୧୯ / ଦମୟନ୍ତୀ
ତରଙ୍ଗାୟୀତ ମନ
କଷି ଭୁଆସୁଣୀର ତନୁ
ଭାବ ଢଙ୍ଗ ଗୁଣ ଉନ୍ନକ୍ତ
ତାରା ଗଣି ଜହ୍ନକୁ ଛୁଏଁ
ସପନ ହେବକି ସତ ?
ସାଜ ସଜ୍ଜାରେ ବଦଳେ ରଙ୍ଗ
ନ ବଦଳେ ତା ଅସଲି ବର୍ଣ୍ଣ
ଋତୁ ଚକ୍ରରେ ବଦଳେ ପାଣିପାଗ
ସପନ ଆସେ ତା ଜହ୍ନର ମନ ।
ପ୍ରେମ ଚିରନ୍ତନ ଶାଶ୍ଵତ
ସ୍ରୋତର ମିଳନରେ ସିନ୍ଧୁ
ଦୁହିଙ୍କ ଦୃଢତାର ଭାବ ସ୍ଥିର
ପରମ୍ପରା ପ୍ରଥା ସ୍ଥିର
ସମ୍ପର୍କୀୟ ଜାତି ଗୋତ୍ର
ପ୍ରେମର ମିଳନରେ ସଙ୍କଟ
ଓଢଣୀ ତଳେ ସମର୍ପିତ ଭାବ
ସଙ୍କଟ ପରାଜୟ ପ୍ରେମର ବିଜୟ
ଆଜି ଛାଡପତ୍ର ତଲାକ
ସକାଳ ସନ୍ଧ୍ୟାରେ ପୋଷକ ବଦଳେ
ବିବାହ ଥରେ କଣ୍ଟ ସାତଜନ୍ମ
ନଳ ଦମୟନ୍ତୀ ଗାଥା ସର୍ବ ବିଦିତ
ମହିରେ ଯୁବ ଯୁବାଙ୍କର ଧେୟ ।।
🙏🙏🙏
(ରଚୟିତା-ଦିଲିପ କୁମାର ନାୟକ)
Comments
Post a Comment