୨୩ / ମାରିୟା





ଶତ ଅଶ୍ଵ ଶକ୍ତି ବଳ
ଗର୍ଜନରେ ଉପର ମୁହାଁ
ଅଙ୍କା ବଙ୍କା ଘାଟି ପଥ
ପାହାଡ଼ି ଗୀତର ତାଳେ ତାଳେ
ବିମୋହିତ ପ୍ରକୃତିର ଇନ୍ଦ୍ରଜାଲ
ଅସଂଖ୍ଯ ଅଜଣା ବନ୍ଧୁଙ୍କୁ ସ୍ଵାଗତ
ନିସ୍ଵାର୍ଥର ଆତିଥ୍ୟ
ସଜେଇ ହୋଇଛି
ଖୋଲା ହୃଦୟେ
ମସୁରୀ ଶିଖର
ମାରିୟା’ର ବସା
ଗଗନକୁ ଚୁମିଥାଏ
ମେଘ ଖଣ୍ଡ ସ୍ପର୍ଶରେ
 ବାହୁଡାଣି ଚନ୍ଦ୍ରଭାନୁର
କ୍ଷୀଣ ଆଲୁଅରେ
ନିରୂତ ବେଗ ଅତି ପ୍ରଖର
ଅଦୃଶ୍ୟମାନ ତା ନିଡ଼ ।

ମାରିୟା ସରଳତାର
ହୃଦୟର ଲକ୍ଷ୍ୟ ପଥ
ଅକୁହା ଭାବ ପରଷା
ହୃଦ ସ୍ପନ୍ଦନର ବେଗ
ସନ୍ଦେହ ଉତକଣ୍ଠା
୩୫ କିମି ଦୁର୍ଗମ ପଥ
ମାରିୟାର ଶିଳାଖଣ୍ଡ ବସା
ଶ୍ଵେତ ବରଫ ଚାଦର
 ଆଚ୍ଛାଦିତ ଚଟାଣ ବୃକ୍ଷରାଜି
ଜୀବନର ମିଳନ ଏକାକାର
ମସୁରୀ ଶିଖର ଭ୍ରମ
ସ୍ଥଳ ଆକାଶର ପ୍ରଭେଦ ଶୂନ୍ୟ ।


🙏🙏🙏



(ରଚୟିତା-ଦିଲିପ କୁମାର ନାୟକ)

 

Comments