ସାପ କାମୁଡ଼ାରେ ଜରୁରୀକାଳୀନ ଚିକିତ୍ସା Snake Bite Emergency of Treatment

 


ଖରିଆର ରୋଡ଼ କତିରେ ଆମସେନା ପଲ୍ଲୀ। ପୁନମ ନଏଖୋର ଜନ ସ୍ୱାସ୍ଥ୍ୟକର୍ମୀଙ୍କ ବାସଗୃହ। ଶ୍ୟାମଳୀ ଉଚ୍ଚତା ୫ଫୁଟ ୫ଇଞ୍ଚ ଘଞ୍ଚ କେଶ ବେଣିପାରିଥିଲା। ତା ବୟସ ୪୦ବର୍ଷକୁ ସ୍ପର୍ଶ କରିଥାଏ। ଅଙ୍ଗେ ଲିଭାଇଥିବା ଘଟଣା ଗୁଡିକୁ କାହାଣୀରେ ବଖାଣିବା ତାର ପସନ୍ଦ ରହିଥିଲା। ତାର ଏକୋଇରବଳା ଦ୍ୱାଦଶ ଶ୍ରେଣୀର ଛାତ୍ର ଜିଜ୍ଞାସୁ ସୁପୁତ୍ରୀ କାବ୍ୟା ନବମ ଶ୍ରେଣୀର ଛାତ୍ରୀ। ସପ୍ତାହର ରବିବାରରେ ସେ ଦୁଇ ଅଲିଅଳକୁ ଗପ ଶୁଣାଉଥିଲା।


ଘଡ଼ଘଡ଼ି ତୁହାକୁ ତୁହା ଶବଦରେ କୋଠରୀ ଦ୍ୱାର ଝରକାରୁ ରିମି ଝିମିର ଗୁଞ୍ଜରଣ ଯେତିକି ଭୟଭୀତ କରୁଥିଲା। ପ୍ରକୃତିର ତାଣ୍ଡବ ଲୀଳା ରଚିଥିଲା। ବିଦ୍ୟୁତ ବିଚ୍ଛିନ୍ନ ହୋଇଥିଲା। କିଟିକିଟି ଅନ୍ଧାର କୋଠରୀ ମଧ୍ୟରେ ସୋଲାର ଲ୍ୟାମ୍ପରୁ ମିଞ୍ଜିମିଞ୍ଜି ଆଲୁଅ ଛାଇର ଲୁଚକାଳିରେ ମୁହଁ ଦେଖି ହେଉଥାଏ। ରାତ୍ର ୮ ଟା କାନ୍ଥ ଘଂଟାରେ ୮ଥର ଧାଏଁ ଧାଏଁ ବାଜି ଉଠିଲା। ଘଣ୍ଟାକଣ୍ଟା ୮ ଓ ମିନଟ କଣ୍ଟା ୧୨ ସ୍ଥାନରେ ଅଟକିଥିଲା।


ଛତିଶିଗଡ଼ର ଏକ ଗାଁ ଘୁଞ୍ଚାପାଳିର ଯୁବତୀ ଲିନା ତାଙ୍କ ଉର୍ମି ଜେଜେମାଙ୍କୁ ମହୁଲ ସଂଗ୍ରହ ରେ ସାହାଯ୍ୟ କରୁଥିଲେ। ଶନିବାର ଓପରଓଳି ରହିଥାଏ। ହାତ ପାହାନ୍ତାରେ ମହୁଲ ବଗିଚା ତା'ବାସ୍ନାରେ ଚହଟୁଥାଏ। ଏକ ଗାଲିଚାର ଭ୍ରମସୃଷ୍ଟି କରିଥିଲା। କିଏ ଜାଣିଥିଲା ଲିନା ଅକସ୍ମାତ ଦୁର୍ଘଟଣାର ଶିକାର ହେବ? କାଳ ତା’ପାଇଁ ଛୁପି ରହିଥିଲା! ଅଧା ଶରୀର ବିଳା ଭିତରେ ଅଧା ଖୋଲା ପବନରେ ଆହାର ନେହୁଥାଏ। ପୁନମର କାହାଣୀ ଯେତିକି ରୋଚକ ଓ ତତୋଧିକ ଭୟ ରହିଥିଲା। ତା’ପଣତ କାନିକୁ ଦୁହେଁ ଜାବୁଡି ଧରିଥିଲେ।



ଲିନାର ଡ଼ାହାଣ ଗୋଡ଼ରେ ଏକ ଯନ୍ତ୍ରଣା ଅନୁଭବକଲା। ଦୁଇଟି ଦାନ୍ତ ଚିହ୍ନପରି କ୍ଷତରୁ ରକ୍ତସ୍ରାବ ବୋହିବାକୁ ଲାଗିଲା। ପଛପଟକୁ ଦେଖିଲା! ଏକ କଳାରଙ୍ଗର ନାଗୁଣୀ ତା’ଫଣା ଟେକି ଫଁଫଁ ହୋଇ ଗର୍ଜନ କରୁଥିଲା !

ଜେଜେମା ଲିନାର ଆଶୁ ସମାଧାନ ପାଇଁ ଆକୁଳ ବିନତିରେ ରକ୍ଷାକର ରକ୍ଷାକର! ଡ଼ାକ ପକାଉଥିଲେ। କର୍ଣ୍ଣରେ ପଡିବା ମାତ୍ରେ ସ୍ଥାନୀୟ ଛାନିଆ ହୋଇ ସାହାଯ୍ୟର ହାତ ଲମ୍ବାଇଥିଲେ। ଘୁଞ୍ଚାପାଳିର ଜନଙ୍କ ସେବାପରାୟଣ ମନଭାବ ଅନନ୍ୟ ରହିଥିଲା। ପାଖ ପଡ଼ୋଶୀ କେଇ ମିନଟରେ ରୁଣ୍ଡ ହୋଇଯାଇଥିଲେ! ନାଗସାପ ଦଂଶନ କରିଛି! ଖବରଟି ଗାଁ ସାରା ପ୍ରସାରିତ ହେବାକୁ ଲାଗିଲା। ଏକଜୁଟତା ଦେଖିବାକୁ ମିଳିଥିଲା।

କେଳା ପୁଅକୁ ଖବର ଦିଅ। କିଏ କହୁଥିଲା ନିମପତ୍ର ରସରେ ସଫାକର! ବୃଦ୍ଧ ପୁରୁଷ କହିଲେ ସାବୁନରେ କ୍ଷତ ସ୍ଥାନକୁ ଧୋଇନିଅ । ଡ଼ାହାଣ ଗୋଡ଼କୁ ରଶିରେ ଗୁଡ଼େଇ ଦିଅ। ନାନା ମୁନିଙ୍କ ନାନା ମତରେ ଫସର ଫାଟିଲା। ଘୁଘା ଘୁଞ୍ଚାପାଳିରେ ଖବର ପବନ ଗତିରେ ପହଂଚି ଯାଇଥିଲା! ସର୍ପ କାମୁଡା ଘଟଣାଟି ଗାଁକୁ ଆତଙ୍କିତ କରିଥିଲା। କେହି କେହି ଦୌଡିଥିବା ବେଳେ ପାରମ୍ପାରିକ ଚିକିତ୍ସା ପରିଚିତ ସାପୁଆ କେଳାଙ୍କ ନିକଟକୁ ଯାଇଥିଲେ।।

ଖବର ପାଉପାଉ କେଳା ପୁଅ ପୁରୁଣା କାଳିଆ ଫଟ ଫଟିଆରେ ଘୁଞ୍ଚାପାଳିରେ ପହଂଚି ଯାଇଥିଲେ। ସ୍ଥାନୀୟଙ୍କ ସାହସ ଫେରି ଆସିଥିଲା! ଅଖା ମୁଣିରୁ ବାହାର କରିନେଲା। ଦୁଇ ଦୁଇଟା ସର୍ପ ସହ ମାଟିଆ ରଙ୍ଗର ଗୋଲେଇ ପେଢା! ଗାଁର ଘୋରଣା ପରି ଦେଖାଯାଉଥିଲା !

ସ୍ଥାନୀୟ ଦୂରତା ବଜାଇ ରଖିଲେ। କାଳେ ତାଙ୍କୁ ଦଂଶନ ହୋଇଯିବ ? ବାଘର ଭୟ ବାଘକୁ ଫାଗର ଭୟ ତତୋଧିକ ରହିଥିଲା। କେଳା ପୁଅର ମସ୍ତକରେ ପଗଡ଼ି ଗଳାରେ ଏକାଧିକ ହାର ପରିଧାନ କରିଥିଲା। ସିନ୍ଦୁର ଟୋପା ଫୁଟି ଦେଖା ଯାଉଥିଲା। ଡ଼ାହାଣ ବାହୁରେ କଙ୍କଣ। ବେଶଭୁଷାରୁ ଅପରିଚୟ ଗ୍ରହର ମଣିଷ ପରି ଝଟକୁଥିଲା!


ତା ମୁଖ ଗହ୍ୱରରୁ ପୁଳା ପୁଳା ପବନ ଭର୍ତ୍ତି ହୋଇଯାଉଥିଲା ! ଦୁଇପଟ ଗାଲରେ ଉଚ୍ଚାଉଚ୍ଚା ଚିହ୍ନ ଦେଖିବାକୁ ମିଳିଲା ! ନାଗରାଜାଙ୍କ ଦର୍ଶନ ମିଳିପାରିନଥିଲା ! ତା ମୁଖ ମଣ୍ଡଳରେ ନିରାଶାର ଚିହ୍ନ ଦେଖିବାକୁ ମିଳି ନଥିଲା। ପାରମ୍ପରିକ ପୋଷାକରେ ଭିଡ଼କୁ ଆକର୍ଷିତ କରୁଥିଲା ।

ତା’ପେଁକାଳୀ ବଜାଇଲା। ମହୁଲ ବୃକ୍ଷ ଗାଲିଚାରେ ଜନ ସମୁଦ୍ର ପାଲଟିଲା। ଲିନାର କ୍ଷତ ସ୍ଥାନରେ କଦଳୀ ଏବଂ ନିମପତ୍ର ରସ ପ୍ରଲୋପ ଦେଇଥିଲେ। ଏକ ସାଧାରଣ ଅଭ୍ୟାସ ଥିଲା। କୋଣରେ ଜପ କରୁଥିଲେ। ନାଗରାଜାଙ୍କୁ ପ୍ରସନ୍ନ କରିବା ପାଇଁ ପୂଜା ପ୍ରାର୍ଥନାରେ କେଳା ବ୍ୟସ୍ତ ରହିଲା।

"ଓଁ ସର୍ପରାଜାୟ ଭିଦିମହି ,ପଦ୍ମ ହସ୍ତୟା ଧିମହି ,ତନୋ ବାସୁକୀ ପ୍ରଚୋଦୟାତ ," ମନ୍ତ୍ର ସାତଥର ଉଚ୍ଚାରଣ କଲା।

ଲୀନାକୁ କେଇ ମୁଠା ଗୋଲ ମରିଚ ଚୋବାଇବା ପାଇଁ ନିର୍ଦେଶ ଦେଉଥାଏ। ଧାରୁଆ କାଚ ଖଣ୍ଡରେ ସର୍ପ ଘାତ ସ୍ଥାନରେ ଏକାଧିକ ରକ୍ତ ସ୍ରାବ ବୁହାଉଥିଲା। ଯନ୍ତ୍ରଣାରେ ଛଟପଟ ହେଉଥିଲା। ଶୋକର ଛାୟା ଖେଳିଯାଇଥିଲା ! ମୄତ୍ୟୁ ସହିତ ଲୀନା ଲଢେଇ କରୁଥିଲା। ସ୍ଥାନୀୟ ନୈତିକ ସମର୍ଥନ ଦେଉଥିଲେ।

କେହି କେହି ହେ ଭଗବାନ! ରକ୍ଷାକର ରକ୍ଷାକର କହି ଗରୁଡ ଦେବତାଙ୍କୁ ପ୍ରାର୍ଥନା କରିବାକୁ ପଛେଇ ନଥିଲେ। ଆଧ୍ୟାତ୍ମିକ ପାରମ୍ପରିକ ଝାଡ଼ ଫୁଙ୍କକୁ ଗରୁତ୍ବ ଦେଉ ଥିଲେ।

ଅନବରତ ପେଁକାଳୀ ବାଜୁଥା ଏ। ଦଂଶନ କରିଥିବା ସର୍ପକୁ ଆମନ୍ତ୍ରଣ କରୁଥାଏ। ନାଟକୀୟ ପରମ୍ପରାରେ ବହଳ ଜନ ଅନ୍ଧବିଶ୍ୱାସରେ ବୁଡ଼ିରହି ଥିଲେ। ଚେଷ୍ଠା ବୃଥା ଯାଇଥିଲା ! କିଏ କଣ କହୁଥିଲେ। ଜମା ଶୁଭୁନଥିଲା। ସାହସ ଜୁଟାଇ ପାରୁନଥିଲେ! କେଳାକୁ ସମାଲୋଚନା ପାଇଁ ଅଧା ଘଂଟାଏ ସମୟ ବିତି ଯାଇଥିଲା। ନାଗିନ ଚଳଚ୍ଚିତ୍ରର ଦୃଶ୍ୟଠୁଁ ବଳି ପଡ଼ିଥିଲା। ଏକ ଲୟରେ ଜିଜ୍ଞାସୁ ଓ କାବ୍ୟା ଗପ ଶୁଣୁଥିଲେ।



ଅକସ୍ମାତ ଧୋବା ଧାଉଳିଆ ଯୁବକ ଚଣ୍ଡୀ ଦର୍ଶନରେ ଗାଁ ପର୍ବତକୁ ଯାଉ ଥିଲେ। ଟ୍ୟାକ୍ସି ରଖିବାକୁ ସେ ଅନୁରୋଧ କରିଥିଲା। ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ । ଭୀଷଣ ରାଗି ଯାଇଥିଲା। କିଛି ଭାବିବା ପୂର୍ବରୁ ଗାଁ’ଲୋକଙ୍କୁ ଅନୁରୋଧ କଲେ। ଯଥା ଶୀଘ୍ର ହସ୍ପିଟାଲ ନେବାକୁ ପରାମର୍ଶ ଦେଲେ। ବିଷାକ୍ତ ସର୍ପ କାମୁଡ଼ା ଇଞ୍ଜେକ୍ସନରେ ପିଲାର ଜୀବନ ବଂଚିବ। ଗାଁର ଭଦ୍ର ମହିଳା ଜଣକ ଯୁବକଙ୍କୁ ଦୃଢ ସମର୍ଥନ କରିଥିଲେ। ଯୁବ ଜାତୀୟ ସେବା ଯୋଜନାର ସେବକ ଅନିଲକୁମାର ଦାଶ ବିଳମ୍ବ ନକରି ନିଜ ଟ୍ୟାକ୍ସିରେ ଉର୍ମି ଜେଜେମା ସହ ନିକଟ ସରକାରୀ ହସ୍ପିଟାଲକୁ ନେଇଯାଇଥିଲେ।



ରାତ୍ର ନ’ଘଣ୍ଟ! ବର୍ଷା ଘଡ଼ଘଡ଼ି ବନ୍ଦ ହୋଇ ସାରିଥାଏ। ପୁନମ ରାତ୍ରର ଭୋଜନ ପାଇଁ ରୋଷେଇ ଶାଳକୁ ଯିବାପାଇଁ ଇଛା ପ୍ରକଟ କରିଥିଲେ । ଦୁହେଁ ବଳକା ଗପ କହିବା ପାଇଁ ଅଡ଼ି ବସିଥିଲେ। ପିଲାଙ୍କ ଆଗ୍ରହ ଦେଖି ବଳକା ଗପ ଶୁଣାଇଲେ ।

କଣ ହେଲା କେଜାଣି ଜିଜ୍ଞାସୁ ମନରେ ଅକସ୍ମାତ ପ୍ରଶ୍ନ କରିଥିଲେ। ସର୍ପ କାମୁଡ଼ିଲେ କଣ ପାଇଁ ମୃତ୍ୟୁ ହୁଏ? କାବ୍ୟା ମୁଣ୍ଡକୁ ଟୁଁଗୁରାଇଲା। ପୁନମର ଅକଲ ଗୁଡ଼ମ! କିଛି ସମୟ ସ୍ତବ୍ଧ ରହିଲା। ୨୧ ବର୍ଷର ସ୍ୱାସ୍ଥ୍ୟକର୍ମୀ ବହୁ ରାଜ୍ୟ ଓ ଜାତୀୟ ପୁରସ୍କାର ଅଧିକାରିଣୀ! ସହଜରେ ତା'ପିଲାଙ୍କ ନିକଟରେ ହାରମାନି ନଥିଲା।

ପୁନମ ଭାବି ବିଚାରି ଉତ୍ତର ଦେଇ କହିଲେ,ବିଷାକ୍ତ ସର୍ପ କାମୁଡ଼ିବା ଦ୍ୱାରା ମଣିଷର ପକ୍ଷାଘାତ ହୁଏ। ଶ୍ୱାସକ୍ରିୟା, ରକ୍ତସ୍ରାବ ଜନିତ ରୋଗକୁ ରୋକିପାରେ ନାହିଁ। ଯାହା ସାଂଘାତିକ ରକ୍ତସ୍ରାବ, ଅଦୃଶ୍ୟ କିଡନୀ ବିଫଳତା ଏବଂ ଟିସୁ ନଷ୍ଟ ହୋଇପାରେ। ସ୍ଥାୟୀ ଅକ୍ଷମତା ଏବଂ ଅଙ୍ଗପ୍ରତ୍ୟଙ୍ଗ ନିସ୍ତେଜରେ ଜୀବନ ହାରିଥାଏ ।

ଜିଜ୍ଞାସୁଙ୍କ ମନରେ ଦ୍ୱତୀୟ ପ୍ରଶ୍ନରେ ଚେଇଁ ଉଠିଲେ, ତାହେଲେ ଆଜିର ବିଜ୍ଞାନର କରାମତି ବୃଥା ଯିବ! ପୁନମ ସ୍ମିତ ହସରେ କହିବାକୁ ଲାଗିଲେ, ନା-ନା ପାରମ୍ପରିକ ଓ ଆଧୁନିକ ଚିକିତ୍ସାର ବିକଳ୍ପ ରହିଛି। ଜନ ସଚେତନରେ ସମ୍ଭବପର ! କିପରି ,ସେ ସାରଗର୍ଭ ସନ୍ଦର୍ଭ ଉପସ୍ଥାପନାରେ କହିଲେ ,

ବିଶ୍ୱରେ ଆନୁମାନିକ ୫.୪ ନିୟୁତ ଜନଙ୍କୁ ପ୍ରତିବର୍ଷ ସର୍ପ କାମୁଡ଼ନ୍ତି ଏବଂ ୧.୮ ରୁ ୨.୭ ନିୟୁତ ମାମଲା ରହିଛି। ପ୍ରତିବର୍ଷ ୮୧୪୧୦ ରୁ ୧୩୭୮୮୦ ଲୋକ ମୃତ୍ୟୁ ବରଣ କରନ୍ତି। ସର୍ପ ଘାତରେ ମୃତ୍ୟୁ ପ୍ରଥମ ତାଲିକାରେ ଦକ୍ଷିଣ ଏସିଆ, ଦକ୍ଷିଣ ପୂର୍ବ ଏସିଆ ଏବଂ ସାହାରା ଆଫ୍ରିକାରେ ଘଟିଥାଏ। ପ୍ରତିବର୍ଷ ୫୮ ହଜାର ଭାରତୀୟ ସର୍ପ କାମୁଡ଼ିବାରୁ ମୃତ୍ୟୁ ବରଣ କରନ୍ତି। ବ୍ରାଜିଲରେ ସର୍ବାଧିକ ସର୍ପ ସଂଖ୍ୟା ରହିଛି। ୪୦୦ରୁ ଅଧିକ ପ୍ରଜାତିର ସର୍ପ ରେକର୍ଡ ହୋଇଛି । ଆମ ଦେଶରେ ୩୫୦ଟି ପ୍ରଜାତିର ସର୍ପ ଦେଖିବାକୁ ମିଳେ । ଭୁବନେଶ୍ୱର ସାପ ସଂଖ୍ୟା ବିଶିଷ୍ଟ ସହର ଭାବରେ ଜଣାଶୁଣା। ସର୍ପର ଉପସ୍ଥିତି ଭୁବନେଶ୍ୱର ପାଇଁ ଅତୁଳନୀୟ ନୁହେଁ, ଇନ୍ଦୋରରେ ସର୍ପ ସଂଖ୍ୟା କମ ଓ ଉତ୍ସାହଜନକ।

ଓଡ଼ିଶାରେ ସର୍ପ କାମୁଡ଼ିବା କ୍ଷତିପୂରଣ ବାବଦରେ ପ୍ରତ୍ୟେକ ୪ ଲକ୍ଷ ଟଙ୍କାର ବ୍ୟବସ୍ଥା ରହିଥିଲା। ପାରିବାରିକ କଳହ ଏବଂ ବୋଧହୁଏ ସର୍ପ ପୀଡିତଙ୍କ ପାଇଁ ସରକାରୀ କ୍ଷତିପୂରଣ ୪ ଲକ୍ଷ ଟଙ୍କା ସଂଗ୍ରହ କରିବାର ପ୍ରଲୋଭନ ଦେଖାଇ ଥାଇପାରେ ଯେ ତାଙ୍କ ପତ୍ନୀ ବସନ୍ତୀ ପାତ୍ର ୨୩ ଏବଂ ଦେବସ୍ମିତା ସ୍ତ୍ରୀଙ୍କୁ ହତ୍ୟା ଚାଂଚଲ୍ୟକର ଖବର ବିସ୍ମିତ କରିଥିଲା ।

୩ୟ ପ୍ରଶ୍ନ :ଦୁନିଆର କେଉଁ ଦେଶରେ ସର୍ପ ଦେଖିବାକୁ ମିଳେ ନାହିଁ?

ଉତ୍ତର : ଆଇସଲ୍ୟାଣ୍ଡ, ଗ୍ରୀନଲ୍ୟାଣ୍ଡ, ହାୱାଇ, ନ୍ୟୁଜିଲ୍ୟାଣ୍ଡ, ଆୟର୍ଲାଣ୍ଡ, ଆଣ୍ଟାର୍ଟିକା, ରୁଷ ଏବଂ କାନାଡାର କିଛି ଅଂଶ ସର୍ପ ମୁକ୍ତ। ଓଡ଼ିଶାରେ ସମୁଦ୍ର ସର୍ପ ସମେତ ପ୍ରାୟ ୮୦ ଗୋଟି ପ୍ରଜାତିର ସାପ ବାସ କରନ୍ତି ।

୪ର୍ଥ ପ୍ରଶ୍ନ: ଆଣ୍ଟିବିଷ ଇଞ୍ଜେକ୍ସନର ମୂଲ୍ୟ କେତେ ? ସାଇତା ହୋଇପାରିବକି ?

ଉତ୍ତର : ୫୫୦ ଟଙ୍କା ମାତ୍ର ଆଣ୍ଟି ସର୍ପବିଷ ଇଞ୍ଜେକ୍ସନ। ସର୍ପ କାମୁଡ଼ାର ଚିକିତ୍ସା ପାଇଁ ସାପ ଆଣ୍ଟିଭେନିନ୍ ଇଞ୍ଜେକ୍ସନ ଦିଆଯାଏ। ସର୍ପ କାମୁଡିବା ଏକ ତୀବ୍ର ଜୀବନ ପ୍ରତି ବିପଦପୂର୍ଣ୍ଣ ସମୟ ଜରୁରୀକାଳୀନ ଚିକିତ୍ସା । ହଁ ହଁ ରଖାଯାଇପାରିବ ଏବଂ ଥରେ ଆବଶ୍ୟକ ହେଲେ କେବଳ ପାତ୍ରକୁ ଭାଙ୍ଗି, ଇଞ୍ଜେକ୍ସନ ଦେଇ ପାରିବେ।

୫ମ ପ୍ରଶ୍ନ.:ସର୍ପ କାମୁଡ଼ାର ଚିକିତ୍ସା ପାଇଁ କେତୋଟି ସରଳ ଉପାୟ ରହିଛି?

ଉତ୍ତର : ଫୁଲା ଆରମ୍ଭ ହେବା ପୂର୍ବରୁ ରିଙ୍ଗ ଏବଂ ଘଣ୍ଟା ବାହାର କରନ୍ତୁ, କାମୁଡ଼ିଥିବା କ୍ଷତକୁ ସାବୁନ ଏବଂ ପାଣିରେ ଧୋଇ ଦିଅନ୍ତୁ। ଏକ ସଫା ଶୁଖିଲା ବସ୍ତ୍ର ସହିତ କାମୁଡ଼ା ସ୍ଥାନକୁ ଘୋଡାଇବା। ପୀଡିତାଙ୍କୁ ଡାକ୍ତରଖାନାର ଜରୁରୀକାଳୀନ କୋଠରୀକୁ ପଠାଇବା ହେଉଛି ସର୍ବୋତ୍ତମ ପ୍ରତିକ୍ରିୟା। ସର୍ପ କାମୁଡ଼ାରୁ ବିଷ ବାହାର କରିବାକୁ ଚେଷ୍ଟା କରନ୍ତୁ ନାହିଁ। କାମୁଡ଼ିବା କାଟିବା ଏବଂ ଚୋବାଇବା ଭଲ ଅପେକ୍ଷା ଅଧିକ କ୍ଷତି କରିପାରେ। ଭୟ ଏବଂ ଭୟ ସାପ କାମୁଡ଼ା ପ୍ରତିକ୍ରିୟାକୁ ବୃଦ୍ଧି ଘଟାଇଥାଏ । ଡାକ୍ତର ଦୁଷ୍ମନ୍ତ ସ୍ୱାଇଁ ଯୁବ ଡାକ୍ତର ଲୀନାକୁ ପରୀକ୍ଷା କରିଥିଲେ। ଡାକ୍ତର କାମୁଡ଼ା ବିଷାକ୍ତ ବୋଲି ବର୍ଣ୍ଣନା କରିଥିବାରୁ ଜେଜେମାଙ୍କୁ ଆଶ୍ବସ୍ତି ମିଳିଥିଲା।

ଡାକ୍ତର ସ୍ୱାଇଁ ସର୍ପ ବିଷରୁ ନିର୍ମିତ ଏକ ଜୀବନ ରକ୍ଷାକାରୀ ସେରମ୍ ଆଣ୍ଟିଭେନୋମ୍ ସୁପାରିଶ କରିଥିଲେ। ଆଣ୍ଟିଭେନୋମ୍ ପାଇଁ ଅପେକ୍ଷା ଯନ୍ତ୍ରଣାଦାୟକ ଥିଲା । ପ୍ରତ୍ୟେକ ପାଞ୍ଚ  ମିନିଟ୍ ଏକ ଅନୁଭବ କଲା। ଶେଷରେ, ଡାକ୍ତର ଏହାକୁ ପରିଚାଳନା କଲେ । ଲିନାଙ୍କ ଅବସ୍ଥା ଧୀରେ ଧୀରେ ସ୍ଥିର ହୋଇଗଲା । ସ୍ଥିରତା,ଉନ୍ନତ ଜମାଟ ବାନ୍ଧିବା ,ନ୍ୟୁରୋଟକ୍ସିଟି ସନ୍ତୁଳନ ଓ ଫୁଲା ହ୍ରାସ ଆଦି ଲକ୍ଷଣ ଗୁଡିକ ଅନୁଧ୍ୟାନ କରି ଡାକ୍ତର ଦୁଷ୍ମନ୍ତ ସ୍ୱାଇଁ ଲୀନାକୁ ଘରବାହୁଡା କରାଇଥିଲେ। ସ୍ଥାନୀୟ ଖୁସିବ୍ୟକ୍ତ କରିଥିଲେ। କିଛି ଦିନ ମଧ୍ୟରେ ଲିନା ଯତ୍ନର ସହ ଚିକିତ୍ସା କଲେ। ବିପଦରୁ ମୁକ୍ତି ପାଇଲେ।

ଲୀନା ସୁସ୍ଥପରେ ଡାକ୍ତର ସ୍ୱାଇଁ ଜେଜେମାଙ୍କ ସହ ସର୍ପ କାମୁଡ଼ା ଚିକିତ୍ସା ବିଷୟରେ ବୁଝାଇଥିଲେ। ଅନ୍ଧ ବିଶ୍ୱାସକୁ ଦୁରେଇବାରେ ସାହାଯ୍ୟ କରିଥିଲେ। ଶ୍ରଦ୍ଧାଳୁ ଅନିଲ ଦାସ ଓ ଡାକ୍ତରଙ୍କୁ ଜେଜେମା ଶେଷରେ କୃତଜ୍ଞତା ଜଣାଇଲେ। ଲିନାଙ୍କ ପୁନଃ ଉଦ୍ଧାର ଖବର ଜଙ୍ଗଲୀ ନିଆଁ ପରି ବ୍ୟାପିଗଲା । ପାଇଲଟ ହେଲ୍ପଲାଇନ (୧୫୪୦୦ ) ସମେତ ସର୍ପଘାତ ଚିକିତ୍ସା ବିଷୟରେ ସଚେତନତା ପାଇଁ ସରକାରଙ୍କ ପଦକ୍ଷେପ ଦୂରବର୍ତ୍ତୀ ଅଞ୍ଚଳରେ ମଧ୍ୟ ପହଞ୍ଚିବାରେ ଲାଗିଲା।


ସର୍ପ କାମୁଡ଼ାର ଚିକିତ୍ସାର ଭବିଷ୍ୟତ ପରମ୍ପରାକୁ ସମ୍ମାନ ଦେବା ଏବଂ ନୂତନ ପଦ୍ଧତି ଗ୍ରହଣ କରିବା ମଧ୍ୟରେ ଏକ ସୂକ୍ଷ୍ମ ଶିକ୍ଷା ଥିଲା। ଲିନାଙ୍କ କାହାଣୀ ଭବିଷ୍ୟତ ପାଇଁ ଏକ ପଥ ପରିଷ୍କାର କରିଥିଲା । ବିଷାକ୍ତ ସର୍ପ କାମୁଡ଼ା ଯନ୍ତ୍ରଣା ଦୁଃଖରୁ ଅଗଣିତ ଜୀବନ ରକ୍ଷା ପାଇଲେ ।

ସ୍ୱାସ୍ଥ୍ୟ କର୍ମୀ ପାରମ୍ପାରିକ ପଦ୍ଧତିର ବିପଦ ସମ୍ପର୍କରେ ସୂଚନା ଦେଇ ଆଣ୍ଟିଭେନୋମ ସଜ୍ଜିତ ନିକଟସ୍ଥ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେବାକୁ ଅନୁରୋଧ କରିଥିଲେ। ପାରମ୍ପାରିକ ରୀତିନୀତି ଏବଂ ଅଭ୍ୟାସ ଗଭୀର ସାଂସ୍କୃତିକ ମହତ୍ତ୍ୱକୁ ଧାରଣ କରିଥିବାବେଳେ ଆଣ୍ଟିଭେନୋମ୍ ସହିତ ଆଧୁନିକ ଔଷଧ ବଞ୍ଚିବାର ସର୍ବୋତ୍ତମ ସୁଯୋଗ ପ୍ରଦାନ କରିଥିଲା।

ସ୍ୱାସ୍ଥ୍ୟସେବା ପାଇଁ ସଚେତନତା ଏବଂ ଉପଲବ୍ଧତା କେତେ ଜରୁରୀ ? ଉଭୟ ବିଜ୍ଞାନ ପରମ୍ପରା ମିଳିତ ଭାବରେ ଜୀବନ କିପରି ରକ୍ଷା କରିବ? ଅନ୍ଧ ବିଶ୍ୱାସ ଓ ପାରମ୍ପରିକ ଆଶୁ ସମାଧାନରୁ ବିରତି ଅନ୍ତତଃ ମୃତ୍ୟୁ ମୁଖରୁ ବଂଚିପାରିବ। ଅଲିଅଳ ଦୁହେଁ ଡ଼ିନର ଟେବୁଲରେ ଖୁସିରେ ସକ୍ରିୟ ଅଂଶ ନେଇଥିଲେ।

 ସାପ କାମୁଡ଼ାରେ ଜରୁରୀକାଳୀନ ଚିକିତ୍ସା Snake Bite Emergency of Treatment

(ରଚୟିତା-ଦିଲିପ କୁମାର ନାୟକ)

Comments

Post a Comment