ନୀଳୟ -କବିତା - ୧୫




ପୟସ୍ବିନୀର ସଲିଳରେ
ତରଣୀରେ ବସିଛି ତରୁଣୀ
କାତ ବାଡ଼ି ଧରି ନାଉରି
ଆହୁଲା ଦେଇଛି ମେଲି।

ଅମ୍ବରରେ ପଂଜାଏ ବିହଙ୍ଗ
    ଅମାନିଆ ମରୁତ୍ତରେ 
ଡେଣା ଦେଇଛି ଖୋଲି
ଅସ୍ୟର ଚିକୁର ଉଲ୍ଲାସରେ।


ହୃଦୟ ମନୋରଥରେ
ପଣତ କାନିରେ ବିତ୍ତ
ହିମାଳୟ ଗନ୍ଧମାର୍ଦନ
ଛୁଇଁ ପାରିବା ଲକ୍ଷ୍ୟରେ ।


 କୂଳର  ଅପହଞ୍ଚରେ
ତା’ ନୂଆ ସଂସାର
ନୀଳୟ  ସଂସ୍ଥାପନାରେ 
ସପନ ହେବକି ସତ?
🙏🙏🙏

(ରଚୟିତା-ଦିଲିପ କୁମାର ନାୟକ)

Comments