ମୃତ ସାଗର
ତୁ’ତୋ ନିରୋଳା
ସାଗର ତଳ ପଲଙ୍କରେ
ଚାରିଶହ ସତେଇଶ ମିଟର ଗଭୀର
ଦଶମା ଗୁଣା ଲବଣାକ୍ତ ଜଳର ସ୍ଵାଦ
ଇସ୍ରାୟଲ ଉପତ୍ୟକା
ଆମେ ତେତେ କହୁ ମୃତର ସାଗର।
ମୃତ ସାଗର ତୋ ନୀତି ଭିନ୍ନ
ସମାଧି ଭିତରକୁ ଡାକୁନାହୁଁ
ତୋ ପୃଷ୍ଠରେ ଦୀପ୍ତିଶୀଳ ପର୍ଯ୍ୟଟକ
ବୋଇତ ନଥାଇ ବାହକ ଦଣ୍ଡ
ପର୍ଯ୍ୟଟକଙ୍କ ଭାର ଅତି ହାଲୁକା
ତୋ ଜଳରାଶି ଭାରି ଓଜନିଆ ।
ମୃତ ସାଗର ତୁ’ତ ଅଧିକ କୃପଣ
ତୋ ଗର୍ଭରେ ନୁହନ୍ତି କିଏ ଜୀବିତ
ପଦବାଚ୍ଯ ତୁହିଁ ମୃତ ସାଗର
ମନେ ହୁଏ ତୋ ସ୍ମତିର ମନ୍ଦିର
ହରଣ କରିବି ତୋ ମୃତ୍ତିକାକୁ
ଅପସରିଯିବ ଚର୍ମ ରୋଗ ।
ଏସିକର ପର୍ଯ୍ୟଟକ ମାଳ ମାଳ
ପୁରାଣ କୁହେ ଈଶ୍ଵରଙ୍କ ସର୍ଜନ।
ବିଜ୍ଞାନୀ କୁହନ୍ତି ରସାୟନିକ ପ୍ରକ୍ରିୟା
କିଏ ସତ ମିଛ ଦ୍ଵନ୍ଦରେ ମଣିଷ।
🙏🙏🙏
(ରଚୟିତା-ଦିଲିପ କୁମାର ନାୟକ)
କିଏ ସତ ମିଛ ଦ୍ଵନ୍ଦରେ ମଣିଷ I
Comments
Post a Comment