ଗୋପାଳନ ଓ ଦୁଗ୍ଧ ବିକ୍ରୟ ମହିଳା: ସୁପମା ସ୍ୱାମୀ The Herdsman and the Milkmaid: Supama Swami



ସାମୁଦ୍ରିକ ଉପକୂଳ ସହର କେପ କ୍ୟାମେରୁନ ଏବର କନ୍ୟାକୁମାରୀ ଧୀରେ ଧୀରେ ପ୍ରଭାତ ଜାଗ୍ରତ ହେଉଥାଏ। ବିବେକାନନ୍ଦପୁରମ ଏକ ସାଧନାର ପୀଠ, ଜୀବନର ଗୀତ ଗାଉଥାଏ।

"ଗାଈ କ୍ଷୀର ହିତକର", ସୁପମା ତା’ଜେଜେଙ୍କଠୁ ଶୁଣିଥିଲା ,ଏକ ଜନପ୍ରିୟ ପାନୀୟ ଗୁଣର ଗନ୍ତାଘର ! ସୁପମା ସ୍ୱାମୀ ଦୁଗ୍ଧ ବିକ୍ରୟ ମହିଳା। କନ୍ୟାକୁମାରୀ ସାଗର କୂଳର ଅତିପରିଚିତ ସୁପାମା ଆମ୍ମା ଜଣାଶୁଣା! "ତାଜା କ୍ଷୀର" ବିକ୍ରୟ କେନ୍ଦ୍ର ପାଇଁ ସୁପାମା ତା' ଛୋଟ କୁଟୀର, ଛାତ ନଡ଼ା ଛପର ଆବୃତ କାନ୍ଥ ସହିତ ଉପକୂଳ ତଟରେ ବାସଗୃହ ।

ବାଲିସ୍ତୁପ ସବୁଜ ଘାସବୁଦା ଘେରି ରହିଥିଲା। ଯେଉଁଠାରେ ତା’ର ପ୍ରିୟ ଗାଈ ଚରାଉଥିଲା। ଗୋପାଳନ ସାଙ୍ଗରେ ଦୁଗ୍ଧ ବିକ୍ରୟ ପନ୍ଥାକୁ ସେ ଜୀବନରେ ଏକ ବଡ଼ ସଫଳତା ପାଇଥିଲା। ବୟସ ପ୍ରତିକୂଳକୁ ପଛରେ ପକାଇ ସେ ନିରବିଛିନ୍ନ ଭାବରେ କର୍ମ କରୁଥିଲେ।


ସୁପମା କାଉ ରାବିବା ପୂର୍ବରୁ ତାର ଦୁର୍ବଳ ନୀଳ ଆପ୍ରୋନ୍ ବଦଳାଇ ରୂପା କେଶକୁ ଏକ ସୁନ୍ଦର ଭାବେ ସଜାଇ କ୍ଷୀର ସଂଗ୍ରହ ପାଇଁ ଗୁହାଳକୁ ଯାଉଥିଲା। ଦୁଇ ପିଲାଙ୍କୁ ଜାଗ୍ରତ ନକରି ସେ ଚୁପଚାପ୍ ଚେଇଁ ନିଜର ନିତ୍ୟକର୍ମ ପ୍ରାରମ୍ଭ କରୁଥିଲା।

କାମଧେନୁ, କୁମାରୀ, କୁସୁମ ନାମରେ ସେ ଡାକପକାଏ! ସରଳ ଜର୍ସି ଗାଈ ଏବଂ କୁସୁମ ସାମାନ୍ୟ ମାରଣା ମିଶ୍ରିତ ପ୍ରକୃତିର ରହିଥାଏ। ସୁପମା ଆଉଁସି ଆଉଁସି ଅଭିବାଦନ କରୁଥିଲା ଗାଈର ପହ୍ନା କଅଁଳ ଚିରକୁ ବୃଦ୍ଧ ଆଙ୍ଗୁଠିରେ ଦବାଇ କ୍ଷୀର ସଂଗ୍ରହ ରେ ସେ ବେଶ ଧୁରନ୍ଧର ରହିଥିଲା। ଗୋଖାଦ୍ୟ ପ୍ରଦାନରୁ କ୍ଷୀର ସଂଗ୍ରହ ପର୍ଯ୍ୟନ୍ତ କାର୍ଯ୍ୟଭାର ଉଠାଉଥିଲା । ତା'ପର ଦିନର ଭାବନା ରାଇଜକୁ ସେ ସ୍ପର୍ଶ କରୁଥାଏ। ସେମାନଙ୍କୁ କୋମଳ ବ୍ୟବହାର ପ୍ରତିବଦଳରେ ସର୍ବୋତ୍ତମ କ୍ଷୀରଦାନ କରୁଥିଲେ।

ସୂର୍ଯ୍ୟ ଉଇଁଲା ବେଳକୁ ସୁପମା ବିବେକାନନ୍ଦପୁର ଅଭିମୁଖେ ପଦଚାରଣ  କରୁଥିଲେ। ଅଭ୍ୟର୍ଥନା କେନ୍ଦ୍ର ସନ୍ନିକଟ ବାମ ପଟରେ ଏକ ବଡ଼ଟିଣ ଛପର ଆଶ୍ରୟ ସୁପମାଙ୍କ ସ୍ଥାନ ଯାହା ଏକ ବସଷ୍ଟାଣ୍ଡ ଧାରରେ ଥିଲା।ତା' ଜୀବନର ମୋଡ଼ ବଦଳାଇ ଦେଇଥିଲା।

ସେ ଶ୍ୟାମଳୀ ସାମାନ୍ୟ ଗେଡ଼ି ରହିଥିଲେ। ବରଂ ଶାଢ଼ୀ ପରିଧାନ କରି ତାଙ୍କ ଦକ୍ଷିଣ ଭାରତୀୟ ବେଶଭୂଷା ସଂସ୍କୃତିକୁ ସେ ପରୋକ୍ଷରେ ପ୍ରକାଶ କରୁଥିଲେ। ଏକ ବଡ଼ ଧାତୁ ପାତ୍ରରେ ତାଜା କ୍ଷୀରରେ ଭରପୂର ଢାଙ୍କୁଣୀ ତାଙ୍କ ଟୋକେଇ ମସ୍ତକରେ ସର୍ବଦା ସନ୍ତୁଳିତ ରହିଥାଏ।

ସକାଳର ଶବ୍ଦ, ଢେଉର ଗର୍ଜନ ଏବଂ ପକ୍ଷୀଙ୍କର ସ୍ୱର ଶୁଭୁଥିଲା। ପାହାନ୍ତି ୫.୩୦ ରୁ ୭ ଘଣ୍ଟିକା ଆଶ୍ରମ ମାର୍ଗ ଉନ୍ମକ୍ତ ରହିଥାଏ। ଯାତ୍ରାଟି ଅତି ପରିଚିତ ଥିଲା। ପଥରେ ଅପ୍ରମିତ ପର୍ଯ୍ୟଟକ ସୂର୍ଯ୍ୟ ଦର୍ଶନ ପାଇଁ ନସରପସର ହେଉଥାଆନ୍ତି। ତାରି ସୁଯୋଗ ନେଇ ଚଲାପଥକୁ ସୁପମା ଜଗିବସିଥାଏ। ହାତରେ ଛୋଟ ଷ୍ଟିଲ ଗିଲାସ” ତାହା ହିଁ ତାର ଶ୍ରେଷ୍ଠ ମାପକ ଯନ୍ତ୍ର”! "କପେ କପେ ଗାଈ ଦୁଗ୍ଧ ମାତ୍ର ୨୦ ଟଙ୍କା ମୂଲ୍ୟ," ଓଃ କି ଭିଡ଼ ! ନିୟମିତ ରହିଥାଏ। କୁଞ୍ଚିତ ମୁଖମଣ୍ଡଳରେ ସୁପମା ପାକୁଆପାଟି ହସର ଚୁମ୍ବକୀୟ ମୋହରେ ବାଟୋଇ ତା’ର ବନିଯାଆନ୍ତି ଗ୍ରାହକ!


ବେଳସୁ ତା’ବେପାରକୁ ଆଗକୁ ନେଉଥାଏ। କେବେ କିଏ ସୁପମାଙ୍କୁ ପ୍ରଶ୍ନ କରୁ ନଥିଲେ? ଅମାପ ସପନ ଖୁଚୁରା ବେପାର ତା' ଗ୍ରାହକ ମୁଖମଣ୍ଡଳରେ ହସର ଢେଉ? ବ୍ୟବହାର ଓ ବିଶ୍ୱାସରେ ଗ୍ରାହକ ଖୁସିରେ ଚଲାପଥକୁ ଆପଣେଇଥାନ୍ତି। ବୃଦ୍ଧ ଶ୍ରୀ ନାୟାର, ତାଙ୍କର ପ୍ରାଚୀନ ସାଇକେଲ ଗଡ଼େଇ ଦୁଗ୍ଧ ନେବାକୁ ଅଟକି ଗଲେ। ଦପ୍ତର ଯାଉଥିବା ମାତାମାନେ ସମସ୍ତେ ସୁପମା ନିକଟରେ ଅଟକି ଯାଉଥିଲେ। ବର୍ଷା,ଖରା, ଶୀତ ତା'ପାଇଁ ଫରକ ବାରିହେଉନଥିଲା ? ବାରମାସରେ ତା'ର ବେପାରକୁ ଆଗକୁ ନେଉଥିଲା।

ବସଷ୍ଟାଣ୍ଡ ବିଶ୍ରାମ କକ୍ଷ ମୁକସାକ୍ଷୀ? ତା'ର ଉଷ୍ମହସ ଏବଂ ଦୟାଳୁ ଆଖି ସମସ୍ତଙ୍କୁ ଖୁସି ଦେଉଥିଲା। ସ୍ୱାମୀ ବିବେକାନନ୍ଦଙ୍କ ଏକ ଅବିକଳ ନକଲ ଛବି କାନ୍ଥରେ ନୀତିବାଣୀ ଇସାରା ଦେଉଥାଏ। ସେହି ସବୁଜ ବନାନୀ ଘେରା ସ୍ୱାଗତ କରୁଥିଲା।

"ସତେଜ କ୍ଷୀର" କେତୋଟି ମୁହୂର୍ତ୍ତରେ ବଜାରର ହୃଦୟକୁ ଆକୃଷ୍ଟ କରିନେଲା । ମାଛୱାରୀ ଠାରୁ ଆରମ୍ଭ ହୁଏ କୃଷକ, ବେକର୍, ମାଆମାନେ ଛୋଟ ପିଲା ସହିତ, ଦୁଗ୍ଧ କିଣିବା ପାଇଁ ଧାଡ଼ି ବାନ୍ଧୁଥିଲେ। ଏହାର ସ୍ୱାଦ ଏବଂ ଗୁଣ ଯୋଗୁଁ ପସନ୍ଦ କରୁଥିଲେ। ଯେଉଁଥିରେ କ୍ୟାଲସିୟମ୍, ଭିଟାମିନ୍- ଡ଼ି, ଭିଟାମିନ୍ ବି- ୧୨, ରାଇବୋଫ୍ଲାଭିନ ଏବଂ ଫସଫରସ୍ ଜଡ଼ିତ। ଅନେକ ଦାନ୍ତୁରା ଓ ଦାନ୍ତୁରିଙ୍କ ପାଇଁ କଳ୍ପଦ୍ରୁମ ସଦୃଶ୍ୟ। କେସିନ୍ ହ୍ୱିସ୍ ଏବଂ ମାଂସପେଶୀକୁ ଦୃଢ଼କରିଥାଏ। କ୍ରୀଡ଼ାବିତ, ବଡ଼ି ବିଲଡ଼ର୍ସଙ୍କ ସ୍ୱାସ୍ଥ୍ୟ ପାଇଁ ହିତକର। ଯେଉଁଥିରେ ୮୭ ପ୍ରତିଶତ ପ୍ରାୟ ଜଳମିଶ୍ରିତ ହେତୁ ମୋଟା ମୋଟିଙ୍କ ସ୍ୱାସ୍ଥ୍ୟ ପାଇଁ ନିର୍ଭର ଯୋଗ୍ୟ। ବାଲ୍ୟ ଅବସ୍ଥାରୁ ଦ୍ୱତୀୟ ପସନ୍ଦଏକ ମାତ୍ର “ଗାଈ କ୍ଷୀର”, !

ସୁପାମାଙ୍କ କ୍ଷୀର କେବଳ ଏକ ଦ୍ରବ୍ୟ ନୁହେଁ; ଏହା ଶୁଦ୍ଧତା ଏବଂ ତାଜା ପ୍ରେମର ପ୍ରତୀକ ଥିଲା। ତାଙ୍କର ଉତ୍ସର୍ଗ ଏବଂ ପରିଶ୍ରମର ଏକ ପ୍ରମାଣ! "କ୍ଷୀର ତା' ଅମୃତଠୁ ଅଧିକ, ଗ୍ରାହକଙ୍କୁ ବେଶ ପସନ୍ଦକରୁଥିଲା। ସୁପମାଙ୍କ ପାରସ୍ପରିକ କ୍ରିୟା ସଂକ୍ଷିପ୍ତ କିନ୍ତୁ ସମ୍ପୂର୍ଣ୍ଣ ଅର୍ଥପୂର୍ଣ୍ଣ ରହିଥିଲା। ସେ ତାଙ୍କ ଗ୍ରାହକଙ୍କ ପ୍ରଥମ ପସନ୍ଦ! ସେମାନଙ୍କର କାହାଣୀ, ଆନନ୍ଦ ଏବଂ ସଂଘର୍ଷର ଘଟଣା ପ୍ରତି ଯଥେଷ୍ଟ ଅବଗତ ଥିଲେ। ଅଭୂଲା ହସଖୁସି ଏବଂ ବନ୍ଧୁତ୍ୱପୂର୍ଣ୍ଣ ଆସର ରହିଥିଲା।

ପ୍ରଥମ ମୌସୁମୀ ଅସରାଏ ବର୍ଷା ଦେଇ ବାହୁଡ଼ିଥାଏ। ବିବେକାନନ୍ଦପୁରମ ପରିସୀମାରେ ସୂର୍ଯ୍ୟ ଯେମିତି ହାରମାନିଥିଲା! ସୁପମା ଦୁଗ୍ଧ ବେପାର ଭିଡ଼କୁ ପ୍ରସ୍ଥାନ କରୁଥିଲେ। କିଏ ଜାଣିଥିଲା! ମହୀୟସୀ ମହିଳା ମନରେ ବିଷାଦ! ଯୁବତୀ ତାଙ୍କ ନିକଟକୁ ଆସିଲେ। ସେ ଆଶ୍ରମ ପାଇଁ ନୂଆ ଥିଲେ ଏବଂ ନିଜ ବିଷୟରେ ଅନିଶ୍ଚିତ ମନେ କରୁଥିଲେ। ସୁପମା ତାଙ୍କୁ ଉଷୁମୁ ମୁରୁକି ହସରେ ସ୍ୱାଗତ କଲେ।

ଯୁବତୀ ଅନୁରାଧା! ପ୍ରଥମ ସନ୍ତାନର ଜନ୍ମଦାତ୍ରୀ! ନବଜାତ ଶିଶୁ ପାଇଁ କନ୍ୟାକୁମାରୀ କୂଳରେ ତାଜା କ୍ଷୀର ସନ୍ଧାନରେ ? ସୁପମା ଆଶ୍ୱାସନା ଦେଇଥିଲା ,କେବଳ କ୍ଷୀର ନୁହେଁ ? ସହର ଉପକୂଳରେ ସ୍ଥାୟୀ ବାସିନ୍ଦା ପାଇଁ ପରାମର୍ଶ ଦେଇଥିଲା। ଦୁହେଁଙ୍କ ମଧ୍ୟରେ ଫୋନ ନମ୍ବର ବିନିମୟ କଲେ। ଦିନଗୁଡ଼ିକ ସପ୍ତାହରେ ପରିଣତ ହେଲା। ତା’ପରେ ଅନୁରାଧା  ନିୟମିତ ଗ୍ରାହକ।ଅନୁରାଧାର ଆତ୍ମବିଶ୍ୱାସକୁ ନେଇ ସୁପମା ସ୍ୱାମୀ ଅନୁଭବ କଲେ। ଦୁହିଁଙ୍କ ବାର୍ତ୍ତାଳାପ ଗଭୀର ହେଲା। ତାଙ୍କ ଅଭିଳାଷ ସ୍ପଷ୍ଟ ହୋଇଥିଲା। ଅନୁରାଧାଙ୍କ ଶିଶୁ ପାଇଁ ଛୋଟ ଉପହାର ଦେଉଥିଲେ। ଉଭୟଙ୍କ ମଧ୍ୟରେ ବନ୍ଧୁତ୍ୱ ବଢ଼ିବାକୁ ଲାଗିଲା।

ଜିନିଷ ପ୍ୟାକ୍ କରି ଆଉ କିଛି ହସ ଏବଂ ତରଙ୍ଗ ବିନିମୟ କଲେ। ଗୁଜୁରାଣ ପାଇଁ କର୍ତ୍ତବ୍ୟରେ ଅନୁସରଣ କରିବାକୁ ଲାଗିଲେ।

ମୁଖ୍ୟଦ୍ୱାର ପାର କରିସାରିଥାଏ। ଡ଼ାହାଣ ପାର୍ଶ୍ୱରେ ଅନତି ଦୂରରେ ରେଳ ଷ୍ଟେସନର ଶବଦ! ୱାକସ ସଂଗ୍ରହାଳୟ ଟିକଟ ଘର! ଅପ୍ରମିତ ପର୍ଯ୍ୟଟକ ଭିଡ଼ ଜମେଇଥିଲେ। ସୁପମାଙ୍କ ଗରାରେ କଞ୍ଚାକ୍ଷୀର ମହଜୁଦ ନଥିଲା ? ଅନେକ ମ୍ଳାନ’ରେ ବାହୁଡ଼ିଥିଲେ !

ଦି’ପାଦ ଦୂରରୁ ବିବେକାନନ୍ଦ ମୂର୍ତ୍ତି । ତିନି ସାଗର ମିଳନରେ ଜାଜୁଲ୍ୟମାନ ଭିଜା ସ୍ତମ୍ବ ! ଢେଉର ଲୁଚକାଳିରେ କୁମାରୀ ମନ୍ଦିର ନିକଟରୁ ସୁପମା ସ୍ୱାମୀ ଅଦୃଶ୍ୟ ହୋଇଥିଲେ।

ବୃକ୍ଷହୀନ ଘାସ, ବିବିଧ ପ୍ରଜାତିର ବେଳାଭୂମିରେ ସୁପମା ଖାପଖୁଆଇ ଚଳୁଥିଲେ। ଛୋଟ ଘାସ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ତୃଣ ଚାରଣ ଓ ଗୁହାଳ ସୁପମାଙ୍କୁ ବିପଦକୁ ଠେଲି ଦେଇଥିଲା। ସେ “ସାମୁଦ୍ରିକ ଝଡ଼”ଭଙ୍ଗାରୁଜା ଗୁହାଳକୁ ନିୟମିତ ମରାମତି ଲାଗିପଡୁଥିଲା। କ୍ଷୀର ସଂଗ୍ରହରେ ପରିମାଣ କମିବାକୁ ଲାଗିଲା। ଗ୍ରାହକଙ୍କ ନିକଟରେ ଅପମାନିତ ହେବାକୁ ପଡ଼ିଥିଲା। ବଜାରରୁ ମହଙ୍ଗା ଗୋଖାଦ୍ୟ କ୍ରୟ "ବୋଝ ଉପରେ ଲଳିତା ବିଡ଼ା", ଅଧିକ କ୍ଷତି ସହିବାକୁ ପଡ଼ିଲା।


ଚିନ୍ତାରେ ଡୁବିଯାଇଥିଲେ। ଉପାୟଶୂନ୍ୟ ଶେଷରେ ପଶୁପାଳନ ଅଧିକାରୀଙ୍କ ପରାମର୍ଶ ପାଇଁ ଦ୍ୱାରସ୍ଥ ହୋଇଥିଲେ। କନ୍ୟା କୁମାରୀ ତୃଣଭୂମିର କିଛି ଉଦ୍ଭିଦ ଗୁଡିକୁ ଛୋଟ ବ୍ଲୁଷ୍ଟେମ୍ ପରି ଘାସ ଦ୍ୱାରା! ପ୍ରାଧାନ୍ୟ ବିସ୍ତାରକଲା। ଦୁଗ୍ଧ ବିକ୍ରୟ ଜାରି ରଖିଥିଲେ। କେବଳ ଦୁଗ୍ଧ ନୁହେଁ? "ଟୋକେଇ "ଗ୍ରାହକଙ୍କୁ ବେଶ ଆକର୍ଷିତ କରିଥିଲା। କୋମଳ ହୃଦୟ ଓ ପ୍ରଗାଢ ବିଶ୍ୱାସ ଦ୍ୱାରା ବ୍ୟବସାୟୀକ ବନ୍ଧନରେ ଯୋଡ଼ି ପାରିଥିଲେ। ନିଜ ଉଦ୍ୟମରେ ସେ ଶେଷରେ ସଫଳ ହେଲେ। ନିଜ କର୍ମକୁ ଆବୋରି ଆଦର୍ଶ ମହିଳା ଭାବେ ସୁପମା ଉଦାହରଣ ସ୍ଥାପନ କରିଥିଲେ।

ବିବେକାନନ୍ଦପୁରମ୍ ବସଷ୍ଟାଣ୍ଡରେ ସୁପମା କେବଳ ଦୁଗ୍ଧ ବିକ୍ରେତା ନଥିଲେ। ସେ ଏକ ସମାଜ ରୂପକ ଶାଢ଼ୀର ଏକମାତ୍ର ସୁତାର ଅଂଶ ! ନିଜର ସେବା ମାଧ୍ୟମରେ "ପିଲାଠୁଁ ବୁଢା ଓ ଦିଣ୍ଡାଠୁଁ ଭେଣ୍ଡା ପର୍ଯ୍ୟନ୍ତ ଅଦ୍ୟ ଗ୍ରାହକ" ! 
ଭ୍ରମଣକାରୀ ପର୍ଯ୍ୟଟକ ବହଳରେ ସେ ଉଚ୍ଚ  ପ୍ରଶଂସିତ। ସୁପମାଙ୍କର କଞ୍ଚାକ୍ଷୀର ଆଶାର ପ୍ରତୀକର ଅମୃତ ପାଲଟି ଗଲା। ଏକ ସ୍ମାରକ ଭାବରେ ପରିଣତ ହେଲେ ଯାହା ଶକ୍ତିହୀନତା ପାଇଁ ପୃଷ୍ଟିକର ଇନ୍ଧନକୁ ପ୍ରତିନିଧିତ୍ୱ କଲା। କିଏ ଜାଣିଥିଲା? ସୁପମାଙ୍କର ପସନ୍ଦ ଗୋପାଳନ ଓ ଦୁଗ୍ଧ ବିକ୍ରୟ ପେଶା! ଆଦର୍ଶ ଭୂମିକାରେ ଅବତୀର୍ଣ୍ଣ ହୋଇପାରିଲେ।

ଗୋପାଳନ ଓ ଦୁଗ୍ଧ ବିକ୍ରୟ ମହିଳା: ସୁପମା ସ୍ୱାମୀ The Herdsman and the Milkmaid: Supama Swami
ରଚୟିତା-ଦିଲିପ କୁମାର ନାୟକ)

Comments

Post a Comment