୨୨/ ଡେରାଡୁନ ଉପତ୍ୟକା

 




ନନ୍ଦା ଦେବୀ ଦ୍ରୁତ ଗାମୀ ଟ୍ରେନ
ରେଳର ପରମ୍ପରା ହର୍ଣ୍ଣ ସୂଚନା
ପର୍ଯ୍ୟଟକ ଚଳ ଚଞ୍ଚଳ
ହରିଦ୍ବାର ପ୍ଲାଟଫର୍ମ ୪
ରେଳ ଧାରଣା ଅତି ନିକଟ
ଯେମିତି ଝାମ୍ପ ଦେବ
ସଂରକ୍ଷିତ ଏସ-୫ ବଗି
୩ଟି ହର୍ଣ୍ଣ ପରେ ଗନ୍ତବ୍ୟ ସ୍ଥଳକୁ
୫୨ କିଲୋମିତର ଦୂର
ତା’ପ୍ରିୟ ଡେରାଡୁନ ଉପତ୍ୟକା।

ପ୍ରକୃତି ଅଜାଡିଛି ସବୁଜିମା
ବିଶ୍ଵର ଦୁର୍ଲଭ ରଙ୍ଗରେ
ହିମାଳୟ ପାଦପରେ
ହରୱାଲା ଷ୍ଟେସନରେ ଅଟିକିଛି
ନୂଆ ଯାତ୍ରୀଙ୍କ ଅନୁପ୍ରବେଶ
ପୋଷାକ ଗୋଲେଇ ଟୋପି
ମୁକୁଳା ଜ୍ଯାକେଟ ପରିଧାନ
ଯେମିତ ତା କଲିଜାଟାକୁ
କାକରରୁ ଛାଣି ନେଉଛି
ପାହାଡ଼ି ସଂସ୍କୃତିର ଛାପ ।

ଚହଳିଆ ସ୍ଵଭାବର ମନଟା
ତା ଛାତିରେ ରଖେଇ ଦେଉନି
ଅକୁହା କଥାକୁ ଅଜାଡ଼ିବା ପାଇଁ
ମେଘ ଖଣ୍ଡ ଅପସରି ଗଲାଣି
ହର୍ଣ୍ଣ ବାଜି ଉଠିଲା
ଝାପସା ଆଲୁଅ ପରଶରେ
ଡ଼େରାଡୁନ ମାଟିରେ ସ୍ପର୍ଶ
ତା ଜୀବନର ପସନ୍ଦ ଯାତ୍ରୀଟିଏ
ନନ୍ଦା ଦେବୀ ଦ୍ରୁତଗାମୀ ଟ୍ରେନରେ ।



🙏🙏🙏


(ରଚୟିତା-ଦିଲିପ କୁମାର ନାୟକ)

Comments