ମୁଣ୍ଡର ଝାଳ ତୁଣ୍ଡରେ ପଶିଲା! ତା’ମନବଳ ଚୁରୁମାର ହୋଇ ଯାଇଥିଲା । ପ୍ରକୃତି ବିଦ୍ରୁପ କରୁଥିଲା! ଧର୍ମଗଡ଼ର କନକ କାହାଣୀ! ଛୋଟ ଚାଷରେ ବଡ଼ ବିପଦ ଘନେଇଥିଲା। ମରୁଡି ହାଃହାଃକାର କ୍ଷେତ ଫାଟି ପଡ଼ିଲା! ଅମଳ ନା’ଦୂରୁଦୂରୁ! ଚାଷୀକୁଳ ଛାନିଆ ଚତୃପାର୍ଶ୍ୱ ମରୁଡ଼ିର କରାଳ ଛାୟା। ପାଣିପାଗ ଉପରୁ ଭରସା ତୁଟିଲା।
ଦୀର୍ଘନିଶ୍ୱାସ ଛାଡ଼ି ହାତ ଟେକିଦେଲା। ମୁକସାଜି ଥିଲେ। ଭୋକ ଉପାସିଆ ଆଉଟୁ ପାଉଟୁ,କାନରେ ଫୁସଫୁସ କରି କହୁଥିଲା। କନକ ମୁଖରେ ରେଖା ଗୁଡ଼ିକ ନିରାଶାର ଇଙ୍ଗିତ କରୁଥିଲା।
ନିୟମଗିରି ପୂଜନରେ ଜମା ହେଳାକରି ନଥିଲେ। ଗ୍ରାମ୍ୟ ଠାକୁରାଣୀଙ୍କୁ ଗୁହାରି ଶନି ଓ ମଙ୍ଗଳବାର ପାଳିରେ ନବାତପଣା ମୁଆଁ ସିନ୍ଦୂର ଅର୍ଚ୍ଚନା କଲେ। ଘଣ୍ଟ ହୁଳହୁଳୀରେ ଗାଁ’ଦାଣ୍ଡ ଦୁଲୁକି ଯାଇଥିଲା। ଭୋଗ ବାଢ଼ୁଥିଲା। ପୂଜକଙ୍କୁ ଗୁହାରି ଜଣାଇଥିଲା। ଗଳାରେ ନାଲି ଟହ ଟହ ମନ୍ଦାର ଫୁଲ! ଇନ୍ଦ୍ର ଦେବତାଙ୍କ କଠୋରତା ଗାଉଁଲି କନିଆଁ ଭେଣ୍ଡା ପୁଅ ବୁଝିପାରି ନଥିଲା? ଖୋଲା ଆକାଶ ତଳେ ପୋଖରୀ ହିଡ଼ରେ ଫଟା ମାଟିକୁ ପ୍ରଶ୍ନ କରୁଥିଲା।
ଅବିଚାର ପାଇଁ ଦାୟୀ କିଏ? ଅନେକବାର ପ୍ରଶ୍ନ କରିଥିଲା। ସେ ନିଷ୍ପତି ନେଇଥିଲା। ଆସନ୍ତାକାଲି କୃଷି ଅଧିକାରୀଙ୍କୁ ତା’ପ୍ରଶ୍ନର ଜବାବ ମାଗିବ? ସମାଧାନ କରିବ! ଏବର୍ଷ ମୌସୁମୀର କୁପ୍ରଭାବରେ କନକ ଅମଳରେ ଅଭିଶାପ ? ତା’ମୁଖରୁ ଆହାର ଥାଳି ଛଡେଇ ନେଇଥିଲା। ଝଡ଼ର ଧୂଳି ବିଞ୍ଚିଥିଲା। କଣ୍ଠାଧାନ ଅଗାଡ଼ିକୁ ଆପଣେଇଥିଲା। ଚାଉଳ ବଦଳେ ଖୁଦକୁ ସମ୍ବଳ କରିଥିଲା। ଜାଉ ଖୁଦକାଞ୍ଜି ମୃତ୍ୟୁ ମୁଖରୁ ବଂଚାଇଦେଲା!
ପ୍ରକୃତି ନିକଟେ କନକ ନାଚାର! ପରାଜୟର କଥା ନୁହେଁ। ନିଅଣ୍ଟିଆ ବର୍ଷା ବିପଦ ସୃଷ୍ଟି କଲା। ମରୁଡ଼ିର ନକାରାତ୍ମକ ପ୍ରଭାବରେ ଖାଦ୍ୟ ସଙ୍କଟ, ଦୁର୍ଭିକ୍ଷ, ପୁଷ୍ଟିହୀନତା ଏବଂ ଦାରିଦ୍ର୍ୟ ରୂପ ନେଇଥିଲା। ଜୀବନ ବିକଳରେ ଭିଟାମାଟି ଛାଡ଼ିଲେ!। ଧର୍ମଗଡ଼ର ଏକ ଜୀବନ୍ତ ରୂପ କନକ ତା’ଜୀବନରେ ଦେଖିଲା ! ସବୁଜ ଘର ପ୍ରଭାବ ତାତି ଦିନକୁ ଦିନ ବୃଦ୍ଧିଘଟିଥିଲା। ବରଂ ଦୀର୍ଘଦିନ ପରିଶ୍ରମରୁ ଜନ୍ମିତ ଏକ ଶକ୍ତି ବିଷୟରେ କହିଥିଲା।
ଧର୍ମଗଡ଼ ଆଖପାଖ ଅଂଚଳରେ ଗୋଟିଏ କଥା ମରୁଡ଼ି ନେଇଗଲା ନିତିଦିନିଆ ଜୀବନ? ଭାଗଚାଷୀଙ୍କ ଦୁର୍ଦ୍ଦଶା କହିଲେ ଲାଜ,ନକହିଲେ କୁଳ ଭାସିଯିବା କଥାରେ ସୀମିତ ରହିଲା।
କନକ ଦୁଃଖର ବିହନ ବୁଣୁଥିଲା ! ଦୋଫସଲି କ୍ଷେତ ସ୍ୱର୍ଗ ଆଧାର ଉପରେ ନିର୍ଭର କରୁଥାଏ । ଏ ବର୍ଷ ଖନ୍ଦ ଶୂନ! କହିବାକୁ ଲାଜ ମାଡୁଥିଲା! ଜଳ କେନାଲ ସାତ ସପନ? କନକ ପରି ଅନେକ ଚାଷୀ ଜମିଦାରଙ୍କୁ ଗୁହାରି କରୁଥିଲେ। ସେ ଭାରି କଠୋର ! ଚୁକ୍ତି ମୁତାବକ ଫସଲ ଅସୁଲୁ ପାଇଁ ସିଧା ସିଧା ଦୁଇ ପଦ ଶୁଣାଇଥିଲେ ! ନିରାଶା କେଉଁଠି ଟିକିଏ ସହାନୁଭୂତିରେ ଆଶା ମଉଳି ଯାଇଥିଲା । ତିନି ରେଖା ଟଣାଯାଇଥିଲା ! ଭାଗ ଚାଷୀକୁଳ ଉଚ୍ଛନ୍ନ ହେଲେ!
ଘଟଣା ନୁଆଁ ନଥିଲା? ନଅଙ୍କ ଦୁର୍ଭିକ୍ଷ ଏକ ଶୂନ୍ୟସ୍ଥାନ ସହିତ ପ୍ରତିଧ୍ୱନିତ। ନଅଙ୍କ ଦୁର୍ଭିକ୍ଷ ଛାତିଥରା କାହାଣୀ ଜେଜେଙ୍କ ଜେଜେ କହୁଥିଲେ। ଗାଁ ଗଣ୍ଡା ଜନଶୂନ୍ୟ! ଅନାହାର ମୃତ୍ୟୁର ତାଣ୍ଡବ ସମାଜକୁ କିପରି ଦୋହଲେଇ ଦେଇଥିଲା! ବର୍ତ୍ତମାନକୁ ହେଜି ଭବିଷ୍ୟତର ପନ୍ଥା ସ୍ଥିର ପାଇଁ ମନ ବଳାଇଥିଲା।
ସନ୍ଧ୍ୟା ତାରକାଙ୍କ ନଜରରେ କନକ କନିଷ୍ଠା ଭଗ୍ନୀ ପ୍ରତିକାର ପାଇଁ ଆଳାପ କରୁଥିଲେ। ଆଖିରେ ମୌସୁମୀ ଆକାଶର ରଙ୍ଗଦେଖି କନକକୁ ଚାହିଁଲା! ତାଙ୍କ ସ୍ୱର ସ୍ଥିରତାର କମ୍ପନ! ଜେଜେମା ବୃନ୍ଦାବତୀ ରହିବେକି? କନକର ସୂକ୍ଷ୍ମଚର୍ମ ବିରୁଦ୍ଧରେ ପ୍ରୀତିଙ୍କ ଛୋଟ ହାତକୁ ନେଇଗଲା! କନକଙ୍କ ଭୂମି କଠିନ ହୋଇପାରେ! କିନ୍ତୁ ଶ୍ରମ କଦାପି ଅଗ୍ରଗାମୀ ହୁଏ ନାହିଁ।,ଆସନ୍ତା ବର୍ଷରେ ଏହାକୁ ଏଡ଼ାଇ ହୋଇପାରିବ ? ବିହନର ନିଶ୍ଚୟ ସଫଳ ମିଳିବ। ତା'ପରଦିନ କନକଙ୍କ ଆଖିରେ ଏକ ପନ୍ଥା ଦେଖାଗଲା। ସେ ଗାଁର ମହିଳା ମାନଙ୍କୁ ଏକତ୍ର କଲେ। ସେମାନଙ୍କର ଚେହେରାରେ ସକ୍ରିୟତା ଭରିଦେଇଥିଲା । ଆମ ଦୁଇହାତ ଆମର ସାମର୍ଥ୍ୟ ସହ ଗାଁ ମେଳିର ଅପୂର୍ବ ଶକ୍ତିକୁ ପାଥେୟକରି ଠୁଳ ହୋଇଥିଲେ।
ଯୋଜନା ପ୍ରସ୍ତୁତ କଲେ। କମ ବର୍ଷାର ଫସଲ ପାଇଁ ଯୋଜନା। ଛୋଟ ଅବଧି ବିହନ ପ୍ରଣାଳୀକୁ ଆପଣେଇଲେ। କିସମ ଫସଲ ପରିବର୍ତ୍ତନ କଲେ। ବଞ୍ଚିବା ପାଇଁ ବିପଦ ସୃଷ୍ଟିକୁ ଏଡାଇ ପାରିହେବା! କୃଷି ଅଧିକାରୀ ଙ୍କ ପରାମର୍ଶକୁ ପାଥେୟ କରିଥିଲେ। ମୋ ପୋଖରୀ ଯୋଜନାକୁ କାର୍ଯ୍ୟକାରୀପାଇଁ ସ୍ଥାନୀୟଙ୍କୁ ଅବଗତ କରାଇଲେ। ସେମାନେ ଦୃଢ ସଂକଳ୍ପ ନେଲେ। ମରୁଡ଼ି ପ୍ରତିରୋଧକ ବିହନ କିଣିଲେ ଏବଂ ରବିଫସଲ ସହ ପନିପରିବା ଚାଷ କାମ ଆରମ୍ଭ କଲେ।
କନକ କହୁଥିଲା, ଟିକିଏ ଚେଷ୍ଟା କଲେ ଆଂଶିକ ମରୁଡ଼ି ନିୟନ୍ତ୍ରଣ କରିପାରିବା? ଝଡଧୂଳି ମରୁଡ଼ି କ୍ଷେତରେ ଆଶାର ସବୁଜ କାନଭାସରେ ପରିଣତ କଲେ। ନିଜସ୍ୱ ଅଂଚଳରେ ପୋଖରୀ ଖନନରେ ସଫଳ ହେଲେ। ବର୍ଷା ଜଳର ପ୍ରତ୍ୟେକ ବୁନ୍ଦା ସଂରକ୍ଷଣ କଲେ ଏବଂ ସେମାନଙ୍କର ଜ୍ଞାନ ବାଣ୍ଟିଲେ।
ଖବର କ୍ଷିପ୍ର ଗତିରେ ବ୍ୟାପିଗଲା। ଏହା ସହଜ ନଥିଲା। ଅସହ୍ୟ ଯନ୍ତ୍ରଣାର ଶିକାର ହେବାକୁ ପଡ଼ିଲା। ସନ୍ଦେହ ସେମାନଙ୍କ ସଂକଳ୍ପରେ ଘନୀଭୂତ ହେଲା। କିନ୍ତୁ ପ୍ରତ୍ୟେକ ସୂର୍ଯ୍ୟୋଦୟ ସହିତ, ସେମାନେ ଫେରି ଆସିଲେ। ସେମାନଙ୍କର ନିଷ୍ଠା ପରସ୍ପରର ଆଖିରେ ସହଯୋଗ ପାଇଥିଲେ। ଏକ ଚମତ୍କାର ସବୁଜ ଗୁଳି! କଠିନ ଦୃଶ୍ୟ ବିରୁଦ୍ଧରେ ପୃଥିବୀ ଦେଇ ଗତି କଲା। ରବି ଫସଲ ଉପରେ ଟମାଟୋ ଅମଳ ହେବାକୁ ଲାଗିଲା।
ଜୀବନ୍ତ ସବୁଜ ଫୁସ୍ଫୁସ୍ କଲା। ସାମୂହିକ ଶ୍ରମରୁ ପନିପରିବା ଅମଳ କେବଳ ଖାଦ୍ୟ ନୁହେଁ ବରଂ ଆତ୍ମା ପାଇଁ ଆଶାର ଏକ ଆଲୋକ ପାଲଟିଗଲା। ସଫଳତାର ଖବର ପଡୋଶୀ ଗ୍ରାମରେ ପହଞ୍ଚିଥିଲା। ମହିଳାମାନେ, ଅନୁପ୍ରାଣିତ ହୋଇ, ନିଜସ୍ୱ ଜମିରେ ଚାଷ କାର୍ଯ୍ୟ ଆରମ୍ଭ କଲେ।
ସବୁଜ ପରିବା ଅମଳ ଦୃଶ୍ୟକୁ ଜୀବନ ପ୍ରଦାନକାରୀ ସବୁଜରେ ପରିଣତ କଲେ। ମହିଳା ଚାଷୀଙ୍କ ସ୍ୱାଧୀନ ଚିନ୍ତାରେ ଜମିଦାର ଚୁକ୍ତିକୁ କୋହଳ ନିଷ୍ପତି ନେଇଥିଲେ। ଭାଗୁଆଳ ଚାଷୀଙ୍କ ମନରେ ଖୁସିର ଲହର ବ୍ୟାପିଯାଇଥିଲା। ଧର୍ମଗଡ଼ ଗାଁର ସଫଳତା ଖବର ପଡ଼ୋଶୀ ଗ୍ରାମରେ ପହଞ୍ଚିଲା। ଏବର୍ଷ ଆଗତୁରା ବର୍ଷା ଆସିଲା। ଧର୍ମଗଡ଼ରେ ଏକ ଉତ୍ସବ ମୁଖରିତ ହେଲା।
କନକ ଯୁବଯୁବା ଜମିରେ ସବୁଜ ହସୁଥିବା ଦେଖି ସେମାନଙ୍କ ପରିଶ୍ରମର ପ୍ରକୃତ ପୁରସ୍କାର ପାଇଥିଲେ। କେବଳ ସମାଜକୁ ଜୟ କରିନଥିଲେ! ନିରାଶାକୁ ଜୟ କରିଥଲେ। ପ୍ରମାଣ କରିଥିଲେ,ଭୟଙ୍କର ମରୁଡ଼ି ପରିସ୍ଥିତିରେ ଆଶାର ବିହନ ଓ ପରିଶ୍ରମ ବିଶ୍ୱାସର ଫସଲ ଅମଳ ହେବ ।
ଜୀବନ ସାର : ଜଳର ଅପରିହାର୍ଯ୍ୟ ଭୂମିକା Life ‘s Essence :The Indispensable Role of Water
(ରଚୟିତା-ଦିଲିପ କୁମାର ନାୟକ)






Comments
Post a Comment