୨୦/ପଞ୍ଚକନ୍ୟା

 
୨୦/ପଞ୍ଚକନ୍ୟା


 

ହଜିଛି କଲମ

ସନ୍ଧାନ ପାଉନି

ଯନ୍ତ୍ରଣା ପାଉଛି ଅପସରା

ଅଧା ଲେଖା ପଞ୍ଚକନ୍ୟା

 

ଅହଲ୍ୟା ଆୟୋନିଜା କନ୍ୟା

ଇନ୍ଦ୍ରଙ୍କ ଛଦ୍ମ ରୂପ ହରଣ

ଗୌତମ ରିଷିଙ୍କ ଅଭିଶାପ

ତୁମେ ଅବତାରରେ ପାଷାଣ

ପ୍ରଭୁ ଶ୍ରୀରାମଙ୍କ ସ୍ପର୍ଶରେ ମୁକ୍ତ।

 

କୁରୁ ସଭାରେ ବସ୍ତ୍ର ଉଲ୍ଲଗ୍ନ

ପଣ କରିଛି ଆଜି ଦ୍ରୌପଦୀ

ପଶା ଖେଳର ପ୍ରତିଶୋଧ

ନାରୀ ସଶକ୍ତୀକରଣ।

 

ଦେବୀ କୁନ୍ତୀ କଷଣର ରାଣୀ

ଅସଲି ଶିକ୍ଷୟତ୍ରୀ ଜ୍ଞାନୀ ମହାରାଣୀ

ମହାଭାରତର ମରମ ଗାଥା ।

 

ବାନର ରାଜାଙ୍କ ପରାମର୍ଶ ଦାତ୍ରୀ

ରାଜନଙ୍କ ତିରସ୍କାରରେ ତାରା

ବାଳି ବଧର ମୂଳ କାରଣ।

 

ହେମା ଅପସରିଙ୍କ କନ୍ୟା

ମନ୍ଦୋଦରୀ ଚିର କୁମାରୀଙ୍କ

ବାରଣ ରାବଣର ସ୍ଵର୍ଣ୍ଣଲଙ୍କା ।

 

ଜଳ ଅଗ୍ନି ପୃଥିବୀ ବାୟୁ ଶୂନ୍ୟ

ଅବତାର ଛବିରେ ବିଦ୍ୟମାନ

କଲମର ସ୍ବର୍ଣ୍ଣ ଲେଖନୀରେ

ପାଦ ପୂଜ୍ୟ ଜଗତେ ପଞ୍ଚକନ୍ୟା।


  🙏🙏🙏

(ରଚୟିତା-ଦିଲିପ କୁମାର ନାୟକ)    


Comments