ଉଗାଣ୍ଡାର ଏକ ମଫସଲ ଗାଁ। କପଲଲ ପର୍ବତ ଘେରି ରହିଥାଏ। କୀଡୀପୋ ଉପତ୍ୟକା ଗହମ କ୍ଷେତ ଫସଲ ଦେଖି ହେଉଥାଏ। ଆଫିଆ ବାସିନ୍ଦା। କୃଷ୍ଣକାୟା ରଙ୍ଗରେ ଫୁଟି ଉଠୁଥିଲା। କୁଆଁରୀ ଯୁବତୀ ବୁଦାଚୁଟି ଗୋଳେଇ ଗୋଳେଇ ଶୋଭା ପାଉଥିଲା । ଗଳାରେ ଲକେଟ ଝୁଲୁଥିଲା! ତା’ଆଖିରେ ଆଖିଏ ସ୍ବପ୍ନ ଚମକୁ ଥିଲା !
ଆଫିଆ ସ୍ଥାନୀୟ ବାସିନ୍ଦାଙ୍କୁ ବିଶ୍ୱାସକୁ ସହଜରେ ଗ୍ରହଣ କରୁନଥିଲା। ନାଳଜଳକୁ ନାପସନ୍ଦ କରୁଥିଲା। ଗାଁ ଓ ତା ମଧ୍ୟରେ ଦ୍ୱିମତ ରହୁଥିଲା। ତା’ଗାଁର ବାଳକ ବାଳିକାଙ୍କ ପେଟରେ ଯନ୍ତ୍ରଣା ଅନୁଭବ ହେଲା। ଦିନ ଦିନଧରି ଶଯ୍ୟାରେ ପଡୁଥିଲେ। ପାଠପଢା ସମ୍ପୂର୍ଣ୍ଣ ଠପ! ଶିକ୍ଷୟତ୍ରୀ ଡିଂବେ ହାତ ଗଣତି ଉପସ୍ଥାନରେ ଶିକ୍ଷାଦାନ କରୁଥିଲେ। ମନରେ ଅନେକ ପ୍ରଶ୍ନ ଜାଗରଣ ହେଉଥାଏ ? ସନ୍ଧାନ ପାଇଁ ତା’ମନରେ ଉତ୍ତର ପାଇଁ ସେ ଦୂଷିତନାଳ କଡରେ ଘଣ୍ଟା ଘଣ୍ଟା ସମୟ ଅତିବାହିତ କରୁଥିଲା। ଗାଁ ଜନ କିଏ କଣ କହୁଥିଲେ ? ଆଫିଆ ପଛରେ ପକାଇ ଚାପଗ୍ରସ୍ତ ରହୁଥିଲା।
ସେ କୀଡୀପୋ ଉପତ୍ୟକାର ପଡ଼ୋଶୀ ଗାଁକୁ ବୁଲି ଯାଇଥିଲା। ଜେଜେମା ଓମାରଙ୍କ ସହ ଆଫିଆ ସ୍ୱାସ୍ଥ୍ୟଗତ ଓ ବ୍ୟକ୍ତିଗତ କୁଶଳ ବିଷୟ ପଚାରି ବୁଝୁଥିଲା। କଥା ପ୍ରସଙ୍ଗରେ ତା’ଗାଁର ପିଇବା ଜଳର ସମସ୍ୟା ଉପସ୍ଥାପନା କଲା। ଜେଜେମା ଉକ୍ତିରେ ରଖିଥିଲେ, ଆଫିଆ ଆଶ୍ଚର୍ଯ୍ୟ ପ୍ରକଟ କଲେ! ଓମାର ବ୍ୟକ୍ତିଗତ ପ୍ରକୋଷ୍ଠକୁ ସାଥିରେ ନେଇଥିଲେ। କାଷ୍ଠ ନିର୍ମିତ ମାନ୍ଦିଲି ପେଢ଼ୀ ଖୋଲି ଏକ ଧଳା ରଙ୍ଗର ବସ୍ତୁକୁ ପ୍ରଦର୍ଶିତ କଲେ। ସେ କତକ କହୁଥିଲା ! ଜଳ ପରିସ୍କାର ପାଇଁ ସେମାନେ କେଉଁ କାଳରୁ ବ୍ୟବହାର କରୁଥିଲେ। ମନ ମନରେ ସେ ଖୁସି ବ୍ୟକ୍ତ କରିଥିଲା। ଜେଜେମାଙ୍କୁ ଆଫିଆ ଶେଷରେ କୃତଜ୍ଞତା ଜଣାଇଲା।
ଖଣ୍ଡେ କତକକୁ ନେଇ ସେ ନିଜ ଘରେ ନାଳ ଜଳକୁ ଏକ ପାତ୍ରରେ ଯତ୍ନକଲା । ପରେ ଖଣ୍ଡିଏ କତକକୁ ଡୁବାଇଲା। ଜେଜେମାଙ୍କ ନିର୍ଦେଶକୁ ଦୋହରାଇଥିଲା। ଆକସ୍ମିକ ନାଳ ଦୂଷିତଜଳ ପରସ୍ତ ପାତ୍ରର ନିମ୍ନ ସ୍ଥରରେ ଅଟକି ରହିଲା। ପରେ ତାକୁ ସେ ପିଇବାକୁ ଲାଗିଲା। ଭାବିଲା! କଥାଟିକୁ ଗୋପନରେ ରଖି ମୂଲ୍ୟ କଣ ହେବ? ତା’ପଡ଼ୋଶୀଙ୍କୁ ଅସଲ ବିଷୟ ବଖାଣି ଥିଲା। ବିଜୁଳି ବେଗରେ କାନକୁ କାନ ଗାଁ ସାରା ଖବରଟି ପ୍ରଘଟ ହେଲା! ଗାଁ ଶିଶୁଙ୍କ ପେଟ ଯନ୍ତ୍ରଣା ସାମାନ୍ୟ ନିୟନ୍ତ୍ରଣକୁ ଫେରିଥିଲା। ବିଦ୍ୟାଳୟରେ ବାଳକ ବାଳିକା ସଂଖ୍ୟା ଧୀରେ ବୃଦ୍ଧି ଘଟିଲା। ଶିକ୍ଷୟତ୍ରୀ ଡିଂବେ ଶିକ୍ଷା ଦାନରେ ବ୍ୟସ୍ତ ରହିଲେ।
କତକ ଗାଁ ବଜାରରେ ପର୍ଯ୍ୟାପ୍ତ ଉପଲବ୍ଧ ନଥିଲା! ଆଫିଆ ମନରେ ପ୍ରଶ୍ନ ଉଠୁଥାଏ ?
ପିଇବା ଜଳରୁ କେଉଁ ଉପାୟରେ ଅପରିଷ୍କାରତା ହଟାଯାଇପାରିବ? ପରିକଳ୍ପିତ ପ୍ରକଳ୍ପ ଆଫିଆ ଆଖିରେ ଝଲସି ଉଠୁଥିଲା। ସମାଧାନ ପାଇଁ ସେ ଅଂଟା ଭିଡ଼ିଥିଲା। ନିଜସ୍ୱ ଉଦ୍ୟମରେ ନିରନ୍ତର ପରୀକ୍ଷଣ କରିଥିଲା। ସନ୍ଦେହ ଦୂରପାଇଁ ତା’ବିଦ୍ୟାଳୟର ଅକି ବିଜ୍ଞାନ ଶିକ୍ଷକଙ୍କୁ ପରାମର୍ଶ ଲୋଡ଼ିଥିଲା। କିଏ ଜାଣିଥିଲା? ଏକ ନୁଆଁ ସମାଧାନର ବିକଳ୍ପ ପାଇବ?
ଶିକ୍ଷକ ଅକି, କହୁଥିଲେ"ପାଣି ପିଇବ ଛାଣି ଟଙ୍କା ନେବ ଗଣି",ଉପଖ୍ୟାନଟି ବୁଝାଇଥିଲେ।
ସେ ଦିନ ସୋମବାର ରହିଥାଏ। ବ୍ଲାକ ବୋର୍ଡ଼ରେ ଚିତ୍ର ଆଙ୍କି କିପରି ଜଳ ଛାଣି ପିଇବା ବୁଝାଉଥିଲେ। ଖଣ୍ଡିଆ ପଥର ସହିତ ଏକ ମାଟିହାଣ୍ଡି,ବାଲି,ଅଙ୍ଗାର ସାହାଯ୍ୟରେ ପିଇବ ଜଳ ପ୍ରସ୍ତୁତ ହୁଏ, ବୁଝେଇ ଦେଇଥିଲେ। ବାହୁଡାଣିରେ ଗାଁର ମୁଖିଆଙ୍କୁ ଅବଗତ କରାଇଲା। ବିଶୁଦ୍ଧ ଜଳ ହିତକର। ଧୀରେ ଧୀରେ ଆପଣେଇଲେ। ଗାଁ ପିଲେ ସୁସ୍ଥ ରହିଲେ। ପୂର୍ବପରି ଯନ୍ତ୍ରଣାର ଶିକାର ହେଉ ନଥିଲେ।
ତା'ପରଦିନ ସକାଳେ, ଆଫିଆ ଦ୍ୱିଧାରେ ପେଟରେ ଯନ୍ତ୍ରଣା ଭୋଗୁଥିବା ନାମଜି ନାମକ ଏକ ଛୋଟ ପିଲାକୁ ଫିଲ୍ଟର ପାଣି ଦେଇଥିଲେ। ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ନାମଜି କିଛି ଘଣ୍ଟା ମଧ୍ୟରେ ସୁସ୍ଥ ଅନୁଭବ କଲେ। କଥାଟା ଦ୍ରୁତ ବେଗରେ ବ୍ୟାପିଗଲା। ସେ ଯାଦୁଗରୀ କୁଆଁରୀ କନ୍ୟା ନଥିଲା ! ତାର ନିରନ୍ତର ଚେଷ୍ଟାର ସୁଫଳ କାନ କାନରେ ଫୁସ୍ଫୁସ୍" ପ୍ରତିଧ୍ବନିତ କଲା।
ପ୍ରଥମେ ଆଫିଆ ଧାରଣାକୁ ଉପହାସ କରିଥିବା ଗାଁ କୃତଜ୍ଞତା ଜଣାଇ ମୁଣ୍ଡ ନୁଆଁଇଥିଲେ। ଆଫିଆ ଫିଲ୍ଟର ଜଳ ଯଦିଓ ସରଳ, ଅନେକ ଜଳ ଜନିତ ରୋଗରୁ ମୁକ୍ତ ହୋଇ ନଥିଲେ।
ପଡ଼ୋଶୀ ଗାଁରେ ହଇଜା ବ୍ୟାପିଗଲା। ଆଫିଆ ଭୟଭୀତ ହୋଇଯାଇଥିଲା। କାଳେତା’ଗାଁରେ ଜଳବାହିତ ରୋଗ ବ୍ୟାପିବକି?
ଗତବର୍ଷ ମିଳିତ ଜାତିସଂଘ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ତରଫରୁ ହଇଜା ନିୟନ୍ତ୍ରଣ ଓ ଜଳ ପରିମଳ କର୍ମଶାଳାରେ କହୁଥିଲେ ,ଫୁଟାପାଣି ,ନଳକୂଅ ଜଳ ପିଇଲେ ରୋଗରୁ ଦୂରେଇଯିବ! ଚିମୁଟେ ଲୁଣ ଚାମଚେ ଚେନି ଲେମ୍ବୁ ସରବତ ତରଳ ଝାଡ଼ାର ସରଳ ଚିକିତ୍ସା ,ପିଲାଠୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଆଫିଆଙ୍କ କଥାକୁ ମାନି ନେଲେ।
ସେ ଦିନଠୁଁ ଆଫିଆ କୁଆଁରୀ ଗାଁର ଉଜ୍ଜଳ ତାରକା ପରୀ ଗାଁ ପଡ଼ୋଶୀ ଅଂଚଳରେ ସଚେତନ ବିହନ ଦେଖିବାକୁ ମିଳିଲା। ଆଫିଆଙ୍କ କାହାଣୀ ଏକ କିମ୍ବଦନ୍ତୀ ହୋଇଗଲା। କୁଆଁରୀଙ୍କ ଉଦ୍ୟମରୁ ଶକ୍ତି ଏବଂ ଏପରିକି ଅତି ଅସାଧାରଣ ଚିନ୍ତାଧାରାର ସମ୍ଭାବନା ଏକ ନିରନ୍ତର ସ୍ମାରକ ଭାବରେ କାର୍ଯ୍ୟକଲା।
ସର୍ବଶ୍ରେଷ୍ଠ ସମାଧାନ ଯାଦୁରେ ନୁହେଁ! ବରଂ ଅତୀତର ଭୁଲି ଯାଇଥିବା ଜ୍ଞାନ ଏବଂ ସୀମାହୀନ ସାହସ !
ବିଶୁଦ୍ଧ ଜଳ ହିତକରSafe Drinking Water is good for health
(ରଚୟିତା-ଦିଲିପ କୁମାର ନାୟକ)

Comments
Post a Comment