ଆଲ୍ଲାହାବାଦ ଏବର ପ୍ରୟାଗରାଜ ରେଳ ଜଙ୍କ୍ସନ ଦେଖି ଚକିତ ହେଲୁ ! ତୀର୍ଥ ଯାତ୍ରୀ ଗୁଂଠଲୀ,ଅସ୍ତି ଝୁଲା ,ହକ୍କାର ,ଟ୍ୟାକ୍ସି ଚାଳକଙ୍କ ଭୂସ୍ବର୍ଗ ପ୍ରଥମେ ଦେଖିଲୁ। ହୋଟେଲ କାଶୀ,ବଶିଷ୍ଠ ,ସାଣ୍ଟିଲା ଇଂନ ସଡକ କତିରେ ଅଟୋ ନରମି ଯାଇଥିଲା। ଭଡା ବାବଦକୁ ୮୦ ଟଙ୍କା ପୈଠକଲୁ । ବିଶ୍ରାମ କେଇ ମିନଟ ପରେ ସଜବାଜ ହେଲୁ। ୩ କିଲୋମିଟର ଦୂର ରହିଥିଲା। ସିଧା ତୁଲାରାମ ବାଗ,ମହାତ୍ମାଗାନ୍ଧୀ ରୋଡ଼,ଭାରତ ସେବାଶ୍ରମ ସଂଘ ଅଧେ ଘଣ୍ଟା ସମୟରେ ପହଞ୍ଚି ଯାଇଥିଲା। ଅଟୋ ଭଡା ବାବଦକୁ ୧୦୦ ଟଙ୍କା ।
ଆଶ୍ରମର ତୋରଣ ଝଟକି ମାରୁଥିଲା। ଖୁବ ଆକର୍ଷଣୀୟ,ଗୌରୀକ ବସ୍ତ୍ରଧାରୀ ସ୍ୱାମୀଜୀଙ୍କ ଦର୍ଶନ ପାଇଲୁ। ମୋ ସହ ମିନତୀ ପାଶେ ପାଶେ ରହିଥିଲେ। ସ୍ୱାମୀଜୀଙ୍କ ପରାମର୍ଶରେ ଆମେ ପ୍ରୟାଗ ରାଜ ଘାଟକୁ ବଢ଼ିଲୁ। କିଲୋମିଟର ଦୂର। ସାଥିରେ ଆଶ୍ରମ ବାସିନ୍ଦା ତତ୍ତ୍ୱାବଧାନରେ ଟୁଙ୍ଗିରେ ସ୍ପର୍ଶ କଲୁ ।
ମାଟି ଚାଳ ଛପର ,ବାଉଁଶପାତି ଘେରି ରହିଥିଲା । କାଷ୍ଠର ବେଞ୍ଚ ଏକାଧିକ ଚୌକି ଦେଖିଲୁ। ପଣ୍ଡିତେ ଟୁଙ୍ଗିର ମଧ୍ୟ ଭାଗରେ ଆସନ ନେଇଥିଲେ। ଧୀର ସ୍ୱରରେ ପ୍ରଶ୍ନ କରିଥିଲେ। କେଉଁ ରାଜ୍ୟରୁ ଆସିଛ? କେଉଁ ଅଭିପ୍ରାୟରେ ଆସିଛ?ଇସାରା ଦେଲେ।
ଟୁଙ୍ଗି ସଂଖ୍ୟା -୬,ମାର୍ଫତ ପଣ୍ଡିତ ଲାଲାଜୀ କାଲା। ସବିଶେଷ ଯୋଗାଯୋଗପାଇଁ ଅତିରିକ୍ତ ଠିକଣା ପ୍ରୟାଗ ଭବନ- ୪୧/୨୯ ,ସି ଖେଡ଼,ଫତିଗଞ୍ଜ ଆଲ୍ଲାହାବାଦ ରହିଥିଲା।ଭାଷା ନମ୍ୱର -୦୯୪୫୦୬୨୪୫୫୫ ,୦୯୦୦୫୨୮୦୫୬୧, ୦୯୭୨୧୭୭୫୬୪୪,ପଣ୍ଡା -ଲାଲାଜୀ କାଲା ପୁତ୍ର ରଘୁବୀର ପ୍ରସାଦ କାଲା ,ପୁତ୍ର ଜଣେନ୍ଦ୍ର ନାଥ କାଲା ,ରାମ ବିହାରୀ କାଲା ମୋଟା ରଙ୍ଗିଣୀ ଭିଜିଟିଙ୍ଗ କାର୍ଡ଼ରେ ଲିପିବଦ୍ଧ ରହିଥିଲା।
କେଇ ମିନଟ ବିଶ୍ରାମ ପରେ ପଣ୍ଡିତଙ୍କ ସହକାରୀ ଅସ୍ତିବିସର୍ଜନ ପାଇଁ ଆନୁଷଙ୍ଗିକ ଦ୍ରବ୍ୟ ନେଇ ଆସିବାକୁ କହିଥିଲେ । ୧୦୦ ଟଙ୍କା ବଢ଼େଇ ଦେଇଥିଲୁ। ପ୍ରଦୀପ ଭାଇ ଧୋତି ଚାଦର ବେଶ ପଡ଼ିଲେ। ରେବତୀ ଶାଶୁ ମାଆଙ୍କ ଅସ୍ତିବିସର୍ଜନ ସଂସ୍କାର କାର୍ଯ୍ୟ ଦ୍ୱାର ଦେଶରେ ରହିଥିଲା।
ଏକ ମଣ୍ଡପରେ ପଣ୍ଡିତେ ଶ୍ଳୋକ ଉଚ୍ଚାରଣ କଲେ। ନାମ ଗୋତ୍ର ସମ୍ପର୍କ ବୁଝିନେଲେ। ଅସ୍ତି କଳସ ଭଉଁରୀ ଲୋଟା ବ୍ରାସର ରହିଥିଲା। ନାଲି କପଡ଼ାରେ ଆଚ୍ଛାଦିତ! ପ୍ରଦୀପ ଭାଇ ଗୋଟିଏ ଗୋଟିଏ ୩ଟି ଅସ୍ତି ଖଣ୍ଡକୁ କର୍ମ କୋଠୀ'ରେ ଆସନ ଦେଇଥିଲେ। ମନ୍ତ୍ର ଅନବରତ ଶୁଭୁଥାଏ। ଅନେକ ଅସ୍ତିବିସର୍ଜନ ସମ୍ପର୍କୀୟ ଏକ ଧାଡିରେ କ୍ରମାନୁସାରେ ମନ୍ତ୍ର ଦୋହରାଉଥିଲେ। ଗଣ ଅସ୍ତିବିସର୍ଜନର ଭ୍ରମସୃଷ୍ଟି କରିଥିଲା ! ପଡୋଶୀ ଟୁଙ୍ଗିରେ କର୍ମକାଣ୍ଡ ସଂସ୍କାର ପ୍ରକ୍ରିୟା ଅହରହ ଦେଖିଲୁ । ଫଟୋ ନେଲୁ, ଭିଡ଼ିଓ ରେକର୍ଡ଼ କଲୁ। ମିନତୀ ପ୍ରଣତି ପାହାଁମୁଣ୍ଡି ପଡିଲେ। ପ୍ରୟାଗ ପଣ୍ଡିତଙ୍କ ଆଶିଷ ଲଭିଲେ।
ଆମେ ୪ ସଙ୍ଗମ ସ୍ଥଳକୁ ବାଲୁକାମୟ ଗଙ୍ଗା ତଟରେ ଚାଲି ଚାଲି ଗଲୁ। ସାଥିରେ ଆଶ୍ରମ ସହାୟକ ଇଙ୍ଗିତ କରୁଥିଲେ। ଘାଟ ସ୍ପର୍ଶକଲୁ। ଭାରତ ସେବାଶ୍ରମର ସ୍ୱତନ୍ତ୍ର କାଠ ଡ଼ଙ୍ଗାରେ ଆସନ ନେଲୁ। ମୂଲଚାଲ ଥିଲା ନା' ଝିନଝଟ ରହିଥିଲା। ସୁଗମ ବ୍ୟବସ୍ଥା ଦେଖି ପ୍ରଦୀପ ଭାଇ ଭାରି ଖୁସି ଥିଲେ। ଚବର ଚବର ଜଳ ନାବିକ ଆହୁଲା ମାରୁଥାଏ। ଏକ ଦେଶୀ ଡ଼ଙ୍ଗା ରହିଥିଲା ।
ସଫେଦ ସାଇବେରୀୟନ ସିଗଲ (Siberian Seagul)(Larus Fuscus Heuglini) found in the winter . ଦଳ ଦଳ ସନ୍ତରଣ କରୁଥିଲେ। ଅନେକ ଯାତ୍ରୀ ସ୍ଥାନୀୟ ଲିଆ ସାଦୃଶ୍ୟ ଖାଦ୍ୟ ପୁଡିଆ ତରଙ୍ଗରେ ଭସାଉଥିଲେ। କାଳେ ପିତୃଲୋକ ଶାନ୍ତି ପାଇବେ ! କେଉଁ ଯୁଗରୁ ଅସ୍ତିବିସର୍ଜନ ପରମ୍ପରା ପ୍ରଚଳିତ। ସ୍ୱର୍ଗ ପ୍ରାପ୍ତି ଘଟିବ। ମୋକ୍ଷ ପାଇବେ। ଆତ୍ମାକୁ ଶାନ୍ତି ମିଳିବ।
ଡଙ୍ଗାଟି ତ୍ରିବେଣୀ ସଙ୍ଗମ ଅନତି ଦୂରରେ ଭାସମାନ ମୁଦ୍ରାରେ। ମିନତୀ ପ୍ରଣତି ମନରେ ଖୁସିର ହିମାଳୟ ଏଭେରେଷ୍ଟ ଚୂଳରେ ସ୍ପର୍ଶ କରିଥିଲା । ଗଙ୍ଗା ଯମୁନା ଓ ସରସ୍ବତୀର ମିଳନ। ସ୍ୱରସ୍ୱତୀର ଜଳ ଆଖିକୁ ଦିଶୁନଥିଲା ! କୁଆଡେ ସ୍ରୋତର ତଳସ୍ତରରେ ପ୍ରବାହମାନ ହେଉଥିଲା।
ତୀର୍ଥଯାତ୍ରୀଙ୍କ ମନ୍ତ୍ର ଏବଂ ପୂଜା ପାଠରେ ଘାଟ ସ୍ପନ୍ଦନଶୀଳ ରହିଥିଲା। ଜୀବନ୍ତ ରଙ୍ଗ ପରିବେଶରେ ସଙ୍ଗମ ଦିଗକୁ ନାବିକ ଭାଇ ମଙ୍ଗ ସଳଖୁଥିଲେ। ଆମ ନୌଯାତ୍ରା ଅତିମନୋରମ ରହିଥିଲା। ଜଳରାଶିକୁ ଦେଖୁଲୁ ଚକିତ ହେଲୁ ! ଗଙ୍ଗାର ଜଳ ସ୍ୱଚ୍ଛ ,ଯମୁନାର ଫିକା ସାମାନ୍ୟ ସବୁଜ ରଙ୍ଗ ମିଶ୍ରିତ ଦୃଶ୍ୟ। ଶାନ୍ତି ଯେତିକି ପାଇଥିଲୁ ଦିଗୁଣ ଆଧ୍ୟାତ୍ମିକ ଭାବନା ଯୋଡ଼ି ହୋଇଥିଲା। ଜଳରାଶିରେ କେବଳ ଯାତ୍ରୀଙ୍କ ଡ଼ଙ୍ଗା ଭିଡ଼ ଦେଖିଲୁ ।
ସତକୁ ସତ ଆମେ ୪ ସଙ୍ଗମ ବିନ୍ଦୁରେ ପହଂଚିଗଲୁ । ଏକ କାଷ୍ଠର ମଂଚ ଦେଖିଲୁ । ଯେଉଁଠି ପଣ୍ଡିତେ ଆସନ ଜମାଇଥିଲେ। ଶୁଳ୍କ ପୈଠ କଲୁ। କେତୋଟି ନାରିକେଳ ଗଙ୍ଗା ମାତାକୁ ଦାନ କରିବେ ? ପିତୃଲୋକଙ୍କୁ ତତୋଧିକ ପୁଣ୍ୟ ପ୍ରାପ୍ତି ଘଟିବ !
ପ୍ରଦୀପ ଭାଇ ରେବତୀ ମାଆଙ୍କ ପାଇଁ ଆବେଗ କାହିଁରେ କଣ ସେ ୧୦ଟି ନାରିକେଳ ଦାନ ପାଇଁ ମତ ଦେଲେ। ପ୍ରତି ନାରିକେଳ ପିଛା ଦାନ ପରିମାଣ ୫୦ ଟଙ୍କାରୁ ୧୦୦ ତାଙ୍କ ଧାର୍ଯ୍ୟ ରହିଥାଏ । ଦୋଛକିରେ ! ଟୁଙ୍ଗି ପଣ୍ଡିତେ କହିଥିଲେ ,ନାରୀ କେଳ ଦାନରେ ପଡିବେ ନାହିଁ । ପ୍ରଦୀପଙ୍କ ଭାବବେଗ ଅର୍ଥ ମୂଲ୍ୟହୀନ । ୩ ଥର ଡୁବୁକି ସମୂହ ମାରିଲୁ।
ସ୍ୱର୍ଗକୁ ନିଶୁଣି ସଙ୍ଗମରୁ ସଂଯୋଗ ଭ୍ରମସୃଷ୍ଟି କରୁଥିଲା। ଫୋଟୋଗ୍ରାଫର ଜଳ ରାଶିରେ ଟାକି ବସିଥିଲେ। ଫଟୋ ପିଛା ୫୦ ଟଙ୍କା ଦେୟ ରହିଥିଲା। ୩ ଆଞ୍ଜୁଳା ପିତୃଲୋକଙ୍କୁ ଅର୍ପଣ କଲୁ। ଆଶ୍ରିବାଦ କାମନା କଲୁ।
ସଂଗମରେ ଅଧାଘଣ୍ଟା ସମୟ ବିତେଇଲୁ। ନାବିକ ଇସାରାରେ ଆମର ଲେଉଟାଣି ଯାତ୍ରା , ସଙ୍ଗମ ବିନ୍ଦୁରେ ତ୍ରିବେଣୀ ଅମୃତର ଏନ୍ତୁଡ଼ି ଶାଳରେ ମନ ରହିଯାଇଥିଲା।। ଘାଟରେ ନିରାପଦରେ ଓହ୍ଳାଇଥିଲୁ। ରେବତୀ ମାଆଙ୍କ ଆତ୍ମାର ଠିକଣା କେଉଁଠି ମନରେ ପ୍ରଶ୍ନ ଉଙ୍କିମାରୁଥିଲା? ସେ ସ୍ଵର୍ଗରେ ନା' ଭୂଲୋକରେ ! ନିଶ୍ଚୟ ସ୍ଵର୍ଗରେ ବାସ କରୁଥିବେ। ପ୍ରଦୀପଙ୍କ ମନ ଭାରି ଖୁସି ଅସ୍ତିବିସର୍ଜନ ସଂସ୍କାର କାର୍ଯ୍ୟଟି ତୁଲାଇଦେଲେ। ଖୁସି ଖୁସିରେ ସସ୍ତ୍ରୀକ ପ୍ରଦୀପ ପ୍ରଣତି ଆମ ଦୁହିଁଙ୍କ ସହ ଆଗାମୀ ଭ୍ରମଣରେ ପାଦ ସହ ପାଦ ମିଳେଇଲେ।
ତ୍ରିବେଣୀ ଘାଟର ବାଁ ପଟରେ ଐତିହାସିକ ଦୁର୍ଗା ମନ୍ଦିର ଦେଖିଲୁ। ସମ୍ରାଟ ଆକବରଙ୍କ ଦ୍ୱାରା ନିର୍ମିତ ୧୫୮୩ ମସିହାରେ ସ୍ଥାପିତ । ଦୁର୍ଗ ମଧ୍ୟରେ ପାତାଳପୁରୀ ମନ୍ଦିର ଦେଖୁଲୁ। ନିଛାଟିଆ ଲାଗୁଥିଲା ଭୟ’ବି ରହୁଥିଲା ! ଅକ୍ଷୟବଟରେ ଜଳ ଦେଲୁ। ଶେଷରେ ହନୁମାନ ମନ୍ଦିର ଦର୍ଶନ କଲୁ। ପୂର୍ବରୁ ପୁରୁଣା ଅଟୋ ଆମକୁ ଜଗି ବସିଥିଲେ। ସାମାନ୍ୟ ଖାଲଢିପ ତ୍ରିବେଣୀ ଉପତ୍ୟକାରୁ ବିଦାୟ ମାଗିଲୁ। ଆମ ଅଟୋ ଭାରତ ସେବାଶ୍ରମ ସଂଘ କାର୍ଯ୍ୟାଳୟ ପରିସରକୁ ସ୍ପର୍ଶ କରିଥିଲା ।
ଉଦୁଉଦିଆ ଖରାକୁ ଉପାସିଆ ଦିନଟାରେ ଭୋକର ମାତ୍ରା ନକହିଲେ ଭଲ! ଆମେ ୪ ଭୋଜନାଳୟକୁ ପ୍ରବେଶ କଲୁ ସାକାହାରୀ ମୁଣ୍ଡ ପିଛା ୫୦ ଟଙ୍କା ପ୍ରସାଦ ଦର ଧାର୍ଯ୍ୟ ରହିଥିଲା। କି ସ୍ୱାଦ ! ଆମେ ୪ ଶତପ୍ରତିଶତ ସନ୍ତୁଷ୍ଟ ହେଲୁ । ଏକ ନିର୍ଭର ଯୋଗ୍ୟ ପ୍ରତିଷ୍ଠାନ । ପ୍ରୟାଗରାଜର ସ୍ପନ୍ଦନ ସଂସ୍କୃତି ଓ ଆଧ୍ୟାତ୍ମିକଭାବ ଅତୁଟ ବିଶ୍ୱାସ ତୀର୍ଥ ଯାତ୍ରୀଙ୍କ ଠାରୁ ଉକୁଟି ମାରୁଥିଲା।
ସ୍ୱାମୀ ପରମାନନ୍ଦ ଭାରତ ସେବାଶ୍ରମ ସଙ୍ଘ ୧୯୧୭ ମସିହାରେ ପ୍ରତିଷ୍ଠା କରିଥିଲେ। ଭାରତ ବ୍ୟତୀତ ଇଂଲଣ୍ଡ ,ଆମେରିକା ,କାନାଡ଼ା , ମାଲେସିଆ ଓ ଇଣ୍ଡୋନେସିଆ ଆଦି ଦେଶ ମାନଙ୍କରେ ସଞ୍ଚାଳିତ ହେଉଛି। ଏକ ଧାର୍ମିକ ସେବା ସଂସ୍କାର ,ଶିକ୍ଷା ,ଦୈବୀ ଦୁର୍ବିପାକରେ ସମାଜରେ କାର୍ଯ୍ୟ କରିଥାଏ । ମାନବ କଲ୍ୟାଣ ପାଇଁ ଲକ୍ଷ୍ୟ ରଖିଥାଏ ।
ତ୍ରିମୁର୍ତ୍ତି ଓ ତ୍ରିଦେବୀ ମାତା ସ୍ୱରସ୍ୱତୀ ,ମାତା ପାର୍ବତୀ ,ମାତାଲକ୍ଷ୍ମୀଙ୍କ ଆରାଧନା କରନ୍ତି। ଆମେ ୪ ବିଶ୍ୱାସରଖି ଭାରତ ସେବାଶ୍ରମ ,୯୩ ,ମହାତ୍ମାଗାନ୍ଧୀ ମାର୍ଗ .ପେଟ୍ରୋଲ ପମ୍ପ ,ତୁଲରାମ ବାଗ ,ମାଧେପୁର ,ପ୍ରୟାଗରାଜ,ଉତ୍ତର ପ୍ରଦେଶ -୨୧୧୦୦୬ ପସନ୍ଦ କଲୁ।
ଅସ୍ତିବିସର୍ଜନ ପାଇଁ ଉତ୍ତମ ପରାମର୍ଶ। ଘାଟରେ ସର୍ବନିମ୍ନ ଅର୍ଥ ୫୦୦ ଟଙ୍କାରୁ ସକ୍ଷମ ଅନୁସାରେ ଯିଏ ଯେତେ ଦାନ ଧର୍ମ କରିବେ ଭିନ୍ନ ଭିନ୍ନ ଶ୍ରଦ୍ଧାଳୁଙ୍କ ଉପରେ ନିର୍ଭରଶୀଳ। ଜଗତର ଧାର୍ମିକ ସ୍ଥଳ ମଧ୍ୟରୁ ପ୍ରୟାଗ ଅନନ୍ୟ।
ପ୍ରୟାଗ ସଙ୍ଗମରେ ଅସ୍ତିବିସର୍ଜନ:ଏକ ଅନୁଭୂତି
Immersion of Ashes at Prayag Sangam : A Personal Experience
ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes,(ଦିପ୍ରମିପ୍ର )(ଦିଲିପ,ପ୍ରଦୀପ ,ମିନତୀ ପ୍ରଣତି)
୧ .ପ୍ରୟାଗ.ଫାଇଲ ବ୍ୟବହାର।
୨.ଭାରତ ସେବାଶ୍ରମ ସଂଘ, ତୁଲାରାମ ବାଗ,ମହାତ୍ମାଗାନ୍ଧୀ ରୋଡ଼, ପ୍ରୟାଗ ରାଜ












Lovely 😍
ReplyDeleteThanks
ReplyDelete