ବେଳାଭୂମିରେ ଅଳସ ଫେରାଏ
ନୁଖୁରା ପାଦରେ ସିନ୍ଧୁର ରେଣୁ
ଧୋଇନିଏ ସାଗର ଢେଉର ଜଳ
ଭିଜା ଭିଜା ବାରିର ଧକ୍କା
ଶଙ୍ଖ ଚିଲ ବନ୍ଧୁତ୍ଵରେ ସ୍ଥାପନ
ପାପୁଲିରେ ସୂର୍ଯ୍ୟଙ୍କୁ ଧରି
ଢେଉର ଜଳରେ ଛୁପିବା ପାଇଁ ।
ସ୍ଥିର ଶାନ୍ତ ଓ ସ୍ତବ୍ଧ ଏ ଜଗତ
ବଖାଣି ଦିଅ ସିନ୍ଧୁର ଶାମୁକାକୁ
ଅତୀତର ସନ୍ତରଣର ଗାଥାକୁ
ଦଲକାଏ ଜାବୁଡି ନିଏ ପବନ
ଢେଉରେ ପହଁରି ପହଁରି
ଅକୁହା ହୃଦୟର ଭାଷାକୁ
କହି ଦିଅ ଖୋଲି।
ପରିସମାପ୍ତିର ଆବଦ୍ଧ କାଚ ବୋତଲ
ବିସର୍ଜନ କର ଜୀବନର ସବୁ କଷ୍ଟକୁ
ମୁକ୍ତ ଝଡଝଞ୍ଜା ସାଗର ବେଳାରେ
ସମାଜର ଯନ୍ତ୍ରଣା ବହଳରେ
ସାଗର ନୀର ନୀଳରେ ଭସାଇ ଦିଅ ।
🙏🙏🙏
(ରଚୟିତା-ଦିଲିପ କୁମାର ନାୟକ)
Comments
Post a Comment