ଚିଠି ଲେଖୁଛି ତମ ନାଁରେ
ମୁଠାଏ ମାଟି ପୁଳାଏ ଅନିଳକୁ ଜାବୁଡି
କୁଳୁକୁଳୁ ନାଦ ଠାରିଦିଏ
ଭସାଉଛି କାଗଜ ବୋଇତ
ଜହ୍ନ ଆଲୁଅରେ ତମ ପାଠ ପଢା
ବେଳାଭୂମିରେ ଆଂକିଛି ତମ ନାଁ
ଲହରି ପୋଛି ନେଇଛି ସବୁତକ।
ଝରା କଲମ କାଗଜରେ ଲେଖୁଛି
ସେ କେଉଁ ପାଦପରୁ ଜାତ
ମଣିଷ କୃତ ସମାଜ ସଂସ୍କାର
ବାର୍ତ୍ତା ଦେଇଛି ମାଟି ମାଆକୁ
ସବୁ ଦେଇ ନେଇ ନୁଖୁରା ହୋଇଛି।
ଜହ୍ନକୁ ହାତ ପାପୁଲିରେ ଧରି
ତାରା ଆଲୁଅକୁ ଛୁପାଇବା ପାଇଁ
ଆଲୁଅର ଭାଗ ବଣ୍ଟା
ଚିନ୍ତା ଓ ଚେତନାର ସନ୍ଧାନ ଯାଏଁ
ତୁକୁଡା କାଗଜ ଫର୍ଦ୍ଦ ପାଇଁ
ଜିଇଁବାରେ ତା’ ସ୍ନେହର ସାଇ।
🙏🙏🙏(ରଚୟିତା-ଦିଲିପ କୁମାର ନାୟକ)
Comments
Post a Comment