ତମ ପାଇଁ କଥା
କଥା ତମର
ତମେ କହିଥିବା କଥା
କଥା ବାଟ ବଜାରର।
ଇସାରାରେ
ପ୍ରତିକୂଳରେ ଚୟନ
ଜୀବନର ଜଞ୍ଜାଳରେ
ଅଯଥା ବ୍ୟଥା।
ସମୟର ଚଲାପଥରେ
ଘଡ଼ିଏ ଅପେକ୍ଷାରେ
ଚିହ୍ନା ମଣିଷଟିର
ଦ୍ରୁତଗାମୀ ଯାନଟି
ଥକିପଡ଼ିଲା।
ସାଧାରଣ ଜୀବନଟି
ପୃଷ୍ଠରେ ଛୁଇଁବାରେ
କ୍ଲାନ୍ତି ମେଂଟାଇବାରେ
ଅସୁମାରି ବାହାନାର ସମ୍ଭାର
ଲେଉଟାଣି ପଥରେ।
🙏🙏🙏
(ରଚୟିତା-ଦିଲିପ କୁମାର ନାୟକ)
Comments
Post a Comment