ଟିଂ କରୁଥାନ୍ତି। ସ୍ୱାଧୀନ ସାମ୍ବାଦିକ ଭାବେ ଏକାଧିକ ପତ୍ରିକାରେ ତାଙ୍କ ଖବର ପ୍ରଥମ ପୃଷ୍ଠାରେ ମଣ୍ଡିତ ହେଉଥାଏ।  ଅଗଷ୍ଟ ୧୫ ସ୍ୱାଧୀନତା ଦିବସ କାରାଗାର ପାଚେରୀ ମଧ୍ୟରେ ଧୁମ ଧାମରେ ପାଳିତ ହେଉଥାଏ। କଏଦୀଙ୍କ ମନ ଭାରି ଖୁସି ରହିଥାଏ। ସୁଯୋଗକୁ ହାତଛଡ଼ା ନ’କରି ଡମୁଣୀ ତା’କାହାଣୀ ବଖାଣି ଥିଲା।

👉ସାମ୍ବାଦିକ ଆଶ୍ଚର୍ଯ୍ୟ  ପ୍ରକଟ କରିଥିଲେ ! ବିଧିବଦ୍ଧ ଭାବରେ ଆଇନଜୀବିଙ୍କ ସହ ଆଲୋଚନାକରି ଯଥା ସହଯୋଗ ପାଇଁ ହଁ ଭରିଥିଲେ। ଡମୁଣୀ ମନରେ ଖୁସିର ମାତ୍ରା ଦ୍ୱଗୁଣିତ ହେଲା। ସ୍ୱାଧୀନତା ଦିବସରେ ସେ ମିଠା ଖାଇଲା। ସେଦିନ ସୋମବାର ରହିଥାଏ। ଜେଲର ସାହେବ ନଥିପତ୍ର ଡମୁଣୀର ବାରିଷ୍ଟରଙ୍କୁ ହସ୍ତାନ୍ତରିତ କରିଥିଲେ।  ଶୁଭକାମନା କରିଥିଲେ ସେ ସାହେବଙ୍କ ଆଶିଷ ବାଣୀ ଶୁଣି ତା ର ମନକୁ ସାନ୍ତ୍ୱନା ଦେଇଥିଲା ।
କଏଦୀ ଖାନାର କମଳା ,ସବିତା ଓ ପିଙ୍କି ସହ ଖୁସିରେ କାହାଣୀ କହିଲା।ଶୁଭ୍ର ଆକାଶରେ ନୀଳଛିଟା ଦେଖାଯାଉଥାଏ। ଅପ୍ରମିତ ବିହଙ୍ଗ ଖାଦ୍ୟ ସନ୍ଧାନରେ ବୋଧେ ଚିଲିକା ଅଭିମୁଖେ ଡେଣା ମେଲାଇଥିଲେ ।


👉ବାରିଷ୍ଟର ମିଶ୍ରଙ୍କ ସହ ବିଶେଷ ଆଲୋଚନା ପରେ ପୁନଃ ମୋକଦ୍ଦମାର ବିଚାରପାଇଁ ଆବେଦନ କରିନେଲା। ଯାଞ୍ଚ ସଠିକରେ ପ୍ରାରମ୍ଭ ହେଲା ,ପୂର୍ବ ନିଷ୍ପତି ବଦଳିଥିଲା। ଶେଷରେ ଡମୁଣୀ ନିର୍ଦ୍ଦୋଷରେ କାରାଗାରରୁ ମୁକ୍ତି ପାଇଲା। ଅଦାଲତରୁ ରାୟ ପହଂଚିଥାଏ।

👉କଏଦୀ ଖାନାରେ ଶେଷ ରାତ୍ର। ଡିନର ବେଳସୁଁ ସରିଥାଏ। ଡମୁଣୀର ଆଖିପତା ପଡୁନଥାଏ। ସାଥି କଏଦୀଙ୍କ ଅସରନ୍ତି କାହାଣୀରେ ସକାଳ ପାହିଗଲା ! ସାହେବଙ୍କ ସୂଚନା ପ୍ରକାରରେ ସେ ତା ଗୁଂଠଳିପତ୍ର ବାନ୍ଧି ସାରିଥାଏ,ତା’ଓକିଲ ମହାଶୟଙ୍କୁ ଅପେକ୍ଷାରେ ଜଗିବସିଥିଲେ।

👉ସମୟ ୧୦.୩୦ ,ସେଲରୁ ସେ ସାହେବଙ୍କ ଦପ୍ତରକୁ ପହଁଚିଥିଲା । ଆବଶ୍ୟକ ନଥିପତ୍ରରେ ଦସ୍ତଖତ କରିନେଇଥିଲା। ସାଥି କଏଦୀଙ୍କ ଆଖିରେ ଲୁହ ଗଡିଥିଲା ! ଦୁଇବର୍ଷ କାଳ ଗୋଟିଏ ବଖରାରେ ଜୀବନ ବିତେଇଥିଲେ ! ପରିବାର ସମ୍ପର୍କଠୁଁ ଅଧିକ ଘନିଷ୍ଠତା ଦେଖିବାକୁ ମିଳିଲା। ସେମାନଙ୍କ ଗୋଡ଼ରେ ବେଢ଼ି ପଡ଼ିନଥିଲା ? ବିଦାୟର ମୁହୂର୍ତ୍ତ ରହିଥାଏ ।


👉ଦ୍ୱାର ନିକଟରେ ସାମ୍ବାଦିକ ଋଷିକେଶ ସାକ୍ଷାତରେ ସେ ଭୂମିଷ୍ଠ ପ୍ରଣାମ ଜଣାଇଲା। ତାଙ୍କ ଚେଷ୍ଠାରେ ଲୁକାୟିତ ନିରୀହ ଦଣ୍ଡରୁ ମୁକୁଳିଲା। ଖବର କାନକୁ କାନ ନଗର ସାରା ବ୍ୟାପିଲା। ସେ ଦିନ ଡମୁଣୀର ପ୍ରୟାସ ସାମ୍ବାଦିକ ଋଷିକେଶ ଖବର ମୁଖ୍ୟ ଆକର୍ଷଣ। ଏଣେ ତେଣେ ପଡ଼ିଥିବା ପଲିଥିନି ସଂଗ୍ରହ ଡମୁଣୀର ନିତିଦିନିଆ କାର୍ଯ୍ୟ ଆରମ୍ଭ ହୁଏ।
ଯେମିତି ସେ ରେଳ ବିଭାଗର ସଫେଇ କର୍ମଚାରିଣୀ ? ତା'ଭାଗ୍ୟରେ ଦିନେ ଏମିତି ବିପଦ ଆସିବ ସେ ଜାଣିପାରିନଥିଲା ! ଅସହାୟ ଶିଶୁକୁ ଉଦ୍ଧାର କରି ଆଇନ ଆଖିରେ ସେ ଶିଶୁ ଚୋରଣୀ! ତା’ର ଦୃଢ ଆତ୍ମା ବିଶ୍ୱାସ ଦିନେ ସେ ଝୁମ୍ପୁରୀ ପଟିର ଆଦର୍ଶ ମହିଳା ଶିରୋନାମାରେ ପ୍ରଥମ ପୃଷ୍ଠାରେ ପ୍ରକାଶିତ ହେଲା। ତା ପିଲାଙ୍କ ନିକଟରେ ପହଂଚି ଯାଇଥିଲା। ଜୀବନ ହସ ଖୁସିରେ ବଢ଼ିଲା। ତା’କାହାଣୀର ଅନ୍ତ ଘଟିନଥିଲା।
👉ଡମୁଣୀ କାରାଗାର ସଂସ୍କାର ପାଇଁ ଏକ ପ୍ରେରଣା ପ୍ରଶଂସନୀୟ। ଯେଉଁ କଏଦୀ ବିନାଦୋଷରେ ଦଣ୍ଡିତ ତାଙ୍କ ପାଇଁ ଏକ ଆଶୀର୍ବାଦ । ପ୍ରତିକୂଳରେ ଡମୁଣୀର ସାହସ ତା’କାହାଣୀ ଆଲୋକର ବତୀ ଚମକିଲା। ସ୍ଥିତିରେ ତା’ଦୃଢ଼ମନର ବିଜୟ ଘଟିଲା। ବନ୍ଦୀଙ୍କ ଜୀବନରେ ଆଲୋକ ବିଛାଇଲା। ଡମୁଣୀର ପ୍ରୟାସ ମଣିଷଙ୍କ ହୃଦୟରେ ସ୍ଥାନ ପାଇଲା । ଅନ୍ଧକାର ନୁହଁ ! ସଫଳ ଏକ ନୂତନ ଆଶାର ଆଲୋକ ।

ଡମୁଣୀ : ରେଳ ଟ୍ରାକର ନିର୍ଦ୍ଦୋଷ କଏଦୀ Damauni :The Innocent Prisoner of the Rail Track

(ରଚୟିତା-ଦିଲିପ କୁମାର ନାୟକ)

Comments

Post a Comment