୯ ଅପ୍ରେଲ ୨୦୨୩ ସୂର୍ଯ୍ୟ ଉଇଁ ସାରିଥିଲେ। ଆମେ ୪ ଦିପ୍ରମିପ୍ର ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ସଡ଼କରେ ପାଦ ଚଲାରେ ବଢ଼ିଲୁ । ସବୁଜ ଉଦ୍ୟାନ ମାଳ,ବୃହତ୍ତ ଦ୍ରୁମ ଅନେଇ ରହିଥିଲେ। ଦୁଇ ପାଶ୍ୱର୍ରେ ଛାତ୍ର ଛାତ୍ରୀଙ୍କ ଶ୍ରେଣୀକକ୍ଷ , ବିରାଟ କୋଠା ,ଅନେକ ହଷ୍ଟେଲ ଅତିକ୍ରମ କରିଥିଲୁ। ଷ୍ଟାଡ଼ିୟମରେ କ୍ରିଡ଼ାରତ ଯୁବଯୁବା ବେରଂଗ କ୍ରୀଡା ପୋଷାକରେ ଝଟକୁଥିଲେ।
ଅପ୍ରମିତ ବାଇ ସାଇକେଲରେ ଚକ୍କର କାଟୁଥିଲେ। ଅତିଥି ଭବନ ଠାରୁ ଖୁବ ନିକଟତର ନୁଆଁ ବିଶ୍ୱନାଥ ମନ୍ଦିର। ୭କିଲୋମିଟର ଦୂର ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର। ୯ କିଲୋମିଟର ବାରଣାସୀ ରେଳଷ୍ଟେସନ। ଲାଲବାହାଦୁର ଶାସ୍ତ୍ରୀ ଆନ୍ତର୍ଜାତିକ ବିମାନ ଘାଟି ବିଏଚୟୁ ଲଙ୍କା ଚୌକ ମାତ୍ର ୩୧ କିଲୋମିଟର ରହିଥାଏ। ପଣ୍ଡିତ ଦୀନଦୟାଲ ଉପାଧ୍ୟାୟ ରେଳ ଜଙ୍କ୍ସନ ଠାରୁ ୨୦ କିଲୋମିଟର ଦୂରରେ ସ୍ଥାପିତ। ପର୍ଯ୍ୟଟକ,ଶୈବ ଶ୍ରଦ୍ଧାଳୁଙ୍କ ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ। ଗମନା ଗମନ ଦୃଷ୍ଟିରୁ ଉପଯୋଗୀ।
ବିଏଚୟୁ ଆଇଆଇଟି ଛକରୁ ବାଁ ମୋଡରେ ବଢ଼ିଲୁ। ଚୂଳ ଦେଖିଲୁ ! ମନରେ ଉତ୍ସାହ ଜନ୍ମିଲା! ୨ଟି ବିଶ୍ୱନାଥ ମନ୍ଦିର, କାଶୀ ବିଶ୍ୱନାଥ ମନ୍ଦିର ଦର୍ଶନ ପାଇଁ ଆମ ତୀର୍ଥ ଯାତ୍ରା ରହିଥିଲା । ଏଠି ଦ୍ଵିତୀୟ ନୁଆଁ ବିଶ୍ୱନାଥ ମନ୍ଦିର ଅନେକ ପ୍ରଶ୍ନ ଉଙ୍କିମାରୁଥାଏ ? ବିଶ୍ୱ ବିଦ୍ୟାଳୟ ପାଚେରୀ ମଧ୍ୟରେ ମନ୍ଦିର ପାଚେରୀ! ଶଙ୍ଖମଲମଲ ପ୍ରସ୍ତରରେ ଲିପିବଦ୍ଧ ବିଶ୍ୱନାଥ ମନ୍ଦିର ବିରଲା ଟ୍ରଷ୍ଟ,ସ୍ଥାନୀୟ କହୁଥିଲେ ବିରଲା ମନ୍ଦିର।
ଏକଦା ମୂଳ ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିର ଉପରେ ଦୁରାଚାର କେତୋଟି ଶାସକଙ୍କ କୋପଦୃଷ୍ଟି ପଡିଥିଲା। ହିନ୍ଦୁ ମନ୍ଦିରଟିର ସୁରକ୍ଷାରେ ଆଶଙ୍କା ଅଂଚଳରେ ଘନେଇଥିଲା । ୧୯୩୦ ମସିହାରେ ପଣ୍ଡିତ ମଦନ ମୋହନ ମାଲବ୍ୟ ଗଭୀର ଚିନ୍ତା ମଗ୍ନ ରହିଲେ । ତାଙ୍କ ପ୍ରଚେଷ୍ଟାରେ କାଶୀ ବିଶ୍ୱନାଥ ଢାଞ୍ଚାରେ ନୁଆଁ ବିଶ୍ୱନାଥ ମନ୍ଦିର ପ୍ରତିଷ୍ଠା ପାଇଁ ଆୟୋଜନ କରିଥିଲେ। ଭାଗ୍ୟକୁ ଏହାର ନିର୍ମାଣ ଭାର ବିରଲା ସମୂହ ପରିବାର ଶିଳ୍ପପତି ବ୍ୟବସାୟୀ ଆର୍ଥିକ ସହାୟତାରେ ନିର୍ମାଣ ପ୍ରକଳ୍ପ ସୂତ୍ରପାତ ହେଲା।
ମାର୍ଚ୍ଚ ମାସ ୧୯୩୧ ରେ ମନ୍ଦିର ମୂଳଦୁଆ ଶୁଭଦୃଷ୍ଟି ପଡ଼ିଥିଲା। ବିରଲା ପରିବାରଙ୍କ ଆର୍ଥିକ ସହାୟତାରେ ୧୯୬୬ ମସିହାରେ ପ୍ରାୟ ୩୬ ବର୍ଷ ଅବଧିରେ ମନ୍ଦିର ଗଢ଼ଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା ।
ଭାରତ ବର୍ଷରେ ବିରଲା ଶିଳ୍ପପତି ବ୍ରଦର୍ସଙ୍କ ଅକୁଣ୍ଠ ଆର୍ଥିକ ସାହାଯ୍ୟରେ ୨୧ରୁ ଉର୍ଦ୍ଧ ମନ୍ଦିର ସ୍ଥାପତ୍ୟ ପାଇଁ ଖ୍ୟାତ। ଓଡିଶା ରାଇଜର ବ୍ରଜରାଜ ନଗରରେ ଲକ୍ଷ୍ମୀ ନାରାୟଣ ମନ୍ଦିର ଅନ୍ୟତମ । ମହାନ ବ୍ରଜମୋହନ ବିରଲା ସ୍ମରଣୀୟ ।
ମୁଖ୍ୟଦ୍ୱାର କେନ୍ଦ୍ରୀୟ ପଥ ମଣ୍ଡପରେ ମହାମାନ୍ୟ ପଣ୍ଡିତ ମଦନ ମୋହନ ମାଲବ୍ୟଙ୍କ ପ୍ରତିକୃତି ଝଟକୁଥିଲେ। ମୁଖମଣ୍ଡଳ ବିଶ୍ୱନାଥଙ୍କ ଦର୍ଶନ ଅଭିଳାଷ ମୁଦ୍ରାରେ ଦେଖିଲୁ । ଯେମିତି ଜଣେ ସଚ୍ଚା ଶୈବଭକ୍ତ। ଅନେକ ଲସିଷ୍ଟଲ ,ପୂଜା ସାମଗ୍ରୀ ଷ୍ଟଲ ଧାଡ଼ିଏ ଦେଖିଲୁ। ଯାତ୍ରୀଙ୍କ ଭିଡ ଜମିଥିଲା । ପ୍ରଦୀପ ଭାଇ ଲସି ପାଇଁ ଇସାରା ଦେଇଥିଲେ।
ବାଁପଟ ଜୋତା ଷ୍ଟାଣ୍ଡରେ ଘଡ଼ିଏ ଅଟକି ଗଲୁ। ଖାଲି ପାଦରେ ପ୍ରଥମ ମହଲା ମନ୍ଦିରକୁ ପ୍ରବେଶ କଲୁ। ଦି-ଟି ଦ୍ୱାରପାଳ ସଜାଗ ମୁଦ୍ରାରେ ଦଣ୍ଡାୟମାନ ହୋଇଥିଲେ। ପରିସ୍କାର ୧୦୦ ପ୍ରତିଶତ ! ଶିଖର ଉଚ୍ଚତା ୭୭ ମିଟର। ଉଚ୍ଚ ଚୂଳ ମନ୍ଦିର ଭାବରେ ତାଲିକାଭୁକ୍ତ । ସଂପୂର୍ଣ୍ଣ ମାର୍ବଲ ପ୍ରସ୍ତରରେ ନିର୍ମିତ ମନ୍ଦିର। ଚଟାଣ ଓ କାନ୍ଥ କାରୁକାର୍ଯ୍ୟରେ ପରିପୂର୍ଣ୍ଣ । ନୀତିକାନ୍ତି ଯେମିତି ଉଛୁଳି ପଡୁଥିଲା । ଜ୍ଞାନମନ୍ଦିର, ଧର୍ମ ମନ୍ଦିର ଗୋଟିଏ ରେଖାରେ। ଧର୍ମ ଜାତି ଲିଙ୍ଗ ନିର୍ବିଶେଷରେ ଦର୍ଶନ ମୁକୁଳା ରହିଥିଲା।
ଏଇଟି ଆମର ପ୍ରଥମ ଦର୍ଶନ ଯାତ୍ରା ରହିଥିଲା। ପ୍ରଦୀପ ପାଖେ ପାଖେ ରହିଥାନ୍ତି। ଆଦ୍ୟରେ ନନ୍ଦୀଙ୍କୁ ସ୍ପର୍ଶ କରି ଗର୍ଭଗୃହକୁ ବଢ଼ିଲୁ । ୨ ଭଗ୍ନୀ ବିଶ୍ୱନାଥଙ୍କ ଦର୍ଶନ ନିମନ୍ତେ ଗର୍ଭଗୃହ ପାସରେ ଯୋଡିହସ୍ତ ମୁଦ୍ରାରେ ଦଣ୍ଡାୟମାନ ହୋଇଥିଲେ। ଦୁହିଁଙ୍କ ଓ଼ଷ୍ଠ ଇସାରା ଦେଉଥିଲା । ଶିବଙ୍କ ଜଣାଣରେ ମଗ୍ନ ଥିଲେ। ପାହାଁମୁଣ୍ଡି ପଡ଼ି ବେଲପତ୍ର ଜଳ ପ୍ରସାଦ ନେଲୁ।
ତାପରେ ପ୍ରଥମ ମହଲା ପାବଛରେ ଚଢ଼ିଲୁ। ଲକ୍ଷ୍ମୀ ନାରାୟଣଙ୍କ ମନ୍ଦିର ପାବଛରେ ଅଧିଆ ପଡ଼ିଲୁ। ଚଉପାସରେ ଭାଗବତ ଗୀତାର ଅନୁଛେଦ ଶ୍ଳୋକ ସମୂହ ଲିପିମାଳା କାନ୍ଥରେ ଲିପିବଦ୍ଧ ହୋଇଥିଲା। କେତୋଟି ପଦ ମିନତୀ ପ୍ରଣତି ଦୋହରାଉଥିଲେ । ପାର୍ଶ୍ୱ ଦେବା ଦେବୀ ମନ୍ଦିର ଦର୍ଶନରେ ଧାଡିରେ ଠିଆ ହେଲୁ। ପ୍ରଥମେ ମାତାଦୁର୍ଗା ଦେବୀଙ୍କ ଆଶିଷ ଲଭିଲୁ। ତାପରେ ମିନତୀ ପ୍ରଣତି ନଟରାଜ ମନ୍ଦିର,ପଞ୍ଚମୁଖୀ ମହାଦେବ ମନ୍ଦିର ଦର୍ଶନ କରିଥିଲେ। ମୋ ସହ ପ୍ରଦୀପ ଭାଇ ହନୁମାନ ମନ୍ଦିର ଦର୍ଶନ କଲୁ । ଧ୍ୟାନରେ ବସିଲୁ । କରିଡରରେ ଅଧଘଣ୍ଟା ବୁଲାବୁଲିକଳୁ । ଦୁରକୁ ଦୂର ଆଖିପାଇଲା ପର୍ଯ୍ୟନ୍ତ ଅନାଇଥିଲୁ।
ତୁଳସୀ ଦାଶ,ଛତ୍ରପତି ଶିବାଜୀ ମହାରାଜା ,ରାମ ଦାଶ .ଶ୍ରୀକୃଷ୍ନଅର୍ଜୁନ ରଥ ସଜ୍ଜା ଛବି ବେଢାରେ ଦର୍ଶନ କରି ଚକିତ ହେଲୁ । କେଉଁଠି ସିନ୍ଦୁର ଟିପା ଅବା ଚନ୍ଦନ ଟୋପା ପିନ୍ଧିଲୁ। ଶୈବ ଶ୍ରଦ୍ଧାଳୁଙ୍କ ଭିଡ ଦେଖିଲୁ । ପ୍ରଣତି ଏକାଧିକ ଫଟୋ ନେଲେ। କିଏ କେଉଁ ମୁଦ୍ରାରେ ଫଟୋ ନେବାରେ କିଛି ସମୟ ବ୍ୟସ୍ତ ରହିଲେ। ଉପର ମହଲରୁ ତଳ ମହଲାକୁ ପାହାଚ ପରେ ପାହାଚ ଉଦ୍ୟାନକୁ ସ୍ପର୍ଶକଲୁ।
ସାଉଁଟା ଦୃଶ୍ୟକୁ ଭିଡିଓରେ କଏଦୀ କଲେ। ବେଶ ଏକ ଆଧ୍ୟାତ୍ମିକ ପରିବେଶର ବେଢାରେ ପ୍ରଦକ୍ଷିଣ କଲୁ। ବେଢାରେ ପୁଷ୍ପଭରା ଉଦ୍ୟାନଟି ଉକୁଟି ମାରୁଥିଲା। ଏକାଧିକ ଆକର୍ଷଣୀୟ ମୂର୍ତ୍ତି ସ୍ଥାପିତ ହୋଇଥିଲେ। ସରସ୍ବତୀ ଦେବୀ ଉଭା ହୋଇଥିଲେ। ପିପ୍ପଳ ବୃକ୍ଷ ଛାୟା ତଳେ ଋଷି ବେଦବ୍ୟାସ ଜପ ମୁଦ୍ରାରେ ଏକସ୍ତମ୍ବ ସମୁଖରେ ଆସନ ନେଇଥିଲେ । ତୃଣ ଗାଲିଚାରେ ଭକ୍ତଙ୍କ ବିଶ୍ରାମ ପାଇଁ ମାର୍ବଲ ଖଚିତ ଆରାମ ଚୌକି ଗୁଡିକ ଉକୁଟି ମାରୁଥିଲା। ଆମେ ୪ ଘଡ଼ିଏ ଥକ୍କା ମାରିଲୁ ଜଳ ପିଇଲୁ।
ପୂର୍ବାହ୍ନ ୧୦ ଟା ପ୍ରଦୀପ ଭାଇ ଲସିରେ ସ୍ୱାଦ ନେଇଥିଲେ। ମିନତୀ ପ୍ରଣତି କଚୋଡ଼ି ପସନ୍ଦ କଲେ । ବାହୁଡାଣିରେ ମନ୍ଦିର ବେଢା ପାର୍କିଂଗ ସ୍ଥଳରେ କଡ଼କ ଚାହାର ମଜ୍ଜା ନେଲୁ । ଟୁକୁଟୁକୁର ସହାୟତା ରେ ଆମ ଦ୍ୱତୀୟ ଦର୍ଶନ କାଶୀ ବିଶ୍ୱନାଥ ସମେତ ସହର ମନ୍ଦିର ଦର୍ଶନ ଲକ୍ଷରେ ଅଟୋ ଛୁଟିଲା। ବିଏଚୟୁ ଲଙ୍କା ଚୌକ ଦେଇ ଅଟୋ ଛୁଟିଲା। ଆଖି ଆଗରେ ବିରଲା ମନ୍ଦିରଟା ଏବେବି ଦେଖିହୁଏ ।
ନୁଆଁ ବିଶ୍ୱନାଥ ମନ୍ଦିର : ବିଏଚୟୁ ଚଲା ପଥରେ : New Viswanatah Temple :On the Pathway to BHU
(ରଚୟିତା-ଦିଲିପ କୁମାର ନାୟକ)
ପାଦଟୀକା//Foot Notes,(ଦିପ୍ରମିପ୍ର )(ଦିଲିପ,ପ୍ରଦୀପ ,ମିନତୀ ପ୍ରଣତି)
୧. ଶ୍ରୀ ବିଶ୍ୱନାଥ ମନ୍ଦିର ବିଏଚୟୁ କ୍ୟାମ୍ପସ ବାରଣାସୀ ଫାଇଲ ବ୍ୟବହାର।

.jpeg)
.jpeg)





Beautiful experience sharing
ReplyDelete