ଫୁସଫୁସ କରି କାନରେ କହିଲା" ତୁମ ଜୀବନ ତୁମ ହାତରେ",। ଓଢ଼ଣୀ କୋଳରେ ଜନ୍ମ ପରେ ମା 'ତା ଆରପାରିକୁ ଚାଲିଯାଇଥିଲା। ମେରିକୋଟ ଚୌକରୁ ବଡଦାଣ୍ଡ ,ବାଲିସାହି ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ କାହାଣୀ ଲମ୍ବି ଯାଇଥିଲା ।
“ତିନି ତୁଣ୍ଡରେ ଛେଳି କୁକୁର”, କିଏ କଣ ମତ ଦେଉଥିଲେ ତୁଣ୍ଡରେ ବାଡ଼ବତା ନଥିଲା। ନବଜାତ ଶିଶୁ ? ଯନ୍ତ୍ରଣା ଦାୟକ ଦୃଶ୍ୟ! ପ୍ରଶାସନ ଖୋଳୁ ଥିଲା ମାଆର ମୃତ୍ୟୁର ରହସ୍ୟ ? କେଉଁ ପରିସ୍ଥିତିରେ ଅଘଟଣ ଘଟିଲା ? ରାଜଧାନୀ ବିମାନ ଘାଟି ବୁଦା ମୂଳେ ବିଗତ ବର୍ଷ ଘଟଣା ଘଟିଥିଲା। ଅଜଣା ମାତୃତ୍ବ! ସଂସାର ନାପସନ୍ଦ କରୁଥିଲା।
ସ୍ବଦେଶୀ ବିଦେଶୀ ପଛରେ ପଡୁଥିଲେ। ପୋଷ୍ୟ ସନ୍ତାନ ଆବେଦନ ପାଇଁ ଦରଖାସ୍ତ ଧାଡ଼ିରେ ଠିଆ ହୋଇଥିଲେ। ସତ ହେଲେବି ଗପ! ଦୋଷ ଦିଆ ନିଆରେ ପୂର୍ଣ୍ଣଛେଦ। ନଥିରେ ରଙ୍ଗ ଫିତା ! ଓଡ଼ିଶା ରାଇଜର ଶ୍ରୀକ୍ଷେତ୍ର ପୁରୀ! ମୁମୂର୍ଷ ଅବସ୍ଥାରେ ସ୍ବେଛାସେବୀ କୋଳେଇ ନେଇଥିଲେ। ମା’ଛେଉଣ୍ଡ କନ୍ୟା ଅନାଥ ଆଶ୍ରମରେ ଜୀବନକୁ ବର୍ଷ ପରେ ବର୍ଷ ୧୨ ବର୍ଷ ବିତି ଯାଇଥିଲା। ସମାଜ ତାକୁ ସ୍ଵର୍ଣ୍ଣମୟୀ ନାମ୍ନୀର ପରିଚୟ ଦେଲା।
ବେସାହାରାକୁ ଭଲ ପାଉଥିବା ଜୀବନର ଏକ ଅଂଶ ସାହାରା ଭାବରେ ପରିଗଣିତ ହେବାକୁ ଲାଗିଲା। ଏକ ସୁନ୍ଦର କନ୍ୟା ଥିଲେ। ଆକର୍ଷଣ ପାଇଁ ଆଶ୍ରମର ପ୍ରଥମ କନ୍ୟା ଭାବରେ ପରିଚିତ। ଆଦର କ୍ରମେ ବଢିବାକୁ ଲାଗିଲା। ପ୍ରାଥମିକ ବିଦ୍ୟାଳୟରେ ପାଠ ପଢିଲା। ଶ୍ରେଷ୍ଠ ଛାତ୍ରୀ ଭାବରେ ଶିକ୍ଷୟତ୍ରୀଙ୍କ ଆଦର ବିଶ୍ୱାସ ଭାଜନ ହେଲା । ଆଶ୍ରମ ବାସୀଙ୍କ ନିତିଦିନିଆ ଖସଡ଼ାରେ ସେ ଓତୋପ୍ରୋତଃ ଭାବେ ଜଡ଼ିତ। ପ୍ରାର୍ଥନା ,ଯୋଗ ସାଧନା ପୂଜାପୁଜି ମନ୍ତ୍ର ଜପ ତପରେ ମନ ଦେଲା। ସୁତାବସ୍ତ୍ର ପରିଧାନ ପାଇଁ ତାର ଭାରି ଆଗ୍ରହ।
ପ୍ରଚଳିତ ଗେରୁଆ ପୋଷାକ ପରିଧାନ କରିନେଲେ। ସେ ଗର୍ବ କରୁଥିଲା। ପରିଚୟ ପତ୍ର ଗଳାରେ ସେ ଅନ୍ୟ ସହ ଝଟକୁ ଥିଲା। ଶିକ୍ଷା ,ସୌଜନତା ,କ୍ରୀଡ଼ାପ୍ରତି ତାର ଗଭୀର ନିଷ୍ଠାକୁ ଗୁରୁଜୀ ଭୁରିଭୁରି ପ୍ରସଂଶା କଲେ। ଅନ୍ୟପାଇଁ ସେ ଉଦାହରଣ। ସହପାଠୀଙ୍କ ଭାରି ଆଦର। ଉତ୍ସାହ ଓ ଲକ୍ଷ୍ୟକୁ ଆଧାରକରି ସ୍ଵର୍ଣ୍ଣମୟୀ କଠୋର ପରିଶ୍ରମକଲା। କର୍ମକୁ ଆପଣେଇ ତା’ପାରିପାର୍ଶ୍ୱକୁ ଧୀରେ ଧୀରେ ଗ୍ରହଣ କଲା। ଶେଷରେ ସଫଳ ପାଇଲା। ସ୍ଵର୍ଣ୍ଣମୟୀ ବାର୍ଷିକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା। ଆଶ୍ରମ ବାଳିକାରୁ ଏକ ତରୁଣୀ କଠିନ ସଂଘର୍ଷ ଓ ସମସ୍ଯା ମୁଖ୍ୟ ଅଂଶକୁ ଆଦରି ନେଇଥିଲା।
ଜନ୍ମିତ ମାତା ଓ ପିତାର ଠିକଣା ଅଛପା ରହିଥିଲା। ସ୍ଵର୍ଣ୍ଣମୟୀ ପ୍ରାଥମିକ ଶିକ୍ଷାରୁ ଉଚ୍ଚ ବିଦ୍ୟାଳୟ ପରେ ପରେ ସେ ସ୍ନାତକରେ ସୁଫଳ ପାଇଲେ। ପ୍ରଶାନ୍ତ ନାମକ ଏକ ଯୁବକ ଶିକ୍ଷା କ୍ଷେତ୍ରରେ ସହାୟକ ହୋଇଥିଲା। ସଫଳତା ପଛରେ ତାର ଅବଦାନ ପ୍ରତି ସେ ଭୁୟସୀ ପ୍ରଶଂସା କରିବାକୁ କୁଣ୍ଠାବୋଧ କରିନଥିଲା। ସ୍ଵର୍ଣ୍ଣମୟୀଙ୍କ ଲମ୍ବା ସ୍ୱପ୍ନ ଆଲୋକରେ ପରିଗଣିତ ହେଲା।
ଦି’ଅକ୍ଷର ପାଠ ପଢିଶିଖି ଜାଣିଲା। ସମାଜ ସହ ତାଳଦେଇ ଅଗ୍ରସର ହେଲା। ସମସ୍ୟା ବୋଝକୁ କାବୁକଲା। ପରିବର୍ତ୍ତିତ ଅବସ୍ଥାକୁ ଆପଣେଇ ସେବାରେ ମନ ଦେଲା। ମୂଲ୍ୟବାନ ସମୟ ଓ ଉପାର୍ଜିତ ଜ୍ଞାନକୁ ସକାରାତ୍ମକ ମାର୍ଗରେ ପ୍ରୟୋଗ କଲା ଶେଷରେ ସୁଫଳର ସ୍ୱାଦ ସେ ଚାଖିଲା। ଜୀବନକୁ ଭଲପାଇ ବସିଲା । ଆନନ୍ଦର ମାର୍ଗକୁ ଚୟନ କଲା। କୌଣସି ଯାଦୁଗର ଏକ ହାତସଫେଇ ଚମତ୍କାରିତା ଦୃଶ୍ୟପରି ତା'ଜୀବନରେ ଘଟିଲା।
ବାଦାମୀ ରଙ୍ଗର ସୂର୍ଯ୍ୟ ଆଲୋକ ସାଥିରେ ଶୀତୁଆ ପବନ ତା’ଶରୀରକୁ ସ୍ପର୍ଶ କଲା। ଅମାନିଆ ପବନ ସ୍ଵର୍ଣ୍ଣମୟୀର କେଶକୁ ଝାମ୍ପୁରୀ କରିଥିଲା। ମୁଖ ମଣ୍ଡଳରେ ଚମକ ଉଠିଲା। ବାରବର୍ଷ ସ୍ଵର୍ଣ୍ଣମୟୀର ଜୀବନ ନିରୋଳାରେ ଅନାଥ କେନ୍ଦ୍ର କବଚ ପାଲଟିଥିଲା। ଗ୍ରହର ଭୁଲି ଯାଇଥିବା ଏକ ବିରଳ ଘଟଣା। ସ୍ଵର୍ଣ୍ଣମୟୀ କେବେ ଛାନିଆ ହେଉନଥିଲେ !
ସମସ୍ୟା ତା’ପାଇଁ ଗୋଟିଏ ଗୋଟିଏ ଶିକ୍ଷା ଓ ସୁଖଦ ରହିଲା। ତା’ପାଇଁ ସମାଜ ଏକ ରଂଗମଂଚ ସଜେଇଦେଲା। କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରୁଥିଲା। ଦୋଷ ନଦେଇ ପ୍ରତି ଦିନ ସକାଳକୁ ଚାହିଁ ବସିଥିଲେ ବିଜୟର ଦ୍ୱାରକୁ। ନିଜର ଦୃଢ ମନୋଭାବ ସଫଳତାର ପୋଷାକ ପିନ୍ଧାଉଥିଲା। ସ୍ଵର୍ଣ୍ଣମୟୀଙ୍କ ଜୀବନରେ ପ୍ରତିଦିନ କ୍ରିୟାଶୀଳ ରହିଥିଲା। ପ୍ରତିଟି ସମସ୍ୟାକୁ ନିରେଖି ସମାଧାନର ସୂତ୍ର ନିର୍ବାଚିତ କରୁଥିଲା। ସେ ଖୁସିର ମୁହୂର୍ତ୍ତକୁ ଉପଭୋଗ କରିନେଉଥିଲା। ପରିବର୍ତ୍ତନରେ ଭାରି ଆନନ୍ଦିତ ହେଉଥିଲା । ଜୀବନକୁ ଭଲପାଇବାରେ ଦିନଟିଏ କଟୁଥିଲା।
ବେଳାଭୂମିର ବାଲିଝଡ଼କୁ ସାମ୍ନାକରି ତାର ଆନନ୍ଦ ନେଉଥିଲା। ସାଗର ଢେଉରେ ନିଜକୁ ଭିଜେଇ ଦେଉଥିଲା। ପ୍ରକୃତିର ସୁନ୍ଦରତାକୁ ସ୍ନେହ କଲା । ସେ ଏକା ଶୂନ୍ୟସ୍ଥାନର ଭୂମଣ୍ଡଳର କାହାଣୀ କହୁଥିଲେ। ଦିନର ସୂର୍ଯ୍ୟ ତଳେ ରାତ୍ରରେ ଚନ୍ଦ୍ର କିରଣକୁ ପ୍ରେମର ଗୀତଗାନ କରୁଥିଲା। କେତେବେଳେ ସାହସୀ ସ୍ଵର୍ଣ୍ଣମୟୀ ଆଶ୍ରମ ବାଳିକାଙ୍କ କାହାଣୀ ବୁଣୁଥିଲା। ପାଚେରୀ ଅତି ନିକଟେ ମହୋଦଧି ବାଲୁକା କଳାକାର ଏବଂ ଘୂର୍ଣ୍ଣିବାତ୍ୟା ପବନ ସହିତ ବନ୍ଧୁତା କରିଥିଲା । କାହାଣୀ ଗୁଡିକରେ ସେ ଏକୁଟିଆ ନଥିଲା । ସ୍ଵର୍ଣ୍ଣମୟୀ ବଞ୍ଚିଥିବା ନିଜ ଦୁନିଆର ବୁଣାକାର ଥିଲା।
ଉପରଓଳି, ଏକ ଧୂଳି ଦର୍ପଣ ପାଇଲା। ତାର ପ୍ରତିଫଳନ ତାଙ୍କୁ ଚକିତ କଲା। ମରୁଭୂମିର ଜ୍ଞାନ ଧରିଥିଲା ଏବଂ କଠିନ ସୂର୍ଯ୍ୟଙ୍କ ଦ୍ୱାରା ହସୁଥିଲା। ମନରେ ଏକ ନୂଆ କାହାଣୀ ଧସିପଶି ଆସିଲା। ଅନ୍ୟ ଜଣେ ବଞ୍ଚିଥିବା ବ୍ୟକ୍ତିଙ୍କ କାହାଣୀ। ହୁଏତ ତାରାର ଭାଷା ବାଣ୍ଟିପାରେ। ସେ ବେଳେବେଳେ ଚାହିଁ ରହିଥିଲା । ସଂଯୋଗ ପାଇଁ ଇଚ୍ଛା କରୁଥିଲେ। ନୂତନ ଉନ୍ମାଦନ ନୂତନ ଆଶାରେ ସ୍ଵର୍ଣ୍ଣମୟୀ ବିସ୍ତୃତ ଶୂନ୍ୟସ୍ଥାନରେ ଚିହ୍ନ ଛାଡ଼ିବାକୁ ଲାଗିଲେ। ଜଟିଳ ବାଲୁକା ଝଡ଼ବାଲି ଦ୍ୱିଗୁଣ ସୂର୍ଯ୍ୟକୁ ପ୍ରତିଫଳିତ ରୂପ ମେଳାଇଥିଲା । ନିଜ ସ୍ନେହର ପ୍ରମାଣ ଏବଂ ଅନ୍ୟ ଆତ୍ମାକୁ ଭଲ ପାଇବାର ଏକ ନିରବ ପ୍ରାର୍ଥନା।
ଦିନ ଓ ରାତ୍ରକୁ ନେଇ ସପ୍ତାହରେ ପରିଣତ ହେଲା। ଆଶାର ଏକ ଆଲୋକ ଝଲସି ଉଠିଲା। ତା’ପରେ, ସକାଳେ ,ଉଦିତ ସୁଯ୍ୟଙ୍କୁ ନମସ୍କାର ଜଣାଇଲା। ସ୍ଵର୍ଣ୍ଣମୟୀ ହୃଦୟ ଏକ ଆନନ୍ଦିତ ଗୀତ “ଆମେ ବିଜୟ ହେବୁ, “ଆମେ ବିଜୟ ହେବୁ ଗୋଟିଏ ଦିନ “, ନୀରବରେ ଗାନ କଲେ ।
ବୋଧହୁଏ, ଏକ ନିରୋଳା ଗ୍ରହରେ ନିଜ ଜୀବନ ସ୍ନେହ ପାଇଁ ସ୍ଥାୟୀ ମାନବ ଆତ୍ମାର ପ୍ରମାଣ। ସୌଭାଗ୍ୟବଶତଃ ଯେଉଁ ବିଦ୍ୟାଳୟରେ ଦିନେ ଛାତ୍ରୀଟିଏ ରହିଥିଲା। ସ୍ଵର୍ଣ୍ଣମୟୀ ସେହି ବିଦ୍ୟାଳୟରେ ଶିକ୍ଷୟତ୍ରୀ ପଦବୀରେ ନିଯୁକ୍ତି ପାଇଲା। ଆଶ୍ରମବାସୀ ଓ ପରିଚାଳକ ଆଚାର୍ଯ୍ୟ ସମେତ ସନ୍ଧ୍ୟା ଆଳତିରେ ଭଜନ କୀର୍ତ୍ତନ କରିଥିଲେ। ସହାୟତାରେ ଦିନେ ସେ ଆଜି ମଣିଷ ଜ୍ୱଳନ୍ତ ଉଦାହରଣ ପାଲଟିଯାଇଥିଲା ।
ପ୍ରତି ମାସରେ ୫୦ ପ୍ରତିଶତ ପାଉଣା ଆଶ୍ରମ ପାଣ୍ଠିକୁ ଦାନ କଲେ। ସ୍ଵର୍ଣମୟୀଙ୍କ ବୟସ ୨୪ ବର୍ଷପୁରି ୨୫କୁ ସ୍ପର୍ଶ କରିଥିଲା। ବିଦ୍ୟାଳୟରେ ତା’ବିବାହକୁ ନେଇ ସହକର୍ମୀଙ୍କ ବିବିଧ ପ୍ରଶ୍ନ କରୁଥିଲେ। ସେ ବିଚଳିତ ନଥିଲା ! ନିୟମିତ ଜଣେ ଆଦର୍ଶ ଶିକ୍ଷୟତ୍ରୀ ରୂପେ ସର୍ବଦା ଛାତ୍ର ଛାତ୍ରୀଙ୍କ ପ୍ରିୟ ଗୁରୁମା ରହିଲେ। ଆଶ୍ରମରେ ବଳକା ଜୀବନ ବିତେଇବା ପାଇଁ ମନସ୍ଥ କଲେ।
ତାଙ୍କ ବ୍ରହ୍ମଚାରିଣୀ ଜୀବନରେ ୨୫ ବର୍ଷ ମହତ୍ୱପୂର୍ଣ୍ଣ ରହିଥିଲା। ଜୀବନର ସଫଳତା ଶୀର୍ଷକୁ ସ୍ପର୍ଶ କରିଥିଲା। କର୍ମ ସଂସ୍ଥାରେ ପାରଦର୍ଶିତା ଆଣିଥିଲେ। ଆର୍ଥିକ ସଙ୍କଟରୁ ମୁକୁଳିଥିଲେ। ସେ ଆତ୍ମନିର୍ଭର ଓ ଉତ୍ସାହ ସହ ସମସ୍ତ ବ୍ୟବସ୍ଥା କରିପାରିଥିଲେ। ଜୀବନରେ ବଡ ସୁଧାର ଆସିଲା। ଏକ ସମୃଦ୍ଧ ଓ ଖୁସିପୂର୍ଣ୍ଣ ଜୀବନ ମାର୍ଗକୁ ଅନୁସରଣ କଲେ।
ପ୍ରଶାନ୍ତ ସ୍ଵର୍ଣ୍ଣମୟୀଙ୍କ ଜନ୍ମ ଦିନରେ ଉପହାର ପ୍ରଦାନ କରିଥିଲେ ଓ ତାଙ୍କ ଶାନ୍ତ ସ୍ୱଭାବ ପାଇଁ ଭୁୟସୀ ପ୍ରଶଂସା କଲେ। ଆଶ୍ରମର ସମସ୍ତ ସଦସ୍ୟ ସ୍ଵର୍ଣ୍ଣମୟୀଙ୍କ ସ୍ଵଭାବକୁ ପସନ୍ଦ କଲେ। ପ୍ରଶାନ୍ତଙ୍କ ଆଖିରେ ସ୍ନେହଭାବ ବୃଦ୍ଧି ଘଟିବାକୁ ଲାଗିଲା। ସେ ତାଙ୍କୁ ଭଲପାଇ ବସିଲେ। ପ୍ରଶାନ୍ତ ଟ୍ରଷ୍ଟ ସଂସ୍ଥାରେ କାମଧନ୍ଧା ପାଇଲେ। ଉଭୟେ ଖୁସିରେ କାର୍ଯ୍ୟ କରିଥିଲେ। ଉଭୟଙ୍କ ବଳକା ଜୀବନ ସାଥିପାଇଁ ବହୁବାର ପ୍ରଶାନ୍ତ କହୁଥିଲା। କିନ୍ତୁ ନିଷ୍ଫଳ ରହିଥିଲା। ଶେଷରେ ଆଶ୍ରମ ମୁଖିଆ ଆଚାର୍ଯ୍ୟଙ୍କ ଦପ୍ତର ପର୍ଯ୍ୟନ୍ତ କଥାଟା ପ୍ରଘଟ ହୋଇଥିଲା।
ସ୍ଵର୍ଣ୍ଣମୟୀଙ୍କ ବୟସ ୨୫ ପ୍ରଶାନ୍ତ କୁଆଁର ପୁଅ ୩୦ ବର୍ଷକୁ ଛୁଇଁ ସାରିଥିଲା। ସେ ଦିନ ରବିବାର! ଏକ ଶୁଭସକାଳ ପ୍ରାର୍ଥନା ସରିଆସୁଥାଏ। ଆଚାର୍ଯ୍ୟ ଦୁହିଁଙ୍କୁ ଆଦେଶ ଜାରି କରିଥିଲେ। ପ୍ରଶାନ୍ତ ମନରେ ସଂଶୟ ଉପୁଜିଲା! ଅଘଟଣ କଣ ହେଲାକି? ସେ ବାରବାର ତା’ମନରେ ଘାଣ୍ଟି ଚକଟି ହେବାକୁ ଲାଗିଲା। ପ୍ରାର୍ଥନା ଶେଷ ଘଣ୍ଟି ଟଣ ଟଣ ହୋଇ ବାଜି ଉଠିଲା! ତା’ର ହୃଦସ୍ପନ୍ଦନ ଦ୍ରୁତ ଗତିରେ ବଢିବାକୁ ଲାଗିଲା। ଆଶ୍ରମ ନୀତିନିୟମ ପ୍ରତି ଖାତିର ରହିଥାଏ।
ସେ କାର୍ଯ୍ୟାଳୟ ପରିସରକୁ ପାଦ ଦେଇଥିଲେ। ଆଚାର୍ଯ୍ୟ ତାଙ୍କ କାଷ୍ଠ ନିର୍ମିତ ଚୌକିରେ ଆସ୍ଥାନ ଜମେଇ ସାରିଥିଲେ। ତାଙ୍କ ସାମ୍ନାରେ ଦୀର୍ଘ ହଳଦିଆ ରଙ୍ଗର ବେଞ୍ଚ ରହିଥାଏ। ଅଧିକାଂଶ ସମୟରେ ପରିଦର୍ଶକ କିମ୍ବା ଆଶ୍ରମ ବାସୀଙ୍କ ସ୍ଥାନ ରହିଥିଲା। ଭିନ୍ନ ଦୃଶ୍ୟ ପ୍ରଶାନ୍ତ ଦେଖିଲା ! ସେ ବୁଝିବା ପୂର୍ବରୁ ଆଶଙ୍କା ତାକୁ ଘାରିଥିଲା। ତା’ପହଂଚିବା ପୂର୍ବରୁ ସ୍ଵର୍ଣ୍ଣମୟୀ ସ୍ଥାନ ନେଇ ସାରିଥିଲା। ତା’ମୁଖ ମଣ୍ଡଳ ଯାଇ ସ୍ବର୍ଣ୍ଣ ମୁଖରେ ପଡ଼ିଲା ! ଆଚାର୍ଯ୍ୟ ବସିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।
ସେ ଶାନ୍ତ ମୁଦ୍ରାରେ ଆସନ ନେଲେ। କଣ ମୁଁ ଶୁଣୁଛି? ଉଭୟଙ୍କ ଭିତରେ ! କଅଣ ସତ୍ୟ? ପ୍ରଶାନ୍ତ ମୁଣ୍ଡଟିକୁ ଉପରୁ ତଳକୁ ନାଡ଼ୀ ଆପଣା ଛାଏଁ ସମର୍ଥନ ଦେଇଥିଲା। ସ୍ଵର୍ଣ୍ଣମୟୀଠୁଁ ଆଚାର୍ଯ୍ୟ ଇସାରାରେ ଉତ୍ତର ଚାହିଁ ଥିଲେ ? ସେ ହଁ ନାହିଁରେ ଉତ୍ତରଟିକୁ ଦ୍ବନ୍ଦରେ ଝୁଲାଇଥିଲେ। ଆଚାର୍ଯ୍ୟଙ୍କ ଆଖି ନିମିଷକେ ବଡ଼ବଡ଼ ଦେଖାଯାଇଥିଲା ! ସେ ସାମନ୍ୟ ଉତ୍ତର ଶୁଣି ବିଚଳିତ ହେଲେ ! ଦେଖ,ଆଶ୍ରମର ନୀତିନିୟମ ଓ ସୁନାମ? ଉଭୟଙ୍କ ସମ୍ମତିରେ ଆପତ୍ତି ରହିନଥିଲା ।
ଉଭୟଙ୍କ ବିବାହ ବେଳ ଆସିଛି ; ତୁମ ଦୁଇଙ୍କ ଉପରେ ସବୁ କିଛି ନିର୍ଭର କରେ। ଆଶ୍ରମ ବିଧି ଅନୁସାରେ ଏହି ପରିସରରେ ବିବାହ ଅନୁଷ୍ଠିତ ହେବ। କିନ୍ତୁ ରହଣି କ୍ୟାମ୍ପସ ବାହାରେ! ଦୁହେଁ ଚମକି ଉଠିଲେ! ଆଶ୍ରମର ସବୁ କାର୍ଯ୍ୟରେ ଯୋଗ ଦେବ! ସିଧା ସିଧା ଦୁହିଁଙ୍କୁ ସେ ଶୁଣେଇ ଦେଇଥିଲେ। ତୁମେ ୧୦ ମିନଟ ଭିତରେ ମତାମତ ଦିଅ। ଠିକ ସେହି ସମୟରେ, ଆଶ୍ରମର ଜଳଖିଆ ଘଣ୍ଟି ବାଜିଉଠିଲା। ଧାଡ଼ିରେ ନିଜେ ନିଜେ ପ୍ରାତଃ ଜଳଖିଆରେ ମସଲା ଉପମା ,ଚଣା ତରକାରୀ,ପାଚିଲା କଦଳୀ ଉଭୟେ ଥାଳିରେ ନେଇ ଆସିଲେ। ଦୁହେଁଙ୍କ ଭିତରେ ଆଲୋଚନା ହେଲା ପରସ୍ପରକୁ ବୁଝିଲେ। ସ୍ଵର୍ଣ୍ଣମୟୀଙ୍କ ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କ ବିବାହ ପ୍ରଶ୍ନର ଅନ୍ତ ଘଟିବାକୁ ଲାଗିଲା। ଉଭୟଙ୍କ ଏକମତ ଆଚାର୍ଯ୍ୟଙ୍କ ନିକଟରେ ରଖିଥିଲେ। ଭୂମିଷ୍ଠ ପ୍ରଣାମ କରି ଉଭୟେ ନିଜ ନିଜ କକ୍ଷକୁ ବାହୁଡ଼ିଥିଲେ। ସେ ଆଶିଷ ଦେଇଥିଲେ।
ସନ୍ଧ୍ୟା ପ୍ରାର୍ଥନା କାଳରେ ଆଚାର୍ଯ୍ୟ ମହାଶୟେ ଉଭୟଙ୍କ ବିବାହ ଓ ଅକ୍ଷିତୃତୀୟା ତିଥିକୁ ଘୋଷଣା କରିଥିଲେ। ଆଶ୍ରମରେ ଖୁସିର ମହକ ପରିବେଶକୁ ଦ୍ବିଗୁଣିତ କରିଥିଲା। ସ୍ଵର୍ଣ୍ଣମୟୀ ବିଦ୍ୟାଳୟର ୪ ଜଣ ଶିକ୍ଷକ ଓ ଶିକ୍ଷୟତ୍ରୀ ସମେତ ଆଶ୍ରମ ବାସୀ ସମୂହ ଆମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ। ଆଚାର୍ଯ୍ୟଙ୍କ ତତ୍ୱାବଧାନରେ ମାଙ୍ଗଳିକ ବିବାହ କାର୍ଯ୍ୟ ପୂର୍ଣ୍ଣ ହୋଇଥିଲା । ବେଦିରେ ନବଦମ୍ପତିଙ୍କ ଅଭିଳାଷ ପୂରଣ ନିମନ୍ତେ ଶ୍ରୀ ଗଣେଶ ମନ୍ତ୍ର ,ସର୍ବମଙ୍ଗଳା ମନ୍ତ୍ର ଗୁଞ୍ଜରଣରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବାକୁ ଲାଗିଲା । ନିରାଡ଼ମ୍ବର ପୂର୍ଣ୍ଣ ଉତ୍ସବରେ ଶଙ୍ଖନାଦ, ମନ୍ତ୍ରପାଠରେ ବିବାହ ବେଦିରେ ମୁଖରିତ ହେବାକୁ ଲାଗିଲା।
ବର ପ୍ରଶାନ୍ତ ଉଚ୍ଚାରଣ କରି କହିଲେ "ମୁଁ ଆକାଶ, ତୁମେ ପୃଥିବୀ", ଉଭୟ ଉଭୟଙ୍କ ପାଇଁ ଅପରିହାର୍ଯ୍ୟ ! ଆଦର୍ଶ ବିବାହ ଅନୁଷ୍ଠିତ ହେଲା। ଦୁଇଟି ଫୁଲ ହାର ଉଭୟ ଉଭୟଙ୍କୁ ବରଣ ମାଳା ପିନ୍ଧାଇଥିଲେ। ଯାନି ଯୌତୁକ ଦେଖିବାକୁ ମିଳିନଥିଲା। ଗଣି ଗଣି ଶତକରେ ଅତିଥି ଆଶ୍ରମ ଅନ୍ତୋବାସୀ ଭାଗ ନେଇଥିଲେ। ସ୍ୱାଦିଷ୍ଟ ପ୍ରୀତିଭୋଜନରେ ଅଂଶ ନେଇ ନବଦମ୍ପତିଙ୍କୁ ଆଶ୍ରିବାଦ ପ୍ରଦାନ କରିଥିଲେ। ପରିଶେଷରେ ଆଚାର୍ଯ୍ୟ ସମ୍ବୋଧନ କରି କହିଲେ ,ହେ ଭଗବାନ, ତୁମେ ମାନବ ଜାତିର କଲ୍ୟାଣ ଏବଂ ସୁଖ ପାଇଁ ବିବାହ ସ୍ଥାପନ କରିଛ, "ଦୁହେଁ ସ୍ୱାମୀ ଓ ସ୍ତ୍ରୀଙ୍କୁ ଆଶୀର୍ବାଦ କରନ୍ତୁ,",।
ବାଲିସାହି ଭଡ଼ାଘର ପର୍ଯ୍ୟନ୍ତ ଅନ୍ତେବାସୀ ପାଛୋଟି ନେଇଥିଲେ। ବିଦାୟୀ ମୁହୂର୍ତ୍ତରେ ଉଭୟଙ୍କ ମୁଖ ମଣ୍ଡଳରେ ଯେତିକି ଲୋତକ ବୋହିଥିଲା ଖୁସିରେ ପାଦ ବଢିଥିଲା। ନୁଆଁ ଏକ ଜୀବନର ସୋପାନକୁ ଆପଣାଇଥିଲେ। ସ୍ଵର୍ଣ୍ଣମୟୀଙ୍କ ସୁଖମୟ ଜୀବନ ଗଢିବାକୁ ଲାଗିଲା।
ଏକାକୀ ଅଳିଆରୁ ଗଜା ହୋଇଥିବା ସ୍ଵର୍ଣ୍ଣମୟୀ ତରୁଣୀ ଜୀବନକୁ ଭଲ ପାଉଥିବା ଏକ କାହାଣୀ। ସ୍ଵର୍ଣ୍ଣମୟୀଙ୍କ ଦୁଖଦ ସଂଘର୍ଷପୂର୍ଣ୍ଣ ଘଟଣା । ପ୍ରକୃତି ପୂର୍ବପରି ଜୀବିତ ରହିଲା କିନ୍ତୁ ରହଣି ଠିକଣା ବଦଳିଲା। ଗୃହସ୍ଥ ଜୀବନ ପ୍ରାରମ୍ଭ କଲେ। ମାତୃ ନିକେତନ କେନ୍ଦ୍ରର ପରାମର୍ଶ ଦାତ୍ରୀ। ଏକାଧିକ ଅସହାୟ ମହିଳାଙ୍କ ଥଇଥାନ ଓ ସ୍ୱାସ୍ଥ୍ୟର ଯତ୍ନ ପାଇଁ ବିବିଧ ପ୍ରକଳ୍ପ ହାତକୁ ନେଇଥିଲେ। ପ୍ରଶାସନର ସାହାଯ୍ୟରେ ବାଳିକାଙ୍କ ଶିକ୍ଷାର ପ୍ରସାର ପାଇଁ ଗୋପବନ୍ଧୁଙ୍କ ଆଦର୍ଶକୁ ଜୀବନରେ ଆପଣେଇଥିଲେ। ଦୁହେଁ ଶ୍ରୀକ୍ଷେତ୍ରର ସ୍ଥାୟୀ ବାସିନ୍ଦା ତାଲିକାରେ ପଞ୍ଜିକୃତ ହେଲେ ।
ତୁମ ଜୀବନ ତୁମ ହାତରେ Your Life is in Your Hands
(ରଚୟିତା-ଦିଲିପ କୁମାର ନାୟକ)

Comments
Post a Comment