ମିଛ ବଜାରରେ
ସତ କହିଲେ
ମିଛରେ ଗଣତି ହୁଏ ।
ସତ ବଜାରରେ
ମିଛ କହିଲେ
ଦଣ୍ଡରେ ପରିଣତି ହୁଏ
ଏ ଜଂଜାଳ ବ୍ୟାପାର ।
ଖୋଲା ମେଳା ଏଠି
ଭାବ ଦିଆ ନିଆ
ପାର୍କ ବଜାର ହାଟରେ।
ପବନ ପବନେ
ନ ଛୁଅଁ କାହାକୁ
ଡ଼ୋରୀ ଦିଅ ହାତକୁ ।
କବି କବିୟତ୍ରୀ ଆବସେଣ୍ଟ
କବିତାର ନୁହେଁ ଗ୍ରାହକ
ବକ୍ତା ନିକଟରେ ସ୍ରୋତ ଉଭାନ୍ନ
ସବୁ ଫେସ ବୁକର ଗ୍ରାହକ ।
କବି ଛାପିଲେ ଦରଦ
ଦରଦୀ ବନ୍ଧୁ ଦେଖା ନହେଲେ
ଅବାଟରେ ଗଲା ପଣତ।
ଦୋଷ ନଦିଅ କାହାକୁ
କଲମ ଉଠାଅ
ଛାପି ମାଡ଼ି ଚାଲ
ମିଶିବେ ନୁଆଁ ଗ୍ରାହକ।
🙏🙏🙏
(ରଚୟିତା-ଦିଲିପ କୁମାର ନାୟକ)

Comments
Post a Comment