ଏଠି
ଦିନ ରାତ୍ର
ସରି ଆସେ
ପାହାନ୍ତାରୁ ସନ୍ଧ୍ୟା
ସନ୍ଧ୍ୟାରୁ ପାହାନ୍ତା
ସରେନା ରନ୍ଧା ବଢ଼ା
ଦିଆ ନିଆ ପରଷା।
ଯୁକ୍ତି ପରେ ଯୁକ୍ତି
ସରଳ ପଥରୁ ଜଟିଳ
ଜିଇଁବାର ଅପ୍ରମିତ ଆଶା।
ହରଣ ଗୁଣନ ମିଶାଣ
ଗରମ ଭାଷା ଦିଆ ନିଆ
ଭୋଜନ ଶୟନ ସପନ।
ଭାଗ ବଣ୍ଟା ହୁଏନି ଏଠି
ଟଙ୍କା ସୁନା ପବନ ଛାଇ
ସ୍ନେହର ଭାବ ଦିଆ ନିଆ।
କର୍ତ୍ତବ୍ୟ ସାଧନ ଓ ସାଧନା
ତ୍ୟାଗ ଅସନା ଦୁଃଖ ଯାତନା
ବଦଳି ନାହିଁ କଳି ରୀତି ନୀତି।
ବଦଳିବକି କଳି ଯୁଗରୁ ସତ୍ୟ?
ତ୍ରେତୟା ଯୁଗରୁ ଦ୍ୱାପର ଯୁଗ
ଜନେ ଶପଥ କରି କହିବେକି ସତ !
🙏🙏🙏
(ରଚୟିତା-ଦିଲିପ କୁମାର ନାୟକ)

Comments
Post a Comment