ଆଖିଟିଏ ( କବିତା-୪ )

 


କାହିଁକି କେଜାଣି ସେକାଳରୁ
ହୃଦୟରୁ ନଯାଏ ପାସୋରି
ମନରେ ହସଟିଏ ଆସେ
ଆଘାତ ଯାଏ ଭୁଲି ।

ଫୁଲଟିଏ  ଟିକି ବଗିଚାରେ
ପାଖୁଡା ଦେଇଛି ଖୋଲି
ଛୁଇଁବା ପୂର୍ବରୁ ଯାଏ ମଉଳି
ମନ ରହିଗଲା ଲାଖି ।


ଆସୁଛି ସୁନାମୀ ଲହର
ପୋଛିନେବ ସପନର ସଂସାର
ପାଣି ଧୂଳି ମାଡ଼ ଖାଇ 
କଥାଟିଏ ଦିଅ କହି।

 

ଏକରୁ ଅନେକ ପରିବାର ବଡ଼
ସଂସାର ବଢ଼ିଲା ବଜାର ଦର
ନିତିଦିନିଆ ଜୀବନରେ
ବଢ଼ିଲାଣି ତମ ସ୍ନେହ ।


ସମ୍ପର୍କ ଭାବର ଦର୍ଶନରେ
ଯନ୍ତ୍ରଣାକୁ ଦିଅ ଫୋପାଡ଼ି
ଭୋଗ କରି ନିଏ
ମନର ଆଶା ପାଇଁ ।

 

ଚତୁଃପାର୍ଶ୍ୱରେ ଦିଅ ଦେଖି
ଆଖିଟି ଏ ଦିଅ ଖୋଲି
କେମିତି ଅଛି ସମାଜରେ
        ବୁଜିବା ପୂର୍ବରୁ ଆଖି ।        
 🙏🙏🙏     

    (ରଚୟିତା-ଦିଲିପ କୁମାର ନାୟକ)


 

 

 

  .

Comments