କୁହ ତୁମେ (କବିତା -୧୧)





ଅପେକ୍ଷାରେ କୁହ ତୁମେ
ମାନ୍ଧାତା ଅମଳର
ସାଇତା କଥାରେ
ଇସ୍ପାତଠୁ ମନର ଦୃଢ଼ତାରେ।

ଭାରାକ୍ରାନ୍ତ ଆଶ୍ରୟ
ଦାନ ପୁଣ୍ୟର ମହଙ୍ଗା
ଲୁଣ୍ଠନ ଶୋଷଣ ମାଗଣା
ଦିଆ ନିଆ ଜୀବନଟାରେ।

ଅନ୍ତହେଉ ହୃଦୟରୁ  ବ୍ୟଥା
ଅନ୍ଧ ସଂଚାର ଜୀବର
ମହଣ ମହଣ ପଣ
ଅସରାଏ ଆଶ୍ୱାସନାରେ।

ସମୟର ଦୁର୍ଭିକ୍ଷରେ
ସେବା ପ୍ରେମ ଭକ୍ତି
ସକାଳୁ ସନ୍ଧ୍ୟା ଯାଏଁ
କୁହ ତୁମେ ପଣର
ପୁରଣର ଲକ୍ଷ୍ୟ।
🙏🙏🙏

(ରଚୟିତା-ଦିଲିପ କୁମାର ନାୟକ)

Comments