ଋତୁର ରୀତିରେ
ପୋଷାକ ବଦଳେ
କଥା ନ ବଦଳେ
ଏକା ଜୀବନ
ସଂସାରେ ସାର ମଣିଷ
ତୁମେ ଆମେ ସଭିଏଁ
ସତ୍ୟ ଯଜ୍ଞ ଜଳ ପରଂବ୍ରହ୍ମ ।
ପାଣି ପାଗ ବଦଳେ
ବଦଳେ ମେଘ
ନୀଳ ଅମ୍ବରରେ
ସ୍ପର୍ଶ ଘଡ଼ ଘଡ଼ି
ବଦଳେ ହିମଶିଳା
ନ’ବଦଳେ ଉଦକ।
ବର୍ଷିଲେ ବର୍ଷା
ଇନ୍ଦ୍ରଧନୁର ରଙ୍ଗ
ଓହ୍ଲାଇ ଆସେ
ନ’ବଦଳେ ସମୀର
ଜୀବନର ବତିଘର
ପୂର୍ଣ୍ଣତା ଶାନ୍ତି ଏକ ମାର୍ଗ
ସେହ୍ନ ବଣ୍ଟାରେ ଭାଗ
🙏🙏🙏
(ରଚୟିତା-ଦିଲିପ କୁମାର
ନାୟକ)
Comments
Post a Comment