.jpeg)
ଅପରାହ୍ନ ବୟସ
ସପନର ଗଂତା ଘର
ସ୍ୱାର୍ଥର ସାଧନାରେ।
ମିଛର ପାହାଡ଼
ସତର ଲୁଚଛପା
ସୁଖ ଦୁଃଖ ଯନ୍ତ୍ରଣାରେ।
ଉଲ୍ଲାସର ଡିଣ୍ଡିମ
ପଞ୍ଚ ଇନ୍ଦ୍ରିୟର ଭାବ
ଛନ୍ଦଛଳ କପଟରେ।
ସମୀରର ସ୍ୱପ୍ନ
ଆଲୁଅରେ ଛବି
ସାଇତା ମାଟି ସୁଗନ୍ଧରେ।
ଜଳର ସ୍ଵାଦ
ଆକାଶର ଦୃଶ୍ୟ
ଲୀନ ପଞ୍ଚଭୂତରେ ।
ଲକ୍ଷ୍ୟ ଏକ
ନିର୍ବାଣ ପାଠ ଭିନ୍ନ
ଜୀବନର ଦୋଛକିରେ ।
🙏 🙏🙏
(ରଚୟିତା-ଦିଲିପ କୁମାର ନାୟକ)
Comments
Post a Comment