ଛଳନା (କବିତା -୧୪)




ଚତୁର ମଣିଷ କାତର
ପାରିବ ପଣିଆ କଥା
ସମାଜର ଚାରି କାନ୍ଥରେ।

ଘଟଣା ରଚିଲା
କଥା ସରିଲା
ମନରୁ ଗଲା ଲିଭି।

ମିଛି ମିଛିକାରେ
ସତ୍ୟର ରଚନା
ସବୁତ ଗଲା ସରି।

ଅନ୍ୟବଶ୍ୟକ ବିବରଣୀ
ଅତୀତର କଥା
ଭବିଷ୍ୟତ ଉପକାରେ।

ବନ୍ଦକର ଛଳନା
ଛଳରେ କପଟ
କପଟରେ ସନ୍ଦେହଭରା।

ଆଜିର ରୀତିକାନ୍ତି
ମୁକ୍ତ ହୁଏ ମୋହର
ସତ୍ୟକୁ ସମ୍ବଳ କରି ।
🙏🙏🙏

(ରଚୟିତା-ଦିଲିପ କୁମାର ନାୟକ)

Comments