ପାହାଁନ୍ତିଆ ଗଳିମୁହାଁ ବାଲକୋନି
ବଗିଚାର ଚତୁର୍ଦିଗ ପରିଖି ନିଏ
ବନାନୀ ବେଶଭୂଷା ଗାଳିଚା
ନିତି ସେପଟୁ ଚାଲି ଆସେ।
ସଂକଳ୍ପ ସ୍ପର୍ଶର ଏକ ମୁହୂର୍ତ୍ତ
ବିଳମ୍ବତା ହୃଦୟର ସନ୍ଧାନ
ପ୍ରତ୍ୟାଶା ବାଲକୋନି
ମୁକୁଳା ଅମ୍ବର ପାଶେ
ଫାଙ୍କା ପଡ଼ିଛି ହୃଦୟ
ବାହୁଡାଣି ବାଲକୋନି
ତା ‘ଅପେକ୍ଷାରେ।
ଆସନ୍ତା ପାହାଁନ୍ତିରେ
ବହଳ ଗଳିମୁହାଁ ପଥ
ପଚାରିବି ତା’ମନର କଥା
ସଜଫୁଲ ରଙ୍ଗର ଜୀବନ
ପାଦରେ ଚାପିହୁଏ ଦୂବ
ସ୍ପନ୍ଦନ ବଗିଚାର ସବୁଜ ସୁନ୍ଦର
ଅଜାଡ଼ିବି ଅସରୀଏ ସେହ୍ନ
ଲେଉଟାଣି ବାଲକୋନି ବସା।
🙏🙏🙏
(ରଚୟିତା-ଦିଲିପ କୁମାର ନାୟକ)
Comments
Post a Comment