ସୁପ୍ରିୟାର ଏକ ପ୍ରୟାସ The Superb Effort of Supriya





କଳିଙ୍ଗ ଶବର ପଲ୍ଲୀ , ରଘୁରାଜପୁର, ଜାତୀୟ ଐତିହ୍ୟଗାଁ ପଟ୍ଟଚ୍ଚିତ୍ର ପାଇଁ ସୁପ୍ରସିଦ୍ଧ। ପ୍ରସ୍ତର ଖୋଦିତ ନିଖୁଣ କଳା ଭାସ୍କର୍ଯ୍ୟ ,କାଷ୍ଠ,,ତାଳପତ୍ର ଲିଖନୀ ଚିତ୍ରକଳା ପାରଦର୍ଶିତା ସ୍ପର୍ଶ କରିଥାଏ।

ପୁରାତନ କୌଶଳରେ, ତା’ପରିବାର ସର୍ବଦା ମାଟିହାଣ୍ଡି ନିର୍ମାଣ କରୁଥିଲେ। କୌଳିକ ବୃତ୍ତିରୁ ରୋଜଗାର ଦିନକୁ ଦିନ କଷ୍ଟକର ହୋଇପଡିଲା। ସୁପ୍ରିୟା ନାମ୍ନୀ କୁଆଁରୀ ଅର୍ଗାନିକ ମାଟିହାଣ୍ଡି ବ୍ୟବସାୟର ଏକଦା ସ୍ୱପ୍ନ ଦେଖିଥିଲ।

ଟିଭି ଚାନେଲରେ ପ୍ରସାରିତ ଆତ୍ମନିର୍ଭର ରୋଜଗାର ଯୋଜନାର ପ୍ରକଳ୍ପ ଗୁଡିକୁ ଧ୍ୟାନରେ ଶୁଣିବାକୁ ଲାଗିଲା । ତା’ର ପସନ୍ଦ ବଢିଥିଲା। ସେ ପ୍ଲାଷ୍ଟିକ୍ ବିକଳ୍ପ ପ୍ରତିଯୋଗିତା ମୂଲ୍ୟହ୍ରାସକରି ରୋଜଗାର ପାଇଁ ମନସ୍ତ କଲା। ମାନସିକ ସ୍ତରରେ ନିଷ୍ପତି ନେଲା। ବୃତ୍ତିର ଆମୁଳ ଚୂଳ ବଦଳେଇବାକୁ କୁଟୀର ଶିଳ୍ପ ଅଧିକାରୀଙ୍କ ଦପ୍ତରକୁ ଭ୍ରମଣ କଲା।

ଖୁଣ୍ଟିଆ ବାବୁ ପୁରୀଜିଲ୍ଲା ଦାୟିତ୍ୱରେ ରହିଥାନ୍ତି। ଯୁବାଙ୍କ ଉତ୍ସାହରେ ଅଧିକାରୀ ଆଗଭର ହୋଇଥିଲେ । ତୁରନ୍ତ ଏକାଧିକ ପ୍ରକଳ୍ପର ପ୍ରାଥମିକ ଧାରଣା ପ୍ରଦାନ କଲେ।"ଆତ୍ମନିର୍ଭରଶୀଳ ଭାରତ" ପ୍ରକଳ୍ପ ସଂକ୍ରାନ୍ତରେ ଆଲୋଚନା କରୁଥିଲେ । ନିଜ ଦେଶର ଚାହିଦା ନିମନ୍ତେ ସାମଗ୍ରୀ ତିଆରି କରି ଆମଦାନୀ ଉପରେ କମ୍ ନିର୍ଭରଶୀଳ ରହିଲେ। ସେଦେଶ ସମପରିମାଣ ସ୍ୱାବଲମ୍ବୀ ହେବ।

ବାବୁ କହୁଥିଲେ ଅଧୁନା ,ମାଣ୍ଡିଆ ଖାଦ୍ୟର ବଜାରୀ କରଣ ନିମନ୍ତେ ସରକାରୀ ସାହାଯ୍ୟ ମିଳିଲା। ମିଲେଟ ବ୍ରାଣ୍ଡର ଆନ୍ତର୍ଜାତିକ ବଜାର ସୃଷ୍ଟି ହେଲା। ଏକ ଦମଦାର ବଜାରରେ ଧମାକା ସୃଷ୍ଟି ହେଲା। ବିଶ୍ୱବାସୀଙ୍କୁ ଚକିତ କଲା! ଡ଼ଲି ହିଲି ଦୁଇ ଭଉଣୀ ଦ୍ଵାରକା ସେକ୍ଟର ନୁଆଦିଲ୍ଲୀ ଅଂଚଳରେ ଏକ ପ୍ରେରଣା ଦାୟକ ସମ୍ବଳ ସୃଷ୍ଟିକଲେ ।


ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାର ଅଧୀନରେ ଥିବା, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ପାଇଁ ଯୋଜନା ବିଷୟରେ ତଥ୍ୟ ଧୀରେ ଧୀରେ ହସ୍ତଗତ ହେଲା। ବ୍ୟାଙ୍କଋଣ ସକାଶେ ଆବେଦନ କରିବାକୁ ଚେଷ୍ଠାକଲେ । ଛୋଟ ବ୍ୟବସାୟକୁ ଋଣର ବ୍ୟବସ୍ଥା ସୁଗମ ରହିଥିଲା।

ସୁପ୍ରିୟା ଏକ ବିଦ୍ୟୁତ ଚାଳିତ କୁମ୍ଭାର ଚକ ଏବଂ ଛାଞ୍ଚ କିଣି ତାଙ୍କୁ ଉତ୍ପାଦନ ବୃଦ୍ଧି କରିବାକୁ ଅନୁମତି ମିଳିଲା। ସୁପ୍ରିୟାଙ୍କ କାହାଣୀ ଅନନ୍ୟ," ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାର " କେବଳ ଏକ ସ୍ଲୋଗାନ ନୁହେଁ; ଏକ ପ୍ରୟାସର ଆଲୋକ ରହିଥିଲା।
ପିପିଲି ଚାନ୍ଦୁଆ ,ଛତା,ତୋରଣ ,ଝୁମର ,ବେରଂଗ ବସ୍ତ୍ରରେ ବୃକ୍ଷ ,ଗଜ,ମୟୁର କାଚଖଣ୍ଡ କାର୍ଯ୍ୟ ଖଚିତ ହୋଇଥାଏ। ଏକାଧିକ ଯୁବଯୁବା ତାଲିମ ନେଇ ନୂତନ ବାଣିଜ୍ୟ ସୃଷ୍ଟି କରି ଜୀବନ ଯାପନ ପାଇଁ ଏକ ନୁଆଁ ସୁଯୋଗ ଫେରିଛି ।

ରାଜଧାନୀର କିଶୋର ମଟନ ଦୋକାନ ଅବା କାରଖାନା ,ପାହାଳ ଚୌକ ମିଠା ଦୋକାନ ,ପଖାଳ ବିବିଧ . ସମ୍ବଲପୁରୀ ଚାଉଳ ବରା ନାମରେ ନିଜ ନିଜ ଉଦ୍ୟୋଗରେ ପାରଦର୍ଶିତା ଓ ସଫଳତା ସ୍ୱାଦ ପାଇ ସାରିଲେଣି। ଏକାଧିକ ଉଦାହରଣ ଖୁଣ୍ଟିଆ ବାବୁ କାଳ ବିଶେଷରେ ସୁପ୍ରିୟାର ମନବଳକୁ ଦୃଢ କରିପାରିଥିଲେ।

ସୁପ୍ରିୟାର ଆତ୍ମନିର୍ଭରଶୀଳତା ରାସ୍ତା ସହଜ ନଥିଲା। ଏକାଧିକ ସମସ୍ୟା ତାକୁ ଅତିକ୍ରମ କରିବାକୁ ପଡ଼ିଥିଲା ପ୍ରତିଯୋଗିତା, ନୂତନ ଟେକ୍ନୋଲୋଜି ସହିତ ଖାପଖାଇବା। ଦପ୍ତର ଦୌଡ଼ା ଦୌଡ଼ି,ଅଧିକାରୀଙ୍କୁ ଅନୁରୋଧ କରିବା।

ଅସହଯୋଗ କେତେକ ସମସ୍ୟା ସେ ମୁକାବିଲା କରିବାକୁ ପଡିଥିଲା। ନଥିପତ୍ର ସୁପାରିଶ ପାଇଁ ଖୋସାମତ! ତାଙ୍କ ମନକୁ ଅଧିକ ବିଚଳିତ କରିଥିଲା ! ଗାଁ ଗହଳିରେ ଟାହୁଲି ଟାପରାରେ ସୁପ୍ରିୟା ତାଡ଼ନା ପାଇଥିଲା।


ପଶ୍ଚିମ ଓଡ଼ିଶାର ବରଗଡ଼ ଜିଲ୍ଲାର ବରପାଲି ଓ ରାଜସ୍ଥାନ ରାଇଜର ରାଜାସମନ୍ଦ ଜିଲ୍ଲାରେ ବନ ନଈକୂଳରେ ତାଲିମ ନେଇ ଓଡ଼ିଶା ବାହୁଡ଼ି ଥିଲା। କୌଶଳ ଜ୍ଞାନର ବିଶ୍ୱାସ ବୃଦ୍ଧି ଘଟିଲା । ସେ ଲକ୍ଷ୍ୟସ୍ଥଳରେ ପହଂଚିବା ପାଇଁ ଅଧିକ ଯତ୍ନବାନ ହୋଇଥିଲେ। ସେଠାରେ ସାମୂହିକ ଉଦ୍ଦେଶ୍ୟର ଏକ ଭାବନାଥିଲା।
ଶକ୍ତିଶାଳୀ ଭାରତ ନିର୍ମାଣରେ ସାମାନ୍ୟ ବିକଳ୍ପ ଠିଆ କରାଇଥିଲା। ସୂକ୍ଷ୍ମ ପଦକ୍ଷେପ ବୃହତ ଲକ୍ଷ୍ୟ ସାଧିତ ହୋଇଥିଲା।
ପିତା ମାତାଙ୍କ ଅଲିଅଳ କନ୍ୟା ସୁପ୍ରିୟା ବୟସ ୨୫ ସ୍ପର୍ଶ କରୁଥାଏ । କନ୍ୟାର ବିବାହ ପାଇଁ ମତାମତ ଲୋଡ଼ିଥିଲେ। ସୁପ୍ରିୟା ବାରମ୍ବାର ସମ୍ମତି ଦେଉନଥିଲେ। ଅଧିକ ଚିନ୍ତା ଚେତନା ତାଙ୍କୁ ଆତ୍ମନିର୍ଭରଶୀଳତା ରୋଜଗାର ଯୋଜନାରେ ସମୟ ବିତେଇ ଥିଲେ। ମା’ତାଙ୍କର କେତକୀ ମଧୁମେହ ରୋଗରେ ଶଯ୍ୟାଶାୟୀ ସ୍ୱାସ୍ଥ୍ୟରେ ଜଟିଳତା ଦେଖା ଯାଉଥିଲା। ଘରେ ବିବ୍ରତ ରହୁଥିଲେ!

ଅନ୍ତତଃ କେତକୀର ଜୀବନ ଥାଉ ଥାଉ ସୁପ୍ରିୟାର ବିବାହ ମାଆଙ୍କ ଦୁଇ ଡୋଳାରେ ପଡିବ! କାହାଣୀକୁ ନେଇ ବୃଦ୍ଧ ବାପ ନିଧି ଚିନ୍ତାରେ ମୁଣ୍ଡମାଡ଼ି ବସୁଥିଲେ। ଏମିତି ବର୍ଷେ ଦୁଇ ବର୍ଷପରେ ସୁପ୍ରିୟାର ମନରେ ତା'ବାପା ଓ ମାଆର ଆଶାକୁ ପୁରଣ ପାଇଁ ମନ ବଳାଇଥିଲା। ଅଧପନ୍ତରିଆ ତା'ବ୍ୟବସାୟ ରହିଥାଏ। ସଫଳତା ଦିଗରେ ଆଗକୁ ବଢୁଥାଏ।

ଭାଗ୍ୟକୁ ଗାଁ ନିକଟ କୁମ୍ଭାରପଡ଼ାର ବର ପ୍ରସ୍ତାବ ଆସିଥାଏ। ଜେଜେଙ୍କ ଜେଜେ ଅମଳରୁ ଗଜପତିଙ୍କ ରାଜତ୍ୱ କାଳରୁ ଅଭଡ଼ା ପାଇଁ ମାଟିହାଣ୍ଡି ଯୋଗେଇ ଆସୁଥିଲେ। ଅଶୋକ ଟୁରିଷ୍ଟଙ୍କ ରହଣି ଦେଖା ଭାଲା କରୁଥିଲେ। ଉଦୀୟମାନ ଯୁବକ, ଶ୍ୟାମଳ ଦେଖିବାକୁ ଲମ୍ବା ଚଉଡ଼ା ଚାରି ଚୌରସ। ଉଚ୍ଚତା ୫ଫୁଟ ୧୧ ଇଞ୍ଚ,ପ୍ରସ୍ତାବ ଆଲୋଚନା ଆଗକୁ ବଢିଥାଏ। ସମାନ୍ତରାଳରେ ସୁପ୍ରିୟାର ବ୍ୟବସାୟରେ ଦିନକୁ ଦିନ ବୃଦ୍ଧି ଘଟୁଥାଏ। ରଥଯାତ୍ରା ବାହୁଡ଼ାରେ ଦୁହେଁ ପରିବାର ସମ୍ପର୍କରେ ଦୃଢବନ୍ଧୁ ସ୍ଥାପନ ପାଇଁ ଉଭୟ ପରିବାର ସମ୍ମତି ଦେଇଥିଲେ।

ଅକ୍ଷିତୃତୀୟା ତିଥିରେ ବିବାହ ଯୋଗ ସ୍ଥିର ହୋଇଥିଲା। ମା’କେତକୀ ମନ କୁଣ୍ଢେମୋଟ ତା ‘ଅଲିଅଳ କନ୍ୟା ସୁପ୍ରିୟାର ନୁଆଁ ସଂସାର ଦିନକୁ ଜଗିବସିଲା। ଯେମିତି ଆସନ୍ତା କାଲି ଯୋଗ ରହିଛି ? ସ୍ୱାମୀ ନିଧିଙ୍କୁ କହୁଥିଲା , ତା ବାପ ଦେଇଥିବା ପୁରୁଣା ନୋଥକୁ ବଣିଆକୁ କହି ଦୁଇପଟ ଶଙ୍ଖା ହଳେ କାନଫୁଲ ଘଡେ଼ଇବାପାଇଁ ! ବହୁବାର ସେ ନେହୁରା ହୋଇ କହୁଥିବାର ସୁପ୍ରିୟା ଶୁଣିଥିଲା। ଦିନେ ନନା ବୋଉର ଆଶାକୁ ପୁରଣ ପାଇଁ ବଣିଆ ଶାଳକୁ ଯାଇ କାନଫୁଲର ମାପ ଦେଇଥିଲା ।


କେତକୀ ମା’ର ହସରେ ଦୁଇଧାର ଲୁହ ଗଡ଼ିଥିଲା । ତା’ନନା ବୋଉ  ଦେଇଥିବା ରମୁଣି କସ୍ତା,ଅତର,ହିମାଳୟ ସୁନ, ପଣ୍ଡସ ପାଉଡର ,ବିନ୍ଦି ,ସିନ୍ଦୁର ଫରୁଆ ,ପିତଳ କଂସା, ବାଳକାଟି ଦାନ୍ତିଥାଳି, ହଳଦୀ ଗିନା ,ରୂଖା ,ଘଣ୍ଟି ଆଦି ମନରେ ନିଜ ସୁପ୍ରିୟାଙ୍କ ଉପହାର ଦେବାପାଇଁ ତାର କାନିରେ ଗଣ୍ଠି ପକାଇଥିଲା । ସରଳ ପ୍ରକୃତିର ନିଧି ସ୍ୱାମୀଙ୍କୁ କାନରେ ବୁଟୁ ବୁଟୁ କଣ କଣ କହୁଥିଲେ, ସେ ଏକାଥରକେ ମୁଣ୍ଡ ନାଡ଼ୀ ଯେମିତି କେତକୀ କଥାକୁ ଶତପ୍ରତିଶତ ହଁ ,ଭରିଥିଲେ।
ଶଙ୍ଖ ହୁଳହୁଳି ବେଦିରେ ଶୁଭିଲା ,ଖିରି କାକରାର ଢେର ମଜ୍ଜା ନେଲେ। ସ୍ୱାଦିଷ୍ଟ ଭୋଜନରେ ଆମନ୍ତ୍ରିତ ଅତିଥି ଖୁସି ହୋଇଥିଲେ।
ନୁଆଁ ସଂସାର ଅଶୋକ ଓ ସୁପ୍ରିୟାଙ୍କ ଆଗକୁ ବଢିଲା। ତୋଷାଳୀ ସେଣ୍ଡ ସନ୍ନିକଟରେ ଜଳ କ୍ରୀଡ଼ାରେ ଦୁହେଁ ସନ୍ତରଣ କଲେ । ନବଦମ୍ପତି ସୁଖରେ ନିତିଦିନିଆ ଚକ ଗଡ଼ିଚାଲିଥାଏ। ଉଭୟ ବ୍ୟବସାୟାରେ ଦୁହିଁଙ୍କ  ସହଯୋଗର ହାତ ବଢ଼େଇଲେ। ଦିନକୁ ଦିନ ପରିବାରର ଆର୍ଥିକ ସ୍ଥିତିବୃଦ୍ଧି ଘଟିଲା।

କିଏ ଜାଣିଥିଲା କେତକୀ ପରିବାରବର୍ଗଙ୍କୁ `ଶୋକାକୁଳରେ ଭସାଇ ଅନ୍ୟ ପୃଥିବୀକୁ ଚାଲିଯିବେ! ସୁପ୍ରିୟା ମନରେ ଗଭୀର ଆଘାତ ଦେଇଥିଲା। ଯେମିତି କେତକୀ ମାଆ ସୁପ୍ରିୟା ବିବାହ ଦେଖିବା ପାଇଁ ଯମରାଜାଙ୍କୁ ଠାରୁ ଦିନ କେତୋଟି ଉଦ୍ଧାର ମାଗିଥିଲେ! ବର୍ଷକରେ ସୁପ୍ରିୟାଙ୍କ ବ୍ୟବସାୟରେ ଦ୍ରୁତ ବୃଦ୍ଧି ପାଇଲା ।


ସୁନ୍ଦର ମାଟି ହାଣ୍ଡି! ଜଟିଳ ଟେରାକୋଟା ତଡକା ଝଟକୁଥିଲା। ରାଜସ୍ଥାନୀ ଓ ଓଡ଼ିଶା ମିଶ୍ରିତ ଟେରାକୋଟାର ନୁଆଶୈଳୀ ପ୍ରତି ଗ୍ରାହକଙ୍କ ପସନ୍ଦ ବଢିବାକୁ ଲାଗିଲା। ବେରଂଗ ମାଟିହାଣ୍ଡି ଓ ପତ୍ର ଖେଳନା,ଘର ସାଜସଜ୍ଜା ପଦାର୍ଥର ଭିନ୍ନଭିନ୍ନ ନିତ୍ୟ ବ୍ୟବହାର ପଦାର୍ଥର ସ୍ଥାନୀୟ ପସନ୍ଦ ବୃଦ୍ଧି ଘଟିଲା। ଅନ୍ୟ ଅଂଚଳକୁ ପ୍ରସାରିତ ହେବାକୁ ଲାଗିଲା। ବ୍ୟବସାୟର ପ୍ରଚାର ଓ ପ୍ରସାରରେ ସମ୍ପର୍କୀୟଙ୍କ ଲୋଭ ବଢିଥିଲା। ପ୍ରଥମରେ ଇର୍ଷା ପରାୟଣ ହୋଇଥିଲେ। ପରବର୍ତ୍ତୀ ଦିନମାନଙ୍କରେ ସୁପ୍ରିୟାର ପରାମର୍ଶ ଲୋଡ଼ିଥିଲେ।
ଅନେକ ଯୁବଯୁବା ଏକାଧିକ ପ୍ରକଳ୍ପ ସାଧନରେ ସଫଳତା ପାଇଥିଲେ। ଆତ୍ମନିର୍ଭରଶୀଳତା ଯୋଜନାରେ ଲୋକପ୍ରିୟତା ଦିନକୁ ଦିନ ବୃଦ୍ଧି ଘଟିଲା। ସ୍ୱାବଲମ୍ବୀ ସକାଶେ ଦିଗ ଦେଖାଇଲା।
ଜିଲ୍ଲା ସ୍ତରରେ ପୁରସ୍କୃତ ହୋଇଥିଲେ। ଜାତୀୟ ସ୍ତରରେ ସେ ସ୍ୱୀକୃତି ମିଳିଲା। ସୁପ୍ରିୟା ଗାଁର ଅନ୍ୟ ମହିଳା ଉଦ୍ୟୋଗୀଙ୍କ ପ୍ରେରଣାର ଏକ ଆଦର୍ଶ ହୋଇପାରିଥିଲେ।
ଉଭୟ ଅଶୋକ ଓ ସୁପ୍ରିୟା ନୁଆ ଦିଲ୍ଲୀରୁ ରଘୁରାଜପୁର ମାଟିହାଣ୍ଡିର ସଫଳତା କାହାଣୀ ବଖାଣୁଥିଲେ। ଖିଲିଖିଲି ହସରେ ଖୁସି ନେଉଥିଲେ।
ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାର କାହାଣୀ ଏବେ ମଧ୍ୟ ଲେଖାଯାଉଛି। ୨୦୨୨ -୨୩ ମସିହାରେ ୧ ଲକ୍ଷ ୫୧ ହଜାର ୫୩୦ ଗୋଟି ଯୋଜନାରେ ପଂଜିକୃତ ହୋଇସାରିଥିଲେ। ସମପରିମାଣରେ ଓଡ଼ିଶା ରାଇଜରେ ୪ ହଜାର ୧୭୬ ଟି ପ୍ରତିଷ୍ଠାନ ଉଦାହରଣ ପାଲଟିଥିଲା ।


ଏହା ବ୍ୟକ୍ତିବିଶେଷ ଏବଂ ସମ୍ପ୍ରଦାୟର ଏକ କାହାଣୀ। ଯୋଜନା ଏବଂ ପଦକ୍ଷେପ ଦ୍ୱାରା ସଶକ୍ତ। ଆତ୍ମନିର୍ଭରଶୀଳ ଭାରତ ସୃଷ୍ଟି କରିବା ପାଇଁ ମିଳିତ ଭାବେ କାର୍ଯ୍ୟ କରିବା। ଏକ ସମ୍ଭାବ୍ୟ ରାଷ୍ଟ୍ର ସହିତ ବିଶ୍ୱବାସୀଙ୍କ ପ୍ରତିକ୍ରିୟାରେ ସ୍ଥାନ ପାଇବାକୁ ପ୍ରସ୍ତୁତ।

ମାଟିହାଣ୍ଡି ବାଣିଜ୍ୟ ପରିବାର ସକାଶେ ଏକ ମୁଖ୍ୟ ଆୟର ପନ୍ଥା ସ୍ଥିର ହେଲା। ଜାତୀୟ ସ୍ୱୀକୃତି ପଞ୍ଜିକରଣ ସହ ଏକ ଆଦର୍ଶ ଉଚ୍ଚ କୋଟିର ଶିଳ୍ପ ଭାବରେ ମାନ୍ୟତା ପାଇଲା।
ଓଡ଼ିଶା ପ୍ରଦେଶ ଓ ବାହ୍ୟ ରାଜ୍ୟରେ ସୁପ୍ରିୟା ତା’ମାଟିହାଣ୍ଡି ପ୍ରଦର୍ଶନୀରେ ଷ୍ଟଲ ଲାଗିଲା। ଅଶୋକ ତା’ସଫଳତାରେ ସହଯୋଗ କରୁଥିଲା। ଦୁହେଁକ ଜୀବନ ସୁଖମୟ ଘଟିବାକୁ ଲାଗିଲା।


ସୁପ୍ରିୟାର ଏକ ପ୍ରୟାସ The Superb Effort of Supriya


ରଚୟିତା-ଦିଲିପ କୁମାର ନାୟକ)

Comments

Post a Comment