ନୂଆଁ ଠିକଣା Our New Home!

 


୫.୧୮ ସକାଳରୁ ରାତ୍ର ୧୧.୫୨ ପର୍ଯ୍ୟନ୍ତ ମେଟ୍ରୋ ଭାୟୋଲେଟ ଲାଇନରେ ଗର୍ଜନ କରୁଥିଲା। ଚାନ୍ଦିନୀ ଚୌକରୁ ଭଲ୍ଲଭଗଡ଼ ମେଟ୍ରୋ ଟ୍ରେନ ମାତ୍ର ଭଡ଼ା ୬୦ ଟଙ୍କା । ଘଣ୍ଟାଏ ୧୧ ମିନିଟ ଅବଧିରେ ୧୨ ଟି ରହଣି ପରେ ଡକ୍ଟର ରାଜିବ ପନ୍ଥ,ଡକ୍ଟର ସନ୍ତୋଷ ନାୟକ,ଗଣିତବିଶାରଦ , ଗବେଷକ ବଲ୍ଲଭ ଗଡ଼ରେ ପହଞ୍ଚିଥିଲେ।

ସକାଳ ୧୦ ଘଣ୍ଟରେ କସ୍ତୁରୀ ଜରାଶ୍ରମରେ ସ୍ପର୍ଶ କରିଥିଲେ । ସଂଯୋଜକ ଶ୍ରୀମତୀ ରେବା ହଜାରୀ ସ୍ଵାଗତ କରି ଆସନ ପ୍ରଦାନ କରିଥିଲେ। ଶ୍ରୀମତୀ ହଜାରୀ ଆଶ୍ରମ ପରିଚାଳନାରେ କିପରି ସମସ୍ଯା ଦେଖାଯାଏ ସଂକ୍ଷେପରେ ବ୍ୟାଖ୍ୟା କରିଥିଲେ।  ଅନ୍ତେବାସିଙ୍କ ପୂର୍ବ ଠିକଣା ଓ ଏକାଧିକ ବିଷୟ ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିଥିଲା। 

ହୁନୁମନ୍ତ ଗୌଡା ,ବୟସ ୬୬ ନିଆରା ବ୍ଯକ୍ତିତ୍ଵ ଦୁହିଁଙ୍କୁ ଚକିତ କରିଥିଲା।  ଶିଳ୍ପପତି,ସମ୍ଭ୍ରାନ୍ତ ପରିବାରର ବଡ ମଣିଷ, ପୁଅ ନିରଞ୍ଜନ ଗୌଡା,ପୁତ୍ରବଧୂ ତ୍ରିଫଳାର ଯାତନାରେ ଅଣ-ସେବାରେ ଶ୍ରୀଗୌଡା ଗୃହ ତ୍ୟାଗର ମୂଳ କାରଣ। ନୂଆଁ ଠିକଣା କସ୍ତୁରୀବା ଜରାଶ୍ରମ ଦିଲ୍ଲୀ ଆଗ୍ରା ରୋଡ଼ ବଲ୍ଲବଗଡ଼। ପୁରୁଣା ବଙ୍ଗଳା  ଘର ଗୌଡା  କମ୍ପ୍ଲେକ୍ସ ପାସୋରି ନୂଆଁ କିରଣ ପଡ଼ିଥିଲା। ଧର୍ମପତ୍ନୀ ସ୍ଵର୍ଗତ ଶ୍ରୀମତୀ ନିହାରିକା ଗୌଡା ହୃଦଘାତରେ ୬୦ ବୟସରେ ଆରପାରିରେ। ସମଦଶା ତାଙ୍କୁ ଭୋଗିବାକୁ ପଡ଼ି଼ଥାଆନ୍ତା। ଦୁହିଁଙ୍କୁ ଅବିଶ୍ୱସନୀୟ  ଅନୁଭବ କରିଥିଲେ। ଶ୍ରୀ ଗୌଡା ଗୋଟି ଗୋଟି କରି ନିଜର ଦୁଃଖର କାହାଣୀ ବଖାଣୁଥିଲେ !

ଏକ ମାତ୍ର ପୁଅ ନିରଞ୍ଜନକୁ ବାଲ୍ଯରୁ ଯୁବ ବୟସ ପର୍ଯ୍ୟନ୍ତ ଲାଳନ ପାଳନ ଓ ଉଚ୍ଚଶିକ୍ଷା ଦାନରେ କୌଣସି ହେଳା ନଥିଲା। ଅନେକ ସ୍ଵପ୍ନ ଜୀବନ ମଧ୍ୟରେ ତା ମାଆ ନିହାରିକା ପୁଅ ନିରଞ୍ଜନର ପ୍ରତ୍ୟକ୍ଷ ଭାବେ ଶେଷ ଜୀବନ ପର୍ଯ୍ୟନ୍ତ ଛୋଟ ବଡ଼ କଥା ବୁଝାସୁଝା କରୁଥିଲା। ଧୂମଧାମରେ ପୁଅର ବିବାହ ସୁନ୍ଦରୀ ଲଳନା ତ୍ରିଫଳା ସହ ବାପା ମା ଉଭୟେ ଆୟୋଜନ କରିଥିଲେ।

ଧୀରେ ଧୀରେ ଗୌଡା ପରିବାର ଖୁସିରେ ଫାଟି ପଡୁଥିଲା। ୩ ବର୍ଷର ଅନ୍ତରରେ ନାତିଟିଏ ଜନ୍ମ ହେଲା ପରେ ନାତୁଣୀ  ଆତି ତାଙ୍କ ପରିବାରରେ ଗେଲି ଝିଅ ଥିଲା। ନାତୀ ଆୟୁଷ ଓ ନାତୁଣୀ ଆତିକୁ କେବତ ବାଘ ରଡ଼ିରେ ହସାଏ’ତ କେତେ ବେଳେ ନିଜେ ହାତୀ  ଅବା ହାମ୍ବା ରଡ଼ିରେ ରେ ହସାଉଥିଲେ।

ସ୍ଵପ୍ନ ଉଜୁଡ଼ି ଗଲା। ରୁଗୁଣରୁ ତା ଶାଶୁମା ତ୍ରିଫଳାଙ୍କୁ ପ୍ରାଥମିକ ଦାୟୀତ୍ଵ ମୃତ୍ୟୁ ପୂର୍ବରୁ ହସ୍ତାନ୍ତରିତ  କରିଥିଲେ। ପାଞ୍ଚ ବର୍ଷ ପରେ ଶିଳ୍ପପତି ହନୁମନ୍ତ ଗୌଡା ବାବୁ ପୁଅର ପାରଦର୍ଶିତା ଖୁସିବ୍ୟକ୍ତକରି ଫରିଦାବାଦ ଲୁହା ତରଳା କାରଖାନାର ସ୍ଵପରିଚାଳନା ଭାର ନ୍ୟସ୍ତ କରିଥିଲେ। ନିରଞ୍ଜନଙ୍କୁ ଆର୍ଥିକ ପରିଚାଳନା କ୍ଷମତା ପ୍ରଦାନ କରିଥିଲେ ।

ବିଧିର ବିଡମ୍ବନ।ଜୀବନରେ ଫଳ ବିପରୀତ ଦିଗକୁ ନେଇ ଯାଇଥିଲା। ଧୀରେ ଧୀରେ ତ୍ରିଫଳା ଶଶୁର ପ୍ରତି କଥା କଥାକେ କଟାକ୍ଷ କରିବା,ଚିଡି ଚିଡାପଣ,ପ୍ରଦର୍ଶନ ଲକ୍ଷଣରେ ବୃଦ୍ଧି ଘଟିବାକୁ ଲାଗିଲା । ୪ ବର୍ଷ ବିତିଯାଇଥିଲା।  ଆବଶ୍ୟକ ସ୍ଥଳେ କେବେ କେମିତି ବ୍ଯାଙ୍କ ଓ ଆର୍ଥିକ ସ୍ଥିତିକୁ ନେଇ ପିତାଙ୍କ ସହିତ ଆଲୋଚନା କରୁଥିଲେ।

ତ୍ରିଫଳାର ଚାଲିଚଳନରେ ଖାପ ଖୁଆଈ ଚଳିବାକୁ ହନୁମନ୍ତୁ ବାବୁ ଶ୍ରେୟ ମନେ କଲେ। ପ୍ରାଥମିକ ସୋପାନରେ ମଧୁମେହ ରୋଗୀ,ମେଦ ବହୁଳତା ରୋଗରେ ସେ ପୀଡିତ। ଡାକ୍ତରଙ୍କ ଆଦେଶ, ନିୟମିତ, ବ୍ୟାୟାମ ଓ ସକାଳୁଆ ସନ୍ଧ୍ଯା ଭ୍ରମଣ । ନିତିଦିନିଆ ଚଳଣିରେ ଠେଲା ପେଲାରେ  କୌଣସି ମତେ ଆଗକୁ ବଢ଼ୁଥିଲେ। ଗୌଡାଙ୍କ ମନରେ ଧନପ୍ରତି ଘୃଣା ଭାବ ଆସି ଯାଇଥିଲା। ଧର୍ମପତ୍ନୀଙ୍କ ସ୍ମରଣ କରି ନିଦରେ ଶୋଇ ପଡୁଥିଲେ। 

ପଦ ଚଲାରେ ଗୌଡା ବାବୁ ଗ୍ରୀନପାର୍କ ଅଞ୍ଚଳରେବୁଲିବାକୁ ପସନ୍ଦ କରୁଥିଲେ। ଲେଉଟାଣୀରେ   ଜଗନ୍ନାଥଙ୍କୁ ଦର୍ଶନ ପାଇଁ ହଜକସକୁ ଚାଲି ଯାଇଥିଲେ।

ପହିଲା ଜୁନରେ ଜନ୍ମ ଦିନତିଥି, ପୁରୁଣା ବଫାଦାର ଗୁମସ୍ତ। ହରିଶ ବାବୁ ଦ୍ଵାର ନିକଟରେ ଅଟିକି ରହିଥିଲା। ନିରଞ୍ଜନଙ୍କ ବ୍ୟବସାୟିକ ଆଲୋଚନା ଅପେକ୍ଷାରେ। ଦେଖା ସାକ୍ଷାତ ନମସ୍କାର ପ୍ରତି ନମସ୍କାର ଶିଷ୍ଟାଚାର ପରେ ହରିଶ ବାବୁ ମୁଣିରୁ ଫୁଲ  ତୋଡ଼ାକୁ  ପୁରୁଣା ପ୍ରିୟ ଗୌଡା ବାବୁଙ୍କୁ ୬୫ ବର୍ଷର ଜନ୍ମ ଦିନର ଶୁଭମନାସି ଥିଲେ। ଗୌଡାଙ୍କ ମନରେ ଖୁସିର ଲହର ଲୋତକ ପୂର୍ଣ୍ଣ ଚକ୍ଷୁରେ ଧନ୍ୟବାଦ ଜଣାଇଲେ।  ଡ୍ରଇଂରୁମର ମେଜରେ ଫୁଲ ତୋଡାଟିକୁ  ସାଇତି ନେଲେ। ଠପକିନା ପୁରୁଣା କାଠ ଚୌକି ଉପରେ ବସିପଡ଼ିଥିଲେ। ସ୍ମିତ ହସରେ ମନ ରାଇଜରେ ହରିଶ ବାବୁ ତାଙ୍କର ଇଜ୍ଜତ ବଞ୍ଚାଇ ଦେଲା।  ଯାହା ଶେଷ ଫୁଲ ତୋଡ଼ା ରହିଥିଲା।

ନାତି ଶ୍ରୀମାନ, ଷ୍ଟାଣ୍ଡାର୍ଡ- ୩ୟ ,ନାତୁଣୀ ଆତି ଷ୍ଟାଣ୍ଡାର୍ଡ- ୫ମ ଚାଣକ୍ୟ ପୁରୀ  ଇଂରାଜୀ ବିଦ୍ୟାଳୟରେ ପାଠ ଥିଲେ। ସକାଳୁଆ ସ୍କୁଲ ,ତ୍ରିଫଳା ପିଲାଙ୍କ ପଢା ବସ୍ତାନି ବୋଝ ଲଦି ଦେଇଥଲେ। ମରୁସାଗର ଓଟ ବୋଝଠୁ ମାତ୍ରାଧିକ ହେବ। ଉଭୟ ନାତି ନାତୁଣୀ କାରାଭାନ ଯାତ୍ରାର ଆଉ ଏକ ସହରୀ ସ୍କୁଲ ପଥରେ ଫୁଲ ତୋଡ଼ାଟିର ମହକରେ ତରଙ୍ଗାୟିତ ହେଉଥିଲା।  ଡ୍ରଇଂରୁମ ଯେମିତି ନାତି ନାତୁଣୀକୁ କିଛିଟା ଆଶ୍ଵସ୍ତି ମିଳିଯାଇଥିଲା।

ଫୁଲ ତୋଡ଼ାର ଉପସ୍ଥିତିରୁ ଇଆଡୁ ସିଆଡୁ କେତେ ପ୍ରଶ୍ନ ଜେଜେଙ୍କୁ ବୁଝିନେଲା ଜେଜେଙ୍କ ୬୫ ବର୍ଷର ଜନମ ଦିନ, “ଇଂରାଜୀରେ,ହ୍ଯାପି ବାର୍ଥ ଡ଼େ ଟୁ ୟୁ ଜେଜେ କହି ସ୍କୁଲ ଅଭିମୁଖେ ଚାଲିଗଲେ। ଜେଜେଙ୍କ ଜନ୍ମଦିନ ପିଠା ମିଠା ବେଲୁନ ଠୋଠା ଖୁସୀ ମନାଇବାକୁ ରାଇଜରେ ବସା ବାନ୍ଧିଥିଲେ। ସନ୍ଦ୍ୟାରେ ଜେଜେଙ୍କ ଜନ୍ମଦିନ! ଝଲସିଉଠିବ ଗୌଡା ବାବୁଙ୍କ ବଙ୍ଗଳା ୬୫ଗୋଟି ବେରଙ୍ଗର ବେଲୁନ ସହ ମୋଟା ମହମ ବତୀ ସଜ୍ଜା ହେବ।

ଡକ୍ଟର ରାଜୀବ ପନ୍ଥ ଗୋଟି ଗୋଟି କରି ଶୁଣିଲେ, କହିଲେ:ଆଜ୍ଞା ଦେଖନ୍ତୁ;ଭାରତୀୟ ସଭ୍ୟତାରେ ଉଭୟ ପୁରୁଷ ନାରୀ ନିକିତିର ଦୁଇ ସମତୁଲ ତଉଲି ସାଦୃଶ୍ୟ। ବର୍ତ୍ତମାନ ଯୌଥ ପରିବାରରୁ ସଂକୁଚିତ  ପରିବାର ମଧ୍ୟରେ ସିମୀତ। ପିତା ମାତାଙ୍କ ତାଙ୍କ ପୁତ୍ର ପୁତ୍ରୀଙ୍କ ପାଇଁ ଜୀବନକୁ ବାଜି ଲଗାଇ ତାଙ୍କର ଦାୟିତ୍ଵ ବୋଧତା ଓ କର୍ତ୍ତବ୍ୟ ପାଳନ କାହାକୁ ଅଛପା ନଥିଲା ! 

ତ। ‘ତୁଳନାରେ ପୁତ୍ରପୁତ୍ରୀ,ନାତି,ନତୁଣୀ ସମ୍ପର୍କୀୟଙ୍କ ବୃଦ୍ଧପିତା ମାତାଙ୍କ ପ୍ରତି ଦାୟିତ୍ଵ ବୋଧତା ଓ କ୍ରମେ କର୍ତ୍ତବ୍ୟ ପାଳନରେ ଅବହେଳା,ହାସ ଦିନକୁ ଦିନ କଠୋରତାକୁ ବୃଦ୍ଧି ଘଟିଛି। ସମାଜରେ ବରିଷ୍ଠ ନାଗରିକଙ୍କ ଲାଳନ ପାଳନରେ ଶୂନ୍ୟସ୍ଥାନ ଦେଖା ଗଲାଣି। ଏକ ପରିସଙ୍ଖ୍ୟନରୁ ଅନୁମେୟଯେ, ଭାରତରେ ଦିନକୁ ଦିନ ବରିଷ୍ଠ ନାଗରିକଙ୍କ ସଂଖ୍ୟା ଯେତିକି ପ୍ରତିଶତ ବଢ଼ିଲା ତତୋଧିକ  ମାତ୍ରାରେ ନିଜ ସମ୍ପର୍କୀୟଙ୍କ ଦ୍ଵାରା ଉପେକ୍ଷିତ ହୁଅନ୍ତି।  କର୍ତ୍ତବ୍ୟ ପାଳନରେ ସନ୍ଦେହର ପ୍ରଶ୍ନ ଚିହ୍ନ ଲାଗିଛି !

ଡକ୍ଟର ଶ୍ରୀ ପନ୍ଥ କୁହନ୍ତି; ଦେଶର ମୋଟ ଜନସଂଖ୍ଯାର ୧୦.୧ ପ୍ରତିଶତ କେବଳ ବରିଷ୍ଠ ନାଗରିକଙ୍କ ଶ୍ରେଣୀରେ ଅନ୍ତର୍ଭୁକ୍ତ।   ଏକବିଂଶ ଶତାଦ୍ଦୀରେ ବରିଷ୍ଠଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ଘଟିଲା। ସରକାରୀ ଓ ବେସରକାରୀ ଓ ସାମାଜିକ ଅନୁଷ୍ଠାନ,  ବରିଷ୍ଠ ନାଗରିକଙ୍କ ଜରାଶ୍ରମରେ  ଥଇଥାନ  ପାଇଁ ଜିଲ୍ଲାର ମହକୁମାରେ ସଞ୍ଚାଳିତ । 

ଆମ ଦେଶରେ ୨୧ ଗୋଟି ବରିଷ୍ଟ ଅକ୍ଷମବ୍ୟକ୍ତି ଥଇଥାନ କେନ୍ଦ୍ର ସଞ୍ଚାଳିତ,ସେଥି ମଧ୍ୟରୁ,ଅଗରତାଲା, ଭୁବେନେଶ୍ବର, ଚେନାଇ, ଦିଲ୍ଲୀ,ଗୌହାଟି,ହାଇଦ୍ରାବାଦ,ଜବଲପୁର,ଜଯପୁର,କାନପୁର,ଲୁଧିଆନା,ମୁମ୍ବାଇ,ପାଟଣା, ରାଞ୍ଚି, ତିରୁବନ୍ତପୁରମ  ଶ୍ରୀନଗର,ଆଦି ଅନ୍ୟତମ।

ମୁଖ୍ୟତଃ ଥଇଥାନ କେନ୍ଦ୍ରକୁ ଚାରିଟି ବିଭାଗରେ ବିଭକ୍ତି:,୧.ସଚେତନମୂଳକ ଥଇଥାନ କେନ୍ଦ୍ର,୨.ସର୍ବକାଳୀନ ଥଇଥାନ କେନ୍ଦ୍ର,୩.ସହଯୋଗଥଇଥାନ କେନ୍ଦ୍ର,୪.ପରୀକ୍ଷାମୂଳକ ଥଇଥାନ କେନ୍ଦ୍ର। ସେହିପରି ଦେଶରେ ୬୪୦୧ ଅକ୍ଷମ ଗୋଷ୍ଟି ରହିଥିବା ବେଳେ,ଗ୍ରାମାଞ୍ଚଳରେ  ପ୍ରତି ଲକ୍ଷ୍ୟରେ ବରିଷ୍ଟ ବିକଳାଙ୍ଗ ସଂଖ୍ୟା! ୫୫୧୧ ବ୍ୟକ୍ତି ସୀମିତ ।

ପ୍ରତି ୩ ଜଣରେ ଜଣେ ଉତ୍ତମ ସ୍ୱାସ୍ଥ୍ୟ ନିମନ୍ତେ ଥଇଥାନ କେନ୍ଦ୍ରର ସହାୟତା ପାଇଁ ଆବେଦନ କରୁଥିଲେ।ବିଶ୍ଵର ଜନ ସଂଖ୍ଯାର ଏକ  ତୃତୀୟାଂଶ  ସ୍ୱାସ୍ଥ୍ୟ ସେବା ନିମନ୍ତେ ଥଇଥାନ  କେନ୍ଦ୍ରର ସହIୟତା ନିଅନ୍ତି। ଯାହା ୧୯୯୦ ଦଶକରେ ୬୩ ପ୍ରତିଶତ ଥିଲାବେଳେ। ବର୍ତ୍ତମାନ ୧.୪୮ ବିଲିଅନରୁ ୨.୪୧ ବିଲିଅନ ଜଣକୁ ବୃଦ୍ଧି। ସାମ୍ପ୍ରତିକ ସମାଜରେ ନୁଆଁ ଠିକଣା ପରିବାରର ଏକ ବିକଳ୍ପ , ଆଶା ଭରଷା କେନ୍ଦ୍ର ବିନ୍ଦୁ!

ବିଶ୍ୱସୃଷ୍ଟି ଦିବ୍ୟଦର୍ଶନରେ’ପୁରୁଷ ଓ ନାରୀଙ୍କ ରହଣିରେ, ଖାଦ୍ଯ,ବାସଗୃହ, ସୁରକ୍ଷାର ଦ୍ଵାହିଦେଇ ଘନିଷ୍ଠତା ସୂତ୍ରପାତ ହେଲା।ପରିବାର,ବଂଶ,ପ୍ରକାରନ୍ତେ ସମାଜ ଅକ୍ଷାଂଶ ଦ୍ରାଘିମାରେ ରାଜନୈତିକ ଭୌଗଳିକ ଗଣ୍ଡି ମଧ୍ୟରେ ସୂର୍ଯ୍ୟଗ୍ରହ ଚତୁଃପାର୍ଶ୍ୱରେ    ଗ୍ରହ ଅସଂଖ୍ଯ ନକ୍ଷତ୍ର ଓ ଉପ-ଗ୍ରହ ସୌର ଜଗତରେ ଘୁରନ୍ତି।

ସତ୍ୟ,ଦ୍ଵାପର,ତ୍ରେତୟା ଓ ଆଜିର କଳିଯୁଗ ପର୍ଯ୍ୟନ୍ତ ଭୂଲୋକରେ ଦୃଶ୍ୟମାନ। ତାରି ଚାଲିଚଳନ,ଜାତି,ଉପଜାତି,କର୍ମ ଧର୍ମ ଓ ଉପାସନା।ହିନ୍ଦୁ,ଇସଲାମ,ଖ୍ରୀଷ୍ଟ,ପାଦ୍ରୀ,ଶିଖ,ସାଇ,ଜୈନ,ବୌଦ୍ଧଧର୍ମ।ବେଦ,ଭାଗବତ,କୋରାନ,ବାଇବେଲ,ଗୁରୁଗ୍ରନ୍ଥ,ତ୍ରିପିଟକ। ତ୍ରୀରତ୍ନ,ଆର୍ଯ୍ୟଅଷ୍ଟାଙ୍ଗମାର୍ଗ,ଧର୍ମଶାସ୍ତ୍ର,ମନ୍ଦିର,ମସଜିଦ,ଗୀର୍ଜା,ଶାନ୍ତି ସ୍ତୂପ,ଜଗନ୍ନIଥ ୩୩ କେIଟି ଦିଅଁ, ଆଲ୍ହା,ଯୀଶୁ,ଗୁରୁ ଗୋବିନ୍ଦ ସିଂହ, ଗୌତମବୁଦ୍ଧ,ପାର୍ଶ୍ଵନାଥ ତ୍ରିଥଙ୍କର,ମହାବୀର ଜୈନ।
୮୦୦ କେIଟି ଜନସଂଖ୍ୟାରେ ପୁରୁଷ ନାରୀ ବସବାସ କରନ୍ତି।  ପୁରୁଷ ମିଳନରେ ନାରୀ ମାତୃତ୍ଵ ଲାଭରେ ପୁତ୍ର ପୁତ୍ରୀ , ସ୍ଵାମୀ ସ୍ତ୍ରୀ,ନାମରେ ନାମିତ।
ସମାଜ ବିଜ୍ଞାନୀ ମାନେ”ପରିବାର”ପଦରେ ଚିହ୍ନଟ। ରକ୍ତଗତ ସମ୍ପର୍କରେ ଗଢି ଉଠେ ହସ ଖୁସିର ସଂସାର, ଅଧିକାର, କର୍ତ୍ତବ୍ୟ, ଦାୟିତ୍ଵ ସହଭାଗିତାରେ ବର୍ଦ୍ଧିତ ପରିବାରରୁ,ଯୁଗ୍ମ ପରିବାର ସର୍ବେIପରି ବଂଶ,ସମାଜ,ରାଷ୍ଟ୍ର।ସୂର୍ଯ୍ୟ, ଚନ୍ଦ୍ର, ଆକାଶ, ବାୟୁ ,ସ୍ଥଳ, ଜଳ,ଅରଣ୍ୟ,,ପଶୁ,ପକ୍ଷୀ,କୀଟ ପତଙ୍ଗ,ତରୁଲତା  ରାଜିର ବେଢାର ସମ୍ବଳରେ ଏକବିଂଶ ଶତାଦ୍ଦୀର ମାନବ ଦୋଛକିର ଉପକଣ୍ଠରେ ପଦାର୍ପଣ। ଅତ୍ୟାଧୁନିକ ଯୁଗରେ ମାନବ ବସ୍ତୁବାଦୀ ଦୁନିଆକୁ ଢଳିବା ସୂତ୍ରପାତ୍ର ଘଟିଲାଣି ।

ଆରିଷ୍ଟୋଟଲେଙ୍କ ଉକ୍ତିରୁ ସ୍ପଷ୍ଟଯେ ,”ମନୁଷ୍ୟ ଏକ ସାମାଜିକ ପ୍ରାଣୀ ସେ ଜନ୍ମରୁ ମୁକ୍ତ କିନ୍ତୁ ସ୍ବାର୍ଥତା ପ୍ରକୃତିରେ ଜୀବନ୍ତ। ସେ କେତେ ବେଳେ’ତ ସ୍ଵାର୍ଥ’ସ୍ତ୍ରୀ ପାଇଁତ କେତେ ବେଳେ ମାତାପିତା ପାଇଁ ଅବା ସର୍ବସ୍ଵ ନିଜ ପାଇଁ ସୀମିତ। 

କଳିଯୁଗ ଯନ୍ତ୍ର ପ୍ରଗତିରେ ବସ୍ତୁବାଦୀ ଜୀବନ ମୋହ ମାୟାରେ ଡୁବାଇଦିଏ କର୍ତ୍ତବ୍ୟ,”ନୂଆଁ ଠିକଣI”,” ଜରାଶ୍ରମରେ”।

ରୀତି ନୀତିରେ ପୁରାଣ,ଧର୍ମ,ଶାସ୍ତ୍ର,“ମନୁ ସଂହିତା”ପିତା ,ମାତା ପ୍ରତି ପୁତ୍ର ପୁତ୍ରୀ,ପୁତ୍ର ବଧୂ,ନାତି ନାତୁଣୀଙ୍କ ସମ୍ପର୍କ, କର୍ତ୍ତବ୍ୟ, ଦାୟିତ୍ଵ, ପୃଷ୍ଠାରୁ ,ମର୍ଯ୍ୟାଦା ପୁରୁଷ ଶ୍ରୀ ରାମ ପିତାଙ୍କ ସତ୍ୟ ପାଳନରେ ୧୨ ବର୍ଷର ବନବାସର ତ୍ୟାଗର କାହାଣୀ।

ଐରାବତ ପୁତ୍ରର ନାଗଲୋକରୁ ଆସି ମହାଭାରତ ଯୁଦ୍ଧରେ ପିତୃ ପକ୍ଷରେ ଲଢି ନିଜର ମସ୍ତକ ହରାଇବାକୁ ପଡ଼ିଥିଲା।  ପାଣ୍ଡବ ପୁତ୍ର ଭୀମ ଓ ତାଙ୍କ ପତ୍ନୀ ହିଡ଼ମ୍ବିଙ୍କ ପୁତ୍ର ଘଟତ୍କୋଚ,କୁନ୍ତିଙ୍କ ଇସାରାରେ ଅଭିମନ୍ୟୁ ପାଣ୍ଡବ ପିତା ସମୁହଙ୍କୁ କାନ୍ଧରେ ବୋହି କର୍ଣ୍ଣଙ୍କ  ଦ୍ଵାରା ବଦ୍ଧ ହେବାକୁ ପଡିଥିଲା। 

ଜନନୀ ପାର୍ବତୀ ପାଇଁ ଶ୍ରୀ ଗଣେଶ ସୁରକ୍ଷା ଦେବାରେ ମହାଦେବଙ୍କୁ ଦ୍ଵାର ଦେଶରେ ବାଧା ଦେବାରେ ନିଜର ମସ୍ତକ ହରାଇବାକୁ ପଡିଥିଲା । ମାତା ସତ୍ୟବତୀଙ୍କୁ  କଥା ଦେଇ ଭୀଷ୍ମ ପିତାମହ ଆଜୀବନ ବ୍ରହ୍ମଚାରି,ସରଶଯ୍ୟାରେ ବଳିଷ୍ଟ ତ୍ୟାଗର  ଇତିହାସ ବିଦ୍ୟମାନ। ଶ୍ରବଣ କୁମର ଅନ୍ଧ ପିତା ମାତାଙ୍କୁ ଧର୍ମ ସ୍ଥଳକୁ ବାହୁଙ୍ଗୀରେ ବୋଝକରି ବଳିଷ୍ଠ ନିଷ୍ଠାର କର୍ତ୍ତବ୍ୟ ସମାଜରେ ଆଲୋଚ୍ଯ ।

ଅତୀତକୁ ସ୍ମରଣକରି, ଆଲୋଚନାର ଗୋଟିଏ ଗୋଟିଏ ଚରିତ୍ର ଉଭୟ ଗବେଷକଙ୍କୁ ନୂତନ ଦିଗନ୍ତ ଦେଖା ଦେଇଥିଲା । ଭାବବିହ୍ଵଳ ଚିତ୍ତରେ ଆଶ୍ରମରୁ ଅପସରି ଯାଇଥିଲେ।  ଅନେକ କଥା ସତ ଗପ ମାଧ୍ୟମରେ ଗବେଷକ ଦୁହେଁକ ଏକ ପ୍ରୟାସ ମାତ୍ର । “ହେଜିଲେ ଠିକଣା ବଦଳିଯିବି” ଏବର ପରିବାର ରକ୍ତଗତ ସମ୍ପର୍କୀୟଙ୍କ ଉର୍ଦ୍ଧରେ ନୁଆଁ ଠିକଣା ଜରାଶ୍ରମ ମୁକସାକ୍ଷୀ" !

ଆମ ଦେଶରେ ପୁନର୍ବାସ କେନ୍ଦ୍ର ସ୍ଥଳୀ ଗୁଡିକ ସାମାଜିକ କଲ୍ୟାଣର ଶକ୍ତି ସ୍ତମ୍ବ । ମାନସିକ ଶାରୀରିକ ଥଇଥାନକୁ ସୁରକ୍ଷା ଦିଏ।  ସେବା ,ପରାମର୍ଶ ,ତାଲିମ ,ସାମଗ୍ରିକ ପୁନରୁଦ୍ଧାରକୁ ପ୍ରୋତ୍ସାହିତ କରୁଥିଲା। କେନ୍ଦ୍ରଗୁଡ଼ିକ ମର୍ଯ୍ୟାଦା ପୁନରୁଦ୍ଧାର, ବ୍ୟକ୍ତିମାନଙ୍କୁ ସମାଜର ଉତ୍ପାଦନକ୍ଷମ ସଦସ୍ୟ ରୂପେ ଗଢି ତୋଳିବା ପାଇଁ ଏକ ପ୍ରୟାସ ମାତ୍ର।

ନୁଆଁ ଠିକଣା ସନ୍ଧାନରେ ଅପ୍ରମିତ ବରିଷ୍ଠଙ୍କ କାହାଣୀ ଅବିଶ୍ୱସନୀୟ ଓ ଅକଳ୍ପନୀୟ ପରଖି ଥିଲେ।
ଏକ ସୁସ୍ଥ ଏବଂ ଅଧିକ ଅନ୍ତର୍ଭୁକ୍ତ ସମାଜ ଗଠନରେ ପ୍ରମୁଖ ଯୋଗଦାନ ଅତୁଳନୀୟ। ମେଟ୍ରୋରେ ଲେଉଟାଣି ଯାତ୍ରା ଚାନ୍ଦିନୀ ଚୌକ ବଜ୍ଜାର ବହଳରେ ଦୁହେଁ ଗବେଷକ ଛୁପି ଯାଇଥିଲେ।

ନୂଆଁ ଠିକଣା Our New Home!

(ରଚୟିତା-ଦିଲିପ କୁମାର ନାୟକ)

Comments