ପ୍ରକୃତି କୋଳରେ
ତୁମେ ସୁନ୍ଦରୀ
ଛୁପିଛ !
ପରିଚୟ ତୁମର
କେଉଁ କିସମର ?
ପଡ଼ୋଶୀ କୁହେ
ତୁମେ ପଳାଶ
ସେ ଚମ୍ପା
କିଏ ସତ ମିଛ !
ଠିକ ଉତ୍ତର ଦିଅ।
ରଙ୍ଗ ମହକରେ
ସବୁଠି ଶୀର୍ଷରେ
ସ୍ନେହ ଭରା
ଦୀର୍ଘ ତାଲିକାରେ
ନାମ ନୁହେଁ ମୋର।
କୃତ୍ରିମ ଫୁଲରେ
ସାଜ ସଜ୍ଜା
ମୋର ପଦାର୍ପଣ
ଏକ ନାମ
ଭିନ୍ନ କିସମର ।
🙏🙏🙏
(ରଚୟିତା-ଦିଲିପ କୁମାର ନାୟକ)
Comments
Post a Comment