୨୯ /ପହିଲି ବସନ୍ତ



ଶୁଣିଛି ଅସଂଖ୍ୟ ଭାବନାରେ

ବନ ଗହଳରେ ବିହଗର ବସା

ମଧୁର ସ୍ଵାଦରେ ଖୁସିର ମନ

ପହିଲି ବସନ୍ତର ସମ୍ଭାର 

ତୋ ନିଖୁଣ ପାରଦର୍ଶିତା

ପ୍ରକୃତିର ଋତୁର ଡୋରୀ 

ହୃଦୟ ଦଉଡେ ତୋ ହୃଦୟେ  

ପରିବେଶ ଦୋ -ଛକିରେ ମାନବ 

ମୋ ଚତୁର୍ଦିଗ ବନ୍ୟଜନ୍ତୁ

ଶୈଳ ଶାଖା ପ୍ରଶାଖାରେ ଖେଳ

ତା’ଖୁସିର ଅମାପ ଓଜନ 

ଫୁଲ କଢରେ ଗୋଲାପ

ଦଲକାଏ ପବନେ ମହକ

ପ୍ରେରିତ କରିବି ପାରିଜାତ

ବୁଝିନେବି ତା ‘ମନ

ମଣିଷ ମଣିଷଙ୍କ ପାଇଁ

ତୁମକୁ ଅଜାଡି ଦେବି

ପହିଲି ବସନ୍ତ

ପ୍ରକୃତିର ନୈସର୍ଗିକ ଉପହାର  

🙏🙏🙏

 

(ରଚୟିତା-ଦିଲିପ କୁମାର ନାୟକ) 

  

Comments