ଅବ୍ୟକ୍ତ ସ୍ନେହ The Silent Cadence




ଲଣ୍ଡନ ସହର ଠାରୁ ୫୦ ମାଇଲ ଉତ୍ତର ୧୨୦୯ରେ ପ୍ରାଚୀନ କେମ୍ବ୍ରିଜି ବିଶ୍ୱବିଦ୍ୟାଳୟ ସ୍ଥାପିତ। ୧୮ ହଜାର ଯୁବଯୁବାଙ୍କ ଭବିଷ୍ୟତ କ୍ୟାମ୍ପସ ଭିତରେ ଛୁପିରହିଥିଲା। ସ୍ଵାଧୀନ ଚୟନ ବିଷୟରେ ଶିକ୍ଷାଦାନ। ବୈଜ୍ଞାନିକ ,ଲେଖକ, ଦାର୍ଶନିକ,ଚିତ୍ରକର, ଶିଳ୍ପପତିଙ୍କ ଭୂଇଁ । ୮୧୩ ବର୍ଷ ଶିକ୍ଷାର ବତୀଘର ବିଦ୍ୟମାନ।

କ୍ଯାମ ନଈର ସ୍ରୋତରେ ଭାସି ଉଠେ ଗଗନସ୍ପର୍ଶୀ ଅଟ୍ଟାଳିକାର ପ୍ରତିଛବି। ସାଉଣ୍ଟିନିଏ କବିଙ୍କମନ ଆଙ୍କିଥାଏ ହେନେରୀ ସପ୍ତମଙ୍କ ଶାସନ, ଗୋରୀ କନ୍ୟାଙ୍କ ଉଛୁଳା ଢେଉର ପ୍ରେମ କାହାଣୀ। ଅବ୍ୟକ୍ତ ସ୍ନେହ କେମ୍ବ୍ରିଜି ଉପତ୍ୟକାରେ ଉଙ୍କି ମାରିଥିଲା। ଯୋଶେଫ ଲାବ୍ରାଙ୍କେ ଜୀବନରେ ମୋଡ଼ ବଦଳାଇଲା। ତାଙ୍କ ପିତା ଲିଲି ଫୁଲ ବ୍ୟବସାୟୀ ମାଆ ଲି. ଫୋଷ୍ଟର ଶିକ୍ଷୟତ୍ରି ।
ଯୋଶେଫ ଲାବ୍ରୋ ଜୀବ ବିଜ୍ଞାନ ବିଭାଗର ଛାତ୍ର  ବରିଷ୍ଠଛାତ୍ରୀ ଏମିଲିଙ୍କୁ ତା'ର ଅବ୍ୟକ୍ତ ସ୍ନେହ ଅଜାଡ଼ି ଦେଇଥିଲା। ତ୍ରିନିଟି ମହାବିଦ୍ୟାଳୟର,ଗର୍ରେଟ ଛାତ୍ରାବାସ ପ୍ରକୋଷ୍ଠ ସଂଖ୍ୟା-୭୬ ଅନ୍ତୋବାସି ମୁକସାକ୍ଷୀ। ଜନ ଫର୍ଗୁସନ ପୁରୁଷ ବନ୍ଧୁ ଦାର୍ଶନିକ ରହିଥିଲେ। ସେ ମୁଷସେଲ୍ସ ମେମୋରୀ ବିଷୟରେ ସହପାଠୀ ଥିଲେ।

ମିସ ସିଲ୍ଭିୟ ସ୍ମିଥ ଫିଉଚର ଇଣ୍ଟିଲିଜେନ୍ସ ଶେଷ ବର୍ଷ ଛାତ୍ରୀ ବାନ୍ଧବୀ ଏମିଲି ଏକା ମହିଳା ନିବାସରେ ଛାତ୍ରୀ ରହିଥିଲେ।
ଗ୍ରନ୍ଥାଗାରରେ ଏମିଲିର ମୁହାଁମୁହିଁ ହେଉଥାଏ। ଲାବ୍ରୋଙ୍କ ଏକ ତରଫା ଅକୁହା ଭାବ ଚାପି ରହିଥିଲା। ଗିରିଜାରେ ଫୁଲହାର, ମହକରେ ତରଙ୍ଗାୟିତ ତ୍ରିନିଟି ଉପତ୍ୟକା ନିରବଦ୍ରଷ୍ଟା ।

ସତରେ କଣ ? ଏମିଲି ତା ଜୀବନର ସାଥି ପାଇଁ ହଁ ଭରିବ!
ସ୍ଵପ୍ନ ଉଙ୍କି ମାରେ କ୍ଯାମ ତଟିନୀର ସ୍ରୋତରେ ,ତା ଜୀବନରେ ବ୍ୟତିକ୍ରମ ଅବ୍ୟକ୍ତ ସ୍ନେହ ତା ସୁନ୍ଦରତା ନିକଟରେ ସେ ହୃଦୟ ଦେଇଥିଲା। ଖାଁଖାଁ ନିର୍ଜନ ରାତ୍ର ସରିଆସେ  ନିଦହଜା ଆଖିରେ ମିଲିମିଲି ଚତୁଃପାର୍ଶ୍ଵର କ୍ୟାମ୍ପସଟା ୨୪ଘଣ୍ଟା ତା ପାଇଁ ଦିନ। 
ବାର୍ଷିକ ଉତ୍ସବ କ୍ୟାମ୍ପସଟା ଉଠୁଛି ପଡୁଛି! ମଉକାରେ ଚଉକା ମାରିବ ପ୍ରେମର ପାଚେରୀ ପାର କରିବ। ଭାବନା ରାଇଜର ପ୍ରେମର ଉତୁରା ଫେଣ! ଜୀବ ବିଜ୍ଞାନରେ ଜୀବର ସଂଚାର ଘଟିବ। ତା'ପାଇଁ ଟେଷ୍ଟଟ୍ୟୁବ ବେବି କ୍ଲୋନ ଚାଇଲ୍ଡ,  ଗବେଷଣ,ନିରର୍ଥକ ସରୋଗାସିକୁ ପ୍ରତ୍ୟାଖ୍ୟାନ। ବଂଶର ବିସ୍ତାର ପାଇଁ ନାରୀ ପୁରୁଷ ମିଳନ ଜରୁରୀ। ରକ୍ଷଣଶୀଳ ସମାଜରେ ଉଙ୍କି ମାରିଥାଏ। କେଉଁ କାଳରୁ ବିଜ୍ଞାନର କରାମତିରେ ଆଜି ଜୀବ ବିଜ୍ଞାନୀ କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଗବେଷଣାରତ ।

ଅଧାପନ୍ତରିଆ ପାଠ ପଢ଼ାରେ ପ୍ରେମର ଅଢେଈ ଅକ୍ଷରରେ ଜୋସେଫ ଲାବ୍ରୋ ସୀମିତ। ଜ୍ଞାନର ବୃଦ୍ଧି ପାଇଁ ପ୍ରଯୁକ୍ତି ବିଜ୍ଞାନ ସହାୟତାରେ (ଚିପ୍ସ ମେମୋରୀ) ସ୍ମରଣ ଶକ୍ତିର ପୁର୍ନରବ୍ୟାସ କରାଯିବାପାଇଁ ଅନବରତ ଗବେଷଣା ପାଠର ମୌଳିକ ବିଷୟବସ୍ତୁ । ଚନ୍ଦ୍ର ମଣ୍ଡଳରେ ଜୀବର ସ୍ଥାପନା ପାଇଁ ଦେଶ ଦେଶ ମଧ୍ୟରେ ପ୍ରତିଦ୍ୱନ୍ଦିତା ଏକବିଂଶ ଶତାଦ୍ଦୀର ଏକ ଲକ୍ଷ୍ୟ ।


ଗୋଟିଏ ପାଖରେ ତ୍ରିନିଟି ପୋଲ,କ୍ଯାମ ତଟିନୀ,ମୁଖ୍ୟ ଉଦ୍ୟାନ,ଓ ଅନ୍ୟ ପଟେ ୱାରେନ ଗ୍ରନ୍ଥାଗାର,ନେଭିଲେ କୋର୍ଟ,ନିଉ କୋର୍ଟ,ଟୁଟୋରିଅଲ ଅଫିସ,ଗର୍ରେଟ ହୋଷ୍ଟେଲ ଲେନ ଆକର୍ଷିତ କରୁଥିଲା। ମାଷ୍ଟର ଗାର୍ଡେନ, ମହାରାଣୀ ଦ୍ଵାର ,ତ୍ରିନିଟି ମହାବିଦ୍ୟାଳୟ ଉଛୁଳା ଝରଣା ଜଳରେ ସେ ଅଜାଣତରେ ଭିଜି ଯାଇଥିଲା। ଘଣ୍ଟା ସ୍ତମ୍ବ,ଏଞ୍ଜେଲ କୋର୍ଟ ଗାଥା ଇସାରା ଦେଉଥିଲା। ଅବ୍ୟକ୍ତ ସ୍ନେହ ଯେତିକି ଦ୍ଵନ୍ଦ ସମପରିମାଣ ଡେଣାଯୁକ୍ତ ପ୍ରେମ ପକ୍ଷୀର ଆକାଶରେ ଉଡ଼ାଣ ସେତିକି ବିପଦ ପୂର୍ଣ୍ଣ ।
ସମ୍ପର୍କର ଫାଙ୍କ ଲମ୍ବା ଥାଏ। ମାନସିକ ଦୁଶ୍ଚିନ୍ତା ବୃଦ୍ଧି। ଡାକ୍ତର ପ୍ରଧାନ କୁହନ୍ତି, ଆଲସ୍ୟତା ଉଜାଗର ତାର ଆତୁରତାକୁ ଦ୍ଵିଗୁଣିତ କରିଥାଏ । ଦ୍ଵନ୍ଦ,ଜଟିଳତା ସମସ୍ୟାର ଅଳନ୍ଧୁରେ ଥକିପଡେ ପ୍ରେମର ଅଣ ଓସାରିଆ ପଥରେ।
କ୍ଯାମ୍ପବେଲ ଥରେ କହୁଥିଲେ, ପ୍ରେମିକର ସବୁ ଶକ୍ତି ସାମର୍ଥ୍ୟ ଅହେତୁକ ପ୍ରେମର ପସରା ଅଜ୍ଞତାରେ ଉପେକ୍ଷିତ ରହେ। ଏକ ତରଫା ପ୍ରେମ ସ୍ଵାମୀ,ସ୍ତ୍ରୀ,ସହକର୍ମୀ,ଅଭିଭାବକଙ୍କ ସମାଜରେ ଅନେକ ଅଘଟଣ।
ଏକ ତରଫା ପ୍ରେମର ସଙ୍କେତକୁ ପରଖିବା,ଗୋଟିଏ ପକ୍ଷରୁ ସମସ୍ତ କାର୍ଯ୍ୟ ସାଧିତ ହୁଏ ବିପରୀତ ନିରବ ଏକକ ନିଷ୍ପତ୍ତି,କ୍ଷମା ଯାଚନା,ତ୍ୟାଗ,ଅସୁରକ୍ଷିତ,ଆର୍ଥିକ ବୋଝ,ବ୍ୟକ୍ତିଗତ ସମସ୍ଯା. ମାନସିକ ଚିନ୍ତା, ଅସମାନତା,ବ୍ୟକ୍ତିତ୍ବ ହ୍ରାସ ଘଟାଏ ।

ତ୍ରିନିଟି ମଇଦାନରେ ବେରଙ୍ଗ ଚାନ୍ଦୁଆ ସୁସଜ୍ଜିତ ଆଲୋକରେ ସବୁତକ ରଙ୍ଗୀନ ମଞ୍ଚ ସଜାରେ। ୯ ସେପ୍ଟେମ୍ବର ବାର୍ଷିକ ଉସବରେ ଛାତ୍ର ଛାତ୍ରୀଙ୍କ ସ୍ଥାନ ଓ ଅତିଥିଙ୍କ ଗ୍ୟାଲେରୀରେ ସଂକେତ! ଲାବ୍ରୋଙ୍କ ଭାଗ୍ୟରେ ଜୁଟି ନଥିଲା ।

ଅପେକ୍ଷାରେ କୁଳପତି,ପ୍ରାକ୍ତନ ଛାତ୍ର ଛାତ୍ରୀ,ସକିରାଙ୍କ ବଳ୍କା ବଳ୍କା ଗୀତର ତାଳେ ତାଳେ ନୃତ୍ୟ। ଅତିଥି ପରିଚୟ ଓ ସ୍ଵାଗତ ଭାଷଣ ଫୁଲତୋଡ଼ା ପ୍ରଦାନ,ଅତିଥିଙ୍କ ବକ୍ତବ୍ୟ ପ୍ରଦାନ କାର୍ଯ୍ୟକ୍ରମ। ଯୋଶେଫ ଲାବ୍ରୋଙ୍କ ଏକ ତରଫା ପ୍ରେମ ମନରେ ଗଭୀର ଅଲୋଡ଼ନ ସୃଷ୍ଟି କରିଥିଲା।


କ୍ୟାମ୍ପସରେ ସକାଳ ପାଦଚଲା ଶବଦରେ ସନ୍ଧ୍ଯା ନଇଁ ଆସେ ଅତ୍ୟାଧୁନିକ  ଗୀତ ବାଦ୍ୟ ଯନ୍ତର ତାଳେ ତାଳେ ସବୁଜ ଦୁବରେ ଚାପି ହୋଇଯାଏ । ଗୋରୀଙ୍କ  ସ୍ପର୍ଶରେ ପ୍ରଶମିତ ହୋଇନଥିଲା  ଯୋଶେଫଙ୍କ ପ୍ରେମର ତରଙ୍ଗ।
ଚନ୍ଦ୍ର ସୂର୍ଯ୍ୟ ପଦ୍ମ କଇଁର ସମ୍ପର୍କ କାଟୁକରୁନି। ଏଠି କ୍ଯାମ୍ପସଟାରେ,ନିଉଟନଙ୍କ ତୃତୀୟ ନିୟମ,ତରଙ୍ଗର ବେଗ ପ୍ରେମର ବେଗଠୁ ଅତିପ୍ରଖର,ଅପେକ୍ଷାରେ ଏକ ପାଖିଆ ଭାବନIରେ ଅନେକ ଦିନ ହିସାବ କିଏ ଫେରାଇବ ?
ପୁରୁଷ ବନ୍ଧୁ ଜନ ଫର୍ଗୁସନଙ୍କୁ ଭାବନା ପ୍ରକାଶ ନିମନ୍ତେ ନିଷ୍ପତ୍ତିକଲା । ୧୧ ମାର୍ଚ୍ଚ ରାତ୍ର   ୮.୩୦, ଡ଼ିନର ସରିଥାଏ। ଛାତ୍ରା ବାସର ବନ୍ଧୁମାନେ ନିଜ ପ୍ରକୋଷ୍ଠ ବାହୁଡ଼ିଥିଲେ।

ହ୍ଯାଲୋ ଫର୍ଗୁସନ? ଗତ ତିନି ମାସ ଯାଏଁ ତୁମକୁ ଅଛପା ରଖିଛି! କଣ ? ଉତ୍ତର: ଗୋଟିଏ ଝିଅଙ୍କୁ ଭଲ ପାଉଛି । ବରିଷ୍ଠ ଛାତ୍ରୀ  ଏମିଲି। ଅଦ୍ୟାବଧି ଏମିଲିକୁ ଅବଗତ କରି ନIହିଁ । ବହୁବାର ଚେଷ୍ଠା କରି ବିଫଳ ହେIଇଛି। ମୁଁ ବର୍ତ୍ତମାନ ହତାଶିଆ ପ୍ରେମିକ। ବର୍ତ୍ତମାନ କଣ କରିବି?

ଫର୍ଗୁସନ:; ଭଲ ପାଇବା ଏକ ବିସ୍ମୟର ବିଷୟ। ଭଲ ପାଇବା ମନ୍ଦ ନୁହଁ କିନ୍ତୁ ଏକ ତରଫା ନୁହଁ ଉଭୟଙ୍କ ସହମତିର ଆବଶ୍ୟକ । ସେ ଜାତୀୟ ପତ୍ରିକାର ସଂସ୍କରଣରେ ପ୍ରକାଶିତ ଏକ ପାଖିଆ  ପ୍ରେମର ଭଲ ଓ ମନ୍ଦ ସମ୍ପର୍କକୁ ଉଦ୍ଧାର କରିଥିଲେ। 




ପ୍ରେମ ନିଜସ୍ଵ ସୁବିଧା ପାଇଁ ଉଦ୍ଧିଷ୍ଟ ଥିବା ବେଲେ ଏଠି ପ୍ରତିବନ୍ଧକ ମୁକ୍ତ ରହିଛି। କିନ୍ତୁ ବାସ୍ତବରେ ଏପରି ପ୍ରେମ ସଦାସର୍ବଦା ବିପଦପୂର୍ଣ୍ଣ ଅଟେ। ବରଂ ସମୟର ସଠିକ ଉପ–ଯୋଗରେ ଭବିଷ୍ୟତ ଗଠନରେ କିଛିଟା ସହାୟକ ହୋଇପାରିବ।
ଫେସ ବୁକରୁ ମୁକ୍ତ ,ଏ ସମ୍ପର୍କରେ ନ’କୁହନ୍ତୁ ,ପ୍ରେମକୁ ଅତୀତରେ ଥେIଈଦିଅନ୍ତୁ, ମନଇଚ୍ଛା ଯେତେ ପାର କାନ୍ଦି ପକାନ୍ତୁ,.ଅନ୍ୟକୁ କଷ୍ଟ ଦେବା ଅନୁଚିତ ଆଦି ସଂକ୍ଷିପ୍ତରେ ଉପସ୍ଥାପନା କରିଥିଲେ।
ସେ ପରାମର୍ଶ ଛଳରେ କହିବାକୁ ଲାଗିଲେ, ଭଲ ଦିନ ନିଶ୍ଚୟ ଆସିବ, ସମସ୍ତଙ୍କୁ ସମ୍ନାନ ଦିଅନ୍ତୁ ଅନେକ ନାୟିକା ଓ ନାୟକ ଜୀବନରେ ଆସିବେ,କ୍କ୍ରିକେଟ,ବ୍ୟାଡ଼ ମିଣ୍ଟନ,ଚେସ୍ସ ଖେଳନ୍ତୁ,ଦୂର ଭ୍ରମଣରେ ଯାଅନ୍ତୁ।

ଭଗବାନ ତୁମ ପାଇଁ ଉତ୍ତମ ସାଥିଟିଏ ସାଇତି ରଖିଛନ୍ତି। ଆଲୋଚନା ଓ ପର୍ଯ୍ୟଲୋଚନାରେ ମଧ୍ୟରାତ୍ରର ଉଭୟ ସହପାଠୀ ବନ୍ଧୁ ଶୁଭରାତ୍ର ମନIସି ଶଯ୍ୟାକୁ ଫେରି ଥିଲେ।
ସକାଳୁଆ ପାଦଚଲାରେ ତ୍ରିନିଟି ମହାବିଦ୍ୟାଳୟର ଗାୟରେଟ ଛାତ୍ରାବାସରୁ  ଫର୍ଗୁସନ ପାହାନ୍ତିଆ ଟ୍ରାକ ସ୍ତୁଟରେ ୨୧.ଜେଜେ ଗଳି ରାସ୍ତାରେ ବାହାରି ପଡ଼ିଥିଲେ। ଘଣ୍ଟାଏ କସରତ ପରେ ହୋଷ୍ଟେଲ ମୁହାଁ ତଥାପି ଯୋଶେଫ ଲାବ୍ରୋଙ୍କ ପଲଙ୍କ ଉପରେ ଲଟକି ଥିଲେ । ଆଖିକୁ ମନ୍ଥି ମନ୍ଥି ଧୀରେ ଧୀରେ ଲାବ୍ରୋଙ୍କ ଶଯ୍ୟା ତ୍ୟାଗ କରିଥିଲେ।

ସେମିଷ୍ଟ।ର ପରୀକ୍ଷା ଶେଷ ହୋଇଥା । ୧୧ ଜୁନ ବ୍ରିଟିଶ ଦେଶର ଜାତୀୟ ଦିବସ ପାଳନ ସୂଚୀ ମହବିଦ୍ୟାଳୟର ବିଜ୍ଞାପନ କାନ୍ଥରେ ପ୍ରକାଶିତ ହେIଇଥିଲା।

ମନେ ମନେ ଲାବ୍ରୋଙ୍କ ବିଫଳ କୁ ସମ୍ବଳ କଲେ। ପାହାନ୍ତିର କୁହୁଡ଼ିର ଝାପ୍ଶା ଦେଖାରେ ଉଦ୍ୟାନରେ ସମସ୍ତେ ଏକାଠି ! ଏମିଲି ମୋବାଇଲ ଫୋନରେ ଗପୁଥାନ୍ତି ନଜର ପଡ଼ିଲା।

ଲାବ୍ରୋଙ୍କ ହାବୁଡ଼ରେ, ଅନେକ ନକରତ୍ମ।କ ଭାବ!ସେ ଚେଷ୍ଟାକରି ବିଫଳ! ବ୍ୟର୍ଥ ପ୍ରେମିକ ରୂପରେ ଅଟକି ଗଲେ। ସମୟ ଅନ୍ତରରେ ଜାତୀୟ ସଙ୍ଗୀତ ଗାନ ପ୍ରାରମ୍ଭ ହୁଏ।
”God save our gracious queen, Long dine ours noble queen ‘God save the queen, send her victorious, Long region over us, God save the queen,”

ତ୍ରିନିଟି ମହବିଦ୍ୟାଳୟର ମେଧାବୀ ଛାତ୍ର ହାର ମାନିବାକୁ ଆଦୌ ପ୍ରସ୍ତୁତ ନୁହେଁ । ନିଜ କକ୍ଷରେ ସହପାଠୀଙ୍କ ସହ ଯୋଜନା  ହେଲା ଏହାର ସମାଧାନର ମୌଳିକ ସୂତ୍ର,ଏକ ଯୁବା ବରିଷ୍ଟଛାତ୍ରୀଯୁବା ସିଲ୍ଭିୟା ସ୍ମିଥଙ୍କ ମଧ୍ୟସ୍ଥତାରେ,ଆଲୋଚନା ମୁତାବକ ଏମିଲିଙ୍କ ଯୋଗାଯୋଗରେସିଲ୍ଭିୟା ସ୍ମିଥ କାର୍ଯ୍ୟରେ ସଫଳ ହୋଇଥିଲେ।

୧୫ ଅଗଷ୍ଟ କାଫେଟେରିଆ ଭୋଜନର ବ୍ୟବସ୍ଥା ପୂର୍ବରୁ ସୂଚିତ କରIଯାଇଥିଲା। ଫର୍ଗୁସନ ନେତୃତ୍ଵ ନେଉଥିବା ବେଳେ ମିସ ସିଲ୍ଭିୟା ସ୍ମିଥଙ୍କ ବଡ଼ ଭୂମିକା ରହିଥିଲା। ଆଖି ପିଛୁଳାକେ ଏମିଲି ଓଲାବ୍ରୋଙ୍କ ଏକ ତରଫା ପ୍ରେମର ଅନ୍ଧ ପୁଟୁଳି  ଖୋଲିବ !

ଯୁବା ସିଲ୍ଭିୟା ସ୍ମିଥ ଓଏମିଲି କାଫେଟେରିଆ ଅଞ୍ଚଳକୁ ପ୍ରବେଶ କରିଥିଲେ। ଫର୍ଗୁସନ ଓ ଯୋଶେଫ ଲାବ୍ରୋଙ୍କ ସାଙ୍ଗରେ ଦୁଇଟି ଫୁଲତୋଡ଼ା ନେଇ ଦୁଇ ବାନ୍ଧବୀ ବସିଥିବା ଟେବୁଲ ନିକଟକୁ ଅଗ୍ରସର କରିଥିଲେ।

ପରିଚୟର ଆଦାନ ପ୍ରଦାନ,କାଫେଟେରିଆ ଜମିଯାଇଥିଲା ଏମିଲିବି ମନେ ମନେ ଲାବ୍ରୋଙ୍କ କୁତୁ କୁତୁ କେତେ କଣ ଭାବନାରେ ଆସିଥାଏ। ଫୁଲ୍ଲରୁ କଫି ପିଆ’ର ମଜ୍ଜା ଭିତରେ  ସିଲ୍ଭିୟା ସ୍ମିଥ ଯୋଶେଫ ଲାବ୍ରୋଙ୍କ ଏକ ତରଫା ପ୍ରେମର ଗୁମର ପେଢି ଧୀରେ ଧୀରେ ଖୋଲିଥିଲେ । କଫିର ଆସର ସରି ଆସିବା ପୂର୍ବରୁ ଏମିଲି ଓଲାବ୍ରୋଙ୍କ ଦେହର ତାତି ! ଏମିଲି କିଛି ନ କହିବା ପୂର୍ବରୁ ଥାଳିରେ ଖାଦ୍ଯ ପରଶା ଯାଇଥିଲା।

ପୂର୍ବରୁ ଫର୍ଗୁସନ,ଯୋଶେଫ ଲାବ୍ରୋଙ୍କ ସମୁଖକୁ ଇଙ୍ଗିତ କରିଥିଲେ ,ଲାବ୍ରୋ ଠାରକୁ ଯେମିତି ବୁଝିଗଲେ। କିଛିକ୍ଷଣ ଗମ୍ଭୀରତIରେ, ଏମିଲିଙ୍କୁ ସମ୍ବୋଧନ କଲେ, ମୁଁ ତୁମକୁ ଭଲ ପାଏ ଏବଂ ତୁମେ ମେIର ଜୀବନ ସାଥିହେଲେ ମୁଁ ବହୁତ ଖୁସି ହେବି ! ସମସ୍ତଙ୍କ ନଜର ଏମିଲିଙ୍କ ଆଡ଼କୁ ଢଳି ଯାଇଥିଲା! ଉତ୍ତର ଅପେକ୍ଷାରେ, ଏମିଲି ସ୍ମିତ ହସରେ ଉତ୍ତର ଦେଲେ ।

ଏମିଲି କହି ଉଠିଲେ ,ମୁଁ ବହୁତ ଅIନନ୍ଦିତ ଓ ଖୁସି ମୋ ପରି ଅସୁନ୍ଦରୀ ଝିଅକୁ ବିବାହ ପାଇଁ ପ୍ରସ୍ତାବ ଦେଇଛ। କିନ୍ତୁ ଯୋଶେଫ, ମୁଁ ବହୁତ ମର୍ମIହତ , ମୋ  ଲମ୍ବା ଭବିଷ୍ୟତ ଏ ମାଟିରେ ତିଆରି ହେବ!  ବର୍ତ୍ତମାନ ପ୍ରେମ ବିଷୟ ଓ ବିବାହ ନଗଣ୍ଯ ଅଟେ । ଆଶା କରେ କ୍ଯାମ ତଟିନୀର ତ୍ରିନିଟି ମହାବିଦ୍ୟାଳୟର ବତୀଘର କେମ୍ବ୍ରିଜ ବିଶ୍ଵବିଦ୍ୟାଳୟର ନିଶ୍ଚୟ ଟେକ ରଖିବ। ମୁଁ ଯୀଶୁଙ୍କୁ କାମନା କରେ ,ଆପଣଙ୍କୁ ଯୀଶୁ ଆଶୀର୍ବାଦ  ଦିଅନ୍ତୁ ଦେଶର ବଡ ଲୋକଟିଏ ହୁଅନ୍ତୁ।

ପ୍ରତି ଉତ୍ତରରେ ଯୋଶେଫ ଲାବ୍ରୋଙ୍କ ଶେଷରେ ଏମିଲିଙ୍କୁ ଧନ୍ଯବାଦ ପ୍ରଦାନ ଶେଷରେ ଛାତ୍ରବାସକୁ ପ୍ରତ୍ୟାଗମନ କରିଥିଲେ ।

ଯୋଶେଫେ ଲାବ୍ରୋଙ୍କ ପାଠରେ ମନ ନିବେଶ କରିଥିଲେ। ଫଳ ସ୍ୱରୂପ ପରୀକ୍ଷାରେ ସଫଳତା ମିଳିଥିଲା। କ୍ୟାମ୍ପସରେ ଏମିଲିଙ୍କୁ ସାକ୍ଷାତ ହେଉଥିଲା । ଫର୍ଗୁସନ ଅଧିକ ଖୁସି ଜାହିର କରିଥିଲେ। ସଂପୂର୍ଣ୍ଣ ଶିକ୍ଷା ବର୍ଷରେ ଯୋଶେଫ ଲାବ୍ରୋଙ୍କ ବାର୍ଷିକ ପରୀକ୍ଷାରେ କୃତିତ୍ଵର ସହ ଉତ୍ତୀର୍ଣ୍ଣ ହୋଇଥିଲେ।


ମଞ୍ଚେଷ୍ଟର ସୂତାକଳର ପରିଚାଳକ ରୂପେ କାର୍ଯ୍ୟ ଆରମ୍ଭ କରିଥିଲେ। ପୁରୁଷ ବନ୍ଧୁ ଫର୍ଗୁସନ ଲଘୁ ଶିଳ୍ପର ଶିଳ୍ପପତି ରୂପେ ଇଂଲଣ୍ଡର ନାମ କରା ବ୍ୟକ୍ତି ପାଲଟି ଯାଇଥିଲେ। ପ୍ରସ୍ତାବିତ ପ୍ରିୟା ଏମିଲି ଜଣେ କନିଷ୍ଟ ବୈଜ୍ଞାନିକ ଓ ଯୁବା ସିଲ୍ଭିୟା ସ୍ମିଥ ବ୍ରିଟିଶ ସରକାରଙ୍କ ସୁରକ୍ଷା ବିଭାଗର ପରିଚାଳକ ରୂପେ ଖ୍ଯାତି ରହିଥିଲା।

ତ୍ରିନିଟି ମହାବିଦ୍ୟାଳୟର ଛତ୍ରଛାୟା ତଳେ,କେମ୍ବ୍ରିଜି ବିଶ୍ଵବିଦ୍ୟାଳୟ ବତୀ ଘର ଆଲୋକ ୪ ବନ୍ଧୁଙ୍କ ଭାଗ୍ୟ ଉପରେ ଅଜାଡ଼ି ହୋଇଥିଲା । ବାସ୍ତବରେ ସେ ଦିନର ଏମିଲିଙ୍କ କଥାର ସତ୍ୟତାରେ ଯୋଶେଫଙ୍କ ଅବ୍ୟକ୍ତ ସ୍ନେହର ତ୍ରୁଟି ତା ଜୀବନରେ ମୋଡ଼ ସମ୍ପୂର୍ଣ ବଦଳି ଗଲା। 
ଲଣ୍ଡନ ସହର ଲୋକପ୍ରିୟ କୁଶଳୀ ଚିତ୍ରକର ଅକନେଙ୍କ ବନ୍ଧୁତ୍ଵ ତାଙ୍କୁ ଅଧିକ ଆକର୍ଷିତ କରିଥିଲ।। ଉଭୟଙ୍କ ସମ୍ମତିରେ ପରିବାରଙ୍କ ମଧ୍ୟରେ ପରିଶେଷରେ ବିବାହ ନିମନ୍ତେ ସିଦ୍ଧାନ୍ତ ନେଇଥିଲେ। 
ଯୋଶେଫ ଲାବ୍ରୋଙ୍କ ଅନ୍ତରଙ୍ଗ ବନ୍ଧୁ ଓ ପରିବାର ବର୍ଗଙ୍କୁ ମିଶାଇ ୫୦ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଥିଲା।

ନବ ବିବାହ ଶୋରେଡିଟ୍ଚ ଉନିକୂଏ ପୂର୍ବ ଲଣ୍ଡନରେ ବିବାହ ଆୟୋଜିତ ହୋଇଥିଲା। ଆନୁମାନିକ ବିବାହ ଖର୍ଚ୍ଚ ୬୧୫୦ ପାଉଣ୍ଡକୁ (ଭାରତୀୟ ଟଙ୍କାରେ ୫୯୬୦୨୮.୨୭ ଛୁଇଁଥିଲା। ସବୁ କୁମାରୀ କାଟେ ଦାୟିତ୍ଵ ନିଖୁଣ ଭାବେ ସଂଚାଳନ କରିଥିଲେ । ଶୋରେଡିଟ୍ଚର ମାଲିକ ଓ ସହକର୍ମୀଙ୍କୁ ଅତିଥିମାନେ ଧନ୍ଯବାଦ ପ୍ରଦାନ କରିଥିଲେ ।
ବିବାହ ମାଙ୍ଗଳିକ କାର୍ଯ୍ୟରେ ବନ୍ଧୁ ଫର୍ଗୁସନ,ଯୁବା ଏମିଲି,ସିଲ୍ଭିୟା ସ୍ମିଥ ଯୋଗଦେଇ ନୂତନ ବନ୍ଧୁ ଦ୍ୱୟଙ୍କୁ ଆଶୀର୍ବାଦ ପ୍ରଦାନ କରିଥିଲେ। ଯୋଶେଫ ଲାବ୍ରୋଙ୍କ ଅବ୍ୟକ୍ତ ସ୍ନେହର ଅନ୍ତ ଘଟାଇ ଦାମ୍ପତ୍ୟ ଜୀବନ ପ୍ରାରମ୍ଭ କଲେ।


ଅବ୍ୟକ୍ତ ସ୍ନେହ The Silent Cadence


(ରଚୟିତା-ଦିଲିପ କୁମାର ନାୟକ)


Comments