୯ ଅପ୍ରେଲ ୨୦୨୩। ମହାନ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ବିଏଚୟୁ ଲଙ୍କା , ଚୌକ ମୁକସାକ୍ଷୀ, ! ମନ୍ଦିର ମାଳିନୀ ନଗରୀ କାଶୀ ଅଭିମୁଖେ ଅଟୋ ଛୁଟିଲା। ମିନତୀ ପ୍ରଣତି ଓ ଅନୁଜ ପ୍ରଦୀପ ତୀର୍ଥ ଯାତ୍ରାରେ ସାଙ୍ଗ ହୋଇଥିଲେ। ଭାରତର ଏଇ ନଗରଟିକୁ ହିନ୍ଦୁଙ୍କ ସ୍ୱର୍ଗ କୁହନ୍ତି । ତୃତୀୟ ଶତାବ୍ଦୀର ପ୍ରାଚୀନ ଧାର୍ମିକ ସ୍ଥଳ ଭାବେ ଖ୍ୟାତ।
ଅନତି ଦୂରରେ ଅଟୋ ନରମି ଯାଇଥିଲା । ପାଦ ଚଲାରେ ସଭିଏଁ ବିଶ୍ୱନାଥ କରିଡ଼ର ଦେଇ ବଢ଼ିଲୁ। ଗଙ୍ଗା କୂଳରେ ଅପ୍ରମିତ ଶ୍ରଦ୍ଧାଳୁ ନୌ- ବିହାର କରୁଥିଲେ। ସ୍ଥାନେ ସ୍ଥାନେ ଅଟକି ଫଟୋ ନେଉଥିଲୁ। ନୁଆଁ ନୁଆଁରେ କାଶୀ ବିଶ୍ୱନାଥ ମୁଖ୍ୟ ପ୍ରବେଶ କରିଡର ରେ ଚଢ଼ିଲୁ । ଡ଼ାହାଣ କତିରେ ରାଣୀ ଅହଲ୍ୟା ବାଇ ହଲେକାରଙ୍କ ନିକଟରେ ସେଲ୍ଫି ନେଲୁ। ଜୋତା ,ସେଲ ଫୋନ ଜମା ଦେଲୁ । ଯାଞ୍ଚ ପ୍ରକ୍ରିୟା ରହିଥିଲା। ହରହର ମହାଦେବ ଧ୍ୱନିରେ କାଶୀଉପତ୍ୟକା ଦୁଲୁକୁ ଥିଲା!
କାଶୀ ନରେଶ ୧୭୮୦ ରେ ମନ୍ଦିର ମରାମତି କାର୍ଯ୍ୟଭାର ହାତକୁ ନେଇଥିଲେ। ସ୍କନ୍ଦ ପୁରାଣରେ ବର୍ଣ୍ଣିତ। ମଲ୍ଲହାର କନ୍ୟା ଅହଲ୍ୟା ବାଇ ,୧୮୨୮ ମସିହାରେ ବାଈଜ ବାଇ ମାର୍ଥା ଶାସକ ,ଡଉଲଟା ରାଓ ସିନ୍ଧିଆ ,୧୮୩୫ରେ ପଂଜାବର ରାଜା ରଣଜିତ ସିଂ, ରାଣୀ ଦତ୍ତର କୌର ୧ ଟନ ସ୍ବର୍ଣ୍ଣ ଦାନକରି ମନ୍ଦିର ବାହ୍ୟ ଅଂଶକୁ ସ୍ଵର୍ଣ୍ଣରେ ଆଚ୍ଛାଦିତ କରିଥିଲେ।
୧୮୪୧ ମସିହାରେ ରଘୁଜୀ ଭାନ୍ସଲେ ୩ୟ ରୌପ୍ୟ ଦାନରେ ଦ୍ୱାର ନିର୍ମିତ କରିଥିଲେ । ବାରମ୍ବାର ପ୍ରସିଦ୍ଧ ହିନ୍ଦୁ ମନ୍ଦିର ଉପରେ ମହମ୍ମଦ ଘୋର ,ଔରାଙ୍ଗଜେବ ମୋଗଲ ଶାସକଙ୍କ ଦ୍ୱାରା ଭଙ୍ଗାରୁଜାକୁ କେତେକାଂଶରେ ମରାମତି କରିଥିଲେ । ତଥାପି ୩ ହଜାର ୩ଶହ ମନ୍ଦିର ସ୍ଥାପତ୍ୟ ଧର୍ମ ନଗରୀ କାଶୀରେ ପରିକ୍ରମା କଲୁ ।
ଚଉପାସରେ ଶୈବ ଶ୍ରଦ୍ଧାଳୁ ! କେତେକ ମାନସିକ ଧାରୀ ସ୍ୱତନ୍ତ୍ର ଶୁଳ୍କ ଜରିଆରେ ଆଗତୁରା ଦର୍ଶନର ସୁଯୋଗ ପାଇଥିଲେ। କଳାକୃତି ମରାଠା ଢାଞ୍ଚାରେ ଓ ଉତ୍ତର ଭାରତୀୟ କିର୍ତ୍ତୀରାଜି ଝଟକି ଉଠୁଥିଲା। ମୁଖ୍ୟ ଶିଖରଟିର ଉଚ୍ଚତା ପ୍ରାୟ ୧୫.୫ ମିଟର (୫୧ ଫୁଟରେ ) ଗଙ୍ଗା କୂଳରେ ପତାକା ଫର ଫର ଉଡୁଥିଲା।
ଗମ୍ବୁଜରେ ସ୍ବର୍ଣ୍ଣ ଚାଦର ଶିଖରରେ ଆଚ୍ଛାଦିତ ,ଗର୍ଭ ଗୃହରେ ଛୋଟ ସ୍ବର୍ଣ୍ଣ ଶିଖରରେ ପତାକା ସହ ଏକ ତ୍ରିଶୂଳ ଦୃଷ୍ଟି ଆକର୍ଷଣ କରିଥିଲା। ଆମେ ୪ ଗର୍ଭ ଗୃହରେ ଭଗବାନ ବିଶ୍ୱନାଥଙ୍କ ଜ୍ୟୋତିର୍ଲିଙ୍ଗ ଦର୍ଶନ ପାଇଲୁ। ଉଚ୍ଚତା ୨ଫୁଟ, ୩ଫୁଟ ଗୋ ଲେଇରେ ଏକ କଳା ପ୍ରସ୍ତର ରୌପ୍ୟ ବେଦୀରେ ଦର୍ଶନ ଦେଉଥିଲେ। ମନ୍ଦିରଟି ଏକ ବର୍ଗାକାର ସାଦୃଶ୍ୟ। ନନ୍ଦୀଙ୍କ ଉଚ୍ଚତା ୭ ଫୁଟ ପୂର୍ବ ଦିଗରେ ସ୍ଥାପିତ। ସ୍ଥାପତ୍ୟ ନାଗରା ଶୈଳୀରେ ନିର୍ମିତ। ମରାଠୀ କଳାକୃତି ଦେଖିବାକୁ ପାଇଲୁ। ବିଶ୍ୱନାଥ ମନ୍ଦିରଟି ପ୍ରସ୍ତରରେ ନିର୍ମିତ। ସଭା ଗୃହ ,ମଣ୍ଡପମାନ ଫୁଟି ଉଠୁଥିଲା। ରୁଦ୍ରାଭିଷେକ ପାଇଁ ଶ୍ରଦ୍ଧାଳୁ ଜଗିବସିଥିଲେ। ଘଂଟାଏ ଧାଡିରେ ମହାଦେବଙ୍କୁ ଦର୍ଶନ ପାଇଲୁ। ବେଢା ପ୍ରଦକ୍ଷିଣ କଲୁ। ଘଣ୍ଟି ବଜାଇ ପାହାଁମୁଣ୍ଡି ପଡ଼ିଲୁ। ମଧ୍ୟାହ୍ନରେ ମାଅର୍ଣ୍ଣପୁର୍ଣ୍ଣା ଦେବୀଙ୍କ ପ୍ରସାଦ ସେବନ କଲୁ।
କାଳ ଭୈରବ ମନ୍ଦିର : ପ୍ରାଚୀନ ଶୈବପୀଠ ବିଶେଶ୍ୱର ଗଞ୍ଜରେ ଗୁରୁତ୍ୱ ବହନ କରୁଥାଏ। ଭୈରବ ଦର୍ଶନ ବ୍ୟତିରକେ କାଶୀ ବିଶ୍ୱନାଥ ତୀର୍ଥ ଯାତ୍ରା ଅଧୁରା ରହିଯିବ । ମହିମା ଦେଖିବାକୁ ପାଇଲୁ। କଙ୍କାଳ ହାଡ଼ ମୁଣ୍ଡ ମାଳିନୀ ରୂପରେ ଉଭା ହୋଇଥିଲେ । ଉଗ୍ର ଅବତାର ପାଇଁ ଖ୍ୟାତ। ମନ୍ଦିର ଉଚ୍ଚତା ପ୍ରାୟ ୨୬୬ ଫୁଟ ନଗରରେ ଏକ ଆକର୍ଷଣୀୟ ହିନ୍ଦୁ ମନ୍ଦିର ସ୍ଥାପତ୍ୟ। ମିନତୀ ପ୍ରଣତି ପାହାଁମୁଣ୍ଡି ପଡ଼ିଥିଲେ।
ଅପ୍ରମିତ ଭକ୍ତଙ୍କ ଭିଡ ଦେଖିଲୁ। ଦର୍ଶନ ବିଳମ୍ବରେ ପାଇଥିଲୁ କିନ୍ତୁ ଆମେ ୪ ଦର୍ଶନ ପାଇ ଧନ୍ୟ ମନେକଲୁ। ଉତ୍ତର ଦିଗରେ ଜ୍ଞାନ ବାପି ଏକ କୂପ ଯାହା ଜ୍ୟୋତିର୍ଲିଙ୍ଗକୁ ସୁରକ୍ଷା ଦେଉଥିବାର ଏକ ବିଶ୍ୱାସ ରହିଛି। ନିକଟ ବିନାୟକ ମନ୍ଦିର ଦର୍ଶନ କଲୁ। ଅଭିମୁକ୍ତେଶ୍ୱର ବେଢାରେ ପ୍ରଦକ୍ଷିଣ କଲୁ। ନଗରରୀରେ ୯ ଟି ଗୌରୀ ଦେବୀ ,୯ ଟି ଦୁର୍ଗା ଦେବୀ ,୮ ଟି ଭୈରବ ,୫୬ ଗୋଟି ବିନାୟକ ମନ୍ଦିର ,୧୨ ଟି ଜ୍ୟୋତିର୍ଲିଙ୍ଗ ,ଏକାଧିକ ହନୁମାନ ମନ୍ଦିର ପୂଜା ସିଂହଦ୍ୱାରରୁ ଦର୍ଶନ କରି ନଗର ପରିକ୍ରମା ରହିଥିଲା । ଆମେ ୪ ତ୍ରିଦେବ ମନ୍ଦିର ଦର୍ଶନ କଲୁ ସେଲ୍ଫି ନେଲୁ।
ଅପରାହ୍ନରେ ମହାମୃତ୍ୟୁଞ୍ଜୟ ମନ୍ଦିର ,ଦୁର୍ଗାକୁଣ୍ଡ ମନ୍ଦିର ,ଭିଷାଲକ୍ଷ୍ମୀ ମନ୍ଦିର ,ଭାରତ ମାତା ମନ୍ଦିର ,ସଙ୍କଟ ମୋଚନ ମନ୍ଦିରରେ ଘଡ଼ିଏ ରହିଲୁ। ହୁମାନଚାଲିଶା ଭଜିଲୁ। ତାପରେ ଆମେ ତୁଳସୀ ଦାଶ ମନ୍ଦିର ,ବ୍ୟାସ ମନ୍ଦିର ବେଢାରେ ପାଦ ପକାଇଲୁ। ସୂର୍ଯ୍ୟ ଦ୍ୱାଦଶ ଅବତାର ମନ୍ଦିର ଦର୍ଶନ ସମୟକୁ ଗୋଧୂଳି କାଶୀ ନଗରୀକୁ ସ୍ପର୍ଶ କରିଥିଲା ।
କାଶୀ ଦହି ସରବତ ୪ ଗିଲାସ ସ୍ୱାଦ ନେଇଥିଲୁ। ପ୍ରଦୀପ ଭାଇଙ୍କ ଏବେବି ରାମନଗର ଲସିରେ ଚୁମ୍ବକୀୟ ଯାଦୁ ରହିଥିଲ ।ଗୁରୁ ଗୋବିନ୍ଦ ସିଂ ଦଶମ ରାମନଗର ଠାରେ ଘଡ଼ିଏ ଅଟକିଲୁ ! ସଡ଼କରେ ତୀର୍ଥ ଯାତ୍ରୀ ! ଗୃହ ବିଭାଗର ସଜାଗ ପ୍ରହରୀ ଅଶ୍ୱରେ ପଇଁତରା ମାରୁଥିଲେ। କାଳେ ବିପଦ ଘଟିବ ! ହର ହର ମହାଦେବ ,ବମ ବମ ଭୋଲେ ଧ୍ୱନିରେ ହୁରି ପଡୁଥିଲା।
ସନ୍ଧ୍ୟାରେ ପ୍ରଷଭନାଥଙ୍କ ମନ୍ଦିର ଦର୍ଶନ ପାଇଲୁ। ଡାୟୋସିସ୍ ଗିରିଜା କତିରେ ଆଗକୁ ବଢ଼ିଲୁ। ଲେଉଟାଣି ଯାତ୍ରାରେ ଏକାଧିକ ମସଜିଦ ଉକୁଟି ମାରୁଥିଲା। ମନେ ହେଉଥିଲା ଯେମିତି କାଶୀ ନଗରୀ ସର୍ବ ଧର୍ମ ସ୍ଥାପତ୍ୟର ପୁଣ୍ୟ ଭୂମି। ପରବ ପରମ୍ପରାରେ ପରିପୂର୍ଣ୍ଣ ନଗରୀ ଦେଖିବାକୁ ପାଇଲୁ ।
ଯାହାର ଏକ ସଂକ୍ଷିପ୍ତ ବିବରଣୀ।
୧. ପ୍ରତି ବର୍ଷ ଫେବୃଆରୀ ମାସରେ ମହାମୃତ୍ୟୁଞ୍ଜୟ ମନ୍ଦିର କତିରୁ କାଶୀ ବିଶ୍ୱନାଥ ମନ୍ଦିର ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା ଆୟୋଜିତ ହୋଇଥାଏ। ଧିରୁପଡା ୫ ଦିନିଆ ମେଳା ପରେ ଅନୁଷ୍ଠିତ ହୋଇଥାଏ। ମୁଖ୍ୟତଃ ତୁଳସୀ ଘାଟରେ ମଞ୍ଚସ୍ଥ ହୁଏ ।ପରେ ସଙ୍କଟ ମୋଚନ ମନ୍ଦିର ବେଢାରେ ହନୁମାନ ଜୟନ୍ତୀ ମହାଆଡ଼ମ୍ବରରେ ଆୟୋଜିତ ହେଉଥାଏ। ୧୯୨୩ ମସିହାରୁ ପର୍ବ ନିୟମିତ ପାଳିତ ହୁଏ । ଶାସ୍ତ୍ରୀୟ ସଂଗୀତ ,କଳାକାରମାନଙ୍କ ଅଭିନୟ ପ୍ରଦର୍ଶନ ହେଉଥାଏ।
୨.ରାମନଗରରେ ୧୮୩୦ ମସିହାରୁ ରାମଲୀଳା ପାଇଁ ପ୍ରସିଦ୍ଧ। ୩୧ ଦିନଧରି ଉତ୍ସବ ପାଳିତ ହୋଇଥାଏ କେବଳ ନାଟକ ପରିବେଷଣ ହେଉଥାଏ । କାଶୀ ନରେଶଙ୍କ ଦ୍ୱାରା ପ୍ରାୟୋଜିତ ନାଟକ ସନ୍ଧ୍ୟାରେ ପରିବେଷଣ ହେଇଥାଏ। ରାମଙ୍କ ଲୀଳା କାହାଣୀ ବିଷୟରେ ଆଧାରିତ ରହୁଥିଲା।
୩.କାର୍ତ୍ତିକ ଧାର୍ମିକ ମାସରେ ଅକ୍ଟୋବର ଓ ନଭେମ୍ବର) କୃଷ୍ଣପକ୍ଷ ଚତୁର୍ଦ୍ଦଶର ଚତୁର୍ଥ ଚନ୍ଦ୍ର ଦିବସରେ ନାଗ ନାଥାଇୟା ପାଳନ ସର୍ପ କାଳିଆ କୃଷ୍ଣଙ୍କ ବିଜୟକୁ ସ୍ମରଣ କରାଯାଇଥାଏ। ଅକ୍ଟୋବର ଓ ନଭେମ୍ବର ବିଜୟା ଦଶମୀ ଦିନ ପରେ ପାଳନ ହୋଇଥାଏ। ପ୍ରଥା ପରମ୍ପରା ଅନୁଯାୟୀ କାଶୀ ନରେଶ ପାରମ୍ପରିକ ପୋଷାକରେ ସୁସଜ୍ଜିତ ହୋଇ ଉତ୍ସବରେ ଯୋଗ ଦେବାର ରହିଛି ।
୪. ଗଙ୍ଗା ମହୋତ୍ସବ ୫ ଦିନିଆ ପର୍ବ ସଂଗୀତ ଉତ୍ସବ ଆୟୋଜିତ ହୋଇଥାଏ । ନଭେମ୍ବର କାର୍ତ୍ତିକ ପୁର୍ଣିମା ଦୀପାବଳି ଗୋଟିଏ ଦିନ ପୂର୍ବରୁ ଶେଷ ହୋଇଥାଏ । ଯାହା ଗଙ୍ଗା ପର୍ବ ନାମରେ ନାମିତ। ଲକ୍ଷ ଲକ୍ଷ ତୀର୍ଥ ଯାତ୍ରୀ ଗଙ୍ଗାମାତାଙ୍କୁ ବନ୍ଦନା କରନ୍ତି।
୫.ବୁଦ୍ଧ ପୂର୍ଣ୍ଣିମା ,ମହାବୀର ଜୟନ୍ତୀ ମହା ସମାରୋହରେ ପାଳିତ ହୋଇଥାଏ।
୬. ଶିଖ ଧର୍ମ ଗୁରୁ ନାନକ: ରାମନଗରରେ ମହାଶିବରାତ୍ର ଶିଖଧର୍ମ ଅନୁଗାମୀ ଆୟୋଜିତ କରନ୍ତି। ଏକ ମହୋତ୍ସବ ଗୁରୁଗ୍ରନ୍ଥ ସାହେବଙ୍କର ଅଧିକାଂଶ ଦଳିତ ଗୁରୁ ରବିଦାସଙ୍କ ଅନୁଗାମୀ। ଭାରତର ବିଭିନ୍ନ ସ୍ଥାନରୁ ରବିଦାସଙ୍କ ଏକ ଗୁରୁତ୍ୱପୂର୍ଣ୍ଣ ତୀର୍ଥସ୍ଥାନ ଯୋଗ ଦେବାର ପରମ୍ପରା ରହିଛି।
୭.ମୁସଲିମ ପର୍ବ ଇଦ ଉଲ -ଫିଦର- ବକ୍ରୀଡ଼,ମହରମ ସହରରେ ପାଳନ କରାଯାଉଥାଏ ।
ସହର ପରିକ୍ରମା ପରେ ଧର୍ମ ନିରପେକ୍ଷତା ସ୍ଵଚକ୍ଷୁରେ ଦେଖିଲି। ଜଗତର ସବୁ ଧର୍ମ ଗୁଡାକ ଜାକିଜୁକି ହୋଇ ଗଙ୍ଗା କୂଳରେ ମନ୍ଦିର,ଗୀର୍ଜା ,ମସଜିଦ,ଗୁରୁଦ୍ୱାର,ଆଶ୍ରମ ନାମରେ ପରିଚିତ। ମନ୍ଦିର ମାଳିନୀ ନଗରୀରେ ପରିକ୍ରମା ଦିନ ତମାମ ଜାରି ରହିଥିଲା ।ଯାହା ଦେଖିଲୁ ବୁଲିଲୁ ସମୁଦ୍ରକୁ ଶଙ୍ଖେ ସାଦୃଶ୍ୟ।
କାଶୀ ନଗରୀ ପରିକ୍ରମା : ଆତ୍ମାର ଏକ ତୀର୍ଥ ଯାତ୍ରା Kashinagari Parikrama: A Pilgrimage of the Soul
(ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes,(ଦିପ୍ରମିପ୍ର )(ଦିଲିପ,ପ୍ରଦୀପ ,ମିନତୀ ପ୍ରଣତି)
୧. ଶ୍ରୀ ବିଶ୍ୱନାଥ ମନ୍ଦିର ବାରଣାସୀ ଫାଇଲ ବ୍ୟବହାର।









Nice one
ReplyDeleteThanks very much
Delete